Posted inଜାତୀୟ

ଟ୍ରମ୍ପଙ୍କ ଗସ୍ତ ସମୟରେ ରାସ୍ତାରେ ଦେଖାଯିବେନି ବୁଲା କୁକୁର, ସିଲ୍‌ ହେବ ପାନ ଦୋକାନ

ଅହମଦାବାଦ,୧୭।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ୨୪-୨୫ ତାରିଖରେ ଭାରତ ଗସ୍ତ କରୁଛନ୍ତି। ଏହି ସମୟରେ ସେ ନୂଆଦିଲ୍ଲୀ ସହ ଗୁଜରାଟର ଅହମଦାବାଦ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଟ୍ରମ୍ପ ଗସ୍ତ କରୁଥିବା ରାସ୍ତାରେ ବୁଲା କୁକୁର, ନୀଳଗାଈଙ୍କୁ ହଟାଇ ଦିଆଯିବ ବୋଲି ଜଣାପଡିଛି। ଏହାସହ ସେହି ରାସ୍ତା କଡରେ ଥିବା ସମସ୍ତ ପାନ ଦୋକାନଙ୍କୁ ମଧ୍ୟ ସିଲ୍‌ କରାଯିବ। ପୂର୍ବରୁ ଟ୍ରମ୍ପଙ୍କ ଗସ୍ତକୁ ନେଇ ବସ୍ତି ଅଞ୍ଚଳକୁ ଲୁଚାଇବା ପାଇଁ ପାଚେରି ନିର୍ମାଣ କରାଯାଇଥିବା ବେଳେ ଏବେ ଏମିତି କିଛି ପଦକ୍ଷେପ ନିଆଯାଇଛି। ତେବେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କ ସ୍ବାଗତ ଉଦ୍ଦେଶ୍ୟରେ ଗୁଜରାଟ ସରକାର ଓ କେନ୍ଦ୍ର ସରକାର ମିଶି ଏଭଳି ପଦକ୍ଷେପ ନେଉଛନ୍ତି। ଏଥିପାଇଁ ପାଖାପାଖି ଶହେ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ସୂଚନାଯୋଗ୍ୟ, ୨୦୧୫ରେ ଆମେରିକାର ମନ୍ତ୍ରୀ ଥିବା ଜନ୍‌ କେରିି ଗୁଜରାଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିମାନ ବନ୍ଦର ଫେରୁଥିବା ସମୟରେ ତାଙ୍କ ଗାଡି ସାମ୍ନାକୁ ଏକ କୁକୁର ପଶି ଆସିଥିଲା ଓ ତାଙ୍କ ଗାଡି କୁକୁର ଦେହରେ ବାଡେଇ ହୋଇଯାଇଥିଲା। ଏଥର ଟ୍ରମ୍ପଙ୍କ ଗସ୍ତରେ ଏଭଳି ଲଜ୍ୟା କର ପରିସ୍ଥିତିକୁ ଏଡାଇବାକୁ ଯାଇ ବୁଲା କୁକୁରଙ୍କୁ ରାସ୍ତାରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଗଣବଳାତ୍କାର

ଲକ୍ଷ୍ନୌ, ୧୯।୧୨(ପି.ଟି.): ଉତ୍ତରପ୍ରଦେଶର ମୁଜାଫର୍‌ପୁର ଜିଲାରେ ଜଣେ ନାବାଳିକା(୧୬)ଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନଓ୍ବାଲା ଗ୍ରାମରେ ୩ ଯୁବକ ଏଭଳି କାଣ୍ଡ ରଚିଥିବା ପୋଲିସ...

ନିଧି ଛିବ୍ବର ନୂଆ ସିବିଏସ୍‌ଇ ମୁଖ୍ୟ

ନୂଆଦିଲ୍ଲୀ,୧୪।୫: ବରିଷ୍ଠ ପ୍ରଶାସନିକ ଅଧିକାରୀ ନିଧି ଛିବ୍ବରଙ୍କୁ ଶୁକ୍ରବାର ସିବିଏସ୍‌ଇ (କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ)ର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ନିଧି ହେଉଛନ୍ତି ୧୯୯୪ର...

ଅଡୁଆରେ ଅମୀର

ମୁମ୍ବାଇ: ବଲିଉଡ୍‌ର ପରଫେକ୍ଟନିଷ୍ଟ ଅମୀର ଖାନ୍‌ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତେବେ ଆଗାମୀ ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’କୁ ନେଇ ନୁହେଁ, ବରଂ ଦିଲ୍ଲୀ...

ମଣିପୁର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

ଇମ୍ଫାଲ୍‌,୨।୭: ମଣିପୁର ନୋନି ଜିଲାରେ ବୁଧବାର ରାତିରେ ହୋଇଥିବା ଭୂସ୍ଖଳନରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଶନିବାର ମଧ୍ୟାହ୍ନ ସୁଦ୍ଧା ୨୫ ଜଣଙ୍କ ମୃତଦେହ ଜବତ କରିଛି। ସେମାନଙ୍କ...

ଯିଏ ଯିବ ଯାଅ: ଭାଜପାମୁହାଁ ନେତାଙ୍କୁ ମମତାଙ୍କ ଜବାବ

ପ୍ରଥମେ ମୁକୁଲ ରାୟ, ଏବେ ଶୁଭେନ୍ଦୁ ଅଧିକାରୀ ଓ ଆଗକୁ ଅନେକ। ପଶ୍ଚିମବଙ୍ଗରେ ଏପରି ଭାବେ ଜଣେ ପରେ ଜଣେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା...

ଭାଜପା ବିଧାୟକଙ୍କୁ ଗୋଡ଼େଇ ଗୋଡ଼େଇ ଗାଁରୁ ତଡ଼ିଲେ ଗ୍ରାମବାସୀ

ଲକ୍ଷ୍ନୌ,୨୧।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କରୁଥିବା ଜଣେ ଭାଜପା ବିଧାୟକଙ୍କୁ ଗାଁ ଲୋକେ ଗୋଡ଼େଇ ଗୋଡ଼େଇ ତଡ଼ି ଦେଇଛନ୍ତି। ମୁଜାଫରନଗରରେ ଘଟିଥିବା ଏହି...

କଶ୍ମୀର, ଲଦାଖରେ ହେବ ୩୧ ଟନେଲ

ଗୁଲ୍‌ମାର୍ଗ, ୨୯।୯: କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମଙ୍ଗଳବାର ଜୋଜିଳା ଗିରିପଥରେ ଏସିଆର ଦୀର୍ଘତମ ଟନେଲ ନିର୍ମାଣ କାର୍ଯ୍ୟର...

ଅନ୍ତିମ ବିଦାୟ ପାଇଁ ତିଆରି ହେଲା ରାସ୍ତା

ଆଗ୍ରା, ୧୨ା୧୨: ସେନା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓ୍ବିଙ୍ଗ କମାଣ୍ଡର ପୃଥ୍ବୀ ସିଂଙ୍କୁ ଶେଷ ବିଦାୟ ଦେବା ପାଇଁ ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ତାଙ୍କ ଘରକୁ...

Advertisement
Archives

Model This Week