ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ : ସ୍ବାସ୍ଥ୍ୟସେବା ବ୍ୟାହତ, ସାଧାରଣରେ ଅସନ୍ତୋଷ

ଦିଗପହଣ୍ଡି,୧୭ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରମାନେ ଭାରତୀୟ ମେଡିକାଲ ଡାକ୍ତର ସଂଘ (ଆଇଏମ୍‌ଏ)ର ଦେଶବ୍ୟାପୀ ଆନ୍ଦୋଳନ ଡାକରାରେ ସାମିଲ ହୋଇଛନ୍ତି। ଫଳରେ ଦିଗପହଣ୍ଡିରେ ସ୍ବାସ୍ଥ୍ୟସେବା ବ୍ୟାହତ ହୋଇଛି। ସୋମବାର ସକାଳୁ ବହୁ ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ। ମାତ୍ର ଡାକ୍ତରମାନେ ଅନୁପସ୍ଥିତ ଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ଏନେଇ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ସୁପ୍ରଭା ସାହୁଙ୍କୁ ପଚାରିବାରୁ ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦରେ ସର୍ବଭାରତୀୟ ଡାକ୍ତର ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଜରୁରିକାଳୀନ ସ୍ବାସ୍ଥ୍ୟସେବାକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ବୋଲି ସେ କହିଥିଲେ। ଏହି ଆନ୍ଦୋଳନ ମଙ୍ଗଳବାର ସକାଳ ୬ଟା ପର୍ଯ୍ୟନ୍ତ ଚାଲୁରହିବ ବୋଲି ଡା. ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର 2026 T20 World Cup ବିଜୟ ନିଶ୍ଚିତ? ଏହି ସଂଯୋଗ ଦେଖିଲେ ଆପଣ ବି ବିଶ୍ୱାସ କରିବାକୁ ବାଧ୍ୟ ହେବେ

ନୂଆଦିଲ୍ଲୀ,୧୯।୨: 2026 T20 World Cup ପାଇଁ ସୁପର ୮ ଦଳ ଚୂଡ଼ାନ୍ତ ହୋଇଛି। ଯଦିଓ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହୋଇନାହିଁ, କିନ୍ତୁ ପାକିସ୍ତାନ ବିଶ୍ୱକପ…

ବସ୍‌ ଧକ୍କାରେ ଓଲଟିପଡ଼ିଲା ଟ୍ରାକ୍ଟର, କଣ୍ଡକ୍ଟରଙ୍କ ସମେତ…

ଧୂଷୁରୀ,୧୯ା୨(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନ କୁଳେଇପଦା ଓ ଆରଡ଼ିର ମଧ୍ୟବର୍ତ୍ତୀ ସ୍ଥାନରେ ୨୦ ନମ୍ବର ଜାତୀୟ ରାଜପଥରେ ଗୁରୁବାର…

ଏହି ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କୁ ଆଜୀବନ କାରାଦଣ୍ଡ, ଜାଣନ୍ତୁ କ’ଣ କରିଛନ୍ତି ଅପରାଧ

ସିଓଲ,୧୯।୨: ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ୟୁନ ସୁକ-ୟେଓଲ ଏକ ବଡ଼ ଝଟକା ପାଇଛନ୍ତି। ଗୁରୁବାର (ଫେବୃଆରୀ ୧୯) ଦିନ, କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି…

ଭାରତର ପଡୋଶୀ ଦେଶରେ ବଡ଼ ଧରଣର ବିସ୍ଫୋରଣ, ଅତିକମରେ ୧୬ ମୃତ

ଇସଲାମାବାଦ,୧୯।୨: ପାକିସ୍ତାନର ସବୁଠାରୁ ବଡ଼ ସହର କରାଚୀରୁ ଏକ ଦୁଃଖଦ ଖବର ଆସିଛି। ଏକ ଆବାସିକ ଅଞ୍ଚଳରେ ଏକ ଶକ୍ତିଶାଳୀ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି।…

ଆଜିର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୯ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୧୩୬୪ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ…

‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…

ପଡ଼ିଆରେ ଅଘଟଣ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଭାରତୀୟ ବିମାନ କମ୍ପାନୀ ବିରୋଧରେ ବାଂଲାଦେଶ ନେଲା ବଡ଼ ନିଷ୍ପତ୍ତି: ଏୟାରସ୍ପେସ ବନ୍ଦ

ଢାକା,୧୯।୨: ବାଂଲାଦେଶର ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନ କରିବା କାରଣରୁ ଭାରତୀୟ ବଜେଟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri