ତୋରଣରେ ଝଲସିବ ଉତ୍ତରାଖଣ୍ଡର ନାନ କାମଟା ଗୁରୁଦ୍ୱାର

ପୁରୁଣା ଭୁବନେଶ୍ୱର, ୧।୧୦(ଡି.ଏନ.ଏ.): କେଶୁରା ଦୁର୍ଗାପୂଜା ସମିତି ପକ୍ଷରୁ ୨୦୧୦ରୁ ଆରମ୍ଭ ହୋଇଥିବା ଦୁର୍ଗାପୂଜା ଚଳିତବର୍ଷ ୧୦ ବର୍ଷ ପୂରଣ କରୁଛି। ଏ ବର୍ଷ ଭିନ୍ନ ଧରଣର ତୋରଣ ସହ ଆଲୋକୀକରଣ ବ୍ୟବସ୍ଥା ସମିତି ପକ୍ଷରୁ କରାଯାଇଛି। ଉତ୍ତରାଖଣ୍ଡର ନାନାକାମଟା ଗୁରୁଦ୍ୱାର ତୋରଣ ସାଙ୍ଗକୁ ଏଲିଡ଼ି ଲାଇଟ ଦେଖିବାକୁ ମିଳିବ। ଏଥିପାଇଁ କେଶୁରା ଖେଳପଡ଼ିଆସ୍ଥିତ ପୂଜାମଣ୍ଡପଠାରେ ଷଷ୍ଠିର ବିଲ୍ବବରଣଠାରୁ ସପ୍ତମୀରେ କୁଆଖାଇ ନଦୀରୁ କଳସଯାତ୍ରା ରୋଷଣ ସହ ବିମାନ ଯୋଗ ନବପତ୍ରିକା, ଆମନ୍ତ୍ରିତ ଅଷ୍ଠମୀର ବିହି ଧ୍ୱଜା ସାଙ୍ଗକୁ, ନବମୀର ନବକୁମାରୀ ପୂଜା କରାଯିବ। ପୂଜା ମଣ୍ଡପ ସମ୍ମୁଖରେ କୋଲକାତା ଏବଂ ଓଡ଼ିଶାର କୁଶଳୀ କାରିଗରମାନେ ୨୦ ଦିନ ଆଗରୁ ତୋରଣ ନିର୍ମାଣ ପ୍ରସ୍ତୁତିରେ ଲାଗି ପଡିିଛନ୍ତି। ପ୍ରାୟ ୧୫ରୁ ୨୦ଜଣ କାରିଗର ଏଥିରେ ନିୟୋଜିତ ଅଛନ୍ତି। ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟରେ ଏହି ତୋରଣ ନିର୍ମାଣ କରାଯାଉଥିବା ସମିତିର ଉପସଭାପତି କୁତ୍ତାର୍ଥ ପ୍ରଧାନ କହିଛନ୍ତି। ସେହିଭଳି ଚଳିତବର୍ଷ ପୂଜାକୁ ଶୃଙ୍ଖଳିତ କରିବା ସହ ଏକ ସଚେତନତା କାର୍ଯ୍ୟକ୍ରମ ସମିତି ହାତକୁ ନେଇଛି। ଶ୍ରଦ୍ଧାଳୁମାନଙ୍କୁ ବାଉଁଶ ପାତିଆ ନିର୍ମିତ ଭୋଗ ଡାଲାରେ ଭୋଗ କରାଯିବା ପାଇଁ ବିଦ୍ଧିବଧ ବ୍ୟବସ୍ଥା କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୦ ଭୋଗଡାଲା ପ୍ରସ୍ତୁତ ହୋଇଥିବା ପୂର୍ବତନ କୋଷାଧକ୍ଷ ମାଗୁଣି ପ୍ରଧାନ କହିଛନ୍ତି। ସପ୍ତମୀରେ ୭ ପ୍ରକାର ଖେଚୁଡ଼ି ଭୋଗ, ମହାଷ୍ଟମୀରେ ପାଣି କଖାରୁ ବଳି ଓ ନବମୀରେ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ୫୦ରୁ ଊର୍ଦ୍ଧ୍ୱ ସ୍ବେଚ୍ଛାସେବୀ ଟ୍ରାଫିକ୍‌ ନିୟନ୍ତ୍ରଣରେ କାମ କରିବା ସହ ନିଶା ବନ୍ଦ, ପ୍ଲାଷ୍ଟିକ୍‌ ଫ୍ରି ଉପରେ କମିଟି ଗୁରୁତ୍ୱ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

ନିରବତା ମଧ୍ୟରେ ପୁଣି ବିସ୍ଫୋରଣର ପ୍ରତିଧ୍ୱନି? ହର୍ମୁଜରେ ଆକ୍ରମଣ କଲା ଇରାନ? ଦୁଇ ଜାହାଜ ଉପରେ ମିଶାଇଲ ଆଟାକ

ତେହରାନ,୭।୭: ଇରାନ ତା’ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମନେଇଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛି; ସମଗ୍ର ଦେଶ ଏବେ ଶୋକରେ ଅଛି। ଏହି ସମୟରେ, ହର୍ମୁଜ ପ୍ରଣାଳୀରେ…

କୋରାପୁଟ ଷ୍ଟେଶନରେ ପହଞ୍ଚିଲା ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌: ଭବ୍ୟ ସ୍ବାଗତ କଲେ ବିଧାୟକ, ଜନସାଧାରଣ

କୋରାପୁଟ, ୭।୭ (ଅମିତାଭ ବେହେରା): ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ମଙ୍ଗଳବାର ସକାଳେ ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌ କୋରାପୁଟ ରେଳ ଷ୍ଟେଶନରେ ପହଞ୍ଚିଛି। ସକାଳ ୮ଟା…

ଆଜି ପଡ଼ଆକୁ ଓହ୍ଲାଇ ସଭିଙ୍କୁ ଚକିତ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ…, ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦ ଉପରେ ରହିଛି ନଜର

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି (ମଙ୍ଗଳବାର) ନଟିଂହାମର ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଖେଳାଯିବ। ସିରିଜରେ…

ଆଇଆଇସି ବିଉଟି ମହାନ୍ତି ଆତ୍ମହତ୍ୟା ମାମଲା: ସନ୍ଦେହ ଘେରରେ ଏଏସ୍‌ଆଇ

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ଭାବେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀ ବିଉଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଦିନ ଗଡ଼ିବା…

ବର୍ଷାରେ ଧୋଇଗଲା ନିର୍ମାଣାଧିନ ରିଂ ରୋଡ: ସ୍ଥାୟିତ୍ୱ ନେଇ ଉଠିଲାଣି ପ୍ରଶ୍ନ

ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶରେ ରିଂ ରୋଡ ନିର୍ମାଣ ଚାଲିଛି । ବରଗଡ଼ ସାଇ ମନ୍ଦିରରୁ ରୁହୁଣିଆଁ ପର୍ଯ୍ୟନ୍ତ ହେବାକୁ ଥିବା…

ପାକିସ୍ତାନ ଇଙ୍ଗିତରେ ନାଚୁଛି ବାଂଲାଦେଶ: ଭାରତୀୟ ରାଷ୍ଟ୍ରଦୂତଙ୍କ ଆଗରେ କଲା ଏମିତି କାମ

ଶ୍ରୀନଗର,୭।୭:ଜମ୍ମୁ ଓ କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ସତ୍ତ୍ୱେ ଅନେକ କ୍ଷେତ୍ରରେ କଶ୍ମୀରକୁ ଭାରତଠାରୁ ପୃଥକ ଭାବରେ ଦର୍ଶାଯାଇଛି। ବାଂଲାଦେଶରେ ଏପରି ଏକ ଘଟଣା…

ପୁରୀ-କୋରାପୁଟ ସ୍ପେସିଆଲ୍‌ ଟ୍ରେନକୁ କେସିଙ୍ଗାରେ ସ୍ବାଗତ: ରହଣି ସମୟ ପରିବର୍ତ୍ତନ ପାଇଁ ଦାବି

କେସିଙ୍ଗା, ୭।୭( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ର ପୁରୀ-ଶାବର କ୍ଷେତ୍ର କୋରାପୁଟ ସ୍ପେସିଆଲ୍‌ ଏକ୍ସପ୍ରେସ ଟ୍ରେନ (ନଂ .୧୮୪୦୮)କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri