ଦଲାଲଙ୍କ ଗିରଫ ଦାବି କଲେ ଦାଦନ

ବ୍ରହ୍ମପୁର ଅଫିସ୍‌,୬ା୧୨- କର୍ନାଟକରୁ ଖସି ଆସିଥିବା ୪୨ ଦାଦନ ଗୁରୁବାର ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ନିକଟରେ ଦଲାଲଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଜଣେ ମୁଖ୍ୟ ଦଲାଲ୍‌ ଏବଂ ତାଙ୍କର ୩ ସହଯୋଗୀ ଏହି ଦାଦନ ଶ୍ରମିକମାନଙ୍କୁ କର୍ନାଟକ ଚାଲାଣ କରିଥିଲେ।
ମାସିକ ୧୩ହଜାର ଟଙ୍କା ଦରମା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଟଙ୍କାଟିଏ ମଧ୍ୟ ମିଳି ନ ଥିଲା। ଏପରିକି ଖାଇବାକୁ ଠିକ୍‌ରେ ଦେଉ ନ ଥିଲେ। ସ୍ଥାନୀୟ ପ୍ରଶାସନର ସହଯୋଗରେ ସେଠାରୁ ଖସି ଆସିଥିଲେ ଏହି ଦାଦନ ଶ୍ରମିକମାନେ। ବୁଧବାର ଶ୍ରମ କମିଶନର୍‌ଙ୍କ ନିକଟରେ ଅଭିଯୋଗ କରିବା ପରେ ଗୁରୁବାର ଡିଆଇଜିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଦଲାଲମାନେ ନାନା ପ୍ରଲୋଭନ ଦେଖାଇ ସେମାନଙ୍କୁ ନିର୍ଯାତନା ଦେଇଛନ୍ତି। କେବଳ ସେମାନେ ନୁହନ୍ତି, ଏହି ଦଲାଲ୍‌ମାନେ ଜିଲାର ବିଭିନ୍ନ ଅଞ୍ଚଳରୁ ଲୋକମାନଙ୍କୁ ବାହାର ରାଜ୍ୟକୁ ପଠାଉଛନ୍ତି । ସେଠାରେ ଶ୍ରମିକମାନେ ନିର୍ଯାତିତ ହେଉଛନ୍ତି। ଏଣୁ ତୁରନ୍ତ ଏହି ଦଲାଲମାନଙ୍କୁ ଗିରଫ କରିବାକୁ ଶ୍ରମିକମାନେ ଡିଆଇଜିଙ୍କ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ଗସ୍ତରେ ମୁଖ୍ୟମନ୍ତ୍ରୀ: ବାଣ୍ଟିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ

ଗଜପତି,୪ା୧୦(ଡି.ଏନ୍‌.ଏ.): ଆଜି ଗଜପତି ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି। ଗଜପତିର ୧ ଲକ୍ଷ ୩୭...

ପ୍ରେମିକ ମା’ଙ୍କ କଟୁ କଥା ସହି ନ ପାରି ଘରୁ ଚାଲିଯାଇଥିଲେ ଯୁବତୀ, କୂଅରୁ ଉଦ୍ଧାର ହେଲା ମୃତଦେହ

ଖୋର୍ଦ୍ଧା ଅଫିସ,୨୫।୬: ଖୋର୍ଦ୍ଧା ଟାଉନ ଅନ୍ତର୍ଗତ ଜରିପୁଟ ସ୍କୁଲ କ୍ୟାମ୍ପସରେ ଥିବା କୂଅରୁ ପୋଲିସ ଗୁରୁବାର ଜଣେ ଯୁବତୀ ଙ୍କ ମୃତଦେହ ଉଦ୍ଧାର କରିଛି। ସେ...

ପୋଲିସ କ୍ୟାଣ୍ଟିନ୍‌ରେ ବଳାତ୍କାର ଶିକାର ମହିଳାଙ୍କ ମୃତ୍ୟୁ

ମାଲକାନଗିରି,୧୩ା୫(ଡି.ଏନ୍‌.ଏ.): ମାଲକାନଗିିରି ଜିଲା ସଦର ମହକୁମାସ୍ଥିତ ପୋଲିସ କ୍ୟାଣ୍ଟିିନ୍‌ରେ କାମ କରୁଥିବା ଜଣେ ଆଦିବାସୀ ମହିଳା ବଳାତ୍କାରର ଶିକାର ହୋଇଥିଲେ। ମଙ୍ଗଳବାର ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ...

ଚୋରି ଘଟଣାରେ ୪ଗିରଫ: ସୁନା ଅଳଙ୍କାର, ମାରଣାସ୍ତ୍ର ଜବତ

ହିଞ୍ଜିଳିକାଟୁ,୧୦।୬(ଡି.ଏନ୍‌.ଏ.)- ହିଞ୍ଜିଳି ଥାନା ଅଞ୍ଚଳରେ କିଛିଦିନ ଧରି ବିଭିନ୍ନ ଅଞ୍ଚଳରୁ ବାରମ୍ବାର ଚୋରି ହେଉଥିଲା। ରବିବାର ରାତିରେ ହିଞ୍ଜିଳି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି...

ସୁସ୍ଥ ହେଲେ ୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩।୩ : ଓଡ଼ିଶାରେ ବୁଧବାର ୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୩,୩୪,୭୬୭ରେ ପହଞ୍ଚିଛି।...

ସ୍ବାମୀଙ୍କ ଇକ୍‌ମୋ ଚିକିତ୍ସା ଲାଗି ସ୍ତ୍ରୀ କରିଥିଲେ ଗୁହାରୀ; ହେଲେ ଆଖି ବୁଜିଲେ ଦିବ୍ୟରଞ୍ଜନ

ଆଠଗଡ଼,୧୩।୭(ସ୍ବ.ପ୍ର.): ବିବାହର ମାତ୍ର ବର୍ଷେ ପରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି କଟକର ଦିବ୍ୟରଞ୍ଜନ ବେହେରା। ସ୍ତ୍ରୀ ପ୍ରତିଭା ପ୍ରୀୟଦର୍ଶୀନୀ ଓ ୩ ମାସର ପୁଅକୁ ଏକା...

୭ମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଘଟଣା: ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଜଟଣୀ,୧୪।୩(ଡି.ଏନ.ଏ): ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ୫୮ ବର୍ଷୀୟ ଜଣେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଜଟଣୀ ବ୍ଲକ ଅନ୍ତର୍ଗତ ଏକ ଗ୍ରାମରେ ଥିବା ସରକାରୀ...

ପୂର୍ବତନ ଉପବାଚସ୍ପତି ଗୁରୁତର

ମାଲକାନଗିରି,୩୦ା୬: ପୂର୍ବତନ ଉପ ବାଚସ୍ପତି ତଥା ମାଲକାନଗିରି ଜିଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରହଲ୍ଲାଦ ଦୋରା ମଙ୍ଗଳବାର ରାତିରେ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ...

Advertisement
Archives

Model This Week