ଡକାୟତ ଗ୍ୟାଙ୍ଗ୍‌ ଠାବ, ୩ ଗିରଫ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ)/ ପାତ୍ରପଡ଼ା (ଡି.ଏନ୍‌.ଏ.):  କମିଶନରେଟ ପୋଲିସ ଆଖିରୁ ନିଦ ହଜାଇ ଦେଇଥିବା ଏକ ଡକାୟତ ଗ୍ୟାଙ୍ଗ୍‌କୁ ସ୍ପେଶାଲ ସ୍କ୍ବାଡ୍‌ ଠାବ କରିଛି। ଗ୍ୟାଙ୍ଗ୍‌ର ଦୁଇ ମୁଖ୍ୟଙ୍କ ସହ ଚୋରି ସାମଗ୍ରୀ କିଣିଥିବା ଜଣେ ରିସିଭରଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ପୁରୀ ଜିଲା ଅସ୍ତରଙ୍ଗର ନଣ୍ଡା ଓରଫ ନିରଞ୍ଜନ ସ୍ବାଇଁ (୪୨), ନାଲୁ ସ୍ବାଇଁ ଓ ରିସିଭର କୋଣାର୍କ ଥାନା ଅନ୍ତର୍ଗତ ବାଜପୁରର ସୁକାନ୍ତ ସାହୁ(୩୧)। ପୋଲିସ ସେମାନଙ୍କ ନିକଟରୁ ୭୦ ଗ୍ରାମର ସୁନା ଅଳଙ୍କାର, ୧୫୦ ଗ୍ରାମର ରୁପା, ଦୁଇଟି ଦୁଇଚକିଆ ଗାଡ଼ିକୁ ଜବତ କରିଛି। ତେବେ ନଣ୍ଡା ଓ ନାଲୁଙ୍କ ନାମରେ ୪୮ରୁ ଊର୍ଦ୍ଧ୍ୱ ମାମଲା ରହିଛି। ଅସ୍ତରଙ୍ଗ ଥାନା ଅଞ୍ଚଳରେ ଏକାଧିକ ମାମଲା ରହିଥିବାବେଳେ ଭୁବନେଶ୍ୱର ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ଧଉଳି ଓ ବାଲିଅନ୍ତା ଥାନାରେ ୧୧ ମାମଲା ରହିଛି।
ମିଳିଥିବା ସୂଚନାନୁସାରେ, ନଣ୍ଡା ଓ ସହଯୋଗୀ ନାଲୁ କେତେଜଣ ସଦସ୍ୟଙ୍କୁ ନେଇ ଏକ ଗ୍ୟାଙ୍ଗ୍‌ ଗଢ଼ିଥିଲେ। ଏହି ଗ୍ୟାଙ୍ଗର ସଦସ୍ୟମାନେ ଚୋରି, ଲୁଟ୍‌ ଓ ଡକାୟତି କରନ୍ତି। ବିଶେଷକରି ଘରେ କେହି ନ ଥିବାବେଳେ ଝରକା ଓ କବାଟ ତାଡି ସୁନା ଗହଣା ଓ ଟଙ୍କା ପଇସା ନେଇ ଚମ୍ପଟ ମାରନ୍ତି। ଏହାସହ ଘର ଆଗରେ ଥିବା ବାଇକ୍‌ କିମ୍ବା କାର୍‌କୁ ମଧ୍ୟ ଚୋରି କରି ନେଇଥାନ୍ତି। ଡକାୟତି ସମୟରେ ଘରେ ଯଦି କେହି ତାଙ୍କୁ ବିରୋଧ କରନ୍ତି, ସେମାନେ ତାଙ୍କୁ ଆକ୍ରମଣ କରନ୍ତି। ଏପରି କି ଡକାୟତିବେଳେ ମହିଳା ଦେଖିଲେ ବଳାତ୍କାର କରିଥାନ୍ତି। ଇତିମଧ୍ୟରେ ଏହି ଗ୍ୟାଙ୍ଗ୍‌ ଖଣ୍ଡଗିରି କଳିଙ୍ଗନଗର ଅଞ୍ଚଳରୁ ଏକାଧିକ ଡକାୟତି କରିଥିବା ନେଇ ଥାନାରେ ଅଭିଯୋଗ ରହିଛି। ନିକଟରେ ଖଣ୍ଡଗିରି ଓ ଧଉଳି ଥାନା ଅଞ୍ଚଳରୁ ଲୁଟପାଟ କରିଥିଲେ। ଏମାନଙ୍କ ନାମରେ ଅଭିଯୋଗ ବଢିବା ପରେ ପୋଲିସ ଏହି ଗ୍ୟାଙ୍ଗ୍‌କୁ ଧରିବାକୁ ଆରମ୍ଭ କରିଥିଲା ଅପରେଶନ। ସେମାନଙ୍କ ଫୋନ୍‌ ନମ୍ବରକୁ ଟ୍ରେସ୍‌ କରିବା ପରେ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ। ଉଭୟଙ୍କୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା ଚାଲିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

ବାପା-ମାଆଙ୍କ ଅନୁମତି ବିନା ଆପଣ ବିବାହ କରିପାରିବେନି, ବିଧାନସଭାରେ ବଡ଼କଥା କହିଦେଲେ ସରକାର

ନୂଆଦିଲ୍ଲୀ,୨୦।୨: ଗୁଜୁରାଟ ବିଧାନସଭାରେ ବିବାହ ପଞ୍ଜିକରଣକୁ ନେଇ ଏକ ଐତିହାସିକ ପ୍ରସ୍ତାବ ଦିଆଯାଇଛି । ବାପା ମାଆଙ୍କ ଅନୁମତି ବିନା କେହି ବି ବିବାହ କରିପାରିବେ ନାହିଁ, ଅର୍ଥାତ୍ ବିବାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri