ତିତ୍‌ଲିର ବର୍ଷେ ପରେ ବି ନିର୍ମାଣ ହୋଇପାରୁନି ରାସ୍ତା

ପାରଳାଖେମୁଣ୍ଡି,୨୪ା୨(ସ୍ବ.ପ୍ର.) ଗଜପତି ଜିଲା ରାୟଗଡ଼ ବ୍ଲକ୍‌ ଅଧୀନ କଇଁପୁର-ତୁମ୍ବ ରାସ୍ତାଟି ତିତ୍‌ଲି ପର ବନ୍ୟାରେ ଧୋଇ ହୋଇଯାଇଛି। ହେଲେ ତିତ୍‌ଲିକୁ ଇତିମଧ୍ୟରେ ୧ବର୍ଷ ୪ମାସ ବିତିଯାଇଥିଲେ ମଧ୍ୟ ନୂତନ ରାସ୍ତା କିମ୍ବା ମରାମତି ହୋଇପାରିନାହିଁ। ତିତ୍‌ଲିରେ ଗଜପତି ଜିଲାର ରାୟଗଡ଼ ବ୍ଲକ୍‌ ବିଶେଷ ପ୍ରଭାବିତ ହୋଇଥିବାବେଳେ କଇଁପୁର ଠାରୁ ତୁମ୍ବ ପର୍ଯ୍ୟନ୍ତ ୩ କିମି ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଯଦ୍ଦ୍ବାରା ଏହି ରାସ୍ତାରେ ଯାତାୟାତ ବିପଦପୂର୍ଣ୍ଣ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ତିତ୍‌ଲି ପରେ ଜିଲାରେ ନଷ୍ଟ ହୋଇଥିବା କେତେକ ରାସ୍ତା ନିର୍ମାଣ ଓ ମରାମତି କରାଯାଇଥିଲା। ହେଲେ ଏହି ରାସ୍ତା ପ୍ରତି ଦୃଷ୍ଟି ପଡ଼ିନାହିଁ। ଏହି ରାସ୍ତା ଉପରେ କେରାଣ୍ଡି, ଓୟା, ତୁମ୍ବ ଆଦି ବିଭିନ୍ନ ପଞ୍ଚାୟତବାସୀ ନିର୍ଭରଶୀଳ। ଜିଲା ସଦର ପାରଳାଖେମୁଣ୍ଡିକୁ ଯିବା ପାଇଁ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ହେଲେ ରାସ୍ତାର ଅବସ୍ଥା ଯେପରି ରହିଛି, ଏହି ରାସ୍ତାରେ ଯାନବାହନ ଯାତାୟାତରେ ଅସୁବିଧା ହେଉଥିବା ସେମାନେ କହିଛନ୍ତି। ତେଣୁ ଏଠାରେ ନୂତନ ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ପଞ୍ଚାୟତର ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟାମ୍ପ କାଳିରୁ ସଂକ୍ରମଣ

ଢେଙ୍କାନାଳ ଅଫିସ, ୬ା୮ ବିମାନ ବନ୍ଦରର ଷ୍ଟାମ୍ପ କାଳି ପାଇଁ ହାତରେ ସୃଷ୍ଟି ହୋଇଛି ଗୁରୁତର ସଂକ୍ରମଣ। ଏପରି ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ କାଲ୍‌ଟ୍ୟାକ୍ସ ଅଞ୍ଚଳର...

ଟିକେଟ୍‌ ବିକ୍ରି କରି ଯୁବକ ଗିରଫ

ପଟ୍ଟାମୁଣ୍ଡାଇ,,୧୧।୧୨(ସ୍ବ.ପ୍ର.): ରେଲୱେ ଓ୍ବେବ୍‌ସାଇଟ ହାଇଜାକ୍‌ କରି ଟିକେଟ୍‌ ବିକ୍ରି କରୁଥିବା ଜଣେ ଯୁବକଙ୍କୁ ଗୁରୁବାର ପାରାଦୀପ ଆର୍‌ପିଏଫ ପୋଲିସ ପଟ୍ଟାମୁଣ୍ଡାଇରେ ଗିରଫ କରିଛି। ସମ୍ପୃକ୍ତ ଯୁବକ...

୫ ଲକ୍ଷ ଛାତ୍ରୀଛାତ୍ର ଦେବେ ଦଶମ ସମେଟିଭ୍‌-୧ ପରୀକ୍ଷା

ଭୁବନେଶ୍ୱର,୪।୧(ବ୍ୟୁରୋ): ରାଜ୍ୟରେ ବୁଧବାରଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ସମେଟିଭ୍‌-୧ ପରୀକ୍ଷା। ୫ରୁ ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ଏହି ପରୀକ୍ଷା ଚାଲିବ। ପ୍ରଥମ...

‘ଜାତୀୟ ପତାକା ଭାରତର ଆତ୍ମା’

ପୁରୀ ଅଫିସ, ୧୪ା୨:ଜାତୀୟ ପତାକା ଭାରତର ଆତ୍ମା। ଏହା ଭାରତର ପ୍ରକୃତ ଚରିତ୍ର ଓ ପରିଚୟ, ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଦେଶପ୍ରେମରେ ଉଦବୁଦ୍ଧ କରିଥାଏ ବୋଲି...

ଛତ୍ରପୁର ମହୋତ୍ସବ ଉଦ୍‌ଯାପିତ

ଛତ୍ରପୁର୯ା୧୨(ଡି.ଏନ୍‌.ଏ.)-ଗତ ୫ଦିନ ଧରି ସ୍ଥାନୀୟ ଷ୍ଟାଡିୟମଠାରେ ଚାଲିଥିବା ଛତ୍ରପୁର ମହୋତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି । ରବିବାର ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାପାଳ ବିଜୟ ଅମୃତା...

ମେଶିନରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ: ତଦନ୍ତ ଆରମ୍ଭ କଲେ ଅଧିକାରୀ

ଭଦ୍ରକ ଅଫିସ,୧୭।୪-ଭଦ୍ରକ ଜିଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଜେସିବି ଦ୍ୱାରା କାମ କରାଯାଉଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ...

ସ୍କୁଲ ଅନୁଦାନ ଟଙ୍କା ଖାଇଗଲେ ପ୍ରଧାନ ଶିକ୍ଷକ

କୋକସରା,୧୭।୦୯(ଡି.ଏନ.ଏ):କଳାହାଣ୍ଡି ଜିଲା କୋକସରା ବ୍ଲକ ତୁନଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ ପାଇଁ ୨୦୧୯ରେ ୭୦ ହଜାର ଟଙ୍କା ଅନୁଦାନ ଆସିଥିଲା। ଅନୁଦାନରୁ ସ୍କୁଲର...

କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଆଗରେ ଧାରଣା

କୋଣାର୍କ,୨୭ା୮(ଡି.ଏନ୍‌.ଏ): କୋଣାର୍କ ଏନ୍‌ଏସିର ୧୦ନଂ. ଓ୍ବାର୍ଡରେ ରହୁଥିବା ଜ୍ଞାନନରଞ୍ଜନ ପଣ୍ଡାଙ୍କୁ ରାସ୍ତାରୁ ଉଠାଇ ନେଇ କୋଣାର୍କ ଥାନା ଏସଆଇ ଦିଲୀପ କୁମାର ବେହେରା ମାଡ ମାରିଛନ୍ତି।...

Advertisement
Archives

Model This Week