ଡେଙ୍ଗା ବ୍ୟକ୍ତିଙ୍କଠାରେ କ୍ୟାନସର୍‌ ଆଶଙ୍କା ଅଧିକ କାହିଁକି

ଉଚ୍ଚତାରେ ଡେଙ୍ଗା ହେବା ପ୍ରତ୍ୟେକ ବ୍ୟକ୍ତିଙ୍କ ଇଚ୍ଛା। କିନ୍ତୁ ଜାଣନ୍ତି, ଡେଙ୍ଗା ବ୍ୟକ୍ତିଙ୍କର ଉଚ୍ଚତା ସହ କ୍ୟାନସର୍‌ର ସମ୍ପର୍କ ଗଭୀର ଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଅଧିକ ଡେଙ୍ଗା ଲୋକଙ୍କୁ କ୍ୟାନ୍‌ସର ଆଶଙ୍କା ୩୦ ପ୍ରତିଶତ ବଢ଼ିଯାଏ। ଗବେଷଣା ସ୍ବିଡ଼େନ୍‌ର କାରୋଲିନ୍ସକା ଇନ୍‌ଷ୍ଟିଚ୍ୟୁଟ୍‌ରେ କରାଯାଇଥିଲା। ଏହା କ୍ୟାନସର୍‌ ସମ୍ପର୍କିତ ତଥ୍ୟ ଜାଣିବାର ସବୁଠୁ ବଡ଼ ଗବେଷଣା ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି। ୧୯୩୮ରୁ ୧୯୯୧ ମଧ୍ୟରେ ଜନ୍ମିତ ପ୍ରାୟ ୫୫ ଲକ୍ଷ ସ୍ବିଡେନ୍‌ବାସୀଙ୍କୁ ଏକାଠି କରାଯାଇ ଏହି ଗବେଷଣା ହୋଇଥିଲା। ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି, ଅତ୍ୟଧିକ ଡେଙ୍ଗା ପୁରୁଷଙ୍କ ମାମଲାରେ ଏହି ଆଶଙ୍କା ୧୧ ପ୍ରତିଶତ ରହୁଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ୧୮ ପ୍ରତିଶତ ଥାଏ। ବୈଜ୍ଞାନିକଙ୍କ ଅନୁସାରେ, ଉଚ୍ଚତା ବଢ଼ିଲେ ତ୍ୱଚା କ୍ୟାନସର୍‌ ସମସ୍ୟା ମଜବୁତ୍‌ ହୋଇଥାଏ। କେବଳ ସେତିକି ନୁହେଁ, ସ୍ତନ କ୍ୟାନ୍‌ସର ଆଶଙ୍କା ମଧ୍ୟ ୨୦ ପ୍ରତିଶତ ପର୍ଯନ୍ତ ବଢ଼ିଥାଏ। ଗବେଷଣାର ପ୍ରମୁଖ ଡ.ଏମିଲି ବୋଇଂଙ୍କ ମତରେ, ଡେଙ୍ଗା ଲୋକଙ୍କ ମଧ୍ୟରେ କ୍ୟାନସର୍‌ ଆଶଙ୍କା କେତେ ରହିଛି ଜାଣିବାକୁ ଦୀର୍ଘବର୍ଷ ପର୍ଯ୍ୟନ୍ତ ଚାଲିଥିଲା ପ୍ରୟାସ। କିନ୍ତୁ ଏ ଗବେଷଣା ଦ୍ୱାରା ମିଳିଥିବା ଆଶ୍ଚର୍ଯ୍ୟଜନକ ତଥ୍ୟ ଚକିତ କରିଛି ସମସ୍ତଙ୍କୁ। ତେବେ ଏଯାଏ ଡେଙ୍ଗା ଲୋକଙ୍କ ମଧ୍ୟରେ କାହିଁକି କ୍ୟାନସର୍‌ ଆଶଙ୍କା ଅଧିକ ରହୁଛି, ସେ ସମ୍ପର୍କରେ କୌଣସି ତଥ୍ୟ ହାସଲ ହୋଇନାହିଁ। ପରୀକ୍ଷଣ ଏବେ ବି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ରେ ବି ରୋଷେଇ ଘରେ ଅବ୍ୟବସ୍ଥିତ ଭାବେ ରଖନ୍ତୁ ନାହିଁ ଏସବୁ ସାମଗ୍ରୀ, ହୋଇଯିବେ ବରବାଦ୍‌…

ହଠାତ ଯଦି ଆପଣଙ୍କ ପରିବାରରେ ସମସ୍ୟା ବଢ଼ୁଛି। ଆୟ ତୁଳନାରେ ବ୍ୟୟ ଅଧିକ ହେଉଛି କିମ୍ବା ଘରେ କେହି ନା କେହି ରୋଗରେ ପଡ଼ୁଛନ୍ତି,ତେବେ ଆପଣ...

ଏମାନଙ୍କୁ ଅଧିକ ବିପଜ୍ଜନକ କହନ୍ତି ଚାଣକ୍ୟ, ଜାଣନ୍ତୁ କାହିଁକି

ମନୁଷ୍ୟ ଜୀବନରେ, ବନ୍ଧୁଙ୍କୁ ନିକଟତର ବିବେଚନା କରାଯାଏ। ଯଦି ସେହି ବନ୍ଧୁ ତୁମର କ୍ଷତି କରିବାକୁ ଇଚ୍ଛା କରନ୍ତି, ତେବେ ସେ ଶତ୍ରୁ ଅପେକ୍ଷା ଅଧିକ...

ପହଁରିଲେ ସୁସ୍ଥ ରହେ ହୃତ୍‌ପିଣ୍ଡ

ଯଦି ଆପଣଙ୍କୁ ପହଁରିବା ପସନ୍ଦ ଥାଏ, ତେବେ ଖୁସି ହୋଇଯାନ୍ତୁ। କାରଣ ଏହା ହୃତ୍‌ପିଣ୍ଡ ଫିଟ୍‌ ରଖିବାରେ ସବୁଠୁ ଉତ୍ତମ ବ୍ୟାୟାମ୍‌। ନିକଟରେ ଆମେରିକାର ହାର୍ଭାର୍ଡ...

ରକ୍ତଚାପ କମାଏ କଖାରୁ ମଞ୍ଜି

୨୮ ଗ୍ରାମ୍‌ କଖାରୁ ମଞ୍ଜିରେ୧୫୧ କ୍ୟାଲୋରି,୧୭ ଗ୍ରାମ୍‌ ଫାଇବର, ୭ ଗ୍ରାମ୍‌ ପ୍ରୋଟିନ୍‌, ୪ ଗ୍ରାମ୍‌ ମନୋସାଚ୍ୟୁରେଟେଡ ଫ୍ୟାଟ୍‌,୬ ଗ୍ରାମ ଓମେଗା-୬ ଫ୍ୟାଟ୍‌, ମାଙ୍ଗାନିଜ, ମ୍ୟାଗ୍ନେସିୟମ,...

‘ଏଭଳି ପୁଅ ବଞ୍ଚିବା ଅପେକ୍ଷା ମରିଯିବା ଭଲ’: ଜାଣନ୍ତୁ ସନ୍ତାନକୁ ନେଇ ଏଭଳି କାହିଁକି କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟଙ୍କ ଉପଦେଶକୁ ଅନେକ ମାନନ୍ତି। ଜଣେ ବୁଦ୍ଧିମାନ ବ୍ୟକ୍ତି, ତର୍କରେ ପ୍ରବୀଣ ଏବଂ ତାଙ୍କର ନୀତିଗତ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଭାବେ ତାଙ୍କୁ ଗଣାଯାଏ। ସେ...

ରତ୍ନାବତୀ ସ୍କୁଲ

ରାଜସ୍ଥାନର ଜଏସାଲମେରର ଥର୍‌ ମରୁଭୂମିରେ ନିର୍ମାଣ ହୋଇଛି ରାଜକୁମାରୀ ରତ୍ନାଦେବୀ ବାଳିକା ବିଦ୍ୟାଳୟ। ଏହି ସ୍କୁଲ୍‌ର ନିଆରା ନିର୍ମାଣ ଶୈଳୀ ଲାଗି ଏହା ବେଶ୍‌ ପ୍ରସିଦ୍ଧ।...

ରକ୍ତ ଶର୍କରା କମ୍ କରେ ପିଜୁଳି ପତ୍ର କାଢା

ପିଜୁଳି ଏକ ସ୍ୱାଦିଷ୍ଟ ଫଳ । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଉପକାରୀ । ବିଶେଷ କରି ଯେଉଁମାନଙ୍କର ଡାଇବେଟିସ ବା ମଧୁମେହ ରହିଛି...

ଏହି ୩ ରାଶିର ପୁରୁଷ ଏକାଧିକ ଥର ପଡ଼ିଥାନ୍ତି ପ୍ରେମରେ; ରୋମାଣ୍ଟିକ୍‌ ସତ୍ତ୍ୱେ ହୃଦୟ ଭାଙ୍ଗେ…

ପ୍ରତ୍ୟେକ ରାଶିର ବ୍ୟକ୍ତିବିଶେଷଙ୍କ ବ୍ୟବହାର ଏବଂ ପସନ୍ଦ-ନାପସନ୍ଦ ଭିନ୍ନ ଭିନ୍ନ। କିଛି ଶାନ୍ତ ସ୍ବଭାବର ହୋଇଥିବା ବେଳେ କିଛି ବହୁତ ରାଗି। ପ୍ରେମକୁ ନେଇ ମଧ୍ୟ...

Advertisement
Archives

Model This Week