ଡିଜିଟାଲ ଇଣ୍ଡିଆ ଆନିଭର୍ସାରୀ ପାଳିତ

ଢେଙ୍କାନାଳ ଅଫିସ, ୨ା୭ ଢେଙ୍କାନାଳ ଡାକମଣ୍ଡଳ ପକ୍ଷରୁ ମୁଖ୍ୟ ଡାକଘର ପରିସରରେ ସୋମବାର ଡିଜିଟାଲ ଇଣ୍ଡିଆ ଆନିଭର୍ସାରୀ ପାଳିତ ହୋଇଯାଇଛି। ଡାକମଣ୍ଡଳ ଅଧୀକ୍ଷକ ବିପିନ ବିହାରୀ ମହାନ୍ତି, ପ୍ରଧାନ ଡାକପାଳ ପୂର୍ଣ୍ଣଚନ୍ଦ୍ର ଶୁକ୍ଳା, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ବରିଷ୍ଠ ପରିଚାଳକ ମହେଶ ନାୟକଙ୍କ ସମେତ ବହୁ ଡାକ କର୍ମଚାରୀ, ଜନସାଧାରଣ ଉପସ୍ଥିତ ଥିଲେ।
୨୦୧୫ ଜୁଲାଇ ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂଆଦିଲ୍ଲୀରେ ଡିଜିଟାଲ ଇଣ୍ଡିଆର ଶୁଭାରମ୍ଭ ହୋଇଥିଲା। ଏହାପରେ ଡାକ ବିଭାଗରେ ବ୍ୟାପକ ଆଧୁନିକୀକରଣ ହୋଇଛି। ଡାକଘରେ କୋର ବ୍ୟାଙ୍କିଙ୍ଗ୍‌ ସୁବିଧା, ଡାକ ଜୀବନବୀମା କମ୍ପ୍ୟୁଟରୀକରଣ, ସ୍ମାର୍ଟଫୋନ ଜରିଆରେ ଚିଠିପତ୍ର ବଣ୍ଟନ, ଅନ୍‌ଲାଇନ ଟ୍ରାଞ୍ଜାକ୍ସନ ସୁବିଧା ମିଳୁଛି। ଡିଜିଟାଲ ଆଡଭାନ୍ସମେଣ୍ଟ ଅଫ୍‌ ରୁରାଲ ପୋଷ୍ଟ ଅଫିସ୍‌ ଫର୍‌ ନିଉ ଇଣ୍ଡିଆ (ଦର୍ପଣ) ପ୍ରୋଜେକ୍ଟ ଡିଜିଟାଲ ଇଣ୍ଡିଆର ଆଉ ଗୋଟିଏ ପଦକ୍ଷେପ। ଢେଙ୍କାନାଳ ଡାକମଣ୍ଡଳ ଅଧୀନ ୫୦ ଉପ ଡାକଘର, ୪୧୯ ଶାଖା ଡାକଘର ଏଥିରେ ଅନ୍ତର୍ଭୁକ୍ତ ହୋଇଛି। ଏହାଦ୍ୱାରା ଡାକସେବା ଅଧିକ ସୁଗମ ହୋଇଛି। ଡାକମଣ୍ଡଳ ଅଧୀନ ଢେଙ୍କାନାଳ, ଅନୁଗୋଳ ଜିଲା ଗ୍ରାମାଞ୍ଚଳର ଲୋକମାନେ ‘ଦର୍ପଣ’ ଦ୍ୱାରା ଟଙ୍କା ପଇସା ନେଣଦେଣ, ବୀମାରାଶି ପଇଠ ଏବଂ ଚିଠିପତ୍ର ଆଦାନ ପ୍ରଦାନ ପାରଦର୍ଶିତାର ସହ କରିପାରୁଛନ୍ତି।
ଡାକଘରେ ଖାତାଗୁଡ଼ିକ ମଧ୍ୟ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସହିତ ସଂଯୋଗ କରାଯାଇପାରୁଛି। ଗ୍ରାହକମାନେ ଏନ୍‌ଇଏଫ୍‌ଟି, ଆର୍‌ଟିଜିଏସ୍‌, ମୋବାଇଲ ରିଚାର୍ଜ, ଜଳକର ଦେୟ, ବିଦ୍ୟୁତ ଦେୟ ସହିତ ଅନ୍ୟ ବ୍ୟାଙ୍କ ଖାତାକୁ ମଧ୍ୟ ଟଙ୍କା ପ୍ରେରଣ କରିପାରୁଛନ୍ତି ବୋଲି ସୂଚନା ଦିଆଯାଇଥିଲା। ବ୍ୟବସାୟ କାର୍ଯ୍ୟନିର୍ବାହୀ ଦୀପ୍ତିରଞ୍ଜନ ସାମନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଡାକମଣ୍ଡଳ କାର୍ଯ୍ୟାଳୟ ପର୍ଯ୍ୟବେକ୍ଷକ ସୁବୋଧ ଶତପଥୀ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ପୂର୍ବ ଶତୃତାରୁ ଛୁରାମାଡ଼, ଯୁବକ ଗୁରୁତର

ଭୁବନ ୧୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ରୋଡଙ୍ଗ ଗ୍ରାମର କୈଳାଶ ମଳିକଙ୍କ ପୁଅ ଚନ୍ଦନ ଭଳି (୧୯)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ କେତେଜଣ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ଜିଲାସ୍ତରୀୟ ପ୍ରେରଣା ଉତ୍ସବ, ସରାଙ୍ଗ ନବୋଦୟ ବିଦ୍ୟାଳୟ…

ପରଜଙ୍ଗ,୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି ।…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri