ଦିନ୍‌ଦାହାଡ଼େ ଚାଲିଛେ ଗଛ୍‌କଟା: ଉଜ୍‌ଡ଼ି ଯାଉଛେ ରଙ୍ଗମାଟିଆ ରାଜସ୍ବ ଜଂଗଲ

କଣ୍ଟାମାଳ, ୨୫ା୪ (ଡିଏନଏ): ବୌଦ୍ଧ ଜିଲା କଣ୍ଟାମାଳ ରେଞ୍ଜର ଚନ୍ଦନିଆମୁଣ୍ଡା ପାସର ରଙ୍ଗମାଟିଆ ରାଜସ୍ବ ଜଂଗଲ ଉଜଡ଼ି ଯାଉଛେ। ଗଲା ମାସେ ହେଲା ଇଠାନେ ଦିନ୍‌ଦାହାଡ଼େ ଆସର ପାସର ଗାଁବାସୀ ଗଛ୍‌ କାଟୁଥିଲେ ବି ବନବିଭାଗ ଜାନିଶୁନି ତୁମ୍‌ପଡ଼ିଥିବାର ଅଭିଯୋଗ ହେଉଛେ। ସେନ୍‌ତା ରାଜସ୍ବ ବିଭାଗର ରେକର୍ଡରେ ଜଂଗଲଟା ଥିଲେ ବି ବିଭାଗ ଇ ଦିଗେ ପଦକ୍ଷେପ ନେବାର ଜାଗାରେ ଚୁପ୍‌ମାରି ବସିଛେ। ଦିନୁଦିନ୍‌କେ ଜଂଗଲଟା ପଦା ହେଲାବେଲେ ପାସର ରଙ୍ଗମାଟିଆ ପାହାଡ଼ ଉପରେ ବିପଦ ଦେଖାଦେଇଛେ। କଣ୍ଟାମାଳ ରେଞ୍ଜର ଦପଲା ପଁଚେତ୍‌ର ଚନ୍ଦନିଆ ଗାଁ ପାସେ ରହିଛେ ଇ ରଙ୍ଗମାଟିଆ ପାହାଡ଼। ଇ ପାହାଡ଼କେ ଘେରି ରହିଛେ ଘଁଚ୍‌ ଜଂଗଲ। ରାଜସ୍ବ ରେକର୍ଡରେ ଥିବାର ଇ ଜଂଗଲରେ ଶାଲ, ଧଉରା, କେଁଦୁ ଲେଖେଁ ଦାମ୍‌କିଆ ଗଛ ରହିଛେ। ପାହାଡ଼କେ ଘେରି ରହିଥିବାର ଇ ପରାକୁତିକ ଜଂଗଲରେ ଅନେକ ପରକାର ଜଂଗଲି ଜୀବ୍‌ଜଁତୁ ବି ରହିଛନ୍‌। ବନେ ଖଁଡ଼େ ଇଲାକାରେ ରହିଥିବାର ଇ ଜଂଗଲର କେଁଦୁପତର ଆର ଜଂଗଲଜାତ୍‌ ଦରବ୍‌ ଉପରେ ନିରଭର କରି ଅନେକ ଲୋକ୍‌ ନିଜର କୁଟୁମ ପୁଷୁଛନ୍‌। ହେଲେ ଗଲା ମାସେ ହେବା ଇ ଜଂଗଲକେ ଥାନୀୟ କେତେ ଲୋକ୍‌ ପଦା କରବାରେ ଲାଗିଛନ୍‌। ଫିଦିନ୍‌ ଦଲ ଦଲ ହେଇ ଲୋକ୍‌ ଟଂଗିଆ ଧରି ଜଂଗଲକେ ଯାଉଛନ୍‌ ଆର ଅନେକ ଦାମ୍‌କିଆ ଗଛଖୁଁଟ କାଟିଆନୁଛନ୍‌। ଲୋକ୍‌ ଏନ୍‌ତା ହିସାବେ ଇ ଜଂଗଲ କାଟବାରେ ଲାଗିଛନ୍‌ ଯେ ଝନେ ଆଁଖିଥି ନାଇଁ ଦେଖ୍‌ଲେ ବିଶାସ୍‌ କରି ନାଇଁପାରେ। ଏହେଦେ ଇ ଘଁଚ୍‌ ଜଂଗଲର ଅନେକ ଜାଗା ପଦା ହେଇ ଚଁଦା ଦିଶବାର ସଂଗେ ତଲର ରଂଗମାଟି ଦିଶିଗଲାନ। ଆଉର ମାସେ ଦୁଇମାସ ଏନ୍‌ଥେଇ ଚାଲ୍‌ଲେ ଜଂଗଲଟା ପୂରା ସଫା ହେଇଯିବା। ପାହାଡ଼ ତଲର ଇ ଜଂଗଲ ବରଷା ଦିନେ ପାହାଡ଼ର ମାଏଟ୍‌ ଧସ୍‌ବାରୁ ବଁଚଉଛେ। ଇଥିରଲାଗି ବନବିଭାଗ ଆସର ପାସର ଗାଁବାସୀକୁ ସଚେତନ କରବାର ଜାଗାରେ ଚୁପ୍‌ମାରି ବସିଛେ। ଇ ବାବ୍‌ଦେ ବନବିଭାଗ ରେଞ୍ଜର ଦିଲୀପ କୁମାର ଦିଗାଲ କହିଛନ୍‌ ଯେ, ଆମର ପାସେ ପାହାଡ଼ ତଲର ଜଂଗଲରେ ଗଛକଟା ହେଉଥିବାର ଖବର ରହିଛେ। ହେଲେ ଜାଗାଟା ଗ୍ରାମ୍ୟ ଜଂଗଲ ରେକର୍ଡରେ ନାଁଇଁନ, ରାଜସ୍ବ ବିଭାଗର ରେକର୍ଡରେ ରହିଛେ। ଯେନ୍‌ଥିରଲାଗି ଆମେ ପଦକ୍ଷେପ ନାଇଁ ନେଇପାରବାର। ହେଲେ ଇ ଦିଗେ ପଦକ୍ଷେପ ନେବାର ଚେଷ୍‌ଟା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri