ଦରମାରେ ପାଠାଗାର ପାଇଁ ଗୀତା କିଣିଥିଲି

ସାମାଜିକ କର୍ମୀ ତଥା ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରର ପ୍ରତିଷ୍ଠାତା ସଞ୍ଜୟ ସାହୁ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଦୁରୁଦୁରା ଗାଁରେ ମୋ ଜନ୍ମ। ଦୁରୁଦୁରା ଉଚ୍ଚ ବିଦ୍ୟାଳୟରୁ ୨୦୦୪ରେ ମାଟ୍ରିକ୍‌ ପାସ୍‌ କରି କବି ଯଦୁମଣି ସଂସ୍କୃତ ମହାବିଦ୍ୟାଳୟରେ ସଂସ୍କୃତରେ ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ପଢିଥିଲି। ସ୍କୁଲ୍‌ ପଢାବେଳୁ ବିଭିନ୍ନ ଖବରକାଗଜରୁ ଐତିହ୍ୟ, ସଂସ୍କୃତି, ପରମ୍ପରା ସମ୍ପର୍କିତ ଲେଖା, ପଶୁପକ୍ଷୀ ଉପରେ ପ୍ରକାଶ ପାଉଥିବା ବିଭିନ୍ନ କୌତୁକିଆ ବିଷୟ ଏବଂ କୁଇଜ୍‌ ଇତ୍ୟାଦିକୁ କାଟି ରଖିବାର ଏକ ନିଆରା ଅଭ୍ୟାସ ମୋର ଆରମ୍ଭ ହୋଇଥିଲା। ସେହିପରି ବୋଉ ପାଖରୁ କେତୋଟି ବିଶିଷ୍ଟ ବ୍ୟକ୍ତିଙ୍କ ମୁଣ୍ଡ ଚିହ୍ନ ଥିବା ମୁଦ୍ରା ପାଇବା ପରେ ବିରଳ ମୁଦ୍ରା ସଂଗ୍ରହ କରିବାର ନିଶା ମୋତେ ଘାରିଲା। କ୍ରମେ ବିଭିନ୍ନ ପ୍ରକାର ଦିଆସିଲି ଖୋଳ, ଡାକଟିକଟ, ଖବରକାଗଜ, ମାଗାଜିନ୍‌ ଇତ୍ୟାଦି ସଂଗ୍ରହ କଲି। ମୋର ଏହି ଅଭ୍ୟାସ ବିଷୟରେ କ୍ରମେ ଆମର ପଡ଼ୋଶୀ, ମୋ ସାଙ୍ଗସାଥୀ ଓ ଶିକ୍ଷକମାନେ ଜାଣିଲେ ଆଉ ଆବଶ୍ୟକସ୍ଥଳେ ମୋତେ ଏସବୁ ସଂଗ୍ରହ କରିବାରେ ସାହାଯ୍ୟ ବି କଲେ। ଧୀରେ ଧୀରେ ମୋ ପାଖରେ ସଂଗୃହିତ ଜିନିଷର ମାତ୍ରା ବୃଦ୍ଧି ପାଇବାରୁ ମୁଁ ଏକ ସଂଗ୍ରହାଳୟ ଗଢ଼ିବାକୁ ଚିନ୍ତା କରି ୨୦୦୯ରେ ଆମ ଘରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ନାମରେ ଏକ ଅନୁଷ୍ଠାନ ପ୍ରତିଷ୍ଠା କଲି। ଏହି ଅନୁଷ୍ଠାନଟି ଗଢିବା ପରେ ମୋତେ ଏକ ନିଆରା ପରିଚିତି ମିଳିଲା। ଆଖପାଖର ଲୋକେ ସଂଗ୍ରହାଳୟକୁ ବୁଲି ଆସିଲେ। ଏପରି କି ଯଦି କୌଣସି ବ୍ୟକ୍ତିଙ୍କୁ ସଂଗ୍ରହାଳୟରେ ରଖିବା ଭଳି କିଛି ବି ଜିନିଷ ମିଳୁଥିଲା, ସେମାନେ ଆଣି ମୋତେ ଦେଉଥିଲେ। ତା’ସହିତ ମୁଁ ବି ବିଭିନ୍ନ ଆଡେ ବୁଲି ଜିନିଷ ସଂଗ୍ରହ କରୁଥିଲି। ଜାଣି ଆଶ୍ଚର୍ଯ୍ୟ ହେବେ, ମୋ ସଂଗ୍ରହାଳୟରେ ସ୍ଥାନ ପାଇଥିବା ଅନେକ ଜିନିଷକୁ ମୁଁ ବିଭିନ୍ନ ଅଳିଆ ଗୋଦାମରୁ ଗୋଟେଇ ଆଣି ସାଇତି ରଖିଛି। ଏଥିପାଇଁ ମୋତେ ଅନେକ ଟାହିଟାପରା ବି ଶୁଣିବାକୁ ପଡିଛି। ହେଲେ ସେସବୁକୁ ମୁଁ କେବେ ମନକୁ ନେଇନି କି ଦୁଃଖ ବି କରିନି। ବରଂ ଏହାକୁ ମୋ ଜୀବନର ଏକ ଲକ୍ଷ୍ୟ ଭାବି ଆଗେଇ ଚାଲିଲି। କେବଳ ସଂଗ୍ରହାଳୟ କଥା ନୁହେଁ ବିଭିନ୍ନ ପ୍ରକାରର ସମାଜମଙ୍ଗଳ କାମରେ ବି ନିଜକୁ ହଜାଇଦେଲି। କାହାର