Posted inଫୁରସତ

ଦାମୀ ପିଜା: ଦାମ୍‌ ଏତେ ଯେ ତାକୁ କିଣି ଖାଇବା ଅସମ୍ଭବ ମନେ ହେବ

ଆଜିକାର ଫାଷ୍ଟ ଫୁଡ୍‌ ଭିତରେ ପିଜାର ଚାହିଦା ବହୁତ। ଯୁବପିଢିଙ୍କ ମଧ୍ୟରେ ଏହା ପାଇଁ କ୍ରେଜ୍‌ ଦେଖିବାକୁ ମିଳେ। ତେବେ ଅନେକେ ହୁଏତ ଜାଣି ନ ଥିବେ ଏମିତି ବି ପିଜା ଅଛି, ଯାହାର ଦାମ୍‌ ଏତେ ଯେ ତାକୁ କିଣି ଖାଇବା ଅସମ୍ଭବ ମନେ ହେବ। ଜାଣନ୍ତୁ ସେହି ସବୁ ପିଜା ସମ୍ପର୍କରେ…

ଲୁଇସ୍‌ xiii ପିଜା- ଏହି ପିଜା ଆଦୌ ସାଧାରଣ ପିଜା ନୁହେଁ। ଏହା ହେଉଛି ପୃଥିବୀର ସବୁଠାରୁ ଦାମୀ ପିଜା, ଯାହାର ମୂଲ୍ୟ ୧୨୦୦୦ ଡଲାର ବା ପ୍ରାୟ ୮, ୮୪, ୩୧୦ ଟଙ୍କା।

ଫାଭିତାସ୍‌ ଫ୍ୟାମିଲି ପିଜେରିଆ- ପିଜା ପାଇଁ ଫାଭିତା ଫ୍ୟାମିଲି ପିଜା ବହୁତ ପ୍ରସିଦ୍ଧ। ଏହି ପିଜାରେ ଟପିଂ ଆକାରରେ ଗୁଣ୍ଡ ହୀରା ପକାଯାଇଥାଏ। ତେଣୁ ଏହାର ମୂଲ୍ୟ ବହୁତ ଅଧିକ ଓ ହୀରାର ଦାମ ଅନୁସାରେ ପରିବର୍ତ୍ତନ ବି ହୋଇଥାଏ। ତେବେ ସାଧାରଣତଃ ଏହାର ମୂଲ୍ୟ ୮,୨୦୦ ଡଲାର।

ହାଗିସ୍‌ ପିଜା- ଏହି ପଜା ଜେମ୍ସ ବଣ୍ଡଙ୍କ ନାମାନୁସାରେ ୦୦୭ ଭାବେ ବି ପରିଚିତ। ଏଥିରେ ଟପିଂଭାବେ ଗୋଲ୍ଡ ଡଷ୍ଟ ଓ ସାମ୍ପେନ୍‌ରେ ବୁଡାଯାଇଥିବା ବଡ଼ ଚିଙ୍ଗୁଡି ପକାଯାଏ ଯାହା ପିଜାର ସ୍ବାଦ ବଢାଇଦିଏ। ଏହାର ମୂଲ୍ୟ ୪୨୦୦ ଡଲାର।

ମାର୍ଗୋସ୍‌ ପିଜେରିଆ- ୨୪ କ୍ୟାରେଟ୍‌ ଗୋଲ୍ଡ ଲିଫ୍‌ ସହ ବଫାଲୋମେଜେରେଲାର ଟପିଂ ଏହି ପିଜାର ସ୍ବାଦ ବଢାଇଦିଏ। ଏହାର ମୂଲ୍ୟ ୨୪୦୦ ଡଲାର। ୨୦୧୦ରେ ଏହା ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସବୁଠୁ ଦାମୀ କମର୍ସିଆଲୀ ଉପଲବ୍ଧ ପିଜା ଭାବେ ରେକର୍ଡ କରିଥିଲା।

ନିନୋ ବେଲିସିମା ପିଜା- ଏହି ପିଜାର କ୍ରଷ୍ଟ ବା ବେସ୍‌ ପତଳା, ତେଣୁ ଲୋକେ ବହୁତ ପସନ୍ଦ କରନ୍ତି। ବଡ଼ ଚିଙ୍ଗୁଡି ଓ ଶାମୁକାର ଟପିଂ ବହୁତ ସ୍ବାଦିଷ୍ଟ। ଏହାର ମୂଲ୍ୟ ୧୦୦୦ ଡଲାର।

ସି୬ ଷ୍ଟିଭେଷ୍ଟନ୍‌ ପିଜା- ଏହାର ବେସ୍‌ ଛୋଟ। ଏହାର ଲୁକ୍‌ ଓ ଟେଷ୍ଟ ଉଭୟ ବହୁତ ଭଲ। ଟପିଂ ଭାବେ ଏଥିରେ ଟାଇଗର୍‌ ପ୍ରନ୍‌, ଲବଷ୍ଟର, ସ୍ମୋକ୍‌ଡ ସାଲମନ୍‌ ପଡିଥାଏ। ଏହାର ମୂଲ୍ୟ ୪୫୦ ଡଲାର।

ଟ୍ରିପଲ୍‌ ମିଲେଫିଉଲି ପିଜା- ଏହି ପିଜାର ବେସ୍‌ ଟିକେ ଟାଣ ଓ ସାଇଡ୍‌ ରୋଲ୍‌ ହୋଇଥାଏ। ତାସହ ଏହା ତିନୋଟି ଲେୟର୍‌ ବିଶିଷ୍ଟ ହୋଇଥାଏ। ଏଥିରେ ଚିଜ୍‌ର ଡବଲ୍‌ ଫିଲିଂ ଥିବାରୁ ଏହା ଭାରି ହୋଇଥାଏ। ସ୍ବାଦ ବି ଏହାର ବହୁତ ଭଲ। ଏହାର ମୂଲ୍ୟ ୧୪୦ ଡଲାର।

ଦ ଆଷ୍ଟିସ୍‌ ଇ ଟର୍ଟୁଫୋ ପିଜା- ଦୁବାଇ କେବଳ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ନୁହେଁ, ଏହା ସ୍ବାଦିଷ୍ଟ ଖାଦ୍ୟ ପାଇଁ ବି ପ୍ରସିଦ୍ଧ। ଏଠାକାର ପିଜା ବି ବହୁତ ଲୋକପ୍ରିୟ। ଏଥିରେ ଲବଷ୍ଟର ଓ ଟ୍ରଫଲ୍‌(ଏକ ପ୍ରକାର ଫଙ୍ଗସ୍‌)ର ଟପିଂ ସହ କିଛି ଖାସ୍‌ ସାମଗ୍ରୀ ବ୍ୟବହାର ହୋଇଥାଏ। ତେଣୁ ଏହାର ସ୍ବାଦ କିଛି ଭିନ୍ନ। ଏହାର ମୂଲ୍ୟ ୧୨୫ ଡଲାର।

ଦ ମ୍ୟାଜିକ୍‌ ଗୋଲ୍ଡ ପିଜା- ଟୋରେଣ୍ଟୋର ଏକ ରେଷ୍ଟୁରାଣ୍ଟରେ ମିଳିଥାଏ ଏହି ପିଜା। ଏହାର ସ୍ବାଦ ଯେମିତି ଭିନ୍ନ ଏହାର ସର୍ଭିଂ ଷ୍ଟାଇଲ୍‌ ବି ଭିନ୍ନ ଓ ଖାସ୍‌। ଏହାକୁ ଗୋଲ୍ଡ ଲିଫ୍‌ରେ ଗାନିସ୍‌ କରାଯାଇ ସର୍ଭ କରାଯାଏ। ଏହି ରେଷ୍ଟୁରାଣ୍ଟରେ ଆପଣ ନିଜର ପସନ୍ଦ ମୁତାବକ ଟପିଂ ବି ବରାଦ କରିପାରିବେ। ଉକ୍ତ ପିଜାର ମୂଲ୍ୟ ୧୦୮ ଡଲାର।

କୋବ୍‌ ବିଫ୍‌ ଷ୍ଟିକ୍‌ ପିଜା- ଜାପାନରେ ଏହି ପିଜା ବହୁତ ଲୋକପ୍ରିୟ। ୭୨ ଡଲାରର ଏହି ପିଜାରେ ଟପିଂ ବିଭିନ୍ନ ପ୍ରକାରର ଥାଏ ଓ ବେଶ୍‌ ସ୍ବାଦିଷ୍ଟ ବି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ଜିତିଲେ ୯୪ ବର୍ଷିୀୟ ମହିଳା

ନୂଆଦିଲ୍ଲୀ, ୧୪ା୫: ମହାରାଷ୍ଟ୍ରର ସାଙ୍ଗ୍‌ଲି ଜିଲାରେ ଜଣେ ୯୪ ବର୍ଷୀୟ ବୃଦ୍ଧା କରୋନାକୁ ପରାସ୍ତ କରିଛନ୍ତି। ସାଙ୍ଗ୍‌ଲିର ମିରାଜ୍‌ ସରକାରୀ ହସ୍ପିଟାଲରେ ସେ ଭୂତାଣୁ ଆକ୍ରାନ୍ତ...

କଙ୍କଡ଼ା ସହ ମାଙ୍କଡ଼ କରୁଛନ୍ତି ଏପରି, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଜାଣନ୍ତି କାହିଁକି ନିଜ ମଳ ଖାଆନ୍ତି ଠେକୁଆ

ଠେକୁଆ ଶାକାହାରୀ ପ୍ରାଣୀ। ଯାହା କେବଳ ସବୁଜ ପନିପରିବା କିମ୍ବା ଘାସ ଖାଇ ବଞ୍ଚନ୍ତି। ଏମାନଙ୍କ ଶରୀର ପାଇଁ ଫାଇବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଠେକୁଆଙ୍କର ହଜମ...

ବୁଲିଯାଆନ୍ତୁ ରାଜସ୍ଥାନର ବରନ

ବରନ ହେଉଛି ରାଜସ୍ଥାନର ବରନ ଜିଲା ଅନ୍ତର୍ଗତ ଏକ ପବିତ୍ରତମ ପର୍ଯ୍ୟଟନସ୍ଥଳୀ। ଏକାଦଶ ଖ୍ରୀଷ୍ଟାବ୍ଦରେ ନିର୍ମିତ ପବିତ୍ର ଭାଣ୍ଡ ଦେବ୍ରା ମନ୍ଦିର ଏବଂ ସୀତାବରୀ ପାଇଁ...

ଦ୍ୱାର ସମ୍ମୁଖରେ କଳସ ରଖିଲେ ମିଳିଥାଏ ଏସବୁ ଲାଭ

ଗୃହପ୍ରବେଶ, ନବରାତ୍ରି ପୂଜା, ଦୀପାବଳି, ଲକ୍ଷ୍ମୀପୂଜା, ଯଜ୍ଞ ଅନୁଷ୍ଠାନ, ବିବାହ ଆଦି ଯେକୌଣସି ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ କଳସ ସ୍ଥାପନ କରାଯାଇଥାଏ। ତେଣୁ ଏହି କଳସ...

ହିଟଲର-ଟ୍ରମ୍ପ୍‌ ବାବା: ପହଞ୍ଚିଲେ ପ୍ରୟାଗରାଜ ମାଘମେଳାରେ

ପ୍ରୟାଗରାଜ, ୨୬।୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମାଘମେଳାରେ ହିଟଲର ଏବଂ ଟ୍ରମ୍‌ ବାବା ପହଞ୍ଚିଛନ୍ତି। ସେମାନଙ୍କୁ ନେଇ ମେଳାରେ ଚର୍ଚ୍ଚା ଆରମ୍ଭ ହୋଇଛି। ମହନ୍ତ...

ଶ୍ରାବଣରେ ମହାଦେବଙ୍କ କୃପା ପାଇବାଲାଗି ପିନ୍ଧନ୍ତୁ ଏହି ରଙ୍ଗର ପୋଷାକ

ମାସ ମଧ୍ୟରେ ଶ୍ରାବଣ ଅଧିକ ମହତ୍ତ୍ୱପୂର୍ଣ୍ଣ । ହିନ୍ଦୁଧର୍ମ ଅନୁସାରେ ଏହି ମାସ ମହାଦେବଙ୍କର ପ୍ରିୟ ହୋଇଥାଏ। ଏହି ମାସରେ ଭୋଳାବାବାଙ୍କୁ ପୂଜାର୍ଚ୍ଚନା କରିବା ସହ,...

ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା କମାଇବାକୁ ଡାକ୍ତରଙ୍କ ନୂଆ ପଦକ୍ଷେପ

ବ୍ରିଟେନ୍‌: ବିଜ୍ଞାନର ଅଗ୍ରଗତି ଯୋଗୁ ପ୍ରତିଦିନ କିଛି ନା କିଛି ନୂଆ ନୂଆ ଉଦ୍ଭାବନ କରାଯାଉଛି। ଯଦ୍ଦ୍ବାରା ଅସାଧ୍ୟ କାମ ମଧ୍ୟ ସହଜରେ ସାଧନ ହୋଇପାରୁଛି।...

Advertisement
Archives

Model This Week