ଟୟୋଟାର ନୂଆ ଡ୍ରାଇଭିଂ ସ୍କୁଲ ଉନ୍ମୋଚିତ

ଭୁବନେଶ୍ୱର,୨୧-୧୧(ବ୍ୟୁରୋ): ଟୟୋଟା କିର୍ଲୋସ୍କାର ମୋଟର୍ସ ପକ୍ଷରୁ ଓଡିଶାରେ ଏହାର ପ୍ରଥମ ଡ୍ରାଇଭିଂ ସ୍କୁଲ ସ୍ଥାନୀୟ ପଟିଆସ୍ଥିତ ଏସ୍ପିରିଟି ଟୟୋଟା ଶୋ’ରୁମଠାରେ ବୁଧବାର ଉନ୍ମୋଚିତ ହୋଇଛି। ଏହା କମ୍ପାନୀର ୧୩ତମ ଡ୍ରାଇଭିଂ ସ୍କୁଲ ହୋଇଥିବା ବେଳେ ସଡକ ସୁରକ୍ଷାକୁ ଧ୍ୟାନରେ ରଖି ଏହାକୁ ଆରମ୍ଭ କରାଯାଇଛି। ଏହାକୁ ଟୟୋଟା କିର୍ଲୋସ୍କାର ମୋଟର୍ସର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଏନ୍‌.ରାଜା, ପରିବହନ କମିଶନର ସଞ୍ଜୀବ ପଣ୍ଡା ଏବଂ ଏସ୍ପିରିଟ୍‌ ଟୟୋଟା ଶୋ’ରୁମ ସ୍ବତ୍ୱାଧିକାରୀ ସୁନୀଲ ତନୈଜା ଶୁଭାରମ୍ଭ କରିଥିଲେ। କମ୍ପାନୀ ପକ୍ଷରୁ ଗ୍ରହଣ କରାଯାଇଥିବା ସୁରକ୍ଷା ମିଶନ ସେଫ୍ଟିି କାର ଉଇଥ ସେଫ୍ଟି ଡ୍ରାଇଭ କାର୍ଯ୍ୟକ୍ରମ ଅନ୍ତର୍ଗତ ଏଭଳି ଯୋଜନା ହାତକୁ ନିଆଯାଇଛି। ସଡକ ଦୁର୍ଘଟଣା ଯୋଗୁ ପ୍ରତିବର୍ଷ ୧.୫ ଲକ୍ଷ ଲୋକଙ୍କର ଜୀବନହାନି ହେଉଥିବା ବେଳେ ୪୦୦ରୁ ଅଧିକ ଆହତ ହେଉଛନ୍ତି। ଓଡ଼ିଶାରେ ଚଳିତ ବର୍ଷ ସଡକ ଦୁର୍ଘଟଣା ୧୩% ବୃଦ୍ଧି ପାଇଛି। ପ୍ରାୟ ୭୫% ଦୁର୍ଘଟଣାରେ ଚାଳକଙ୍କ ତ୍ରୁଟି ରହୁଛି। ଏଭଳି ସ୍ଥିତିରେ ଡ୍ରାଇଭିଂ ସ୍କୁଲ ଦ୍ୱାରା ସାଧାରଣ ତ୍ରୁଟିର ସମାଧାନ ହୋଇ ପାରିବ ବୋଲି ମ୍ୟାନେଜିଂ ଡାଇରେକ୍ଟର ଏନ୍‌.ରାଜା ଏହି ଅବସରରେ ମତ ରଖିଛନ୍ତି। ନୂଆ ସ୍କୁଲ ଦ୍ୱାରା ଲୋକମାନେ ସୁରକ୍ଷିତ ଗାଡିଚାଳନା ନେଇ ତଥ୍ୟ ହାସଲ କରିବାକୁ ସକ୍ଷମ ହେବା ସହ ଉପକୃତ ହୋଇପାରିବେ ବୋଲି ଏସ୍ପିରିଟ୍‌ ଟୟୋଟା ଏମ୍‌ଡି ସୁନୀଲ ତନୈଜା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ପରେ ଦରମା ଦେଇପାରିବନି ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୩-୭: ଘରୋଇ କ୍ଷେତ୍ରର ଏୟାର ଲାଇନ୍ସ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ ଅର୍ଥ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ବେଳେ ଏବେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର...

ମହଙ୍ଗା ହେବ ଖାଦ୍ୟ

ନୂଆଦିଲ୍ଲୀ,୨୫ା୪: ଗତ କିଛିମାସ ହେଲା ଭାରତରେ ଖାଦ୍ୟ ସାମଗ୍ରୀଗୁଡ଼ିକର ଦରଦାମ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ଜାରି...

ଗହମ ରପ୍ତାନୀ ବନ୍ଦ, ଦୋଷୀ କିଏ ? ସରକାର ନା ବ୍ୟବସାୟୀ…

ନୂଆଦିଲ୍ଲୀ, ୧୪।୫ : ଶନିବାର ସକାଳେ ଭାରତ ସରକାର ଅନ୍ୟ କୌଣସି ଦୋକୁ ଗହମ ରପ୍ତାନୀ କରିବେନି ବୋଲି ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ...

୮% ଜିଡ଼ିପି ବୃଦ୍ଧି ଜରୁରୀ: ରଙ୍ଗରାଜନ

ହାଇଦ୍ରାବାଦ,୧୩।୭: ଆସନ୍ତା ୫ ବର୍ଷରେ ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପହଞ୍ଚାଇବାକୁ ହେଲେ ଦେଶକୁ ୮% ହାରରେ ବାର୍ଷିକ ଅଭିବୃଦ୍ଧି ହାସଲ କରିବାକୁ...

ଜିଏସ୍‌ଟି ପରିସରକୁ ଶୀଘ୍ର ଆସିପାରେ ଗ୍ୟାସ,ଏଟିଏଫ୍‌

ନୂଆଦିଲ୍ଲୀ,୩୦-୧୦: ପ୍ରାକୃତିକ ବାଷ୍ପ, ବିମାନ ଇନ୍ଧନ ବା ଆଭିଏଶନ ଟର୍ବାଇନ ଫୁଏଲ(ଏଟିଏଫ୍‌) ଶୀଘ୍ର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପରିସରକୁ ଆସିବା ନେଇ ସମ୍ଭାବନା ରହିଛି।...

କୋଭିଡ-୧୯ ଲାଗି ସହାୟତା

ନୂଆଦିଲ୍ଲୀ, ୬।୪: କୋଭିଡ୍‌-୧୯ ବିରୋଧି ଲଢେଇରେ ଦେଶର ବିଭିନ୍ନ କର୍ପୋରେଟ ଯୋଗଦାନ ସ୍ବରୂପ ଆର୍ଥତ୍କ ସହାୟତା ଯୋଗାଣ ଧାରା ଜାରି ରଖିଛନ୍ତି। ଦେଶର ପ୍ରମୁଖ କର୍ପୋରେଟ...

ସରକାରଙ୍କୁ ୫୦ ହଜାର କୋଟି ଦେଇ ପାରେ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ,୧୫-୭: ସରକାର ରିଜର୍ଭ ବ୍ୟାଙ୍କଠାରୁ ୫୦ ହଜାର କୋଟି ଟଙ୍କା ଲାଭ କରି ପାରନ୍ତି। ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ବିମଲ ଜଲାନଙ୍କ ଅଧ୍ୟକ୍ଷତାରେ ଗଠିତ...

୧୫୦ ଘରୋଇ ଟ୍ରେନ ଲାଗି ନୀତି ଆୟୋଗର ଯୋଜନା

ନୂଆଦିଲ୍ଲୀ,୪-୧: ସାରା ଦେଶର ୧୦୦ ରୁଟରେ ୧୫୦ ଘରୋଇ ଟ୍ରେନ ଚଳାଚଳ କରାଇବା ଲାଗି କେନ୍ଦ୍ରସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ପକ୍ଷରୁ ଯୋଜନା ହାତକୁ...

Advertisement
Archives

Model This Week