ଥମୁନି ଦାଦନ ଯାତନା

ଠାଣେ/ଗାଜିଆବାଦ,୧୯ା୫: କରୋନା ମୁକାବିଲା ପାଇଁ ଲକ୍‌ଡାଉନ ଅବଧି ବଢ଼ିଚାଲିଥିବାବେଳେ ପ୍ରବାସୀ ଶ୍ରମିକମାନଙ୍କ ଯାତନାର ଅନ୍ତ ହେଉନାହିଁ। କାମଧନ୍ଦା ହରାଇ ଭୋକ ଉପାସରେ ଦୀର୍ଘଦିନ ବିତାଇବା ପରେ ସେମାନେ ଧୈର୍ଯ୍ୟହରା ହୋଇପଡ଼ିଛନ୍ତି। କୌଣସି ପ୍ରକାରେ ନିଜ ଜନ୍ମମାଟିକୁ ଫେରିଯିବା ଲାଗି ସେମାନେ ବ୍ୟଗ୍ର। ସେମାନଙ୍କ ଫେରିବା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍‌ ଓ ବସ୍‌ ବ୍ୟବସ୍ଥା କରାଯାଇଥିଲେ ହେଁ ତାହା ପର୍ଯ୍ୟାପ୍ତ ନୁହେଁ। ତେଣୁ ଅନେକ ଶ୍ରମିକ ଚାଲିଚାଲି କିମ୍ବା ବିପଜ୍ଜନକ ଭାବେ ମାଲବାହୀ ଟ୍ରକ୍‌ ଉପରେ ବସି ଫେରୁଥିବା ଦେଖାଯାଇଛି। ଯେଉଁଠି ବସ୍‌ ସୁବିଧା ମିଳୁଛି ସେଠାରେ ଶ୍ରମିକଙ୍କ ସଂଖ୍ୟା ତୁଳନାରେ ତାହା ନଗଣ୍ୟ। ତେଣୁ କେମିତି ଘରକୁ ଫେରିବେ ସେଥିପାଇଁ ଶ୍ରମିକମାନେ ରାତି ଅଧରୁ ବସ୍‌ଷ୍ଟାଣ୍ଡରେ ଧାଡ଼ି ଲଗାଉଛନ୍ତି। ସାମାଜିକ ଦୂରତ୍ୱ ରକ୍ଷା ଲାଗି ପ୍ରତି ବସ୍‌ରେ ମାତ୍ର ୨୨ ଜଣ ଯାତ୍ରୀଙ୍କୁ ଅନୁମତି ମିଳିଥିବାବେଳେ ଠାଣେ ବସ୍‌ଷ୍ଟାଣ୍ଡରେ ପ୍ରବାସୀ ଶ୍ରମିକମାନେ ୧.୫ କିଲୋମିଟର ଧରି ଲାଇନ ଲଗାଇଛନ୍ତି। ସେମାନେ ରବିବାର ରାତି ୧୦ଟାରୁ ଲାଇନରେ ଛିଡ଼ା ହୋଇଥିବା ଜଣାପଡିଛି।
ଧାଡ଼ି ଅତି ମନ୍ଥର ଗତିରେ ଆଗଉଥିବାରୁ ତାଙ୍କ ପାଳି କେତେବେଳେ ପଡ଼ିବ ବୋଲି ମଧ୍ୟପ୍ରଦେଶର ଜଉନପୁର ଯିବାକୁ ଅପେକ୍ଷା କରିଥିବା ଜଣେ ଶ୍ରମିକ କହିଛନ୍ତି। ବସ୍‌ରେ ଯିବା ପାଇଁ ନାମ ପଞ୍ଜୀକରଣ କଲାବେଳେ ଆଧାର କାର୍ଡ ବିବରଣୀ ଦେବାକୁ ପଡ଼ୁଛି। ବସ୍‌ ବ୍ୟବସ୍ଥା ହୋଇଥିବା ଖବର ପାଇବା ପରେ ସେ ରବିବାର ସନ୍ଧ୍ୟାରୁ ବସ୍‌ଷ୍ଟାଣ୍ଡକୁ ଆସିଥିବା କହିଛନ୍ତି। ରବିବାର ଲକ୍‌ଡାଉନକୁ ଚତୁର୍ଥ ଥର ପାଇଁ ବଢ଼ାଯିବା ପରେ ବହୁସଂଖ୍ୟାରେ ଶ୍ରମିକ ଚାଲି ଚାଲି ଫେରିବା ପାଇଁ ରାସ୍ତାକୁ ଓହ୍ଲାଇଥିବାବେଳେ ଠାଣେ ପୋଲିସ ସେମାନଙ୍କୁ ଅଟକାଇ ବସ୍‌ଷ୍ଟାଣ୍ଡକୁ ଯିବା ଲାଗି ନିର୍ଦ୍ଦେଶ ଦେଉଛି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ଟପିଥିବା ବେଳେ ମୁମ୍ବାଇ ପରେ ଠାଣେ ସର୍ବାଧିକ ସଂକ୍ରମିତ ସହର।
ସେହିପରି ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଘରକୁ ଫେରିବା ପାଇଁ ଉତ୍ତରପ୍ରଦେଶର ଗାଜିଆବାଦରେ ହଜାର ହଜାର ଲୋକ ରୁଣ୍ଡ ହୋଇଛନ୍ତି। ବସ୍‌୍‌ରେ ଯିବା ଲାଗି ପଞ୍ଜୀକରଣ ନିମନ୍ତେ ଗାଜିଆବାଦର ରାମଲୀଳା ମଇଦାନରେ ଶ୍ରମିକମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସାମାଜିକ ଦୂରତ୍ୱ ନିୟମକୁ ସେମାନେ ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି। ବସ୍‌ ସେମାନଙ୍କୁ ଷ୍ଟେଶନ ନେବାପରେ ସେଠାରୁ ସେମାନେ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ବିହାର ଫେରିବେ। କେବଳ ସତର୍କତା ନାଁରେ ଶ୍ରମିକମାନେ ସେମାନଙ୍କ ମୁହଁକୁ କପଡ଼ାରେ ଢାଙ୍କିଥିବା ଦେଖିବାକୁ ମିଳିଛି। ସାମାଜିକ ଦୂରତ୍ୱକୁ ଧ୍ୟାନ ଦିଆଯାଉ ନ ଥିବା ନେଇ ପ୍ରଶ୍ନ ହେବାରୁ ଜଣେ ଶ୍ରମିକ କହିଥିଲେ, ସେ ରୋଗ କ’ଣ ଜାଣନ୍ତି ନାହିଁ, କିନ୍ତୁ ସେ ଭୋକରେ ମରିବାକୁ ଚାହୁଁନାହନ୍ତି। ପ୍ରଶାସନର ପରିଚାଳନାଗତ ତ୍ରୁଟିକୁ ନେଇ ଶ୍ରମିକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କର୍ତ୍ତାରପୁର କରିଡର: ଭାରତ-ପାକିସ୍ତାନ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ,୨୪।୧୦: ଭାରତ ଓ ପାକିସ୍ତାନ କର୍ତ୍ତାରପୁର କରିଡରକୁ ନେଇ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଉଭୟ ଦେଶର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଦିଲ୍ଲୀ କୋର୍ଟ ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଖଲାସ ବ୍ୟକ୍ତିଙ୍କ ନାଁରେ ହତ୍ୟା...

୧୩ରୁ ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡିବ ସ୍ପେଶାଲ ଟ୍ରେନ: ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧୧।୫(ବ୍ୟୁରୋ)-କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ କରାଯାଇଛି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ ପକ୍ଷରୁ ସମସ୍ତ ଟ୍ରନ ଚଳଚଳକୁ ବନ୍ଦ...

ଗଙ୍ଗୋତ୍ରୀରେ ବିଯୁକ୍ତ ୩ ଡିଗ୍ରୀ

ଡେରାଡୁନ, ୧୩।୧: ଉତ୍ତରାଖଣ୍ଡ ଗଙ୍ଗୋତ୍ରୀ ଧାମରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୩ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଛି। ଭୀଷଣ ବରଫପାତ କାରଣରୁ ସ୍ଥାନୀୟ ଅଞ୍ଚଳରେ ଥିବା ଐତିହ୍ୟ...

ଇସ୍ତଫା ଦିଅନ୍ତୁ ତେଜସ୍ବୀ: ବଂଶବାଦକୁ ଦାୟୀ କଲେ ଆରଜେଡି ନେତା

ପାଟନା,୨୭।୫: ଲୋକ ସଭା ନିର୍ବାଚନରେ ଆରଜେଡିର ଶୋଚନୀୟ ପରାଜୟ ପରେ ଦଳ ବିରୋଧୀ ସ୍ବର ଉତ୍ତୋଳନ ହେବାରେ ଲାଗିଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି...

ଆରମ୍ଭ ହେଲା ଚାରିଧାମ ଯାତ୍ରା

ଡେରାଡୁନ,୩।୫: ସାରା ଦେଶରେ ମଙ୍ଗଳବାର ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଉଛି। ଏହି ଶୁଭ ଅବସରରେ ଉତ୍ତରାଖଣ୍ଡରେ ମଙ୍ଗଳବାରରୁ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି। କରୋନା...

କରୋନା ଭାଇରସ ପାଇଁ ଜାରି ହେଲା ୨୪ ଘଣ୍ଟିଆ ହେଲ୍ପ ଲାଇନ୍‌ ନମ୍ବର

ନୂଆଦିଲ୍ଲୀ,୧୫।୩: ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲାଣି ୧୦୮। ଏବେ ସୁଦ୍ଧା ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪ ଜଣ...

ଭାରତ ସରକାର ନିଜ କାମ କରୁଛନ୍ତି, ପୁଟିନ୍‌ଙ୍କୁ ଯୁଦ୍ଧ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରି ହେବନି…

ନୂଆଦିଲ୍ଲୀ,୩।୩ : ୟୁକ୍ରେନ୍‌ରୁ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା କାର୍ଯ୍ୟ ଭାରତ ସରକାରଙ୍କ ପକ୍ଷରୁ କରାଯାଉଛି। ସରକାର ନିଜ କାମ କରୁଛନ୍ତି। କିନ୍ତୁ ଭାରତ ସରକାର...

Advertisement
Archives

Model This Week