Posted inଜାତୀୟ

ତେଜସ୍‌ ହେବ ଦେଶର ପ୍ରଥମ ପ୍ରାଇଭେଟ ଟ୍ରେନ

ନୂଆଦିଲ୍ଲୀ,୯ା୭: ଦେଶରେ ଦୌଡ଼ିବ ପ୍ରଥମ ପ୍ରାଇଭେଟ ଟ୍ରେନ। ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ଚାଲିବାକୁ ଥିବା ତେଜସ୍‌ ଏକ୍ସପ୍ରେସକୁ ଘରୋଇ କମ୍ପାନୀ ହାତକୁ ଟେକି ଦିଆଯିବ। ବିମାନରେ ମିଳୁଥିବା ସମସ୍ତ ପ୍ରକାର ସୁବିଧା ଏଥିରେ ଉପଲବ୍ଧ ହେବ। ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟସୂଚୀ ଅନୁଯାୟୀ ରେଳ ମନ୍ତ୍ରଣାଳୟ ପକ୍ଷରୁ ଦୁଇଟି ଟ୍ରେନ୍‌କୁ ଘରୋଇ କମ୍ପାନୀ ଦ୍ୱାରା ପରିଚାଳନା କରାଯିବ। ପ୍ରଥମ ରୁଟ୍‌ର ଚୟନ ଶେଷ ହୋଇଥିବା ବେଳେ ରେଲଓ୍ବେ ବୋର୍ଡ ପକ୍ଷରୁ ୫୦୦ କି.ମି.ଦୂରତା ବିଶିଷ୍ଟ ଆଉ ଏକ ରୁଟ୍‌ ଖୋଜା ଚାଲିଛି। ରେଲଓ୍ବେର ଜଣେ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ପରିପ୍ରେକ୍ଷୀରେ ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ଥିବା ପ୍ରଥମ ରୁଟର ପରିଚାଳନା ଘରୋଇ କମ୍ପାନୀ କରିବେ। ଏ ସମ୍ପର୍କରେ ଆସନ୍ତା ମାସକ ମଧ୍ୟରେ ନିଷ୍ପତ୍ତି ନିଆଯିବ। ଆଇଆର୍‌ସିଟିସି ବର୍ତ୍ତମାନ ଏହାର ମଡେଲ ଉପରେ କାର୍ଯ୍ୟକରୁଛି। ଉଲ୍ଲେଖଥାଉ କି, ୨୦୧୬ରେ ତେଜସ୍‌ ଏକ୍ସପ୍ରେସ ଚଳାଚଳ ପାଇଁ ଘୋଷଣା କରାଯାଇଥିଲେ ହେଁ ଏହା ଆଜିଯାଏ ଚଳାଚଳ କରିନାହିଁ। ନିକଟରେ ଜାରି ହୋଇଥିବା ସମୟସାରଣୀରେ ତେଜସ୍‌କୁ ସାମିଲ କରାଯାଇଥିଲେ ମଧ୍ୟ ଏହା ବର୍ତ୍ତମାନ ଉତ୍ତର ପ୍ରଦେଶର ଆନନ୍ଦନଗର ରେଲଓ୍ବେ ଷ୍ଟେଶନରେ ଛିଡା ହୋଇରହିଛି। ନିଲାମୀ ପ୍ରକ୍ରିୟା ଶେଷ ହେବା ପରେ ଏହାକୁ ଘରୋଇ କମ୍ପାନୀକୁ ହସ୍ତାନ୍ତର କରାଯିବ। ଦିଲ୍ଲୀ-ଲକ୍ଷ୍ନୌ ରୁଟ୍‌ରେ ଏବେ ୫୩ଟି ଟ୍ରେନ ଚାଲୁଛି। କିନ୍ତୁ ଏମାନଙ୍କ ମଧ୍ୟରୁ ଗୋଟିଏ ହେଲେ ରାଜଧାନୀ ଟ୍ରେନ୍‌ ନୁହେଁ। ଏହି ରୁଟ୍‌ରେ ଚାଲୁଥିବା ପ୍ରିମିୟମ ଟ୍ରେନ ସ୍ବର୍ଣ୍ଣ ଶତାବ୍ଦୀ ଏକ୍ସପ୍ରେସ୍‌ରେ ଟିକେଟ ଚାହିଦା ଅଧିକ ରହିଛି ଓ ଏହା ମାତ୍ର ସାଢ଼େ ୬ ଘଣ୍ଟାରେ ଯାତ୍ରା ପୂରଣ କରୁଛି। ତେଜସ୍‌ ଏକ୍ସପ୍ରେସର ଦାୟିତ୍ୱ ଆଇଆର୍‌ସିଟିସିକୁ ଦିଆଯିବ, ଯିଏକି ଲିଜ୍‌ ଚାର୍ଜଠାରୁ ଆରମ୍ଭ କରି ସମସ୍ତ ଶୁଳ୍କ ପ୍ରଦାନ ସଂକ୍ରାନ୍ତରେ ଫାଇନାନ୍ସିିଂ ଡିପାର୍ଟମେଣ୍ଟ ସହ ସହଯୋଗ କରିବ। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ଦୁଇଟି ଟ୍ରେନକୁ ନେଇ ପ୍ରଥମେ ପରୀକ୍ଷାମୂଳକ ପ୍ରୟୋଗ କରାଯିବ। ଆସନ୍ତା ୧୦୦ ଦିନ ଭିତରେ ଅତିକମ୍‌ରେ ଗୋଟିଏ ଟ୍ରେନକୁ ଘରୋଇ କମ୍ପାନୀକୁ ଦିଆଯିବ। କମ୍‌ ଭିଡ ଥିବା ତଥା ପର୍ଯ୍ୟଟନ କ୍ଷେତ୍ରକୁ ଯୋଡୁଥିବା ଦୃଷ୍ଟିରୁ ଉକ୍ତ ରୁଟ୍‌କୁ ଚୟନ କରାଯାଇଛି। ଖୁବଶୀଘ୍ର ଦ୍ୱିତୀୟ ଟ୍ରେନ ଓ ରୁଟ୍‌ ବଛାଯିବ ବୋଲି ସେ କହିଛନ୍ତି। ୧୨୫୮୫ ଲକ୍ଷ୍ନୌ ଜଙ୍କସନ-ନୂଆଦିଲ୍ଲୀ ତେଜସ୍‌ ଏକ୍ସପ୍ରେସ ସକାଳ ୬.୫୦ରେ ଲକ୍ଷ୍ନୌ ଜଙ୍କସନ ଛାଡିବ ଏବଂ ନୂଆଦିଲ୍ଲୀରେ ଅପରାହ୍ନ୧.୩୫ରେ ପହଞ୍ଚତ୍ବ। ସେହିପରି ୧୨୫୮୬ ନୂଆଦିଲ୍ଲୀ-ଲକ୍ଷ୍ନୌ ଜଙ୍କସନ ତେଜସ୍‌ ଏକ୍ସପ୍ରେସ ଅପରାହ୍ନ ୩.୩୫ରେ ନୂଆଦିଲ୍ଲୀ ଛାଡ଼ି ରାତି ୧୦.୦୫ରେ ଲକ୍ଷ୍ନୌ ଜଙ୍କସନରେ ପହଞ୍ଚତ୍ବ। ରବିବାର ଓ ଗୁରୁବାର ଛାଡ଼ି ଦେଲେ ଅବଶିଷ୍ଟ ଦିନରେ ଏହି ଟ୍ରେନ ଚାଲିବ। ସୂଚନାଯୋଗ୍ୟ ଯେ, ଏହି ଟ୍ରେନର ପ୍ରତ୍ୟେକ ସିଟ୍‌ ପଛରେ ଏଲ୍‌ସିଡି ଏଣ୍ଟରଟେନମେଣ୍ଟ-ଇନ୍‌ଫରମେଶନ ସ୍କ୍ରିନ୍‌ ରହିଥିବା ବେଳେ ଓ୍ବାଇଫାଇ ସୁବିଧା, ଆରାମଦାୟକ ସିଟ୍‌, ମୋବାଇଲ ଚାର୍ଜିଂ ପଏଣ୍ଟ, ବହି ପଢ଼ିବା ପାଇଁ ସ୍ବତନ୍ତ୍ର ଲାଇଟ ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?