Posted inଖେଳ

ଟେଷ୍ଟ ଦଳକୁ ପୃଥ୍ବୀଙ୍କ ପ୍ରତ୍ୟାବର୍ତ୍ତନ

ହାମିଲଟନ, ୪।୨ (ପି.ଟି.)- ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ୨ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ମଙ୍ଗଳବାର ଭ୍ରମଣକାରୀ ଭାରତୀୟ ଦଳ ଘୋଷଣା କରାଯାଇଛି। ଯୁବ ଓପନର୍‌ ପୃଥ୍ବୀ ଶ’ ପାଖାପାଖି ଦେଢ଼ ବର୍ଷର ବ୍ୟବଧାନ ପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୨୦ ବର୍ଷୀୟ ପୃଥ୍ବୀ ଶେଷଥର ପାଇଁ ୨୦୧୮ ଅକ୍ଟୋବରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ମାଂସପେଶୀ ଟାଣି ହୋଇଯିବାରୁ ରୋହିତ୍‌ ଶର୍ମାଙ୍କୁ ଘୋଷିତ ୧୬ ଜଣିଆ ଟେଷ୍ଟ ଦଳରୁ ବାଦ୍‌ ଦିଆଯାଇଛି। ପୂର୍ବରୁ ସେ ଦିନିକିଆ ଦଳରୁ ବାଦ୍‌ ପଡ଼ିଥିଲେ। ଟେଷ୍ଟ ସିରିଜ ଫେବୃୟାରୀ ୨୧ରୁ ଆରମ୍ଭ ହେବ। ସେହିଭଳି ଦିନିକିଆ ସିରିଜ ଲାଗି ରୋହିତ୍‌ଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ବାଲଙ୍କୁ ଦଳରେ ସାମିଲ କରାଯାଇଛି।
ସୀମିତ ଓଭର ଦଳର ଉପଅଧିନାୟକ ରୋହିତ୍‌ ନ୍ୟୁଜିଲାଣ୍ଡ ବିପକ୍ଷ ୫ମ ଟି୨୦ ମ୍ୟାଚ୍‌ ଖେଳୁଥିବାବେଳେ ମାଂସପେଶୀ ଟାଣି ହୋଇଯାଇଥିଲା। ଫଳରେ ସେ ବ୍ୟାଟିଂ ଅଧାରୁ ପଡ଼ିଆ ଛାଡ଼ି ଚାଲିଯାଇଥିଲେ। ‘ସୋମବାର ରୋହିତ୍‌ଙ୍କ ଏମ୍‌ଆର୍‌ଆଇ ସ୍କାନ କରାଯାଇଛି। ସେ ଦିନିକିଆ ଓ ଟେଷ୍ଟ ଦଳରୁ ବାଦ୍‌ ପଡ଼ି ସାରିଛନ୍ତି। ଏବେ ତାଙ୍କୁ ନ୍ୟାଶନାଲ କ୍ରିକେଟ୍‌ ଏକାଡେମୀରେ ରହିବାକୁ ପଡ଼ିବ’ ବୋଲି ବିସିସିଆଇ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି। ୨୦୧୮ ଅକ୍ଟୋବରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ପଦାର୍ପଣରେ ଶତକ ହାସଲ କରିଥିବା ପୃଥ୍ବୀଙ୍କୁ ପୂର୍ବରୁ ଗତ ମାସରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଲାଗି ଦଳରେ ସ୍ଥାନ ମିଳିଥିଲା। ଡୋପିଂ ମାମଲାରେ ୮ ମାସ ବାସନ୍ଦ ହେବାପରେ ଶ’ ନିକଟରେ ଘରୋଇ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରି ବରୋଦା ବିପକ୍ଷରେ ଦ୍ୱିଶତକ ହାସଲ କରିଥିଲେ। ବର୍ତ୍ତମାନ ସେ ଭାରତ-ଏ ସହ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ସେଠାରେ ଏକ ଟୁର୍‌ ମ୍ୟାଚ୍‌ରେ ୧୫୦ ରନର ଶତକୀୟ ଇନିଂସ ଖେଳିଥିଲେ।
ସାଥୀ ଖେଳାଳି ଶୁବମନ ଗିଲ୍‌ ଆଶାନୁଯାୟୀ ଟେଷ୍ଟ ଦଳରେ ନିଜ ସ୍ଥାନ ବଜାୟ ରଖିଛନ୍ତି। ନ୍ୟୁଜିଲାଣ୍ଡ-ଏ ବିପକ୍ଷ ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଗିଲ୍‌ ଦ୍ୱିଶତକ ହାସଲ କରିଥିଲେ। ସେହିଭଳି କିଓ୍ବି ବିପକ୍ଷରେ ଦଳରେ ଥାଇ ଗୋଟିଏ ମଧ୍ୟ ଟି୨୦ ମ୍ୟାଚ୍‌ ଖେଳି ନ ଥିବା କୁଲଦୀପ ଯାଦବଙ୍କୁ କିନ୍ତୁ ନିରାଶ ହେବାକୁ ପଡ଼ିଛି। ଦୁଇ ପ୍ରମୁଖ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଦଳରେ ସ୍ଥାନ ବଜାୟ ରଖିବା ଫଳରେ କୁଲଦୀପଙ୍କୁ ଘୋଷିତ ଟେଷ୍ଟ ଦଳରୁ ବାଦ୍‌ ଦିଆଯାଇଛି। କୁଲଦୀପ ଶେଷଥର ପାଇଁ ଗତବର୍ଷ ଜାନୁୟାରୀରେ ଏକ ଟେଷ୍ଟ ମ୍ୟାଚ୍‌ (ଅଷ୍ଟ୍ରେଲିଆ ବିପକ୍ଷରେ) ଖେଳିଥିଲେ। ସେହିଭଳି ସୀମିତ ଓଭରରେ ପ୍ରଭାବୀ ବୋଲିଂ ଲାଗି ନବଦୀପ ସଇନିଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳିଛି। ସିନିୟର ଦ୍ରୁତ ବୋଲର ଇଶାନ୍ତ ଶର୍ମା ଦଳରେ ସ୍ଥାନ ପାଇଥିଲେ ମଧ୍ୟ ଫିଟ୍‌ନେସ ଉପରେ ଖେଳିବା ନିର୍ଭର କରେ। ରଣଜୀ ମ୍ୟାଚ୍‌ ଖେଳୁଥିବାବେଳେ ଇଶାନ୍ତ ଆଘାତପ୍ରାପ୍ତ ହୋଇଥିଲେ।
ଭାରତୀୟ ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ପୃଥ୍ବୀ ଶ, ଶୁବମନ ଗିଲ୍‌, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଉପ-ଅଧିନାୟକ), ହନୁମା ବିହାରୀ, ରିଦ୍ଧିମାନ ଶାହ, ରିଷଭ ପନ୍ତ (ଉଭୟ ଉଇକେଟ୍‌କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ୍‌ ବୁମ୍‌ରା, ଉମେଶ ଯାଦବ, ମହମ୍ମଦ ସାମି, ନବଦୀପ ସଇନି, ଇଶାନ୍ତ ଶର୍ମା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri