ଥାଲାସେମିଆ ଶିଶୁଙ୍କ ଜୀବନ ସହ ଖେଳ

କଟକ ଅଫିସ,୨୪ା୧୧: ଥାଲାସେମିଆ ରୋଗରେ ଆକ୍ରାନ୍ତ ଶିଶୁଙ୍କ ଜୀବନ ପ୍ରତି ଏବେ ଘୋର ବିପଦ। ବିପଦ ପୁଣି ସ୍ବାସ୍ଥ୍ୟ ବିଭାଗ ଆଡୁ ସୃଷ୍ଟି ହୋଇଛି। ଏହି ଶିଶୁମାନଙ୍କୁ ନିୟମିତ ରକ୍ତ ଦିଆ ନ ଗଲେ ସେମାନଙ୍କ ମୃତ୍ୟୁ ଘଟିବ। କିନ୍ତୁ ଏବେ ରକ୍ତ ନେଇ ସେମାନେ ମୃତ୍ୟୁମୁଖରେ ପଡୁଛନ୍ତି। ବିଶେଷକରି ରକ୍ତ ନେବା ପରେ ଏହି ଶିଶୁମାନେ ପ୍ରାଣଘାତି ଏଚ୍‌ଆଇଭି ଓ ହେପାଟାଇଟିସ୍‌ ସି, ବି ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଓଡ଼ିଶା ଥାଲାସେମିଆ କେୟାର ସୋସାଇଟି ପକ୍ଷରୁ ଏଭଳି ସଙ୍ଗିନ ଅଭିଯୋଗ ହୋଇଛି।
ସୋସାଇଟି ସମ୍ପାଦକ ନିରାକାର ପଣ୍ଡା କହିଛନ୍ତି, ୧୦ ବର୍ଷ ମଧ୍ୟରେ ଆମ ଜାଣିବାରେ ରକ୍ତଭଣ୍ଡାରରୁ ରକ୍ତ ନେଇ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁଙ୍କ ଘର ଚୌଦ୍ୱାର, ଯାଜପୁର ଓ ଭୁବନେଶ୍ୱର ଅଞ୍ଚଳରେ। ୨୦୦୯ରେ ଭୁବନେଶ୍ୱର ବିଏମ୍‌ସି ହସ୍ପିଟାଲରେ ୨ ଜଣ, ୨୦୧୩ରେ ଚୌଦ୍ୱାର ଅଞ୍ଚଳର ୬ ବର୍ଷର ଜଣେ ଶିଶୁ ଓ ଏହାର କିଛିଦିନ ପରେ ଯାଜପୁର ଅଞ୍ଚଳର ଜଣେ ୭ ବର୍ଷର ଶିଶୁଙ୍କର ମୃତ୍ୟୁ ଘଟିଥିବା ପଣ୍ଡା କହିଛନ୍ତି। ଜଗତ୍‌ସିଂହପୁର ଅଞ୍ଚଳର ଜଣେ ୧୪ ବର୍ଷର ନାବାଳକ ରକ୍ତଭଣ୍ଡାରରୁ ରକ୍ତ ନେଇ ଏଚ୍‌ଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କର ଏବେ ଚିକିତ୍ସା ଚାଲିଥିବା ପଣ୍ଡା କହିଛନ୍ତି। ବର୍ତ୍ତମାନ ପାଖାପାଖି ୭ଜଣ ଶିଶୁ ଏଚ୍‌ଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମାଆବାପା ଏଚ୍‌ଆଇଭି ନେଗେଟିଭ ଥିବାବେଳେ ସେମାନେ ଏଚ୍‌ଆଇଭି ପଜିଟିଭ ଚିହ୍ନ ହେବା ଚିନ୍ତାର ପ୍ରସଙ୍ଗ ହୋଇଛି। ଏପରି କି ଥାଲାସେମିଆରେ ଆକ୍ରାନ୍ତ ନିଜ ପୁଅ ରକ୍ତଭଣ୍ଡାରରୁ ରକ୍ତ ନେଇ ହେପାଟାଇଟିସ୍‌ ସି ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଥିବା ପଣ୍ଡା କହିଛନ୍ତି। ବାଲେଶ୍ୱର ଅଞ୍ଚଳରେ ପାଖାପାଖି ୭୦ ଜଣ ଥାଲାସେମିଆ ରୋଗରେ ଆକ୍ରାନ୍ତ ଶିଶୁ ରକ୍ତଭଣ୍ଡାରରୁ ରକ୍ତ ନେଇ ଏଚ୍‌ଆଇଭି, ହେପାଟାଇଟିସ ସି’ରେ ଆକ୍ରାନ୍ତ ହୋଇଥିବା ଭଳି ସମ୍ବେଦନଶୀଳ ଖବର ଅଧିକ ଚିନ୍ତା ବଢାଇଛି। ସୂଚନାଥାଉ କି, ରାଜ୍ୟରେ ମୋଟ୍‌ ୨୫ହଜାର ଶିଶୁ ଥାଲାସେମିଆରେ ଆକ୍ରାନ୍ତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ପ୍ରତି ସପ୍ତାହରେ ରକ୍ତ ନେଉଥିବାବେଳେ ଆଉ କେତେଜଣ ୧୫ ଦିନ ଓ ୧ ମାସରେ ରକ୍ତ ନେଉଛନ୍ତି। ମାତ୍ର ରକ୍ତ ଭଣ୍ଡାରର ସ୍ଥିତି ଏବେ ଏହିପରି ରହିଛି। ମୁଖ୍ୟତଃ ନାଟ୍‌ ପିସିଆର୍‌ (ନ୍ୟୁକ୍ଲିକ ଏସିଡ୍‌ ଟେଷ୍ଟିଂ ପଲିମରାସ୍‌ ଚେନ୍‌ ରିଆକ୍ସନ) ମେଶିନ ନ ଥିବାରୁ ଏଭଳି ଅବସ୍ଥା ଉପୁଜିଛି। କାରଣ ବିଭିନ୍ନ ସମୟରେ ସଂଗ୍ରହ କରାଯାଉଥିବା ରକ୍ତରେ ଏହି ମାରାତ୍ମକ ଭୂତାଣୁଗୁଡିକୁ ନାଟ୍‌ ପିସିଆର୍‌ ମେଶିନ ଦ୍ୱାରା ଚିହ୍ନଟ କରାଯାଇଥାଏ। ମାତ୍ର ରାଜ୍ୟର ୩ଟି ମେଡିକାଲ କଲେଜ ସମେତ କ୍ୟାପିଟାଲ ହସ୍ପିଟାଲରେ ଏହି ବ୍ୟବସ୍ଥା ଥିବାବେଳେ ବାକି ଅଞ୍ଚଳଗୁଡ଼ିକରେ ଅନ୍ଧାରୁଆ ଭାବେ ସଂଗୃହୀତ ରକ୍ତକୁ ଥାଲାସେମିଆ ରୋଗୀମାନଙ୍କୁ ପ୍ରଦାନ କରାଯାଉଛି। ଯଦ୍ଦ୍ବାରା ସେମାନେ ଜୀବନ ବଞ୍ଚାଇବା ପାଇଁ ରକ୍ତ ନେଇ ଜୀବନ ହରାଉଛନ୍ତି। ଉଦାହରଣ ଭାବେ ଦେଖିଲେ ଗତବର୍ଷ ଏସ୍‌ସିବି ମେଡିକାଲରେ ମୋଟ୍‌ ୪୭ହଜାର ୟୁନିଟ୍‌ ରକ୍ତକୁ ନାଟ୍‌ ପିସିଆର୍‌ ମାଧ୍ୟମରେ ପରୀକ୍ଷା କରାଯାଇଥିଲା। ସେଥିରୁ ୧୧୭ ୟୁନିଟ୍‌ ରକ୍ତରେ ଏଚ୍‌ଆଇଭି ଓ ହେପାଟାଇଟିସ ଭୂତାଣୁ ଚିହ୍ନଟ ହୋଇଥିଲା। ଏଥିରୁ ପ୍ରମାଣ ମିଳୁଛି ଯେ, ରାଜ୍ୟର ଅନ୍ୟ ବ୍ଲଡ୍‌ ବ୍ୟାଙ୍କଗୁଡ଼ିକରେ

କେତେମାତ୍ରାରେ ଭୂତାଣୁଯୁକ୍ତ ରକ୍ତ ଭରି ରହିଛି ଓ ଉକ୍ତ ରକ୍ତକୁ ଥାଲାସେମିଆ ଶିଶୁମାନଙ୍କୁ ପ୍ରଦାନ କରାଯାଉଛି। ମୁଖ୍ୟତଃ ବାଲେଶ୍ୱର, କୋରାପୁଟ, ଯାଜପୁର, କେନ୍ଦୁଝର, ବାରିପଦା ଆଦି ଅଞ୍ଚଳରେ ଥାଲାସେମିଆ ଶିଶୁମାନଙ୍କ ସଂଖ୍ୟା ଅଧିକ। ମାତ୍ର ଏହିସବୁ ଅଞ୍ଚଳରେ ନାଟ୍‌ ପିସିଆର ମେଶିନ ନ ଥିବାରୁ ଭୟଙ୍କର ଅବସ୍ଥା ଉପୁଜିଛି। ଏ ସମ୍ପର୍କରେ ଏସ୍‌ସିବି ମେଡିକାଲର ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗର ମୁଖ୍ୟ ପ୍ରଫେସର ଡା. ପଙ୍କଜ ପରିଡ଼ା କୁହନ୍ତି, ସରକାରଙ୍କ ବିନା ନିର୍ଦ୍ଦେଶରେ ଆମେ ଗଣମାଧ୍ୟମକୁ କୌଣସି ସୂଚନା ଦେଇପାରିବୁ ନାହିଁ। ଅପରପକ୍ଷରେ ରାଜ୍ୟ ରୋଗୀ ଅଧିକାର ମଞ୍ଚର ସଭାପତି ଅମିୟ ଭୂଷଣ ବିଶ୍ୱାଳ କୁହନ୍ତି, ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆମେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛୁ, ହେଲେ କୌଣସି ସୁଫଳ ମିଳିନାହିଁି। ଏସ୍‌ସିବି ରକ୍ତ ରୋଗ ବିଭାଗର ଜଣେ ଡାକ୍ତରଙ୍କ କହିବା ଅନୁଯାୟୀ, ଯଦି ସରକାର ନାଟ୍‌ ପିସିଆର୍‌ ମେଶିନ କିଣିବାରେ ଅସମର୍ଥ ହେଉଛନ୍ତି ତେବେ ଚତୁର୍ଥ ଜେନେରେଶନର ଏଲିସା ମେଶିନ ବ୍ଲଡ ବ୍ୟାଙ୍କଗୁଡିକରେ ରଖିଲେ ଏହା ରୋଗୀଙ୍କୁ ସୁରକ୍ଷିତ ରକ୍ତ ଦେବାରେ ସମର୍ଥ ହୋଇପାରିବ ବୋଲି କହିଛନ୍ତି।

ନିର୍ମଳ ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

କାରକୁ ଧକ୍କା ଦେଲା ଟ୍ରକ: ଜାତୀୟ ରାଜପଥରେ ଘଟିଗଲା…

ଧର୍ମଶାଳା,୫।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ନିକଟରେ ଏକ କାରକୁ ଟ୍ରକ ଧକ୍କା ଦେଇଛି, ଯାହା...

୬ ପରିବାରର ୧୬ ବଖରା ପୋଡି ପାଉଁଶ, ଗୋରୁ-ଛେଳି ଜୀବନ୍ତ ଦଗ୍ଧ

ତିହିଡି଼,୫୧(ସଞ୍ଜିତ ବଳ):ତିହିଡି଼ ତହସିଲ ପୀରହାଟ ଥାନା ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ଛତ୍ରପଦା ଗ୍ରାମର ପଣ୍ଡିତସାହିରେ ରବିବାର ବିଳମ୍ବିତ ରାତିରେ ଭୟବହ ଅଗ୍ନିକାଣ୍ଡ ଘଟିଛି l ଏଥିରେ...

ଭାଜପା ଜିଲା ସଭାପତି ଘୋଷଣା: ରାମଚନ୍ଦ୍ର ମେହେରଙ୍କୁ ବଡ଼ ଦାୟିତ୍ୱ

ସମ୍ବଲପୁର, ୫।୧(ପ୍ରମୋଦ ବହିଦାର): ରାମଚନ୍ଦ୍ର ମେହେର ସମ୍ବଲପୁର ଭାଜପା ଜିଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଫଳରେ ଏହି ପଦବୀକୁ ନେଇ ଦୀର୍ଘ ଦିନରୁ ଲାଗି...

ଖ୍ରୀଷ୍ଟିୟାନା ନାଗଙ୍କୁ ପ୍ରଥମ ଲୋଇସିଂହା ସୁନ୍ଦରୀ ମୁକୁଟ

ଲୋଇସିଂହା,୫ା୧(ସୁଶାନ୍ତ ବାରିକ):ପୌଷ ପୂର୍ଣ୍ଣିମା ଅବସରରେ ବଲାଙ୍ଗୀର ଜିଲା ଲୋଇସିଂହା ଦୁର୍ଗାମଣ୍ଡପରେ ୨ଦିନ ଧରି ଚାଲିଥିବା ୧୬ତମ ଲୋଇସିଂହା ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ...

ଧନୁଯାତ୍ରା କଥା, ବ୍ୟଥା: କାଳ ହେଲା କଂସ, ମଥୁରା ଛାଡ଼ିଲା ହସ୍ତୀ

ବରଗଡ଼,୫ା୧(ପ୍ରେମାନନ୍ଦ ଖମାରୀ):ନୂଆ ସରକାର ଆସିବା ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ନୂଆଁ ପରିକଳ୍ପନା କରାଯାଇଥିଲା। ବିଗତ ବର୍ଷ ତୁଳନାରେ ସାଜସଜ୍ଜା ବହୁଗୁଣିତ...

ଅସ୍ତବ୍ୟସ୍ତ କରୁଛି କୁହୁଡ଼ି: ଯାତାୟାତରେ ସମସ୍ୟା

ଦାରିଙ୍ଗବାଡି, ୫ /୧ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଘନ କୁହୁଡି ଯେମିତି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ସେହିପରି ଜାଡ଼ ମଧ୍ୟ...

୮ରୁ ଶୀତ ମହୋତ୍ସବ: ଯୋଗଦେବେ ଓଡିଶାର ସୁନାମଧନ୍ୟ କଳାକାର

ଦାରିଙ୍ଗବାଡି, ୫।୧ (ଅରୁଣ ସାହୁ ):ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଆସନ୍ତା ୮ରେ ଶୀତ ମହୋତ୍ସବର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା...

ମୁକୁଳା ପଡ଼ିଛି ସୀମାନ୍ତ ଅଞ୍ଚଳ: ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଧାନ ଓଡ଼ିଶାରେ

ବାରିପଦା,୫ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପଖଣ୍ଡ ଜାମଦା ବ୍ଲକ୍‌ ଅଞ୍ଚଳରେ ବେଆଇନଭାବେ ଗଚ୍ଛିତ ଝାଡ଼ଖଣ୍ଡ ରାଜ୍ୟର ୧୧୦୦ ବସ୍ତା ଧାନକୁ ପ୍ରଶାସନ ଜବତ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri