ଉମରକୋଟ, ୧୧।୨ (ଡି.ଏନ୍.ଏ.)- ଅନଲାଇନ ଧାନ କିଣା ବ୍ୟବସ୍ଥାରେ ଫସିଲେ ଚାଷୀ । ପୂର୍ବରୁ ରେଜିଷ୍ଟ୍ରେଶନ କରିବା ଅନୁସାରେ ମଣ୍ଡିରେ ଯେତେ ପରିମାଣରେ ଧାନ କିଣିବା କଥା ସେହି ପରିମାଣରେ ଧାନ ବିକ୍ରି କରୁଥିଲେ। ନୂଆ ବ୍ୟବସ୍ଥା ଅନୁଯାୟୀ ଲ୍ୟାମ୍ପସ ଅନଲାଇନରେ ଚାଷୀଙ୍କୁ ପଞ୍ଜିକୃତ କଲେ ମୋବାଇଲରେ ମେସେଜ ଆସିବା ପରେ ଚାଷୀ ମଣ୍ଡିରେ ଧାନବିକ୍ରି କରିବେ। କିନ୍ତୁ ଏ ପର୍ଯ୍ୟନ୍ତ ବହୁ ଚାଷୀଙ୍କ ମୋବାଇଲକୁ ମେସେଜ ଆସି ନାହିଁ । ଫଳରେ ଅମଳ ହୋଇଥିବା ଧାନକୁ ବିକ୍ରି କରି ନପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳର ଚାଷୀ । ବାରମ୍ବାର ଲ୍ୟାମ୍ପକୁ ଯାଇ ଚାଷୀ ହତାଶ ହୋଇ ଫେରୁଛନ୍ତି। ଟୋକନ ପାଇଁ କହିଲେ ମେସେଜ ଆସିନି କହି ଚାଷୀଙ୍କୁ ଫେରାଇ ଦେଉଛନ୍ତି । ମଣ୍ଡି ସମାପ୍ତ ହେବା ପାଇଁ ତାରିଖ ସ୍ଥିର ହୋଇ ନଥିଲେ ମଧ୍ୟ ଆଉ ଅଳ୍ପଦିନ ମଧ୍ୟରେ ମଣ୍ଡି ବନ୍ଦ ହୋଇଯିବ । ଚାଷୀଙ୍କୁ ଏହି ଚିନ୍ତା ଘାରିଥିଲାବେଳେ ଏପଟ ବର୍ତ୍ତମାନ ଚାଲିଥିବା ଅଦିନିଆ ବର୍ଷା ଯୋଗୁ ଧାନଖଲାରେ ପଡିରହିଥିବା ଧାନସବୁ ନଷ୍ଟ ହେବାରେ ଲାଗିଛି । ଫଳରେ ଚାଷୀ ଧାନ ଅମଳ ପରେ ବିକ୍ରି କରି ନପାରି କ୍ଷତି ସହୁଛନ୍ତି । ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳ ଲଛିନ୍ଦ୍ର ଭତ୍ରା, ରବି ସମରଥ ଭଳି ଅନେକ ଧାନ ଚାଷୀ ଏ ସମ୍ପର୍କରେ ଲ୍ୟାମ୍ପ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ୧୬୩୦ ଚାଷୀଙ୍କ ସିଫ୍ଟିଂ କରାଯାଇଥିଲା । ୧୦୦୦ରୁ ଅଧିକା ଚାଷୀ ଧାନ ବିକ୍ରୟ କରିସାରିଲେଣି ଟୋକନ ଆସିଲେ ବଳକା ଚାଷୀଙ୍କ ଧାନ କ୍ରୟ କରାଯିବ । ଲ୍ୟାମ୍ପ ପକ୍ଷରୁ ସମସ୍ତ ସିଫ୍ଟି ହୋଇଥିବା ଚାଷୀଙ୍କ ଧାନ କ୍ରୟ କରିବାକୁ ପ୍ରୟାସ କରାଯାଉଛି ବୋଲି ଲ୍ୟାମ୍ପ ଏମଡି ଅସିତ ରାୟ ପ୍ରକାଶ କରିଛନ୍ତି।
ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…
ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...
ମୋକିମ୍ଙ୍କୁ ନେଇ ଆସିଲା ବଡ଼ ଅପ୍ଡେଟ୍: ଏଥର ଦିଲ୍ଲୀରେ …
ଭୁବନେଶ୍ୱର,୧୨।୧୨: ମୋକିମଙ୍କ ଚିଠି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ। ଓଡ଼ିଶା...
ଓଡ଼ିଶା ଆସିବେ CJI: ପ୍ରଥମ ଥର ପାଇଁ…
ଭୁବନେଶ୍ୱର,୧୨।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆସନ୍ତା ରବିବାର ଓଡ଼ିଶା ଆସିବେ । CJI ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର...
ଗଞ୍ଜାମର ୪୧ ଡିଗ୍ରୀ କଲେଜକୁ ଅର୍ଥ ଅନୁମୋଦନ
ଭଞ୍ଜନଗର,୧୨ା୧୨(ବାବୁଲା ପ୍ରଧାନ): କଲେଜ ପଢୁଆ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ବଢ଼ିବା ଲକ୍ଷ୍ୟ ନେଇ ସରକାର ସେମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରୁଛନ୍ତି। ଏହିଭଳି...
ଦାୟିତ୍ୱ ନେଲେ ନବନିର୍ବାଚିତ ଅଧ୍ୟକ୍ଷା, ନୂଆ ରୂପରେଖ ନେଇ କହିଲେ…
କୁନ୍ଦୁରା,୧୨ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନରେ ସ୍ବାଧୀନ ଭାବେ ବିଜୟୀ ହୋଇ ଦାୟିତ୍ୱ ନେଲେ ବନିତା କାନ୍ଦଲିଆ। ବହୁ ବାଦବିବାଦ...
ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ମାଲକାନଗିରି ରିପୋର୍ଟ
ଭୁବନେଶ୍ୱର,୧୨ା୧୨: ମାଲକାନଗିରି ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦିଆଯାଇଛି ରିପୋର୍ଟ। ମୁଖ୍ୟମନ୍ତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏହି ରିପୋର୍ଟ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କେଭି...
ଆହୁରି ୨ଦିନ ପ୍ରବଳ ଶୀତ: ଆଜି ୯ ଜିଲାକୁ ଓ୍ୱାର୍ନିଂ
ଭୁବନେଶ୍ୱର,୧୨।୧୨: ଆହୁରି ୨ ଦିନ ଯାଏ ଶୀତ ଲହରି ଜାରି ରହିବ। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି...
ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ହେବ ଶ୍ମଶାନ ଘାଟ
ପୁରୁଷୋତ୍ତମପୁର,୧୨ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମୃତଦେହ ଦାହ କରିବା ଓ କ୍ରିୟାକର୍ମ କରିବା ସହ ମୃତବ୍ୟକ୍ତିଙ୍କ ଅସ୍ଥି ରଖିବା ଲୋକଙ୍କ ଲାଗି ସମସ୍ୟା ପାଲଟିଥିବାବେଳେ...
Archives


