ଡିସ୍‌କାଉଣ୍ଟ ଉପରେ ଲାଗିଛି କଟକଣା;ଇ-କମର୍ସ କମ୍ପାନୀଙ୍କ ବେପାର ମାନ୍ଦା

ନୂଆଦିଲ୍ଲୀ,୧୭-୫: ଗତ ତିନି ମାସ ହେବ ୨ ବଡ଼ ଇ-କମର୍ସ କମ୍ପାନୀରେ ବିକ୍ରି ଅନେକ ହ୍ରାସ ପାଇଛି। କାରଣ ସେମାନେ ଦେଉଥିବା ଭାରି ଡିସ୍‌କାଉଣ୍ଟ ଉପରେ ଏବେ କଟକଣା ଲାଗୁ କରାଯାଇଛି। ଏହି କାରଣରୁ ସ୍ଥାନୀୟ ବଜାରରେ ଏବେ ଭିଡ଼ ଜମିବା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଇ-କମର୍ସ କମ୍ପାନୀଙ୍କ ଉପରେ ଲଗାମ ଲଗାଇବାକୁ ଯାଇ ଚଳିତ ବର୍ଷ ଫେବୃୟାରୀରେ ନୂଆ ଏଫ୍‌ଡିଆଇ ନୀତି ଲାଗୁ କରିଛନ୍ତି। ଫଳରେ ଇ-କମର୍ସ କମ୍ପାନୀମାନେ ଆଉ ଭାରି ଡିସ୍‌କାଉଣ୍ଟ ଦେଇପାରୁନାହାନ୍ତି। ଏଥିଯୋଗୁ ସବୁଠାରୁ ଅଧିକ କ୍ଷତି ସହୁଛନ୍ତି ଫ୍ଲିପକାର୍ଟ ଓ ଆମାଜନ। ସେମାନେ ନିଜ ପ୍ଲାଟଫର୍ମରେ ସର୍ବାଧିକ ଛାଡ଼ ଘୋଷଣା କରୁଥିଲେ। ଫଳରେ ସେମାନଙ୍କ ବେପାର ବେଶ୍‌ ଜମୁଥିଲା। ସରକାରଙ୍କ ଉକ୍ତ ନିଷ୍ପତ୍ତି କାରଣରୁ ଇ-କମର୍ସ କମ୍ପାନୀମାନଙ୍କ କାରବାର ହ୍ରାସ ପାଇଥିବା ବେଳେ ଗତ ୩ ମାସ ହେବ କ୍ଷୁଦ୍ର ବେପାରୀ ଏବେ ବେଶ ଦିପଇସା ଆୟ କରିପାରୁଛନ୍ତି। ଏବେ ଉକ୍ତ ଦୁଇ ଇ-କମର୍ସ କମ୍ପାନୀ ନୂଆ ସରକାର ଆସିବା ଅପେକ୍ଷାରେ ରହିଛନ୍ତି। କାରଣ ନୂଆ ସରକାର ଆସିବା ପରେ ଇ-କମର୍ସ ନୀତିକୁ କୋହଳ କରାଯିବାର ସମ୍ଭାବନା ରହିଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନର ଏନ୍‌ଡିଏ ସରକାର ଖୁଚୁରା ବ୍ୟବସାୟୀଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନ ଥିଲେ। କାରଣ ସରକାରୀ ଦଳ ପାଇଁ ସେମାନେ ବଡ଼ ଭୋଟ୍‌ ବ୍ୟାଙ୍କ କୁହାଯାଉଛି। ସୂଚନାଯୋଗ୍ୟ, ଇ-କମର୍ସ କମ୍ପାନୀଗୁଡ଼ିକ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ, ମୋବାଇଲ ଫୋନ, ଫ୍ୟାଶନ ଏବଂ ଲାଇଫଷ୍ଟାଇଲ ଭଳି ସେଗମେଣ୍ଟରେ ଲୋକଙ୍କୁ ଭାରିମାତ୍ରାରେ ଛାଡ଼ ଘୋଷଣା କରୁଥିଲେ। ଏହି କାରଣରୁ ଲୋକେ ଅନ୍‌ଲାଇନରେ ସାମଗ୍ରୀ କିଣିବାକୁ ଅଧିକ ପସନ୍ଦ କରୁଥିଲେ। ଛାଡ଼ ମାତ୍ରା ଏତେ ଅଧିକ ରହୁଥିଲା ଯେ, ଖୁଚୁରା ବ୍ୟବସାୟୀ ତାହା ଦେଇପାରୁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଥତ୍କ ପ୍ୟାକେଜକୁ ନେଇ ପ୍ରଶ୍ନ ଉଠିଲା

ନୂଆଦିଲ୍ଲୀ,୧୪।୬: କରୋନା ମହାମାରୀ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ସାମ୍ନାରେ ଆସିଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବା ଲାଗି ସରକାର ୨୦ ଲକ୍ଷ କୋଟି ଟଙ୍କାର ଏକ...

୩୦୦ କର୍ମଚାରୀଙ୍କ ଛଟେଇ କଲା ସ୍ପିନି

ନୂଆଦିଲ୍ଲୀ,୪।୮: ଛଟେଇ କରିଛି ଗୁରୁଗାଓଁ ସ୍ଥିତ ବ୍ୟବହାର ହୋଇଥିବା କାର୍‌ ଷ୍ଟାଟ୍‌ଅପ୍‌ ସ୍ପିନି। ପ୍ରାୟ ୩୦୦ କର୍ମଚାରୀଙ୍କୁ କମ୍ପାନୀ ଛଟେଇ କରିସାରିଛି। ଏହା ତାର ମୋଟ...

ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି କରାଉଛି ଜେଏନ୍‌ଟିଭିଟିଆଇ

ଭୁବନେଶ୍ୱର,୧୧।୨: ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍‌ ଲିମିଟେଡ୍‌ (ଏସ୍‌ପିପିଏଲ୍‌) ପକ୍ଷରୁ ଜେଏନ୍‌ ଟାଟା ଧନ୍ଦାମୂଳକ ତାଲିମ ପ୍ରତିଷ୍ଠାନ (ଜେଏନ୍‌ଟିଭିଟିଆଇ)ର ୧୭ଜଣ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତିଭିତ୍ତିକ ତାଲିମ ପାଇଁ ଜାମଶେଦପୁର...

ଆର୍‌ବିଆଇ ଏମ୍‌ପିସି ବୈଠକ ଆରମ୍ଭ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ମୁଦ୍ରାନୀତି କମିଟି(ଏମ୍‌ପିସି) ବୈଠକ ବୁଧବାରଠାରୁ ଆରମ୍ଭ ହୋଇଛି। ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକ ୪...

ଏମ୍‌ଏସ୍‌ଏମ୍‌ଇକୁ ୧.୮୭ ଲକ୍ଷ କୋଟିର ଋଣ ମଞ୍ଜୁର

ନୂଆଦିଲ୍ଲୀ: ଦେଶର ଅଣୁ, କ୍ଷୁଦ୍ର ମଧ୍ୟମ ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)କୁ ବ୍ୟାଙ୍କଗୁଡିକ ୧.୮୭ ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି। ଏହା ମଧ୍ୟରୁ ୨୭...

ସତେଜ କାରବାର ପୁଣି ଫେରିଛି

ବ୍ୟବସାୟ ପ୍ରବହମାନ ଜଳ ସଦୃଶ। ନଦୀରେ ପାଣି କମ୍‌ ବେଶି ହେବା ଭଳି ବ୍ୟବସାୟ ମଧ୍ୟ ଅନେକ ଉତ୍‌ଥାନ ଓ ପତନ ଦେଇ ଗତି କରିଥାଏ।...

ପିଏନ୍‌ବିର ୪ର୍ଥ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୨।୫: ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ (ପିଏନବି)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପିଏନବି ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ...

୧୪ତମ ଫ୍ଲାଇଟ୍‌ ଅଫ୍‌ ଫାଣ୍ଟାସି ଅଭିଯାନ

ଭୁବନେଶ୍ୱର,୧୯।୬: ରାଜ୍ୟର ପ୍ରମୁଖ ସାମାଜିକ ସଂସ୍ଥା ଭୁବନେଶ୍ୱର ରାଉଣ୍ଡ୍‌ ଟେବୁଲ ୫୩ ଏବଂ ଭୁବନେଶ୍ୱର ଲେଡିଜ୍‌ ସର୍କଲ ୧୨ ପକ୍ଷରୁ ଏକ ଅଭିନବ ଅଭିଯାନ ‘ଫ୍ଲାଇଟ୍‌...

Advertisement
Archives

Model This Week