ତହସିଲ, ଜିଲାପାଳଙ୍କ ଅଫିସ୍‌ ଘେରିଲା କିଷାନ ସଂଘ

ବୌଦ୍ଧ,୧୧।୯(ସ୍ବ.ପ୍ର): ବୌଦ୍ଧ କୃଷି ପ୍ରଧାନ ଜିଲା ହୋଇଥିବା ବେଳେ ଚାଷୀମାନେ ବିଭିନ୍ନ ସମସ୍ୟାରେ ରହିଛନ୍ତି । ପ୍ରତିବର୍ଷ ସ୍ବଳ୍ପ ବର୍ଷା, ବନ୍ୟା, ରୋଗପୋକ ଉପଦ୍ରବରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବାବେଳେ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉନାହିଁ। ଫଳରେ ବୌଦ୍ଧ ଜିଲାର ଚାଷୀମାନେ ନିଜର ହକ୍‌ ପାଇଁ ରଣହୁଙ୍କାର ଦେଇଛନ୍ତି । ବୁଧବାର ବୌଦ୍ଧ ଜିଲା ଭାରତୀୟ କିଷାନ ସଂଘ ସଭାପତି ପ୍ରମୋଦ କୁମାର ଦେହୁରୀ ଓ ଚାଷୀନେତା ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ଚାଷୀ ବୌଦ୍ଧ ତହସିଲଦାର ଓ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।
ବୌଦ୍ଧ ଜିଲାରେ ୨୦୧୫ ମସିହାରେ ହୋଇଥିବା ଫସଲ କ୍ଷତିର ଉପଯୁକ୍ତ କ୍ଷତିପୂରଣ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇନାହିଁ। ଫଳରେ ତୁରନ୍ତ ବକେୟା କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଥିଲେ। ତହସିଲ କର୍ତ୍ତୃପକ୍ଷ ଆସନ୍ତା ୩୦ ତାରିଖ ମଧ୍ୟରେ ରେକର୍ଡ ଅନୁଧ୍ୟାନ କରି ଚାଷୀଙ୍କ ବକେୟା କ୍ଷତିପୂରଣ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେଠାରୁ ଚାଷୀମାନେ ଏକ ଶୋଭାଯାତ୍ରାରେ ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ପହଞ୍ଚତ୍ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଏସ୍‌ପି ଭି. ରଘୁନାଥ ରାଓ ଓ ଉପଜିଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ ଦାବି ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବା ସହିତ ଜିଲା ପ୍ରଶାସନ ପକ୍ଷରୁ ଯଥା ସମ୍ଭବ ସମସ୍ୟା ସମାଧାନ ପାଇଁ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ ।
ଚାଷୀମାନଙ୍କ ପ୍ରମୁଖ ଦାବି ମଧ୍ୟରେ ୨୦୧୧ ଓ ୨୦୧୩ ମସିହାରେ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଆସିଥିବା ଅନୁଦାନକୁ ଫେରାଇ ଦିଆଯାଇଥିବାବେଳେ ୨୦୧୫ ଓ ୨୦୧୭ ମସିହାରେ କ୍ଷତିପୂରଣ ପ୍ରଦାନ ପାଇଁ ଆସିଥିବା ଅର୍ଥକୁ ଫେରାଇବାକୁ ମସୁଧା ଚାଲିଥିବାରୁ ଏହାକୁ ତୁରନ୍ତ ଚାଷୀମାନଙ୍କୁ ପ୍ରଦାନ ପାଇଁ ଦାବି କରାଯାଇଥିଲା। ସେହିପରି ୨୦୧୮ ମସିହାରେ ପ୍ରାକୃତିକ ବିପର୍ଯ୍ୟୟ ପେଥାଇ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କ ସଠିକ ଆକଳନ କରା ନ ଯାଇ କର୍ମଚାରୀମାନେ ଘରେ ବସି ରିପୋର୍ଟ ପ୍ରସ୍ତୁତ କରିଥିବାରୁ ଚାଷୀମାନେ ଉପଯୁକ୍ତ କ୍ଷତିପୂରଣ ପାଇବାରୁ ବଞ୍ଚତ୍ତ ହେବାର ଆଶଙ୍କା ରହିଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସରକାର ପ୍ରାୟ ୧୩ କୋଟି ଟଙ୍କା ମଞ୍ଜୁର କରିଥିଲାବେଳେ ଏଯାଏଁ ଚାଷୀଙ୍କୁ ତାହା ପ୍ରଦାନ କରାଯାଇନାହିଁ। ତେଣୁ ତୁରନ୍ତ କ୍ଷତିପୂରଣ ଅର୍ଥ ଚାଷୀମାନଙ୍କୁ ପ୍ରଦାନ କରାଯିବାକୁ ଦାବି କରାଯାଇଥିଲା। କାଳିଆ ଯୋଜନାରେ ଚାଷୀମାନଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ କରାଯିବା ସହିତ ପ୍ରଧାନମନ୍ତ୍ରୀ କୃଷି ଯୋଜନା ଅନୁସାରେ ଚାଷୀ ତାଲିକା ପ୍ରସ୍ତୁତ କରି ପ୍ରତ୍ୟେକ ଚାଷୀଙ୍କୁ ୬ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ, ଚାଷୀମାନଙ୍କୁ ଉପଯୁକ୍ତ ଜଳସେଚନ ସୁବିଧା ଯୋଗାଇଦେବା, ପ୍ରତିବର୍ଷ ସ୍ବଳ୍ପ ବୃଷ୍ଟିପାତର ଶିକାର ହେଉଥିବା ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱପୁର୍ଣ୍ଣ ଗୁରୁଜୀମୁଣ୍ଡା ଠାରେ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ କିଷାନ ସଂଘ ପକ୍ଷରୁ ଦାବି କରାଯାଇଥିଲା । ଜିଲାର ଗରିବ ଚାଷୀ ପରିବାର ପ୍ରତିବର୍ଷ କ୍ଷତିର ଶିକାର ହେଉଥିବା ବେଳେ ସରକାର ସେମାନଙ୍କ ସମସ୍ୟାର ସମାଧାନ କରିବା ଦିଗରେ ଅବହେଳା ପ୍ରଦର୍ଶନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ଚୋରି

ବ୍ରହ୍ମପୁର ଅଫିସ,୯ା୧୨: ବୈଦ୍ୟନାଥପୁର ଥାନା ଅଧୀନ ରାମନଗର ନିକଟ ମ୍ୟୁନିସିପାଲିଟି କଲୋନୀର ଜଣଙ୍କ ଘରୁ ଚୋରି ହୋଇଛି। କେହି ଦୁର୍ବୃତ୍ତ ସ୍ବପ୍ନା ପ୍ରଧାନଙ୍କ ଘରେ ପଶି...

ମିଲିଟାରୀ ଗୁଇନ୍ଦା ସ୍କାନରରେ ଦଲାଲ

ଗୋପାଳପୁର,୨୫ା୩-ଆଗାମୀ ଦିନରେ ସୈନ୍ୟ ବାହିନୀରେ ଲୋୟର ଡିଭିଜନ କ୍ଲର୍କ (ଏଲଡିସି)ରେ ଚାକିରି କରାଇଦେବା ନାଁରେ ଠକେଇ କରିଥିବା ଅଭିଯୋଗରେ ଗତ ୨୦ ତାରିଖରେ ଜନୈକ ଯୁବକଙ୍କୁ...

ଆମେ ଅପହରଣ କରିଥିବା ଅଭିଯୋଗ ମିଥ୍ୟା: ଗ୍ରାମବାସୀ

ମାଲକାନଗିରି,୨୮ା୯ (ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅ‘ର୍ଗତ ଏମ୍‌.ଭି. ୧୨୨ ଗ୍ରାମର ଜଣେ ବ୍ୟକ୍ତିଙ୍କ ଝିଅକୁ ଏମ୍‌.ଭି. ୫୦ ଗ୍ରାମର ଗ୍ରାମବାସୀ ଅପହରଣ କରିଛନ୍ତି।...

