ଟିଭି କିଣି ଆସିଥିବା ଲୋକଙ୍କ ଭିଡ଼କୁ ଦେଖି ଶେଷରେ ପୋଲିସ ଡାକିଲେ ମାଲିକ

ଯଦି କୌଣସି ବ୍ରାଣ୍ଡର ଦାମିକିଆ ଟିଭି ଶସ୍ତାରେ ମିଳିଯାଏ, ତେବେ କେହି ତାକୁ ହାତଛଡ଼ା କରିବାକୁ ଚାହିଁବେନି। ଆହୁରି ଗୋଟିଏ ଜାଗାରେ ୪-୪ଟି ଟିଭି କିଣିବେ। କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ଫ୍ରାନ୍ସରେ। ସହରର ଏକ ସପିଂ ମଲ୍‌ରେ ୩୧୫୦୦ଟଙ୍କାର ଏଲ୍‌ଇଡି ଟିଭି ୨୪୫୦ଟଙ୍କାରେ ମିଳୁଥିବା ନେଇ ଏକ ଗୁଜବ ଚାରିଆଡ଼େ ବ୍ୟାପି ଯାଇଥିଲା। ଦେଖୁ ଦେଖୁ ଟିଭିର ମୂଲ୍ୟ ଓ ଦୋକାନର ଠିକଣା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। କିଛି ସମୟ ପରେ ଶସ୍ତା ଟିଭି କିଣିବା ପାଇଁ ଦୋକାନରେ ଲୋକଙ୍କ ଭିଡ଼ ଜମିଯାଇଥିଲା।

ମଲ୍‌ ପହଞ୍ଚି ଲୋକମାନେ ଗୋଟିଏ ନୁହେଁ ବରଂ ୪-୪ଟି ଟିଭି ନେଇ କାଉଣ୍ଟର ପାଖରେ ହାଜର ହୋଇଯାଇଥିଲେ। ଯେତେବେଳେ ମଲ୍‌ର କର୍ମଚାରୀ ତାଙ୍କୁ ଗୋଟିଏ ଟିଭିର ମୂଲ୍ୟ ପ୍ରାୟ ୩୨ହଜାର ଟଙ୍କା ବୋଲି କହିଥିଲେ ସେତେବେଳେ ଏହା ଶୁଣି ସେଠାରେ ଉପସ୍ଥିତ ଥିବା ଗ୍ରାହକ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଏଥିସହ ଶସ୍ତାରେ ଟିଭିକୁ ଦେବା ପାଇଁ ଜିଦ୍‌ ଧରିଥିଲେ। ଅପରପକ୍ଷେ ଶସ୍ତାରେ ଟିଭି କିଣିବା ପାଇଁ ଲୋକଙ୍କ ଭିଡ଼ ଜମିବା ଦେଖି ମଲ୍‌ ମାଲିକ ଶେଷରେ ବାଧ୍ୟ ହୋଇ ପୋଲିସକୁ ଡକାଇଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୋକାନ ମାଲିକଙ୍କ ସହ ଗ୍ରାହକଙ୍କୁ ବୁଝାସୁଝା କରିଥିଲେ। ପ୍ରାଇସ୍‌ ବୋର୍ଡରେ ଲୋଖାଯାଇଥିବା ଟିଭିର ମୂଲ୍ୟ ଭୂଲରେ ଲେଖାଯାଇଛି ବୋଲି କହିଥିଲେ। ହେଲେ ଗ୍ରାହକମାନେ କିଛି ନ ବୁଝି ଶସ୍ତାରେ ଟିଭି ଦେବାକୁ ଜିଦ୍‌ କରିଥିଲେ। ଶେଷରେ ପୋଲିସ ଗ୍ରାହକଙ୍କୁ ମଲ୍‌ ଖାଲି କରିବାକୁ ଚେତାବନୀ ଦେଇଥିଲା। ଯାହାର ଏକ ଘଣ୍ଟା ପରେ ମଲ୍‌ରୁ ଧୀରେ ଧୀରେ ଗ୍ରାହକ ଖାଲି ହୋଇଥିବା ଜଣାପଡ଼ିଛି। ଫ୍ରାନ୍ସ ସହରର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଦୁର୍ଘଟଣାରେ ଗଲା ୨୯ଜଣଙ୍କ ଜୀବନ

ଇସ୍‌ଲାମାବାଦ,୩।୭: ପାକିସ୍ତାନରେ ଶୁକ୍ରବାର ଏକ ଟ୍ରେନ୍‌ ଦୁର୍ଘଟଣାରେ ୨୯ଜଣଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନର ପଞ୍ଜାବ ପ୍ରଦେଶର ଶେଖପୁରା ଅଞ୍ଚଳରେ ମାନବ ବିନୀନ ଫାଟକରେ ତୀର୍ଥଯାତ୍ରୀଙ୍କୁ ନେଇ...

ଟିକ୍‌ଟକ୍‌ରେ ବେଲି ଡ୍ୟାନ୍ସ କରିବା ପଡିଲା ମହଙ୍ଗା: ଯୁବତୀଙ୍କୁ ୩ ବର୍ଷ ଜେଲ୍‌, ୧୪ ଲକ୍ଷ ଟଙ୍କା ଜରିମାନା

ଟିକ୍‌ଟକ୍‌ରେ ବେଲି ଡ୍ୟାନ୍ସ କରି ଛାଡିବା ଯୁବତୀଙ୍କୁ ମହଙ୍ଗା ପଡିଛି। ଇଜିପ୍ଟର ହାଇପ୍ରୋଫାଇଲ ବେଲି ଡ୍ୟାନ୍ସର ସାମା ଏଲ୍‌-ମେସି ଟିକ୍‌ଟକ୍‌ରେ ଏକ ଉତ୍ତେଜିତ ବେଲି ଡ୍ୟାନ୍ସ...

ଏହି ଦେଶରେ କେବଳ ଶୋଇବା ପାଇଁ ମିଳିଥାଏ ଚାକିରି

ଯେକୌଣସି ମଣିଷ ପାଇଁ ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ନିହାତି ଆବଶ୍ୟକ। ଏହି ଆବଶ୍ୟକତା ପୂରଣ କରିବାକୁ ଲୋକଙ୍କୁ ଚାକିରି କରିବା ଦରକାର। ରୋଜଗାରର ସନ୍ଧାନରେ...

ଖ୍ରୀଷ୍ଟମାସ ପରେଡରେ କାର ଧକ୍କା, ୨୦ରୁ ଅଧିକ ଆହତ…

ଓ୍ବାଶିଂଟନ,୨୨।୧୧: ଆମେରିକାର ୱିସ୍କୋସିନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଖ୍ରୀଷ୍ଟମାସ ପରେଡରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି।...

ଚକୋଲେଟ ଉପରେ ଥିବା ଧଳା ଦାଗ କ’ଣ?

ପିଲା ହେଉ କି ବୃଦ୍ଧ ସମସ୍ତଙ୍କୁ ଚକୋଲେଟ ଖାଇବାକୁ ଭଲ ଲାଗିଥାଏ। ଅଧିକାଂଶ ଲୋକମାନେ ଚକୋଲେଟକୁ ଅଧିକ ଦିନ ପର୍ଯ୍ୟନ୍ତ ଫ୍ରିଜ ରଖି ଏହାକୁ ଖାଇବାର...

ଟାର୍ଗେଟ୍‌ରେ ଗଣମାଧ୍ୟମ ପ୍ରତିନିଧି

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୩।୭: ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଉପରେ ଦିନକୁ ଦିନ ନିର୍ଯାତନା ବଢ଼ିଚାଲିଛି। ଗତ ୨୩ ବର୍ଷ ମଧ୍ୟରେ ପୃଥିବୀର ବିଭିନ୍ନ ଦେଶରେ ୧୯୨୮...

କରତାରପୁର କରିଡର ମାଧ୍ୟମରେ ଭାରତରେ ଅଶାନ୍ତ ବାତାବରଣ ସୃଷ୍ଟି କରିବାକୁ ଚାହୁଁଛି ପାକିସ୍ତାନ: ଆନନ୍ଦ ମିର୍ଜା

ଇସ୍‌ଲାମାବାଦ,୨୩।୧୧: କରତାରପୁର କରିଡର ଉଦ୍‌ଘାଟନକୁ ପାଖାପାଖି ମାସେ ହୋଇଗଲାଣି। ଏବେ ପିଓକେ କର୍ମୀ ଆନନ୍ଦ ମିର୍ଜା ଏହାକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ...

ଶଗଡ ଚଢିଲେ ଶିକ୍ଷକ, ଜାଣନ୍ତୁ କାହିଁକି

ମଧ୍ୟ ପ୍ରଦେଶର ଜଣେ ଶିକ୍ଷକ ଶଗଡ ଚଢି ଚର୍ଚ୍ଚାକୁ ଆସିଛନ୍ତି। ରାୟସେନ ଜିଲାର ସାଲେଗଡ ଗ୍ରାମର ପ୍ରାଥମିକ ସ୍କୁଲରେ ଶିକ୍ଷକ ଥିବା ନୀରଜ ସକ୍ସେନା ଶଗଡରେ...

Advertisement
Archives

Model This Week