ରକ୍ତ ଦରକାର, କାହାକୁ ଡାକ୍ତରଖାନା ନିଆହେବ, କେଉଁଠି ଗଛ ଲଗାହେବ, କେଉଁଠି ପୋଖରୀ ସଫା ହେବ, ଆହତ ପଶୁପକ୍ଷୀଙ୍କୁ କେମିତି ଚିକିତ୍ସା କରାହେବ ଇତ୍ୟାଦି କାମ କରୁକରୁ କେମିତି ସମୟ ଅତିବାହିତ ହୋଇଯାଉଥିଲା ନିଜେ ବି ଜାଣି ପାରୁ ନ ଥିଲି। ଘରର ବଡ଼ପୁଅ ହୋଇ ବି ଘରର ଦାୟିତ୍ୱ କିଛି ନେଇପାରୁ ନ ଥିଲି। ଏପଟେ ବାପାବୋଉଙ୍କୁ କଷ୍ଟ ଲାଗୁଥିଲେ ବି ମୋର ଏମିତି ପରୋପକାର କାମକୁ ଦେଖି ସେମାନେ ମୋତେ କିଛି କହି ପାରୁ ନ ଥିଲେ। ତା’ଭିତରେ ମୋ ବାହାଘର ଠିକ୍‌ ହୋଇଗଲା। ତେଣୁ ବାଧ୍ୟ ହୋଇ ଏକ ଘରୋଇ ବ୍ୟାଙ୍କରେ ଫିଲ୍‌ଡ ଅଫିସର୍‌ ଭାବେ ଚାକିରି କଲି। ସେଠାରୁ ପ୍ରଥମ ମାସ ଯେଉଁ ଦରମା ପାଇଲି, ସେଥିରେ ବୋଉ ପାଇଁ ବ୍ରହ୍ମପୁରୀ ଲୁଗା, ବାପାଙ୍କ ପାଇଁ ଲୁଙ୍ଗି ଏବଂ ପାଠାଗାରରେ ରଖିବା ପାଇଁ ଶ୍ରୀମଦ ଭଗବଦ୍‌ ଗୀତା କିଣି ଆଣିଥିଲି। ବାପା, ବୋଉ ବହୁତ ଖୁସି ହୋଇଥିଲେ। ଆଉ ତାଙ୍କ ଆଶୀର୍ବାଦରୁ ଏବେ ଚାକିରି କ୍ଷେତ୍ରରେ ଉନ୍ନତି କରି ଭଞ୍ଜନଗରରେ ରିଲେଶନ୍‌ଶିପ୍‌ ମ୍ୟାନେଜର ଭାବେ କାର୍ଯ୍ୟ କରିବା ସହ ସଂଗ୍ରହାଳୟରେ ଆହୁରି ଅନେକ ବିରଳ ଜିନିଷ ସାଇତି ରଖିସାରିଲିଣି। ଯେମିତିକି ପଟଚିତ୍ର ହୋଇଥିବା ତାଳପତ୍ର ପୋଥି, ବିଭିନ୍ନ ଦେଶବିଦେଶର ଖବରକାଗଜ, ଦେଶବିଦେଶର ମୁଦ୍ରା, ୧୨୦ ପ୍ରକାରର ଧାନ, ଆଦିବାସୀମାନେ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର ମାଟିରେ ତିଆରି ଅଳଙ୍କାର ଓ ନିତ୍ୟ ବ୍ୟବହୃତ ସାମଗ୍ରୀ, ବିଭିନ୍ନ ପ୍ରକାର ଖଣିଜ ପଦାର୍ଥ, ଭାସମାନ ପଥର, ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ବ୍ୟବହୃତ ବ୍ୟାଗ୍‌ ଓ ବସ୍ତ୍ର, ବିଭିନ୍ନ ପ୍ରକାରର ମାଗାଜିନ୍‌, ଓଡ଼ିଶାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବାର୍ଷିକ ପତ୍ରିକା, ବିଭିନ୍ନ ପ୍ରକାର ଆୟୁର୍ବେଦିକ ଚେରମୂଳି ସାମଗ୍ରୀ ଇତ୍ୟାଦି ଅନ୍ୟତମ। ତା’ସହିତ ଆଗକୁ ଉକ୍ତ ସଂଗ୍ରହାଳୟକୁ ଆହୁରି ବଡ଼ କରି ଗଢ଼ିବାକୁ ଯୋଜନା ମଧ୍ୟ କରୁଛି। ସେହିପରି ରକ୍ତଦାନ ଶିବିରର ଆୟୋଜନ କରିବା, ଆହତ ପଶୁପକ୍ଷୀଙ୍କର ଚିକିତ୍ସା କରାଇବା, ସ୍ବଚ୍ଛଭାରତ ଅଭିଯାନରେ ସାମିଲ ହେବା, ବୃକ୍ଷରୋପଣ କରିବା, ଘରଚଟିଆ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି କରିବା ଇତ୍ୟାଦି କାର୍ଯ୍ୟରେ ନିଜକୁ ସାମିଲ କରି ଆତ୍ମସନ୍ତୋଷ ବି ଲାଭ କରିପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀଙ୍କ ଡ୍ୟାନ୍ସ ଦେଖି ପ୍ରଶଂସକ କହିଲେ…

ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ ତାଙ୍କର ବୋଲ୍ଡନେସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। ଏବେ ଇନଷ୍ଟାଗ୍ରାମରେ ଏକ ବୋଲ୍ଡ ଭିଡିଓ ଶେୟାର କରି ପୁଣି ଚର୍ଚ୍ଚାକୁ...

ପୁଅଙ୍କ ଉପସ୍ଥିତିରେ ପୁଣି ବିବାହ କରିବେ ଏହି ଅଭିନେତ୍ରୀ

ବମ୍ବେ: ପୁଣି ଥରେ ବାହା ହେବାକୁ ଯାଉଛନ୍ତି ଅଭିନେତ୍ରୀ ପୂଜା ବାନାର୍ଜୀ। ଗତ ବର୍ଷ ମାର୍ଚ୍ଚରେ ପ୍ରେମିକ କୁନାଲ ବର୍ମାଙ୍କୁ ସେ କୋର୍ଟରେ ବିବାହ କରିଥିଲେ।...

ସୋନୁ ସୁଦଙ୍କ ଉପରେ ସ୍କୁଲ ପ୍ରୋଜେକ୍ଟ ତିଆରିକଲେ ଏହି ଅଭିନେତ୍ରୀଙ୍କ ପୁଅ

ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ଲୋକଙ୍କ ପାଇଁ ରିୟଲ ହିରୋ ପାଲଟିଛନ୍ତି। କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସହାୟତା...

ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି ରିହାନା

ପ୍ରସିଦ୍ଧ ଗାୟିକା ରିହାନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ରିହାନା ତାଙ୍କ ଗର୍ଭଧାରଣକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ନିକଟରେ ସେ ତାଙ୍କ ପ୍ରେମିକ ତଥା...

୨୦୨୨ରେ ଆସିବେ ଜୁନିଅର୍‌ ଧିର୍‌

ମୁମ୍ବାଇ: ଟେଲି ଅଭିନେତ୍ରୀ କ୍ରାତିକା ସାଙ୍ଗର ଏକ ଖୁସି ଖବର ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ଖୁବ୍‌ ଶୀଘ୍ର ତାଙ୍କ ଘରକୁ ଏକ ନୂଆ ଅତିଥି ଆସିବ।...

ନାଗା-ସାମନ୍ଥାଙ୍କ ବିଚ୍ଛେଦର କାରଣ ଏହି ବ୍ୟକ୍ତି!

ହାଇଦ୍ରାବାଦ: ସୁପରଷ୍ଟାର ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ବିବାହର ୪ ବର୍ଷ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଉଭୟ...

କ୍ଷମା ମାଗିଲେ ହେମା !

ମୁମ୍ବାଇ: ବଲିଉଡ୍‌ ଡ୍ରିମ ଗର୍ଲ ଏବେ ଖୁବ୍‌ ଚର୍ଚ୍ଚାରେ। ନିକଟରେ କେତେଜଣ ସୋସିଆଲ ମିଡିଆ ୟୁଜର୍ସ ଏକ ବିଜ୍ଞାପନକୁ ନେଇ ହେମାଙ୍କୁ ଟ୍ରୋଲ୍‌ କରିବା ପରେ...

ଛୁଟି କଟାଇବା ପାଇଁ ଲଣ୍ଡନରେ ପହଞ୍ଚିଲେ ଆଲିଆ-ରଣବୀର

ବଲିଉଡରେ ଆଜିକାଲି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସର୍ମ୍ପକଙ୍କୁ ନେଇ ବେଶ ଚର୍ଚ୍ଚା। ଦୁହିଁଙ୍କ ପ୍ରେମ ସମ୍ପର୍କ କାହାକୁ ଅଛପା ମଧ୍ୟ ନାହିଁ। ଏବେ...

Advertisement
Archives

Model This Week