ଥମୁନି ଦାଦନ ଯାତନା

ଠାଣେ/ଗାଜିଆବାଦ,୧୯ା୫: କରୋନା ମୁକାବିଲା ପାଇଁ ଲକ୍‌ଡାଉନ ଅବଧି ବଢ଼ିଚାଲିଥିବାବେଳେ ପ୍ରବାସୀ ଶ୍ରମିକମାନଙ୍କ ଯାତନାର ଅନ୍ତ ହେଉନାହିଁ। କାମଧନ୍ଦା ହରାଇ ଭୋକ ଉପାସରେ ଦୀର୍ଘଦିନ ବିତାଇବା ପରେ ସେମାନେ ଧୈର୍ଯ୍ୟହରା ହୋଇପଡ଼ିଛନ୍ତି। କୌଣସି ପ୍ରକାରେ ନିଜ ଜନ୍ମମାଟିକୁ ଫେରିଯିବା ଲାଗି ସେମାନେ ବ୍ୟଗ୍ର। ସେମାନଙ୍କ ଫେରିବା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍‌ ଓ ବସ୍‌ ବ୍ୟବସ୍ଥା କରାଯାଇଥିଲେ ହେଁ ତାହା ପର୍ଯ୍ୟାପ୍ତ ନୁହେଁ। ତେଣୁ ଅନେକ ଶ୍ରମିକ ଚାଲିଚାଲି କିମ୍ବା ବିପଜ୍ଜନକ ଭାବେ ମାଲବାହୀ ଟ୍ରକ୍‌ ଉପରେ ବସି ଫେରୁଥିବା ଦେଖାଯାଇଛି। ଯେଉଁଠି ବସ୍‌ ସୁବିଧା ମିଳୁଛି ସେଠାରେ ଶ୍ରମିକଙ୍କ ସଂଖ୍ୟା ତୁଳନାରେ ତାହା ନଗଣ୍ୟ। ତେଣୁ କେମିତି ଘରକୁ ଫେରିବେ ସେଥିପାଇଁ ଶ୍ରମିକମାନେ ରାତି ଅଧରୁ ବସ୍‌ଷ୍ଟାଣ୍ଡରେ ଧାଡ଼ି ଲଗାଉଛନ୍ତି। ସାମାଜିକ ଦୂରତ୍ୱ ରକ୍ଷା ଲାଗି ପ୍ରତି ବସ୍‌ରେ ମାତ୍ର ୨୨ ଜଣ ଯାତ୍ରୀଙ୍କୁ ଅନୁମତି ମିଳିଥିବାବେଳେ ଠାଣେ ବସ୍‌ଷ୍ଟାଣ୍ଡରେ ପ୍ରବାସୀ ଶ୍ରମିକମାନେ ୧.୫ କିଲୋମିଟର ଧରି ଲାଇନ ଲଗାଇଛନ୍ତି। ସେମାନେ ରବିବାର ରାତି ୧୦ଟାରୁ ଲାଇନରେ ଛିଡ଼ା ହୋଇଥିବା ଜଣାପଡିଛି।
ଧାଡ଼ି ଅତି ମନ୍ଥର ଗତିରେ ଆଗଉଥିବାରୁ ତାଙ୍କ ପାଳି କେତେବେଳେ ପଡ଼ିବ ବୋଲି ମଧ୍ୟପ୍ରଦେଶର ଜଉନପୁର ଯିବାକୁ ଅପେକ୍ଷା କରିଥିବା ଜଣେ ଶ୍ରମିକ କହିଛନ୍ତି। ବସ୍‌ରେ ଯିବା ପାଇଁ ନାମ ପଞ୍ଜୀକରଣ କଲାବେଳେ ଆଧାର କାର୍ଡ ବିବରଣୀ ଦେବାକୁ ପଡ଼ୁଛି। ବସ୍‌ ବ୍ୟବସ୍ଥା ହୋଇଥିବା ଖବର ପାଇବା ପରେ ସେ ରବିବାର ସନ୍ଧ୍ୟାରୁ ବସ୍‌ଷ୍ଟାଣ୍ଡକୁ ଆସିଥିବା କହିଛନ୍ତି। ରବିବାର ଲକ୍‌ଡାଉନକୁ ଚତୁର୍ଥ ଥର ପାଇଁ ବଢ଼ାଯିବା ପରେ ବହୁସଂଖ୍ୟାରେ ଶ୍ରମିକ ଚାଲି ଚାଲି ଫେରିବା ପାଇଁ ରାସ୍ତାକୁ ଓହ୍ଲାଇଥିବାବେଳେ ଠାଣେ ପୋଲିସ ସେମାନଙ୍କୁ ଅଟକାଇ ବସ୍‌ଷ୍ଟାଣ୍ଡକୁ ଯିବା ଲାଗି ନିର୍ଦ୍ଦେଶ ଦେଉଛି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ଟପିଥିବା ବେଳେ ମୁମ୍ବାଇ ପରେ ଠାଣେ ସର୍ବାଧିକ ସଂକ୍ରମିତ ସହର।
ସେହିପରି ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଘରକୁ ଫେରିବା ପାଇଁ ଉତ୍ତରପ୍ରଦେଶର ଗାଜିଆବାଦରେ ହଜାର ହଜାର ଲୋକ ରୁଣ୍ଡ ହୋଇଛନ୍ତି। ବସ୍‌୍‌ରେ ଯିବା ଲାଗି ପଞ୍ଜୀକରଣ ନିମନ୍ତେ ଗାଜିଆବାଦର ରାମଲୀଳା ମଇଦାନରେ ଶ୍ରମିକମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସାମାଜିକ ଦୂରତ୍ୱ ନିୟମକୁ ସେମାନେ ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି। ବସ୍‌ ସେମାନଙ୍କୁ ଷ୍ଟେଶନ ନେବାପରେ ସେଠାରୁ ସେମାନେ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ବିହାର ଫେରିବେ। କେବଳ ସତର୍କତା ନାଁରେ ଶ୍ରମିକମାନେ ସେମାନଙ୍କ ମୁହଁକୁ କପଡ଼ାରେ ଢାଙ୍କିଥିବା ଦେଖିବାକୁ ମିଳିଛି। ସାମାଜିକ ଦୂରତ୍ୱକୁ ଧ୍ୟାନ ଦିଆଯାଉ ନ ଥିବା ନେଇ ପ୍ରଶ୍ନ ହେବାରୁ ଜଣେ ଶ୍ରମିକ କହିଥିଲେ, ସେ ରୋଗ କ’ଣ ଜାଣନ୍ତି ନାହିଁ, କିନ୍ତୁ ସେ ଭୋକରେ ମରିବାକୁ ଚାହୁଁନାହନ୍ତି। ପ୍ରଶାସନର ପରିଚାଳନାଗତ ତ୍ରୁଟିକୁ ନେଇ ଶ୍ରମିକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri