ତାଳଚେର ବିଧାୟକଙ୍କ କ୍ୟାମ୍ପ ଅଫିସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଜଳିଗଲା ଗାଡ଼ି, ପୋଲିସର ତଦନ୍ତ ଆରମ୍ଭ

ତାଳଚେର, ୮।୧୨(ନି.ପ୍ର): ଅନୁଗୋଳ ଜିଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭରତପୁର ସ୍ଥିତ କ୍ୟାମ୍ପ ଅଫିସରେ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଜଣାପଡ଼ିଛି। ଏଥିରେ ବିଧାୟକଙ୍କ ଫର୍‌ଚ୍ୟୁନର ଗାଡ଼ି ଓ ବିଜୁ ଯୁବ ବାହିନୀର ଏକ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା। ତେବେ ବିଧାୟକଙ୍କ ଗାଡ଼ିଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ଆମ୍ବୁଲାନ୍ସର କେତେକ ଅଂଶ ପୋଡ଼ି ଯାଇଛି।

ସୂଚନାନୁଯାୟୀ, ରାତି ସାଢ଼େ ୧୧ଟାରେ ବିଧାୟକ ଭୁବନେଶ୍ୱରରୁ ଫେରି କ୍ୟାମ୍ପ ଅଫିସରେ ବିଶ୍ରାମ ନେଇଥିଲେ। ପ୍ରାୟ ୨ ଟା ବେଳେ ନିଆଁ ଲାଗିଥିବା କର୍ମଚାରୀମାନେ ଜାଣିବାକୁ ପାଇବା ପରେ ନିଆଁ ଲିଭାଇଥିଲେ। ଏନେଇ ପୋଲିସକୁ ଖବର ଦିଆଯାଇଥିଲା। ଅଭିଯୋଗକୁ ଭିତ୍ତି କରି ବିକ୍ରମପୁର ଥାନାରେ ୧୪୨/୧୯ରେ ଏକ ମାମଲା ରୁଜୁ କରାଯାଇଛି। ଘଟଣାସ୍ଥଳରେ ବିକ୍ରମପୁର ଆଇଆଇସି ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାରଳା ମନ୍ଦିରରେ ନୀତି ହୋଇ ପାରିଲାନି: ୨ ହଜାର ଲୋକଙ୍କ ପ୍ରସାଦ ନଷ୍ଟ

ଜଗତ୍‌ସିଂହପୁର ଅଫିସ,୧୯ା୧୧: ସୋମବାର ନୂଆଖିଆ ପର୍ବରେ ମା’ସାରଳା ମନ୍ଦିରରେ ପୁଣି ଦେଖା ଦେଇଛି ବିଭ୍ରାଟ। ଏହି ପର୍ବରେ ପାଖାପାଖି ୨ ହଜାର ଲୋକଙ୍କ ପାଇଁ ଅପରାହ୍ନ...

୭ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଜଳେଶ୍ୱର, ୧୮।୧୦-ଜଳେଶ୍ୱର ଅବକାରୀ ବିଭାଗ ଦ୍ୱାରା ବୁଧବାର ୩୦୫ ଗ୍ରାମ (୩୨ଲକ୍ଷ ଟଙ୍କା)ର ବ୍ରାଉନ୍‌ସୁଗାର ଧରାପଡ଼ିବା ପରେ ପୁଣି ଗୁରୁବାର ଜଳେଶ୍ୱର ପୋଲିସ ଦ୍ୱାରା ୭୦ଗ୍ରାମ୍‌ର...

ବୈତରଣୀରେ ବଢୁଛି ଜଳସ୍ତର

ଭଣ୍ଡାରିପୋଖରୀ, ୧୮।୮ (ଡି.ଏନ.ଏ.)- ବୈତରଣୀ ନଦୀରେ ଜଳସ୍ତର ବଢୁଛି। ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଛି। ରବିବାର ସକାଳୁ ଜଳସ୍ତର କମି...

ବାଲୁକା କଳାରେ ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଲେ କେନ୍ଦୁଝରର ନିଶିକାନ୍ତ

କେନ୍ଦୁଝର, ୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଟିକରପଡ଼ା ଗ୍ରାମର ନିଶିକାନ୍ତ ବେହେରା ପବିତ୍ର ରକ୍ଷାବନ୍ଧନ ଅବସରରେ ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।...

ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ: ଚେକ୍‌ ଇସ୍ୟୁ କରିବା ପାଇଁ ୧୪ ହଜାର ଲାଞ୍ଚ ମାଗିଥିଲେ

ବରଗଡ଼ ଅଫିସ, ୧୯।୫: ବରଗଡ଼ ଜିଲା ବିଜେପୁର ଏନ୍‌ଏସି ଅଫିସରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ମାନସ କୁମାର ଦାଶ ମଙ୍ଗଳବାର ସମ୍ବଲପୁର ଡିଭିଜନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।...

ପୁଣି ଜିଲାକୁ ଫେରିଲେ ୫୮ ପ୍ରବାସୀ

ବୌଦ୍ଧ,୧୬।୫(ସ୍ବପ୍ର): ବୌଦ୍ଧ ଜିଲାକୁ ପ୍ରତିଦିନ ପ୍ରବାସୀ ଶ୍ରମିକଙ୍କ ଆଗମନ ହେଉଛି। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ବିଭିନ୍ନ ସ୍ଥାନର କ୍ୱାରାଣ୍ଟାଇନ ସେଣ୍ଟର ଗୁଡିକରେ ରଖାଯାଉଛି। ଶୁକ୍ରବାର...

୧୬୦ ସ୍ଥାନରେ ହେବ କୋଭିଡ୍‌ ଟିକାକରଣ

ଭୁବନେଶ୍ୱର,୧୧।୧(ବ୍ୟୁରୋ) : ରାଜ୍ୟରେ ୧୬୦ଟି ସ୍ଥାନରେ କୋଭିଡ୍‌ ଟିକାକରଣ ହେବ। ଏଥିପାଇଁ ସେସନ୍‌ ସାଇଟ୍‌ ନିର୍ଦ୍ଧାରଣ କରାଯାଇଛି। ସରକାରୀ ଡାକ୍ତରଖାନା ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ...

ଲଗାଣବର୍ଷାରେ ବିଲରେ ସଢୁଛି ପନିପରିବା: ଚାଷୀଙ୍କୁ ଘାରିଛି ଋଣ ପରିଶୋଧ ଚିନ୍ତା

ରାଇସୁଆଁ,୨୭ା୪(ଡି.ଏନ୍‌.ଏ.) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପର୍ଜୁନପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ କାଳବୈଶାଖୀ ଲଗାଣବର୍ଷା ଏବଂ କୁଆପଥର ମାଡ଼ରେ ଯୁବଚାଷୀମାନଙ୍କର ହେକ୍ଟର ହେକ୍ଟର ପନିପରିବା...

Advertisement
Archives

Model This Week