ମାଓବାଦୀ ସଙ୍ଗଠନକୁ ଧକ୍କା, ଦୁର୍ଦ୍ଦାନ୍ତ ମାଓବାଦୀ ଆର୍‌.କେ. ମୃତ: ମୁଣ୍ଡ ପାଇଁ ଥିଲା ୧କୋଟି ପୁରସ୍କାର

ମାଲକାନଗିରି, ୧୫।୧୦(ଡି.ଏନ୍‌.ଏ.): ଦୁର୍ଦ୍ଦାନ୍ତ ମାଓବାଦୀ ଆର୍‌.କେ.ଙ୍କର ଶୁକ୍ରବାର ମୃତ୍ୟୁ ହୋଇଛି। ସେ ଅନେକ ଦିନ ଧରି କିଡ୍‌ନୀଜନିତ ରୋଗରେ ଆକ୍ରାନ୍ତ ଥିଲେ। ମାଲକାନଗିରି ଜିଲା ସୀମାନ୍ତ...

ପାର୍କିଂ ୟାର୍ଡରୁ ଟ୍ରେଲର ହେଲ୍‌ପରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଳିଙ୍ଗନଗର,୬।୧୨ (ଡି.ଏନ୍‌.ଏ.)- କଳିଙ୍ଗନଗର ଶିଳ୍ପାଞ୍ଚଳ ସାତବାଇଁଶିଆ ଛକ ନିକଟ ଏକ ଘରୋଇ ଟ୍ରକ୍‌ ପାର୍କିଂ ୟାଡ୍‌ରୁ ଗୁରୁବାର ଦାନଗଦୀ ପୋଲିସ ଜଣେ ଟ୍ରେଲର ହେଲ୍‌ପରଙ୍କ ମୃତଦେହ ଉଦ୍ଧାର...

ଶିଳ୍ପୀ ଗ୍ରାମ ବିକାଶ ବାଟବଣା

ଯାଜପୁର ଅଫିସ,୧ା୨: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପକୁ ନେଇ ଓଡ଼ିଶାର ଅନେକ ଗଁାର ସ୍ବତନ୍ତ୍ର ପରିଚୟ ରହିଛି। ସେଥିମଧ୍ୟରୁ କେତେକ ଗଁାକୁ ଶିଳ୍ପୀଗ୍ରାମ ଭାବେ ବିକାଶ...

ରାଜପଥରେ ମହିଳାଙ୍କ ଭ୍ୟାନିଟ୍‌ ଛଡ଼ାଇନେଲେ ଦୁର୍ବୃତ୍ତ

ବୋଲଗଡ,୨।୧୧(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବୋଲଗଡ ଥାନା ସୀମାନ୍ତରେ ଥିବା ବିଜୁପୁର ଗେଟ୍‌ ନିକଟ ୫୭ନଂ ଜାତୀୟ ରାଜପଥରେ ଶୁକ୍ରବାର ଅପରାହ୍ନରେ ପୁଅ ସହ ବାଇକରେ ଯାଉଥିବା...

ଶଙ୍ଖ ଧରିଲେ ବିଶ୍ୱରଞ୍ଜନ : ୨୦୧୯ ନିର୍ବାଚନରେ ବରୀରୁ ହୋଇଥିଲେ ଭାଜପା ବିଧାୟକ ପ୍ରାର୍ଥୀ

ବରୀ,୨୯।୧୦(ଡି.ଏନ୍‌.ଏ.): ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ଶେଷରେ ଅନ୍ତ ଘଟିଛି। ୨୦୧୯ ନିର୍ବାଚନରେ ବରୀ ଭାଜପାରୁ ପ୍ରାର୍ଥୀ ହୋଇଥିବା ବିଶ୍ୱ ରଞ୍ଜନ ମଲ୍ଲିକ...

Advertisement
Archives

Model This Week