ଟୁର୍‌ ଅପରେଟର୍‌ କରିପାରିବେ ଓଡ଼ିଶା ପର୍ଯ୍ୟଟନ ସମ୍ପଦର ପ୍ରଦର୍ଶନ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ):  ଓଡ଼ିଶା ପର୍ଯ୍ୟଟନ ସମ୍ପଦରେ ଭରପୂର। ଏଗୁଡ଼ିକର ଯଥାର୍ଥ ପ୍ରଦର୍ଶନ ଓ ବିପଣନ ଗୁରୁତ୍ୱପୂର୍ଣ୍ଣ ଅଟେ । ଏ ଦିଗରେ ଦେଶ ଓ ବିଦେଶର ଟୁର୍‌ ଅପରେଟର୍‌ମାନେ ଓଡ଼ିଶା ପ୍ରତି ଅଧିକ ଯତ୍ନବାନ ହେବାକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି। ବୁଧବାର ସନ୍ଧ୍ୟାରେ ‘ଓଡ଼ିଶା ଟ୍ରାଭେଲ୍‌ ବଜାର’ର ତୃତୀୟ ସଂସ୍କରଣରେ ବୈଷୟିକ ଓ ବ୍ୟବସାୟିକ ଅଧିବେଶନ ଆରମ୍ଭ ହୋଇଛି। ମନ୍ତ୍ରୀ ପାଣିଗ୍ରାହୀ କହିଲେ, ବିମାନ ସେବାରେ ଅଭିବୃଦ୍ଧି ସାଙ୍ଗକୁ ଓଡ଼ିଶାରେ ରହିଥିବା ପର୍ଯ୍ୟଟନ ସମ୍ପଦଗୁଡ଼ିକର ଉପଯୁକ୍ତ ପ୍ରଦର୍ଶନ ଓ ବିପଣନ କେବଳ ଟୁର ଅପରେଟରଙ୍କ ଦ୍ୱାରା ବିଶେଷ ଭାବରେ ସମ୍ପାଦନ ହୋଇପାରିବ।
ଦେଶର ୧୯ ସହରରୁ ଟୁର୍‌ ଅପରେଟର୍‌ମାନେ ଏହି ସମାବେଶରେ ଯୋଗଦେଇଛନ୍ତି। ଏହି ଅବସରରେ ରାଜ୍ୟରେ ପର୍ଯ୍ୟଟନ ସମ୍ପଦର ବିକାଶ ପାଇଁ ‘ଫିକି’ ଉଦ୍ୟମ ଅବ୍ୟାହତ ରଖିଛି ବୋଲି ସଂସ୍ଥାର ଜାତୀୟ ପର୍ଯ୍ୟଟନ କମିଟି ଉପାଧ୍ୟକ୍ଷ ଜେ. କେ. ମହାନ୍ତି ସୂଚନା ଦେଇଥିଲେ। ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ୍‌ ଯାଦବ, ରାଜ୍ୟ ଜଙ୍ଗଲ ବିଭାଗ ଅତିରିକ୍ତ ପ୍ରମୁଖ ମୁଖ୍ୟ ବନସଂରକ୍ଷକ ଶଶି ପାଲ, ଓଡ଼ିଶା ପର୍ଯ୍ୟଟନ ନିଗମ ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସଏ, ‘ଫିକି’ ପୂର୍ବାଞ୍ଚଳ କାର୍ଯ୍ୟକର୍ତ୍ତା ସୌଭାଗ୍ୟ ମହାପାତ୍ର ବକ୍ତବ୍ୟ ରଖିଥିଲେ। ପଦ୍ମଶ୍ରୀ ଡ. ଅରୁଣା ମହାନ୍ତି ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ସମେତ ପୁରୀର ଗୋଟିପୁଅ ଓ ସୋନପୁରର ଶଙ୍କର ନାଗ ଓ ସାଥୀଙ୍କ ଦ୍ୱାରା ‘ରଙ୍ଗବତୀ’ ପରିବେଷିତ ହୋଇଥିଲା। ଗୁରୁବାରଠାରୁ ରାଜ୍ୟର ବୌଦ୍ଧ ପର୍ଯ୍ୟଟନସ୍ଥଳୀ, ହୀରକ ତ୍ରିଭୁଜ ଓ ଜନଜାତି ପର୍ଯ୍ୟଟନ ଉପରେ ଆଲୋଚନା ହେବ। ବିଭିନ୍ନ ବୁଥ୍‌ ମାଧ୍ୟମରେ ପ୍ରାୟ ୨୪୦୦ ପ୍ରାକ୍‌ ପ୍ରାୟୋଜିତ ବ୍ୟବସାୟିକ ଆଲୋଚନା ହୋଇପାରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ଖୋଲିବାକୁ ହାଇକୋର୍ଟରେ ମାମଲା ଦାୟର

କଟକ ଅଫିସ, ୩।୮: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ବିଭିନ୍ନ ମନ୍ଦିରକୁ ବନ୍ଦ ରଖାଯାଇଛି। ତେବେ ମନ୍ଦିର ଖୋଲିବାକୁ ହାଇକୋର୍ଟରେ ୨ଟି ପୃଥକ...

ଦେଢ଼ ବର୍ଷ ପରେ କବର ତଳୁ କଙ୍କାଳ ଉଦ୍ଧାର

ଜି.ଉଦୟଗିରି,୧୦ା୧୨(ଡି.ଏନ.ଏ.)-ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗରେ କନ୍ଧମାଳ ଜିଲା ଜି.ଉଦୟଗିରି ଥାନା କୁମ୍ଭାରକୁପାରେ ସୋମବାର ପୋଲିସ ଜଣେ ନାବାଳିକାଙ୍କ କଙ୍କାଳ ଉଦ୍ଧାର କରିଛି। ନାବାଳିକାଙ୍କ ବାପାଙ୍କ ଏତଲାକୁ...

କଟକରେ ଏନକାଉଣ୍ଟର: ଅଭିଯୁକ୍ତ ବୁଦ୍ଧିଆ ଆହତ

କଟକ ଅଫିସ,୧୧ା୯: ପୂଜାକୁ ନେଇ କଟକ ସହର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ବୁଧବାର ପୂର୍ବାହ୍ନରେ ଜଣେ ଅଭିଯୁକ୍ତଙ୍କୁ କମିଶନରେଟ୍‌ ପୋଲିସ ଏନ୍‌କାଉଣ୍ଟର କରିଛି। ଏଥିରେ ଅଭିଯୁକ୍ତ...

ଦେବଗଡ଼ ଜିଲାସ୍ତରୀୟ ‘ସୁରଭି’: ୧୯୦ ଛାତ୍ରୀଛାତ୍ରଙ୍କ ଅଂଶଗ୍ରହଣ

ଦେବଗଡ, ୯।୧୧(ଡି.ଏନ.ଏ) -ଦେବଗଡ଼ ଇଣ୍ଡୋର ଷ୍ଟାଡିୟମଠାରେ ଶୁକ୍ରବାର ଦେବଗଡ ଜିଲା ସମଗ୍ର ଶିକ୍ଷା ପକ୍ଷରୁ ଜିଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିଲା ରାଜ୍ୟ କଂଗ୍ରେସ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ଶନିବାର କଂଗ୍ରେସ ୧୩୪ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ଦଳ ବିରୋଧ କରି ‘ସମ୍ବିଧାନ ବଞ୍ଚାଅ-ଭାରତ ବଞ୍ଚାଅ’...

୨୩ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର,୧୯।୮(ବ୍ୟୁରୋ):ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ତେବେ ଏହା ଶେଷ ନ ହେଉଣୁ ୨୩ରେ ଆଉ ଏକ ଲଘୁଚାପ ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ...

‘୨୧ ବର୍ଷରେ ମା, ଭଉଣୀଙ୍କୁ ସୁରକ୍ଷା ଦେବାରେ ବିଜେଡି ବିଫଳ’

ଭୁବନେଶ୍ୱର,୯।୩(ବ୍ୟୁରୋ): ଗତ ୨୧ବର୍ଷ ଶାସନ କାଳରେ ରାଜ୍ୟରେ କେତେଜଣ ମହିଳାଙ୍କ କୋଳ ଖାଲି ହୋଇଛି ଏବଂ କେତେ ନାବାଳିକା ବଳାତ୍କାର ଓ ହତ୍ୟାର ଶିକାର ହୋଇଛନ୍ତି।...

କରୋନା ପ୍ରଭାବ: ସବୁ ପରୀକ୍ଷା ବାତିଲ

ଭୁବନେଶ୍ୱର, ୧୯।୩(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଗୁରୁବାରଠାରୁ ଆରମ୍ଭ ହୋଇଥିବା ମାଟ୍ରିକ...

Advertisement


Archives

Model This Week