ଠିକାଦାର ସଂସ୍ଥା କବ୍‌ଜାରେ ସରକାରୀ ଜମି: ଭିଟାମାଟି ଛାଡିବେ ୧୦ଗଁ। ର ବାସିନ୍ଦା

ଖଇରା, ୨୧।୭(ଡି.ଏନ.ଏ.)-ଦିଲ୍ଲୀର ଏକ ଠିକାଦାର ସଂସ୍ଥା ଦ୍ୱାରା ସରକାରୀ ତଥା ଚାଷୀଙ୍କ ଜମି ଜବରଦଖଲ ହୋଇଚାଲିଛି। ଏସବୁ ରାଜସ୍ବ ବିଭାଗର ଅଧିକାରୀମାନେ ଜାଣି ମଧ୍ୟ ନୀରବଦ୍ରଷ୍ଟା ପାଲଟିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିକାର ଲାଗି ଖଇରା ବ୍ଲକ କଇଥଗଡିଆ ପଞ୍ଚାୟତ ଅଧୀନ ଦାମୋଦରପୁର, କଇଥଗଡିଆ ଗ୍ରାମର ବହୁ ଚାଷୀ ଓ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରୀୟ ଭିଜିଲାନ୍ସ କମିଶନ, ରାଜସ୍ବ ସଚିବ, ବାରିପଦା ଓ ବାଲେଶ୍ୱର ଡିଏଫ୍‌ଓ, ଖଣି ଓ ଜଙ୍ଗଲବିବାଗ ସଚିବ, ଜିଲାପାଳ, ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ, ସ୍ବାସ୍ଥ୍ୟ ପରିବାର କଲ୍ୟାଣ ସଚିବ, ଗ୍ରୀନ ଟ୍ରିବ୍ୟୁନାଲଙ୍କଠାରେ ଲିଖିତ ଭାବେ ଜଣାଇଛନ୍ତି। କୌଣସି ପଦକ୍ଷେପ ନିଆ ନ ଗଲେ ଗ୍ରାମବାସୀ ଭିଟାମାଟି ଛାଡିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।
ରାଣିତାଲରୁ ବାଲେଶ୍ୱର ଜାତୀୟ ରାଜପଥ ନିର୍ମାଣ ପାଇଁ ଚୁକ୍ତବଦ୍ଧ ଏହି ଠିକାଦାରୀ ସଂସ୍ଥା ଶାରୀଶୁଆ ପାହାଡ ଉପରେ ଲୋଲୁପ ଦୃଷ୍ଟି ପକାଇଛି। ବିଭିନ୍ନ ଖଣି ମାଲିକଙ୍କ ନିକଟରୁ ପଥର ଉଠାଇ ଷ୍ଟୋନକ୍ରଶର ବସାଇ ଦାମୋଦରପୁର ଗ୍ରାମରୁ ଶାରୀଶୂଆ ପାହାଡ ରାସ୍ତାର କପିଳଝୁରୀ ବନ୍ଧନଟୀ ପାର୍ଶ୍ୱରେ ଗୋଚର ଓ ଅନାବାଦୀ ଜମିକୁ ଜବରଦଖଲ କରି ସାରି କାର୍ଯ୍ୟ ଆରମ୍ଭ କରି ସାରିଲେଣି। ଏଥିରେ ଶହ ଶହ ଏକର ଚାଷ ଜମି ନଷ୍ଟ ହେଉଛି। ଖଣି ମାଲିକମାନେ ପଥର ଯୋଗାଇବାକୁ ରାତିଦିନ ୱାଗନ ବ୍ଲାଷ୍ଟିଂ କରୁଥିବାରୁ ଏହି ଗ୍ରାମ ସହିତ ତତ୍‌ସଂଲଗ୍ନ ଗୁଆପାଳ, କଦଳୀଗଡିଆ, ଗଗୁଆ ସମେତ ୧୦ଖଣ୍ଡ ଗ୍ରାମର ଘରଗୁଡିକରେ ଫାଟ ସୃଷ୍ଟି ହେଲାଣି। ଏବେ ଏହି ଗ୍ରାମର ବାସିନ୍ଦା ଗାଁ ଛାଡିବାକୁ ପ୍ରସ୍ତୁତ ହେଲେଣି। ଉକ୍ତ କ୍ରଶରକୁ ଦୈନିକ ବହୁ ସଂଖ୍ୟାର ଭାରିଯାନ ଚଳାଚଳ କରୁଥିବାରୁ ରାସ୍ତାଗୁଡିକ ଫାଟି ଆଁ କଲାଣି। କୌଣସି ଗ୍ରାମର ଜମି ଠିକାଦାରୀ କମ୍ପାନୀକୁ ଦେବା ପୂର୍ବରୁ ଗ୍ରାମସଭା କରିବାର ନିୟମ ଥିଲେ ହେଁ ଏଠାରେ ଏହାକୁ ଉଲ୍ଲଂଘନ କରାଯାଇଥିବା ନେଇ କୁମୁଦିନୀ ସ, ଗଣେଶ ମହାପାତ୍ର, ବିଜୟ ବାରିକ, ଲକ୍ଷ୍ମୀଧର ବେହେରା ପ୍ରମୁଖ ପ୍ରକାଶ କରିଛନ୍ତି। ୨୦୧୮ ଜୁନ୍‌ ୧୯ତାରିଖରେ ଖଣି ପାଦଦେଶରେ ବେଆଇନ ଭାବେ ଚାଲୁଥିବା କ୍ରଶର ଓ ପାହାଡରେ ଚାଲୁଥିବା ଖଣିଗୁଡିକର ଯାଞ୍ଚ ପାଇଁ କଟକର ଭିଜିଲାନ୍ସ ଟିମ୍‌ ଏସପି ରାଧାକ୍ରିଷ୍ଣଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା। ଏଥିରେ ରାଜସ୍ବ, ଜଙ୍ଗଲ, ବିଦ୍ୟୁତ, ଶ୍ରମ ବିଭାଗର ଅଧିକାରୀମାନେ ସାମିଲ ଥିଲେ। ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଏଭଳି ଚଢାଉ କେବଳ ଲୋକଦେଖାଣିଆ ଥିଲା ବୋଲି ବିଶ୍ୱନାଥ ମହାପାତ୍ରଙ୍କ ସମେତ ଅନ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିଲୁ ମହାପାତ୍ରଙ୍କୁ ପଚାରିବାରେ ଏଭଳି ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri