ଦାଦାବଟିକୁ ନେଇ ସୋ’ରୁମ୍‌ରେ ଭଙ୍ଗାରୁଜା: ଇଟାମାଡ଼ରେ ସୋ’ରୁମ୍‌ ମାଲିକଙ୍କ ସମ୍ପର୍କୀୟ ଆହତ

ପୁରୀ ଅଫିସ,୧୫ା୭: ଦାଦାବଟିକୁ ନେଇ ପୁରୀ ଟାଉନ ଥାନା ଅଧୀନ ନରେନ୍ଦ୍ରକୋଣସ୍ଥିତ ଏକ ଗଦି ସୋ’ ରୁମ୍‌ରେ ସୋମବାର କେତେଜଣ ଦୃର୍ବୃତ୍ତ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ସେମାନେ ସୋ’ରୁମ୍‌ ଭିତରେ ପଶି ବିଭିନ୍ନ ଆସବାବପତ୍ର ନଷ୍ଟ କରିବା ସହ କାଚ ଝରକାକୁ ଭାଙ୍ଗିଦେଇଛନ୍ତି। ଏଥିସହ ବାହାରୁ ଇଟାମାଡ଼ କରିବାରୁ ସୋ’ରୁମ୍‌ ମାଲିକଙ୍କ ସମ୍ପର୍କୀୟ ଉଦ୍ଧବ ଚରଣ ପୃଷ୍ଟି (୬୫) ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇଛି। ସୋ’ରୁମ୍‌ ମାଲିକ ପ୍ରଭାତ କୁମାର ପାତ୍ରଙ୍କ ଏତଲା କ୍ରମେ ପୋଲିସ ଏକ ମାମଲା ରୁଜୁ କରି ଘଟଣାସ୍ଥଳକୁ ଯାଇ ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ନରେନ୍ଦ୍ରକୋଣ ଚକଡ଼ା ନିକଟରେ ଏକ ନାମୀ କମ୍ପାନୀର ଗଦି ସୋ’ରୁମ୍‌ ରହିଛି। ଏହା ଉପରେ ଉକ୍ତ ଅଞ୍ଚଳର ଗୋଟିଏ ଗ୍ୟାଙ୍ଗର ନଜର ପଡ଼ିଥିଲା। ସେହି ଗ୍ୟାଙ୍ଗର ସଦସ୍ୟମାନେ ସୋ’ରୁମ୍‌ ମାଲିକଙ୍କୁ ମୋଟା ଅଙ୍କର ଅର୍ଥ ମାଗିଥିଲେ। ତେବେ ମାଲିକ ଏଥିରେ ରାଜି ହୋଇ ନ ଥିଲେ। ପରେ ପୁଣି ଥରେ ଦାଦାବଟି ନ ଦେଲେ ଏଠାରେ ଦୋକାନ କରିପାରିବ ନାହିଁ ବୋଲି ଧମକ ଦେଇଥିଲେ। ସୋମବାର ଅପରାହ୍ନ ପ୍ରାୟ ସାଢେ ୧ଟାରେ ସୋ’ରୁମ୍‌ରେ କେତେଜଣ କର୍ମଚାରୀ ଥିଲେ। ଏହି ସମୟରେ ଦୁଇଜଣ ଦୃର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି ସୋ’ରୁମ୍‌ ଭିତରେ ପଶିଥିଲେ। ମାଲିକଙ୍କୁ ଡାକିବା ପାଇଁ କର୍ମଚାରୀମାନଙ୍କୁ କହିଥିଲେ। ମାଲିକ ବାହାରକୁ ଯାଇଥିବାରୁ ଆସିବା ବିଳମ୍ବ ହେବ ବୋଲି କର୍ମଚାରୀମାନେ କହିଥିଲେ। ଏଥିରେ ଦୃର୍ବୃତ୍ତ ଦ୍ୱୟ ଉତ୍‌କ୍ଷିପ୍ତ ହୋଇ ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା କରିଥିଲେ। ବାହାର କାଚ ଝରକା ମଧ୍ୟ ବାଡ଼େଇ ଭାଙ୍ଗିଦେଇଥିଲେ। ଏତିକିରେ ସେମାନଙ୍କ ମନ ଶାନ୍ତ ପଡ଼ି ନ ଥିଲା। ବାହାର ପଟୁ ଇଟାମାଡ଼ କରିଥିଲେ। ସୋ’ରୁମ୍‌ ମାଲିକଙ୍କ ଦାଦା ଉଦ୍ଧବଙ୍କ ମୁଣ୍ଡରେ ଇଟାଖଣ୍ଡ ବାଜିଥିଲା। ଏଥିସହିତ କାଚଖଣ୍ଡ ଛିଟିକି ତାଙ୍କ ଦେହରେ ବାଜିଥିଲା। ଫଳରେ ସେ ଆହତ ହୋଇଥିଲେ। ଦାଦାବଟି ନ ଦେଲେ ବୋମା ପକାଇ ସୋ’ରୁମ୍‌ ଉଡ଼ାଇ ଦେବାକୁ ଧମକ ଦେଇ ସେମାନେ ଚାଲିଯାଇଥିଲେ। ଏ ସଂକ୍ରାନ୍ତରେ ଥାନା ଅଧିକାରୀ ଦେବୀପ୍ରସାଦ ପାତ୍ର କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି। ସିସିଟିଭି ଯାଞ୍ଚ କରାଯାଉଛି। ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିବେ ସୀତାରାମନ୍‌, ଶସ୍ତା ହୋଇପାରେ ଏସବୁ ଜିନିଷ!

ନୂଆଦିଲ୍‌ଲୀ,୧।୨: କୋଟି କୋଟି ଦେଶବାସୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜି ସଂସଦରେ ଦେଶର ବାର୍ଷିକ ଖର୍ଚ୍ଚ ଖୋଲିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସକାଳ ୧୧ଟାରେ ଲୋକ ସଭାରେ…

ଜଙ୍ଗଲରେ ଲୁଚିଥିଲେ ସିପୁ: ଏନକାଉଣ୍ଟର କଲା ପୋଲିସ

ଭୁବନେଶ୍ୱର,୧।୨: କେନ୍ଦୁଝର ବଡ଼ବିଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରଙ୍କୁ ଏନକାଉଣ୍ଟର କଲା ବଡ଼ବିଲ ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।…

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

କଡ଼ ଲେଉଟାଇଲା ପାଗ, ଫେରିଲା ଶୀତ, ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣ ଫେରିଛିି ଶୀତ। ଭୋର ସମୟରେ ଅସହ୍ୟ ଜାଡ଼ ଅନୁଭୂତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।…

ଆଇନ ଶାସନର ଉଲ୍ଲଂଘନ

ଆକାର ପଟେଲ ଏକ ଗଣତାନ୍ତ୍ରିକ ସମାଜ ଭାବରେ ଏହା ଆଶା କରାଯାଏ ଯେ ଭାରତର କର୍ତ୍ତୃପକ୍ଷ ଆଇନର ଶାସନ ପାଳନ କରିବେ। ଏକ ଧାରଣା ବି ରହିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri