ଡ୍ରୋନ୍‌ କ୍ୟାମେରାରେ ତାରପୁର ମହାନଦୀ ବ୍ରିଜର ସର୍ବେକ୍ଷଣ

ରଘୁନାଥପୁର, ୨୯। ୮ (ଡି.ଏନ.ଏ.)- ମହାନଦୀ ସାଉଥ ଜଳସମ୍ପଦ ବିଭାଗ ଅଧୀନରେ ଥିବା ରାଘୁନାଥପୁର ବ୍ଲକ ତାରପୁରସ୍ଥିତ ମହାନଦୀ ବ୍ରିଜ୍‌ ସ୍ପାନ ଜଏଣ୍ଟ ମୁଣ୍ଡରେ ଗର୍ତ୍ତ ସୃଷ୍ଟି ହୋଇ ଯାତାୟାତରେ ସମସ୍ୟା ସୃଷ୍ଟି କରୁଥିଲା। ଆରଆଣ୍ଡବି ବିଭାଗ ପକ୍ଷରୁ ୧୯୯୭ରେ ୬୨୩ ମିଟର ବ୍ରିଜ୍‌ର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଦୁଇବର୍ଷ ତଳେ ଯାତାୟାତକୁ ଦୃଷ୍ଟିରେ ରଖି ଆରଆଣ୍ଡବି ବିଭାଗ ପକ୍ଷରୁ ଏହାର ମରାମତି କରାଯାଇଥିଲେ ସୁଧା ପୁନର୍ବାର ପିଲରକୁ ପିଲର ବ୍ରିଜ ସଂଯୋଗ ସ୍ଥାନରେ ଖାଲ ସୃଷ୍ଟି ହୋଇଥିଲା। ଗତ ୧୫ ଦିନ ତଳେ ବିଶ୍ୱବ୍ୟାଙ୍କ ମୁଖ୍ୟଯନ୍ତ୍ରୀ ଅନିଲ ତ୍ରିପାଠୀ ବ୍ରିଜ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବାକୁ ଆସି ଡ୍ରୋନ୍‌ କ୍ୟାମେରା ଦ୍ୱାରା ଫଟୋ ଗ୍ରାଫି କରାଯାଇ ଏହାର ସର୍ବେକ୍ଷଣ କରାଯିବ ବୋଲି ପ୍ରକାଶ କରିଥିଲେ। ଗୁରୁବାର ଉକ୍ତ ବିଭାଗ ପକ୍ଷରୁ ଇନଭେଣ୍ଟଗ୍ରୀଡର ଦୁଇ ଟେକନିକାଲ ଏକ୍ସପର୍ଟ ଡ୍ରୋନ୍‌ କ୍ୟାମେରା ଦ୍ୱାରା ସମୁଦାୟ ବ୍ରିଜର ଭିଡିଓ ଗ୍ରାଫି କରିଛନ୍ତି। ଏହା ମଧ୍ୟରେ ସୁପରଷ୍ଟ୍ରକ୍‌ଚର ଓ ବିୟରିଂ କଣ୍ଡିଶନର ପର୍ଯ୍ୟାୟକ୍ରମେ ଭିଡିଓ ଗ୍ରାଫି ହେବା ସହ ବ୍ରିଜ ତଳେ ନିର୍ମିତ ବକ୍ସ ଗାର୍ଡର ମଧ୍ୟରେ କ୍ୟାମେରା ପ୍ରବେଶ କରି ସମ୍ପୂର୍ଣ୍ଣ ଫଟୋ ଉଠାଇବ ବୋଲି ପ୍ରକାଶ କରିଥିଲେ। ଏହି ଥର୍ମାଲ ଇମେଜିଂ ୪ କେ ସାଇଜ ଭିଡିଓ ଏବଂ ଫଟୋଗୁଡିକ ସ୍ପେସିଆଲ ସପ୍ଟଓ୍ବାର ଦ୍ୱାରା ଆର୍ଟିଫେସିଆଲ ଇଣ୍ଟେଲଜେନ୍ସିକୁ ଯାଇ ପ୍ରକୃତ ଅସୁବିଧା ସମ୍ପର୍କରେ ଜଣାପଡିବ ବୋଲି ଏକ୍ସପର୍ଟମାନେ ପ୍ରକାଶ କରିଥିଲେ। ଏହାର ତଦନ୍ତ ପ୍ରକ୍ରିୟା ୧୫ ଦିନ ଭିତରେ ସରିବ ବୋଲି କହିଥିଲେ। ଜେଇ ବିନୟ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଭିଡିଓ ଗ୍ରାଫି ଚାଲିଥିବା ବେଳେ ଫକୀରପଡା ଏସ୍‌ଡିଓ ରତିକାନ୍ତ ବେହେରା ଓ କର୍ମଚାରୀ ବିଶ୍ୱନାଥ ମହାନ୍ତି, ମନୋଜ ପରିଡା ଏଥିରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଲେ ୫୭ ଶିକ୍ଷକ: ଦୀର୍ଘ ଅପେକ୍ଷାର ଘଟିଲା ଅନ୍ତ

ହାଟଡିହୀ/ଛେନାପଦୀ,୨୪l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ଶିକ୍ଷା ଜିଲାର ୫୭ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି l…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri