ଡିହଡୋଳ ଫରେଷ୍ଟ ସେକ୍ସନରେ ଦନ୍ତା ଆତଙ୍କ: ୨ଚାଷୀଙ୍କୁ ଦାନ୍ତରେ ଭୁସିଦେଲା

ପରଜଙ୍ଗ, ୧୨।୯(ଡି.ଏନ.ଏ.) – ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡ଼ୋଳ ଫରେଷ୍ଟ ସେକ୍ସନରେ ବୁଧବାର ଏକ ଦନ୍ତାହାତୀ ଆତଙ୍କ ସୃଷ୍ଟି କରିଛି। ହାତୀ ଦାନ୍ତରେ ଭୁସିଦେବାରୁ ୨ଜଣ ଚାଷୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଚାନ୍ଦପୁର ଗ୍ରାମର ପଞ୍ଚାନନ ସାହୁ (୫୦) ଏବଂ ବାରିହାପୁର ଗ୍ରାମର ଅନ୍ତର୍ଯ୍ୟାମୀ ରାଉଳ (୬୮)। ହାତୀ ମୁହଁରୁ ଜୀବନ ବଞ୍ଚାଇ ଦୌଡ଼ି ପଳାଉଥିବାବେଳେ ଖସିପଡ଼ି ଚାନ୍ଦପୁର ଗ୍ରାମର ଉଷା ସାହୁ, କାମାକ୍ଷାପ୍ରସାଦ ସାହୁ, ଉତ୍ସବ ସାହୁ, ଗୋବିନ୍ଦ ସାହୁ, ତ୍ରିଲୋଚନ ସାହୁ ଆହତ ହୋଇଛନ୍ତି।


ଭୋର୍‌ ସମୟରେ କନ୍ତୁର ଗ୍ରାମ ନିକଟ ଜଙ୍ଗଲରୁ ଉକ୍ତ ହାତୀ ବାହାରି ଚାନ୍ଦପୁର ଗଁ। ମୁହଁ। ହୋଇଥିଲା। ଏହି ସମୟରେ ସଜରାବାହାଳପଶି ଅଞ୍ଚଳରେ ପଞ୍ଚାନନ ଚାଷ କାମ କରୁଥିବାବେଳେ ହାତୀ ତାଙ୍କୁ ପଛପଟୁ ଦାନ୍ତରେ ଭୁସି ଦେଇଥିଲା। ଏହାପରେ ଶୁଣ୍ଢରେ ଉଠାଇ ଫିଙ୍ଗି ଦେଇଥିଲା। ସୂଚନା ପାଇ ପରିବାର ଲୋକେ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ମଣ୍ଡାପାଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ପଞ୍ଚାନନଙ୍କୁ ଆକ୍ରମଣ କରି ଦୌଡ଼ି ପଳାଉଥିବାବେଳେ ବଡ଼ଝରା ଗ୍ରାମ ନିକଟ ରେଙ୍ଗାଳି ମୁଖ୍ୟ ବାମ କେନାଲରେ ଉକ୍ତ ଦନ୍ତା ଖସିପଡ଼ିଥିଲା। ହାତୀଟି ସାଢ଼େ ୭ଟାରୁ ପାଖାପାଖି ଘଣ୍ଟାଏ ଧରି କେନାଲରେ ଫସି ରହିଥିଲା। ଡିହଡ଼ୋଳ, ମୁକ୍ତାପଶି ସେକ୍ସନର ବନ କର୍ମଚାରୀ ପହଞ୍ଚତ୍ ବାଣ ଫୁଟାଇ ଘଉଡ଼ାଇବାକୁ ପରେ ହାତୀ ବାହାରକୁ ଉଠିଥିଲା। ତେବେ ଉତ୍ତ୍ୟକ୍ତ ହାତୀ କେନାଲ ହୁଡ଼ାରେ ଥିବା ଫରେଷ୍ଟ ଗାର୍ଡ ପ୍ରଶାନ୍ତ ସାହୁଙ୍କ ସ୍କୁଟିକୁ ଭାଙ୍ଗି ଚୂରମାର କରିଦେଇଥିଲା। ବନ କର୍ମଚାରୀ ଘଉଡ଼ାଇ ଦେବା ପରେ ଦନ୍ତା ୫୩ନଂ. ଜାତୀୟ ରାଜପଥ ପାର ହୋଇ ବସୋଇ ଅଞ୍ଚଳକୁ ପଶିଯାଇଥିଲା। ଏହି ସମୟରେ ଗୋଧିମୁଣ୍ଡା ଅଞ୍ଚଳରେ ଧାନକ୍ଷେତରେ କାମ କରୁଥିବା ଅନ୍ତର୍ଯ୍ୟାମୀଙ୍କୁ ପିଠିକୁ ଦାନ୍ତରେ ଭୁସି ଦେଇଥିଲା। ସେଠାରେ କାମ କରୁଥିବା ଅନ୍ୟ ଚାଷୀମାନେ ତାଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଢେଙ୍କାନାଳ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି।
ରେଞ୍ଜର ହରମୋହନ ନାୟକ, ଫରେଷ୍ଟର ରାମଚନ୍ଦ୍ର ରାଉତ, ଗାର୍ଡ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ବନ ବିଭାଗ ପକ୍ଷରୁ ଅନ୍ତର୍ଯ୍ୟାମୀଙ୍କ ଚିକିତ୍ସା ପାଇଁ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ଉକ୍ତ ଦନ୍ତାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ

ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri