ଡ୍ରେନ୍‌ ଜଗିବ ବିଏମ୍‌ସି ସ୍କ୍ବାଡ୍‌

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ୫୦ରୁ ଊର୍ଦ୍ଧ୍ୱ ଘରୋଇ ସେସ୍‌ପୁଲ ଗାଡ଼ି ରହିଛି। କିନ୍ତୁ ସେଗୁଡ଼ିକ ମଧ୍ୟରୁ ଅନେକ ସହରର ସ୍ବଚ୍ଛତାକୁ ଅଣଦେଖା କରି ଏଣେତେଣେ ମଳ ପକାଉଛି। ଏ ସମ୍ପର୍କରେ ବିଭିନ୍ନ ଅଞ୍ଚଳରୁ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସହରର ଡ୍ରେନ ସମେତ ଖୋଲା ଜାଗା ଓ ରାସ୍ତାକଡ଼ରେ ଯେଭିଳ ସେସ୍‌ପୁଲ ଗାଡ଼ି ମଳ ପକାଇପାରିବେ ନାହିଁ ସେନେଇ ଦୁଇଟି ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରିଛି। ସ୍କ୍ବାଡ ଦ୍ୱାରା କୌଣସି ସେସ୍‌୍‌ପୁଲ ଗାଡ଼ି ଏଣେତେଣେ ମଳ ପକାଉଥିବା ଧରାପଡ଼ିଲେ ବଡ଼ଧରଣର ଜରିମାନା ଆଦାୟ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।
ଜୋନାଲ ଡେପୁଟି କମିଶନରମାନେ ବିଏମ୍‌ସି ତରଫରୁ ନୋଡାଲ୍‌ ଅଫିସର୍‌ ଭାବେ ସ୍କ୍ବାଡ୍‌କୁ ସଂଯୋଜନା କରିବେ। ସ୍କ୍ବାଡ୍‌ ବ୍ୟତୀତ ପୋଲିସ୍‌, ଟ୍ରାଫିକ୍‌ ଏବଂ ଆର୍‌ଟିଓ ୧ ଏବଂ ୨ର ପ୍ରତିନିଧି ମଧ୍ୟ ସେସ୍‌ପୁଲ୍‌ ଗାଡ଼ି ଉପରେ ନଜର ରଖି ଜରିମାନା କରିପାରିବେ ବୋଲି ଜଣାପଡ଼ିଛି। ସୂଚନାଥାଉ କି, ବିଭିନ୍ନ ଅଭିଯୋଗ ଓ ବିଏମ୍‌ସି ଅଧିକାରୀମାନଙ୍କ କ୍ଷେତ୍ର ପରିଦର୍ଶନରୁ ସେସ୍‌ପୁଲ୍‌ ଗାଡ଼ିଗୁଡ଼ିକ ଲୁଚିଛପି ମଳ ଛାଡ଼ୁଥିବା ସ୍ଥାନଗୁଡ଼ିକ ଚିହ୍ନଟ କରାଯାଇଛି। ବିଶେଷକରି ବରମୁଣ୍ଡା ଫ୍ଲାଏଓଭରରୁ ଖଣ୍ଡଗିରି ପାର୍ଶ୍ୱ ଡ୍ରେନ୍‌, ଜୟଦେବ ବିହାରଠାରୁ ଆଚାଯର୍‌ୟ ବିହାର, ଫାୟାର ଷ୍ଟେଶନ୍‌ଠାରୁ ସିଆର୍‌ପି, କ୍ଲବ୍‌ଟାଉନ୍‌ ପଟିଆ ନିକଟରେ ଥିବା ଡ୍ରେନ୍‌ ଏବଂ ସିଲିକନ୍‌ ଭିଲେଜ୍‌ରୁ ଶିଖରଚଣ୍ଡି ପାଖ ଡ୍ରେନ୍‌ରେ ସେସ୍‌ପୁଲ୍‌ ଗାଡ଼ିଗୁଡ଼ିକ ମଳ ଛାଡ଼ୁଥିବା ଦେଖିବାକୁ ମିଳିଛି। ଏହି ସବୁ ଅଞ୍ଚଳ ସମେତ ଅନ୍ୟସ୍ଥାନର ଡ୍ରେନ୍‌ ଉପରେ ସ୍କ୍ବାଡ୍‌ କଡ଼ା ନଜର ରଖିବ ବୋଲି ବିଏମ୍‌ସି କହିଛି।
ଉଲ୍ଲେଖଯୋଗ୍ୟ, ଓଡିଶା ଦେଶର ପ୍ରଥମ ରାଜ୍ୟ, ଯେଉଁଠାରେ ରାଜ୍ୟବ୍ୟାପୀ ଏଫ୍‌ଏସ୍‌ଏସ୍‌ଏମ୍‌ ଅଧିନିୟମକୁ ସୂଚୀତ କରାଯାଇଛି। ଏହାଦ୍ୱାରା ସହରାଞ୍ଚଳର ଥିବା ଖୋଲାସ୍ଥାନ ଏବଂ ଜଳାଶୟଗୁଡିକରେ ମଳର ଅସୁରକ୍ଷିତ ନିଷ୍କାସନକୁ ନିୟନ୍ତ୍ରଣ ଏବଂ ତଦାରଖ କରାଯାଇପାରିବ। ଏହାର ପ୍ରଭାବୀ କାର୍ଯ୍ୟକାରିତା ଦ୍ୱାରା ରାଜ୍ୟର ଛୋଟ ଏବଂ ବଡ଼ ସହରଗୁଡ଼ିକରେ ଉନ୍ନତ ସ୍ବାସ୍ଥ୍ୟ ଏବଂ ପରିବେଶ ସୃଷ୍ଟି ହେବାର ଆଶା କରାଯାଉଛି। ତଦନୁଯାୟୀ ବିଏମ୍‌ସି ପକ୍ଷରୁ ମଳକୁ ଏଣେତେଣେ ନିଷ୍କାସନ କରିବାରେ କଡା କଟକଣା ଲଗାଯାଇଛି। ସେସ୍‌ପୁଲ୍‌ ଗାଡ଼ିଗୁଡ଼ିକର ମଳ ନିଷ୍କାସନ ପାଇଁ ବାସୁଆଘାଇଠାରେ ମଳ ଉପଚାର ପ୍ଲାଣ୍ଟ କରାଯାଇଛି। ଉକ୍ତ ପ୍ଲାଣ୍ଟ ୭୫ କେଏଲ୍‌ଡି କ୍ଷମତା ବିଶିଷ୍ଟ ହୋଇଥିବା ବେଳେ ସେଠାରେ ସୁରକ୍ଷିତ ଉପଚାର ହୋଇଥାଏ ବୋଲି ବିଏମ୍‌ସି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri