ଥାଲାସେମିଆ ଶିଶୁଙ୍କ ଜୀବନ ସହ ଖେଳ

କଟକ ଅଫିସ,୨୪ା୧୧: ଥାଲାସେମିଆ ରୋଗରେ ଆକ୍ରାନ୍ତ ଶିଶୁଙ୍କ ଜୀବନ ପ୍ରତି ଏବେ ଘୋର ବିପଦ। ବିପଦ ପୁଣି ସ୍ବାସ୍ଥ୍ୟ ବିଭାଗ ଆଡୁ ସୃଷ୍ଟି ହୋଇଛି। ଏହି ଶିଶୁମାନଙ୍କୁ ନିୟମିତ ରକ୍ତ ଦିଆ ନ ଗଲେ ସେମାନଙ୍କ ମୃତ୍ୟୁ ଘଟିବ। କିନ୍ତୁ ଏବେ ରକ୍ତ ନେଇ ସେମାନେ ମୃତ୍ୟୁମୁଖରେ ପଡୁଛନ୍ତି। ବିଶେଷକରି ରକ୍ତ ନେବା ପରେ ଏହି ଶିଶୁମାନେ ପ୍ରାଣଘାତି ଏଚ୍‌ଆଇଭି ଓ ହେପାଟାଇଟିସ୍‌ ସି, ବି ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଓଡ଼ିଶା ଥାଲାସେମିଆ କେୟାର ସୋସାଇଟି ପକ୍ଷରୁ ଏଭଳି ସଙ୍ଗିନ ଅଭିଯୋଗ ହୋଇଛି।
ସୋସାଇଟି ସମ୍ପାଦକ ନିରାକାର ପଣ୍ଡା କହିଛନ୍ତି, ୧୦ ବର୍ଷ ମଧ୍ୟରେ ଆମ ଜାଣିବାରେ ରକ୍ତଭଣ୍ଡାରରୁ ରକ୍ତ ନେଇ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁଙ୍କ ଘର ଚୌଦ୍ୱାର, ଯାଜପୁର ଓ ଭୁବନେଶ୍ୱର ଅଞ୍ଚଳରେ। ୨୦୦୯ରେ ଭୁବନେଶ୍ୱର ବିଏମ୍‌ସି ହସ୍ପିଟାଲରେ ୨ ଜଣ, ୨୦୧୩ରେ ଚୌଦ୍ୱାର ଅଞ୍ଚଳର ୬ ବର୍ଷର ଜଣେ ଶିଶୁ ଓ ଏହାର କିଛିଦିନ ପରେ ଯାଜପୁର ଅଞ୍ଚଳର ଜଣେ ୭ ବର୍ଷର ଶିଶୁଙ୍କର ମୃତ୍ୟୁ ଘଟିଥିବା ପଣ୍ଡା କହିଛନ୍ତି। ଜଗତ୍‌ସିଂହପୁର ଅଞ୍ଚଳର ଜଣେ ୧୪ ବର୍ଷର ନାବାଳକ ରକ୍ତଭଣ୍ଡାରରୁ ରକ୍ତ ନେଇ ଏଚ୍‌ଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କର ଏବେ ଚିକିତ୍ସା ଚାଲିଥିବା ପଣ୍ଡା କହିଛନ୍ତି। ବର୍ତ୍ତମାନ ପାଖାପାଖି ୭ଜଣ ଶିଶୁ ଏଚ୍‌ଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମାଆବାପା ଏଚ୍‌ଆଇଭି ନେଗେଟିଭ ଥିବାବେଳେ ସେମାନେ ଏଚ୍‌ଆଇଭି ପଜିଟିଭ ଚିହ୍ନ ହେବା ଚିନ୍ତାର ପ୍ରସଙ୍ଗ ହୋଇଛି। ଏପରି କି ଥାଲାସେମିଆରେ ଆକ୍ରାନ୍ତ ନିଜ ପୁଅ ରକ୍ତଭଣ୍ଡାରରୁ ରକ୍ତ ନେଇ ହେପାଟାଇଟିସ୍‌ ସି ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଥିବା ପଣ୍ଡା କହିଛନ୍ତି। ବାଲେଶ୍ୱର ଅଞ୍ଚଳରେ ପାଖାପାଖି ୭୦ ଜଣ ଥାଲାସେମିଆ ରୋଗରେ ଆକ୍ରାନ୍ତ ଶିଶୁ ରକ୍ତଭଣ୍ଡାରରୁ ରକ୍ତ ନେଇ ଏଚ୍‌ଆଇଭି, ହେପାଟାଇଟିସ ସି’ରେ ଆକ୍ରାନ୍ତ ହୋଇଥିବା ଭଳି ସମ୍ବେଦନଶୀଳ ଖବର ଅଧିକ ଚିନ୍ତା ବଢାଇଛି। ସୂଚନାଥାଉ କି, ରାଜ୍ୟରେ ମୋଟ୍‌ ୨୫ହଜାର ଶିଶୁ ଥାଲାସେମିଆରେ ଆକ୍ରାନ୍ତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ପ୍ରତି ସପ୍ତାହରେ ରକ୍ତ ନେଉଥିବାବେଳେ ଆଉ କେତେଜଣ ୧୫ ଦିନ ଓ ୧ ମାସରେ ରକ୍ତ ନେଉଛନ୍ତି। ମାତ୍ର ରକ୍ତ ଭଣ୍ଡାରର ସ୍ଥିତି ଏବେ ଏହିପରି ରହିଛି। ମୁଖ୍ୟତଃ ନାଟ୍‌ ପିସିଆର୍‌ (ନ୍ୟୁକ୍ଲିକ ଏସିଡ୍‌ ଟେଷ୍ଟିଂ ପଲିମରାସ୍‌ ଚେନ୍‌ ରିଆକ୍ସନ) ମେଶିନ ନ ଥିବାରୁ ଏଭଳି ଅବସ୍ଥା ଉପୁଜିଛି। କାରଣ ବିଭିନ୍ନ ସମୟରେ ସଂଗ୍ରହ କରାଯାଉଥିବା ରକ୍ତରେ ଏହି ମାରାତ୍ମକ ଭୂତାଣୁଗୁଡିକୁ ନାଟ୍‌ ପିସିଆର୍‌ ମେଶିନ ଦ୍ୱାରା ଚିହ୍ନଟ କରାଯାଇଥାଏ। ମାତ୍ର ରାଜ୍ୟର ୩ଟି ମେଡିକାଲ କଲେଜ ସମେତ କ୍ୟାପିଟାଲ ହସ୍ପିଟାଲରେ ଏହି ବ୍ୟବସ୍ଥା ଥିବାବେଳେ ବାକି ଅଞ୍ଚଳଗୁଡ଼ିକରେ ଅନ୍ଧାରୁଆ ଭାବେ ସଂଗୃହୀତ ରକ୍ତକୁ ଥାଲାସେମିଆ ରୋଗୀମାନଙ୍କୁ ପ୍ରଦାନ କରାଯାଉଛି। ଯଦ୍ଦ୍ବାରା ସେମାନେ ଜୀବନ ବଞ୍ଚାଇବା ପାଇଁ ରକ୍ତ ନେଇ ଜୀବନ ହରାଉଛନ୍ତି। ଉଦାହରଣ ଭାବେ ଦେଖିଲେ ଗତବର୍ଷ ଏସ୍‌ସିବି ମେଡିକାଲରେ ମୋଟ୍‌ ୪୭ହଜାର ୟୁନିଟ୍‌ ରକ୍ତକୁ ନାଟ୍‌ ପିସିଆର୍‌ ମାଧ୍ୟମରେ ପରୀକ୍ଷା କରାଯାଇଥିଲା। ସେଥିରୁ ୧୧୭ ୟୁନିଟ୍‌ ରକ୍ତରେ ଏଚ୍‌ଆଇଭି ଓ ହେପାଟାଇଟିସ ଭୂତାଣୁ ଚିହ୍ନଟ ହୋଇଥିଲା। ଏଥିରୁ ପ୍ରମାଣ ମିଳୁଛି ଯେ, ରାଜ୍ୟର ଅନ୍ୟ ବ୍ଲଡ୍‌ ବ୍ୟାଙ୍କଗୁଡ଼ିକରେ

କେତେମାତ୍ରାରେ ଭୂତାଣୁଯୁକ୍ତ ରକ୍ତ ଭରି ରହିଛି ଓ ଉକ୍ତ ରକ୍ତକୁ ଥାଲାସେମିଆ ଶିଶୁମାନଙ୍କୁ ପ୍ରଦାନ କରାଯାଉଛି। ମୁଖ୍ୟତଃ ବାଲେଶ୍ୱର, କୋରାପୁଟ, ଯାଜପୁର, କେନ୍ଦୁଝର, ବାରିପଦା ଆଦି ଅଞ୍ଚଳରେ ଥାଲାସେମିଆ ଶିଶୁମାନଙ୍କ ସଂଖ୍ୟା ଅଧିକ। ମାତ୍ର ଏହିସବୁ ଅଞ୍ଚଳରେ ନାଟ୍‌ ପିସିଆର ମେଶିନ ନ ଥିବାରୁ ଭୟଙ୍କର ଅବସ୍ଥା ଉପୁଜିଛି। ଏ ସମ୍ପର୍କରେ ଏସ୍‌ସିବି ମେଡିକାଲର ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗର ମୁଖ୍ୟ ପ୍ରଫେସର ଡା. ପଙ୍କଜ ପରିଡ଼ା କୁହନ୍ତି, ସରକାରଙ୍କ ବିନା ନିର୍ଦ୍ଦେଶରେ ଆମେ ଗଣମାଧ୍ୟମକୁ କୌଣସି ସୂଚନା ଦେଇପାରିବୁ ନାହିଁ। ଅପରପକ୍ଷରେ ରାଜ୍ୟ ରୋଗୀ ଅଧିକାର ମଞ୍ଚର ସଭାପତି ଅମିୟ ଭୂଷଣ ବିଶ୍ୱାଳ କୁହନ୍ତି, ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆମେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛୁ, ହେଲେ କୌଣସି ସୁଫଳ ମିଳିନାହିଁି। ଏସ୍‌ସିବି ରକ୍ତ ରୋଗ ବିଭାଗର ଜଣେ ଡାକ୍ତରଙ୍କ କହିବା ଅନୁଯାୟୀ, ଯଦି ସରକାର ନାଟ୍‌ ପିସିଆର୍‌ ମେଶିନ କିଣିବାରେ ଅସମର୍ଥ ହେଉଛନ୍ତି ତେବେ ଚତୁର୍ଥ ଜେନେରେଶନର ଏଲିସା ମେଶିନ ବ୍ଲଡ ବ୍ୟାଙ୍କଗୁଡିକରେ ରଖିଲେ ଏହା ରୋଗୀଙ୍କୁ ସୁରକ୍ଷିତ ରକ୍ତ ଦେବାରେ ସମର୍ଥ ହୋଇପାରିବ ବୋଲି କହିଛନ୍ତି।

ନିର୍ମଳ ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri