ଟେଲାପାଲି ସେବାଶ୍ରମ ନୂତନ ଶ୍ରେଣୀଗୃହ କାମ ସରୁନି: ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ଫିରିଙ୍ଗିଆ, ୨୧ା୮- ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି କି ପ୍ରାଥମିକ ଶିକ୍ଷାରୁ କେହି ବଞ୍ଚିତ ହେବେ ନାହିଁ। କିନ୍ତୁ ଭିତ୍ତିଭୂମିକୁ ଅଣଦେଖା କରାଯାଉଛି। ପିଲାମାନେ ପଢ଼ିବାକୁ ଇଚ୍ଛା କରୁଥିଲେ ମଧ୍ୟ ବିଦ୍ୟାଳୟର ଭଙ୍ଗା ଶ୍ରେଣୀଗୃହ ଏଥିରେ ଅନ୍ତରାୟ ସାଜୁଛି। ନୂତନ ଶ୍ରେଣୀଗୃହ କାର୍ଯ୍ୟ ବର୍ଷ ବର୍ଷ ଧରି ସରିବାର ନାଁ ଧରୁନି। ଏବେ ବର୍ଷା ଦିନ। ପୁରୁଣା ଶ୍ରେଣୀ ଗୃହ ଆଜବେଷ୍ଟରୁ ପାଣି ଗଳୁଛି। ଉପାୟ ନ ପାଇ ପିଲାମାନେ ବାରଣ୍ଡାରେ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଏଭଳି ଘଟଣା ଫିରିଙ୍ଗିଆ ବ୍ଲକ ଟେଲାପାଲି ସେବାଶ୍ରମରେ ଦେଖିବାକୁ ମିଳିଛି।

ଟେଲାପାଲି ସେବାଶ୍ରମ ୧୯୪୮ ମସିହାରେ ସ୍ଥାପିତ ହୋଇଥିଲା। ଏଠାରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଶ୍ରେଣୀ ରହିଛି। ଆବଶ୍ୟକ ଶ୍ରେଣୀ ଗୃହ ନାହିଁ। ଏବେ ୩ ଶ୍ରେଣୀ ଗୃହରେ ପିଲାମାନେ ପାଠ ପଢୁଛନ୍ତି। ଏ ସମସ୍ତ ଘର ଭଙ୍ଗାରୁଜା ଅବସ୍ଥାରେ। ଶ୍ରେଣୀଗୃହ ଅବସ୍ଥାକୁ ଲକ୍ଷ୍ୟ କରି ପ୍ରାୟ ୮ ବର୍ଷ ପୂର୍ବେ ୪ ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ସରୁନାହିଁ। ସମ୍ପୃକ୍ତ ଠିକାଦାର ଜଣକ କାମ ଅଧା ପନ୍ତରିଆ କରି ଛାଡିଛନ୍ତି। ସେବାଶ୍ରମରେ ପ୍ରଥମରେ ୧୫, ଦ୍ୱିତୀୟରେ ୧୯, ତୃତୀୟରେ ୧୮, ଚତୁର୍ଥରେ ୧୦, ପଞ୍ଚମରେ ୧୫, ଷଷ୍ଠରେ ୫, ସପ୍ତମରେ ୯ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତୁ। ମୋଟ ୯୧ ପିଲାଙ୍କ ମଧ୍ୟରେ ୪୦ ଜଣ ସେବାଶ୍ରମରେ ରହୁଛନ୍ତି। ସମସ୍ତ ପିଲା ଗୋଟିଏ ଘରେ ଶୋଇବାକୁ ବାଧ୍ୟ ହେଉଛନ୍ତି। କାରଣ ଏହି ପିଲାମାନଙ୍କ ପାଇଁ ଯେଉଁ ହଷ୍ଟେଲ ହୋଇଛି, ସେଠାରେ ପାଣିର ଅସୁବିଧା ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ପ୍ରଧାନ ଶିକ୍ଷୟିତ୍ରୀ କୁନ୍ତୀ ଦଣ୍ଡସେନା କହିଛନ୍ତି। ବର୍ଷାରେ ଆଜବେଷ୍ଟରୁ ପାଣି ଗଳୁଛି। ଭିତରେ ପାଠ ପଢ଼ାଇ ହେଉନାହିଁ। ବାରଣ୍ଡାରେ ପଢ଼ାଇବାକୁ ବାଧ୍ୟ ହେଉଛୁ। ନୂତନ ଶ୍ରେଣୀ ଗୃହ କାମ ସରୁ ନାହିଁ। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ସୁଦ୍ଧା କିଛି ସୁଫଳ ମିଳୁନାହିଁ। ଏ ସେମ୍ପର୍କରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରବୀନ୍ଦ୍ର କୁମାର ବେହେରାଙ୍କୁ ପଚାରିବାରୁ ଆମେ ଘଟଣା ନେଇ ଅବଗତ ଅଛୁ। ବିଲଡିଂ କାମ ବନ୍ଦ ଥିଲା। ବର୍ଷା ଦିନ ପରେ କାମ ଆରମ୍ଭ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୧୨,୧୩ ତାରିଖ ବନ୍ଦ ରହିବ ଜୁନାଗଡ଼ ସହର: ଜାଣନ୍ତୁ କାହିଁକି

ଜୁନାଗଡ଼,୯।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଦିନକୁ ଦିନ କରୋନା ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଉଛି । ଏ ନେଇ ସହରକୁ ଶଟଡାଉନ ଘୋଷଣା କରି...

ଗୋପାଳପୁର ବିଧାନସଭାରେ ବିଜେଡି ଆଗୁଆ

ବ୍ରହ୍ମପୁର ଅଫିସ,୨୩ା୫ : ପ୍ରଥମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରଦୀପ କୁମାର ପାଣିଗ୍ରାହୀ ଆଗୁଆ ଅଛନ୍ତି। ପ୍ରଦୀପଙ୍କୁ ୨୩୮୩...

ବଜେଟ ପାଇଁ ସାଧାରଣ ଜନତାଙ୍କଠାରୁ ମତାମତ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକବର୍ଷ ବଜେଟ ପ୍ରସ୍ତୁତି ପାଇଁ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରିବାକୁ ଚାହୁଁଛି ରାଜ୍ୟ ଅର୍ଥ ବିଭାଗ। ଏଥିଲାଗି ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ପରାମର୍ଶ...

ଜି ଉଦୟଗିରି ସହର ଶଟ୍‌ଡାଉନ୍‌: କଚେରୀ ସାହି, ବସ୍‌ଷ୍ଟାଣ୍ଡ ସାହି ହେଲା କଣ୍ଟେନମେଣ୍ଟ ଜୋନ୍‌

ଜି ଉଦୟଗିରି, ୨୫।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲାପାଳଙ୍କ ଆଦେଶ କ୍ରମେ ଜିଲାକୁ...

ଛାତ୍ରୀ ନିର୍ଯାତନା ଘଟଣା: ଡିସିପିଓ-କନ୍ୟାଶ୍ରମ ଅଧ୍ୟକ୍ଷା କାଦୁଅଫିଙ୍ଗା

ଅନୁଗୋଳ ଅଫିସ, ୬।୧: ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକସ୍ଥିତ କ୍ଷୀରୋଦବାସିନୀ କନ୍ୟାଶ୍ରମରେ ଦୁଇ ଅନ୍ତେବାସୀ ଭଉଣୀଙ୍କୁ ନିର୍ଯାତନା ଦିଆଯିବା ଅଭିଯୋଗ ଘଟଣାରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା।...

ଚେନ୍ନାଇରେ କାଳବୈଶାଖୀ: ଗଞ୍ଜାମର ୫୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ ଘର ଭାଙ୍ଗିଲା

ପାତ୍ରପୁର,୨୬ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ବହୁ ଶ୍ରମିକ ଚେନ୍ନାଇରେ ରହି ଦାଦନ ଖଟୁଛନ୍ତି। ଲକଡାଉନ ପରେ ବହୁ ଶ୍ରମିକ ଚାଲିଚାଲି, ସାଇକେଲ ଓ ଜଳପଥରେ ବିପଦପୂର୍ଣ୍ଣ ଭାବେ...

ଯୁକ୍ତ୨ ପରୀକ୍ଷା ନେଇ ଆଜି ବସିବ ବୈଠକ

ଭୁବନେଶ୍ୱର,୨୯ା୬(ବ୍ୟୁରୋ): ରାଜ୍ୟ ସରକାର ଯୁକ୍ତ ୨ର ବାକି ପରୀକ୍ଷାଗୁଡିକ ବାତିଲ କରିଦେବା ନେଇ ସମ୍ଭାବନା ଅଧିକ ମାତ୍ରାରେ ଦେଖାଦେଇଛି। ସିବିଏସଇ ଓ ଆଇସିଏସଇ ପକ୍ଷରୁ ଯୁକ୍ତ...

ପିକ୍‌ଅପରେ ବେଆଇନ ଛେଳି ଚାଲାଣ, ୩ ଗିରଫ

ଆସିକା,୬ା୧୦(ଡି.ଏନ୍‌.ଏ.): ଆସିକା-ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥର କରଞ୍ଜେଇ ନିକଟରୁ ପୋଲିସ ଶନିବାର ବିଳମ୍ବିତ ରାତିରେ ବେଆଇନ ଭାବେ ୬୦ଟି ଛେଳି ଚାଲାଣ କରୁଥିବା ଏକ...

Advertisement
Archives

Model This Week