ତଦନ୍ତ ପାଇଁ ଚିଠି ଲେଖିଥିଲେ ବାଚସ୍ପତି: ଘରୋଇ ଟ୍ୟୁଶନରେ ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକଙ୍କ ଚଢ଼ାଉ; ଅଭିଯୋଗ ଆସିଥିବା ଅଧ୍ୟାପକଙ୍କୁ ତାଗିଦ୍‌

ଦିଗପହଣ୍ଡି,୨୪ା୭(ଡି.ଏନ.ଏ.)-ଦିଗପହଣ୍ଡିସ୍ଥିତ ବିଜୁ ପଟ୍ଟନାୟକ ମହିଳା କଲେଜ ଇଂଲିଶ ଅଧ୍ୟାପକ ସୁଧୀରକାନ୍ତ ପଣ୍ଡା ଘରୋଇ ଟ୍ୟୁଶନ ପଢ଼ାଉଛନ୍ତି। ଯେଉଁ ଛାତ୍ରୀମାନେ ତାଙ୍କ ପାଖରେ ଟ୍ୟୁଶନ ପଢ଼ିବେ ନାହିଁ, ପରୀକ୍ଷାରେ ସେମାନଙ୍କ ମାର୍କ କମାଇଦେବେ ବୋଲି ଧମକ ଦେଉଥିବା ନେଇ ଓଡ଼ିଶା ବିଧାନସଭା ବାଚସ୍ପତି ତଥା ସ୍ଥାନୀୟ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଦ୍ୱାରା ଜଣାଇଥିଲେ। ଅଭିଯୋଗ ପତ୍ରର ନକଲ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ମଧ୍ୟ ସେ ପ୍ରଦାନ କରିଥିଲେ। ଉଚ୍ଚଶିକ୍ଷା ବିଭାଗର ଉପସଚିବ ପ୍ରାଣବନ୍ଧୁ ରାଉତ ଘଟଣାର ସବିଶେଷ ତଦନ୍ତ କରି ରିପୋର୍ଟ ଦେବାକୁ ବ୍ରହ୍ମପୁର ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବ୍ରହ୍ମପୁରସ୍ଥିତ ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀ ମଙ୍ଗଳବାର ପୂର୍ବାହ୍ନରେ ଦିଗପହଣ୍ଡିରେ ପହଞ୍ଚତ୍ ବିଭିନ୍ନ ଘରୋଇ ଟ୍ୟୁଶନ ଉପରେ ଚଢ଼ାଉ କରିଥିଲେ। ଅଧ୍ୟାପକମାନେ ସେଠାକୁ ଆସୁଛନ୍ତି କି ନାହିଁ ସେ ସମ୍ପର୍କରେ ଟ୍ୟୁଶନ ପରିଚାଳକମାନଙ୍କୁ ପଚାରି ବୁଝିଥିଲେ।
ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ତ୍ରିପାଠୀ ଦିଗପହଣ୍ଡିରେ ପହଞ୍ଚତ୍ବା ପରେ ପ୍ରଥମେ ଅଭିଯୋଗ ଆସିଥିବା ଅଧ୍ୟାପକ ପଣ୍ଡାଙ୍କ ରାଣୀସାହିସ୍ଥିତ ବାସଭବନକୁ ଯାଇଥିଲେ। ସେ ସମୟରେ ଟ୍ୟୁଶନ ବନ୍ଦ ଥିଲା। ତେଣୁ ପଡ଼ୋଶୀମାନଙ୍କ ବୟାନ ରେକର୍ଡ କରିଥିଲେ। ପରେ ବିଜୁ ପଟ୍ଟନାୟକ ମହିଳା କଲେଜରେ ପହଞ୍ଚତ୍ ଯୁକ୍ତ ୨ କଲେଜ ଅଧ୍ୟକ୍ଷା ସସ୍ମିତା ପାଠୀଙ୍କ ଉପସ୍ଥିତିରେ ଅଭିଯୋଗ ଆସିଥିବା ଇଂଲିଶ ଅଧ୍ୟାପକଙ୍କ ବିଷୟରେ ପଚାରି ବୁଝିଥିଲେ। ଏପରିକି ଯୁକ୍ତ ୩ ଛାତ୍ରୀଙ୍କ ଶ୍ରେଣୀ ପ୍ରକୋଷ୍ଠକୁ ଯାଇ ଟ୍ୟୁଶନ ସମ୍ପର୍କରେ କେତେଜଣ ଛାତ୍ରୀଙ୍କ ବୟାନ ରେକର୍ଡ କରିଥିଲେ। ପ୍ରତିଦିନ ନିୟମାନୁସାରେ ପାଠ୍ୟକ୍ରମ ସରଣୀ ଅନୁଯାୟୀ ପାଠ ପଢ଼ାଇବାକୁ ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ତ୍ରିପାଠୀ ଉପସ୍ଥିତ ଅଧ୍ୟାପିକା ଅଧ୍ୟାପକମାନଙ୍କୁ ତାଗିଦ କରିଥିଲେ। ପରେ ସେ ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ କଲେଜରେ ପହଞ୍ଚତ୍ ଟ୍ୟୁଶନ କରୁଥିବା ଅଧ୍ୟାପିକା ଅଧ୍ୟାପକମାନଙ୍କୁ ତାଗିଦ କରିଥିଲେ। ଏପରିକି କିଛି ନିର୍ଦ୍ଦିଷ୍ଟ ଘରୋଇ ଟ୍ୟୁଶନ ପରିଚାଳକଙ୍କୁ ଡ଼କାଇ ସରକାରୀ ଅଧ୍ୟାପିକା ଅଧ୍ୟାପକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିଠିର ଉତ୍ତର, ଡ୍ରେନ୍‌ ବ୍ଲୁ ପ୍ରିଣ୍ଟ ଦେଉନି ଏନ୍‌ଏଚ୍‌ଏଆଇ

ଅନୁଗୋଳ ଅଫିସ, ୨୯।୭ ଅନୁଗୋଳ ଜିଲା ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥର ବଅଁରପାଳରୁ ରନ୍ତଲେଇ ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ...

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ: ପାସ ହାର ୪୩.୬୨%

ଭୁବନେଶ୍ୱର,୭।୮(ବ୍ୟୁରୋ): ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ମୋଟ ପାସ ହାର ୪୩.୬୨% ରହିଥିବା ବେଳେ ଓପନ୍‌ ସ୍କୁଲରେ ପାସ ହାର...

ଉଚ୍ଛେଦ ପୂର୍ବରୁ ଦୋକାନ ହଟାଇଲେ ବ୍ୟବସାୟୀ, ଥଇଥାନ କରା ନ ଗଲେ ଆନ୍ଦୋଳନ ଚେତାବନୀ

ଗଞ୍ଜାମ,୧୨।୩(ଡି.ଏନ୍‌.ଏ.): ଗଞ୍ଜାମ ସହର ସାନବଜାରଠାରୁ ତ୍ରିବେଣୀ ମଠ ଛକ ଯାଏ ରାସ୍ତା ସମ୍ପ୍ରସାରଣ ପାଇଁ ଜବରଦଖଲ ଉଚ୍ଛେଦ କରାଯିବା ନେଇ ତହସିଲ ପ୍ରଶାସନ ପକ୍ଷରୁ ଗତ...

ଠିକାଦାରଙ୍କ କବ୍‌ଜାରେ ରୋଗୀ କ୍ୟାବିନ

ଭୁବନେଶ୍ୱର,୩ା୩(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲକୁ ରୋଗୀ ଗଲେ ସେମାନଙ୍କୁ ସହଜରେ ବେଡ୍‌ ମିଳୁନି। ଯଦି ବେଡ୍‌ ମିଳୁଛି ତେବେ ବହୁ ଧରାଧରି ଏବଂ ହାତଗୁଞ୍ଜା ଦେବା ପରେ।...

ରାଜଧାନୀରେ ପ୍ରଥମ ମୁକ୍ତାକାଶ ପାଠାଗାର

ଭୁବନେଶ୍ୱର, ୨୨।୩(ବ୍ୟୁରୋ):ବର୍ତ୍ତମାନର ଡିଜିଟାଲ୍‌ ଯୁଗରେ ଛାତ୍ରୀଛାତ୍ର ତଥା ଯୁବପିଢିଙ୍କ ଭିତରେ ପୁସ୍ତକ ପଠନ ଆଗ୍ରହକୁ ବଢାଇବା ପାଇଁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ପାର୍କରେ ଖୋଲିଛି ପ୍ରଥମ...

ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ: ବିଚିତ୍ରପୁର ଇକୋ ଟୁରିଜମ୍‌

ଭୋଗରାଇ, ୧୦।୯ (ଡି.ଏନ.ଏ.)-ଇକୋ ଟୁରିଜମ୍‌ସ୍ଥଳୀ ଭାବେ ମାନ୍ୟତା ପାଇଛି ବଙ୍ଗୋପସାଗର କୂଳରେ ଥିବା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଚିତ୍ରପୁର। ୮କି.ମି. ଲମ୍ବ ଓ ୫...

ଏସ୍‌ଟିଏଫ୍‌ ଜାଲରେ ଉଚ୍ଚଶିକ୍ଷିତ ଠକ

ଭୁବନେଶ୍ୱର,୮।୫(ବ୍ୟୁରୋ): କେତେବେଳେ ଚାକିରି ଦେବାକୁ କହି ଫସାଉଥିଲେ ତ ଆଉ କେତେବେଳେ ଭିଜିଲାନ୍ସ ଅଧିକାରୀ ପରିଚୟରେ ବ୍ଲାକ୍‌ମେଲ କରି ଟଙ୍କା ଲୁଟୁଥିଲେ। ଏକାଧିକ ଚାକିରି ଆଶାୟୀ,...

କଲେଜ ଛାତ୍ରଙ୍କୁ ମାଡ ଅଭିଯୋଗ, ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ରାସ୍ତା ଅବରୋଧ

ଗଞ୍ଜାମ, ୧୦।୨(ଡି.ଏନ.ଏ.): ବାଲି ମାଫିଆ ଖଣ୍ଡଦେଉଳି କଲେଜର ଯୁକ୍ତ ତିନି ଛାତ୍ରଙ୍କୁ ମାଡ ମାରିଥିବା ନେଇ ଶନିବାର ରମ୍ଭା ଥାନାରେ ଅଭିଯୋଗ ହୋଇଥିଲା l ଏହି...

Advertisement
Archives

Model This Week