ଡାକ୍ତରଖାନାରେ ଦଲାଲରାଜ ନେଇ ମୁଖ୍ୟମନ୍ତ୍ରୀ ଖପ୍ପା

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ସରକାରୀ ହସ୍ପିଟାଲରେ ଦଲାଲ ଏବଂ ମଧ୍ୟସ୍ଥଙ୍କ ପାଦୁର୍ଭାବ ବୃଦ୍ଧିକୁ ନେଇ ଗଭୀର ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବାସ୍ଥ୍ୟକେନ୍ଦ୍ରକୁ ମଧ୍ୟସ୍ଥଙ୍କ କବଳରୁ ମୁକ୍ତ ରଖିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲାର ଏସ୍‌ପିଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୨ରେ ରାଜ୍ୟ ସରକାର ‘ମୋ ସରକାର’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏଥିପୂର୍ବରୁ ବୁଧବାର ମୁଖ୍ୟମନ୍ତ୍ରୀ ଜିଲାପାଳ, ଏସ୍‌ପି, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଡାକ୍ତରମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ୧୫ଦିନ ମଧ୍ୟରେ ହସ୍ପିଟାଲଗୁଡ଼ିକୁ ମଧ୍ୟସ୍ଥ ମୁକ୍ତ କରି ଜଣାଇବାକୁ ସେ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟର ସ୍ବାସ୍ଥ୍ୟ ସେବା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୦୦ ମସିହାରେ ରାଜ୍ୟର ସ୍ବାସ୍ଥ୍ୟ ବଜେଟ ୫୧୪ କୋଟି ଟଙ୍କା ଥିଲା। ଏହା ଏବେ ଏହା ୭ ହଜାର କୋଟି ଟଙ୍କାରେ ପହଞ୍ଚତ୍ଲାଣି। ସେହିପରି ସରକାରୀ ମେଡିକାଲ କଲେଜ ସଂଖ୍ୟା ୩ରୁ ବୃଦ୍ଧି ପାଇ ୭ ହେଲାଣି। ଖୁବ୍‌ଶୀଘ୍ର ଆହୁରି ୧୨ଟି ମେଡିକାଲ କଲେଜ ସ୍ଥାପନ କରାଯିବ। ଜନସାଧାରଣ ହେଉଛନ୍ତି ଡାକ୍ତରଖାନାର ପ୍ରକୃତ ମାଲିକ। ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ଡାକ୍ତରଙ୍କ ଦାୟିତ୍ୱ। ସ୍ବାସ୍ଥ୍ୟ ସେବା ହେଉଛି ରାଜ୍ୟ ସରକାରଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର। ଲୋକଙ୍କ ଟଙ୍କାରେ ସ୍ବାସ୍ଥ୍ୟକ୍ଷେତ୍ରର ସମ୍ପୂର୍ଣ୍ଣ ଭିତ୍ତିଭୂମି, ବଜେଟ, ମେଡିକାଲ କଲେଜ ଏବଂ ଚିକିତ୍ସାଳୟ ଚାଲୁଛି। ସେମାନଙ୍କୁ ସମ୍ମାନର ସହିତ ଚିକିତ୍ସା କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। କେତେକ ସ୍ଥାନରେ ବ୍ଲଡ ବ୍ୟାଙ୍କ, ଆମ୍ବୁଲାନ୍ସ ଏବଂ ଡାଏଲିସିସ ଆଦି କ୍ଷେତ୍ରରେ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ରୋଗୀ ସେବାରେ ବାଧକ ସୃଷ୍ଟ କରୁଥିବା ମଧ୍ୟସ୍ଥଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
୨୦୦୧ରେ କାଶୀପୁରରେ ଆମ୍ବଟାକୁଆ ଖାଇ କିଛି ଲୋକ ଅସୁସ୍ଥ ହୋଇଥିବା ଘଟଣା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଲେ, ସେହି ସମୟରେ ସେଠାକୁ ଗସ୍ତ ଅବସରରେ ସେଠାକାର ଡାକ୍ତରଙ୍କ ସେବା ମନୋଭାବ ତାଙ୍କୁ ବିଶେଷ ଭାବେ ପ୍ରଭାବିତ କରିଥିଲା। ସମ୍ପୃକ୍ତ ଡାକ୍ତରଙ୍କ ଉପରେ ଜନସାଧାରଣଙ୍କର ପ୍ରଚଣ୍ଡ ଭରସା ଥିଲା। କାଶୀପୁର ଘଟଣା ପରେ ସେଠାକୁ ୪ଜଣ ତାଲିମ ନେଉଥିବା ଆଇଏଏସ୍‌ଙ୍କୁ ପଠାଯାଇଥିଲା। ସେମାନଙ୍କୁ ମଧ୍ୟ ସମ୍ପୃକ୍ତ ଡାକ୍ତର ସାହାଯ୍ୟ କରିଥିଲେ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅନେକ ଭଲ ଡାକ୍ତର ଅଛନ୍ତି। ଯେଉଁ ଡାକ୍ତରମାନେ ଭଲ କାମ କରିବେ ସେମାନଙ୍କୁ ଆଗୁଆ ପଦୋନ୍ନତି ଦିଆଯିବ। କାମ ନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଥିବା ‘ମୋ ସରକାର’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଡାକ୍ତରଖାନା ଯାଉଥିବା ରୋଗୀଙ୍କୁ ଟେଲିଫୋନ କରି ସ୍ବାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ସୁବିଧା ସମ୍ପର୍କରେ ପଚାରି ବୁଝିବେ ବୋଲି ସୂଚନା ଦେଇଛନ୍ତି।
ରାଜ୍ୟବାସୀଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ମହତ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ‘ମୋ ସରକାର’ କାର୍ଯ୍ୟକ୍ରମର ସଫଳତା ଦିଗରେ ଡାକ୍ତରଙ୍କ ପଦୋନ୍ନତିକୁ ଗୁରତ୍ୱ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି। ‘୫-ଟି’ ସଚିବ ଭି.କେ. ପାଣ୍ଡିୟାନ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ‘ସୁସ୍ଥ ଓଡ଼ିଶା, ସୁଖି ଓଡ଼ିଶା’ ଭିଜନକୁ ପୂରଣ କରିବା ପାଇଁ ସମସ୍ତଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଅତ୍ୟନ୍ତ ଜରୁରୀ। ରକ୍ତ ଭଣ୍ଡାର, ଆମ୍ବୁଲାନ୍ସ ଏବଂ ଡାଏଲିସିସ ଆଦି କ୍ଷେତ୍ରଗୁଡିକୁ ୧୫ଦିନ ମଧ୍ୟରେ ସମ୍ପୂର୍ଣ୍ଣ ମଧ୍ୟସ୍ଥ ମୁକ୍ତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍‌.ବାଲକ୍ରଷ୍ଣନ୍‌ , ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ସାର କାରଖାନା ଇଫ୍‌କୋରେ ଉତ୍ପାଦନ ବନ୍ଦ

ପାରାଦୀପ,୨୨।୫(ଶରତ ରାଉତ):ଏସିଆ ମହାଦେଶର ସର୍ବବୃହତ୍‌ ସାର କାରଖାନା ପାରାଦୀପ ଇଫ୍‌କୋରେ ବୁଧବାରଠାରୁ ଉତ୍ପାଦନ ବନ୍ଦ ରହିଛି। କାରଣ ଉକ୍ତ କାରଖାନାରେ ଆବଶ୍ୟକ କଞ୍ଚାମାଲ ଅଭାବ ଦେଖାଦେଇଛି। ଏହାର…

ଅକାମୀ ହୋଇପଡିଛି ୨୬ ଲକ୍ଷର ପ୍ରୋଜେକ୍ଟ: ଚାଷୀ ହନ୍ତସନ୍ତ

କେସିଙ୍ଗା,୨୨।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭମରମାଲ ଗ୍ରାମ ନିକଟରେ ଜଳସେଚନ ପାଇଁ ଗତ ୨୦୨୦-୨୧ରେ ୨୬ ଲକ୍ଷ ୮୨…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ଏଣିକି କୃଷକଙ୍କ କାର୍ଯ୍ୟ ହେବ ସହଜ: ଶୁଭାରମ୍ଭ ହେଲା…

ମହାକାଳପଡ଼ା, ୨୨ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କିଆର ବାଙ୍କସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଠାରେ ଖରିଫ୍‌ ଫସଲ ସମ୍ବନ୍ଧୀୟ କୃଷକ ପଞ୍ଜୀକରଣ, ସଫଳ…

କଲ୍ୟାଣସିଂହପୁର ଲ୍ୟାମ୍ପ ଏମ୍‌ଡିଙ୍କ ଘରେ ଭିଜିଲାନ୍ସ ରେଡ୍, ବେଆଇନ କାରବାର…

କଲ୍ୟାଣସିଂହପୁର,୨୨।୫(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସମବାୟ ସମିତି ଲ୍ୟାମ୍ପରେ ହୋଇଥିବା କୋଟି କୋଟି ଟଙ୍କାର ଅର୍ଥ ହେରଫେର ଘଟଣା ନୂଆ ମୋଡ଼ ନେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri