ଟିକ୍‌ଟକ୍‌ ମୋଷ୍ଟ ଭାଲ୍ୟୁଏବୁଲ ଷ୍ଟାର୍ଟଅପ୍‌

ନୂଆଦିଲ୍ଲୀ,୨୩।୫: ଟିକ୍‌ଟକ୍‌ ଆପ୍‌ର ମୂଳ କମ୍ପାନୀ ବାଇଟଡାନ୍ସ ଲିମିଟେଡ୍‌ ବିଶ୍ୱର ମୋଷ୍ଟ ଭାଲ୍ୟୁଏବୁଲ ବା ସବୁଠାରୁ ଅଧିକ ମୂଲ୍ୟ ବିଶିଷ୍ଟ ଷ୍ଟାର୍ଟଅପ୍‌ ବୋଲି ଜଣାପଡିଛି। ପ୍ରାଇଭେଟ ଶେୟାର ଟ୍ରାଞ୍ଜାକଶନ କ୍ଷେତ୍ରରେ କମ୍ପାନୀର ଭାଲ୍ୟୁଏଶନ ୧୦୦ ବିଲିୟନ ଡଲାର ଟପିଥିବା ଜଣାପଡିଛି। ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଟିକ୍‌ଟକ୍‌ ଅଧିକ ବିଜ୍ଞାପନଦାତାଙ୍କୁ ଆକୃଷ୍ଟ କରିବା ନେଇ ଏବେ ସମ୍ଭାବନା ରହିଥିବାକୁ ବିଚାରକରି ଏହାର ଭାଲ୍ୟୁଏଶନ ବଢୁଥିବା ଜଣାପଡିଛି। ସେକେଣ୍ଡାରୀ ମାର୍କେଟରେ ଟିକ୍‌ଟକ୍‌ର ଭାଲ୍ୟୁ ପ୍ରାୟ ୧୦୫ରୁ ୧୧୦ ବିଲିୟନ ଡଲାର ମଧ୍ୟରେ ରହିବ ବୋଲି କେତେକ ଟ୍ରେଡ୍‌ର ମୂଲ୍ୟାଙ୍କନ କରିଛନ୍ତି। ବିଶ୍ୱର ପ୍ରମୁଖ କମ୍ପାନୀ ତଥା ଫଣ୍ଡିଂ ଏଜେନ୍ସିଠାରୁ ପୁଞ୍ଜି ଲାଭ କରିବାରେ ଚାଇନାର ଏହି ଷ୍ଟାର୍ଟଅପ୍‌ କମ୍ପାନୀ ବେଶ୍‌ ସକ୍ଷମ ହୋଇପାରିଛି। ଏକ ପ୍ରମୁଖ ସୋସିଆଲ ନେଟ୍‌ଓ୍ବର୍କ ସାଇଟ ଭାବେ ଏହା ଫେସ୍‌ବୁକ୍‌କୁ ପଛରେ ପକାଇପାରେ ବୋଲି ମନାଥନ ଭେଞ୍ଚର ପାର୍ଟନର୍ସ ନାମକ କମ୍ପାନୀର ପାର୍ଟନର ଆଣ୍ଡ୍ରିଆ ଓ୍ବାଲନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଓରେ ୧.୧୫% ଅଂଶଧନ କିଣିଲା ସିଲ୍‌ଭର ଲେକ୍‌

ନୂଆଦିଲ୍ଲୀ,୪।୫:ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟ୍‌ଫର୍ମରେ ଆମେରିକାଭିତ୍ତିକ ଘରୋଇ ଇକ୍ୱିଟି ଫାର୍ମ ସିଲ୍‌ଭର ଲେକ୍‌ ୧.୧୫% ଅଂଶଧନ କ୍ରୟ କରିଛି। ଏଥିଲାଗି ଉକ୍ତ କମ୍ପାନୀ ୫,୬୫୫.୭୫ କୋଟି...

ଏୟାରପୋର୍ଟ, ସପିଙ୍ଗ୍‌ ମଲ୍‌ରେ ମିଳିବ କୁଲ୍ଲଡ ଚା’

ନୂଆଦିଲ୍ଲୀ,୨୬-୮: ଦେଶର ପ୍ରମୁଖ ରେଳ ଷ୍ଟେଶନ, ବସ୍‌ ଡିପୋ, ଏୟାରପୋର୍ଟ ଓ ସପିଙ୍ଗ୍‌ ମଲ୍‌ରେ ଖୁବଶୀଘ୍ର କୁଲ୍ଲଡରେ ଚା’ ପିଇବାର ମଜା ନେଇ ହେବ। କେନ୍ଦ୍ର...

ଚାଇନାରୁ ଭାରତକୁ ଆସୁଛି ଜୁଏଲାରୀ କମ୍ପାନୀ

ନୂଆଦିଲ୍ଲୀ,୩୧-୭: ଆମେରିକା ସହ ଜାରି ଟ୍ରେଡ୍‌ ଓ୍ବାର୍‌ ଯୋଗୁ ଏବେ ଶୀର୍ଷ ଜୁଏଲାରୀ କମ୍ପାନୀ ନିଜର କାରଖାନାକୁ ଚାଇନାରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଇଣ୍ଡସଇଣ୍ଡ ବ୍ୟାଙ୍କ...

ନୀରବଙ୍କଠୁ ୭୨୦୦ କୋଟି ଅସୁଲ କରିବ ବ୍ୟାଙ୍କ

ନୂଆଦିଲ୍ଲୀ,୬-୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)କୁ ଶନିବାର ଭଲ ଖବର ମିଳିଛି। ଡେଟ୍‌ ରିକଭରୀ ଟ୍ରିବ୍ୟୁନାଲ(ଡିଆର୍‌ଟି) ତାଙ୍କର ଅନ୍ତିମ ରାୟ ଶୁଣାଇଛନ୍ତି। ପିଏନ୍‌ବି ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ...

ଓଡ଼ିଆ ଉଦ୍ୟୋଗୀ ବିକଶିତ କଲେ କରୋନା ଆପ୍‌

ଲଣ୍ଡନ,୨୮।୭: କରୋନା ମହମାରୀ ବର୍ତ୍ତମାନ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ଏଥିରୁ ନିଜକୁ ଦୂରେଇ ରଖିବା ପାଇଁ ସାମାଜିକ ଦୂରତା ଏକ ପ୍ରମୁଖ ଅସ୍ତ୍ର...

ଉଦ୍ୟୋଗପତି ବି.ଏମ୍‌.ଖୈତାନଙ୍କ ପରଲୋକ

କୋଲକାତା,୨-୬: ବିଶିଷ୍ଟ ଉଦ୍ୟୋଗପତି ତଥା ଡ୍ରାଇସେଲ୍‌ ବ୍ୟାଟେରି ନିର୍ମାତା ଏଭରେଡି ଇଣ୍ଡଷ୍ଟ୍ରିଜ ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ମୋହନ ଖୈତାନଙ୍କ ଶନିବାର ୯୨ ବର୍ଷରେ ପରଲୋକ...

ଏପ୍ରିଲରୁ ନୂଆ ନିୟମ, ନୂଆ ସୁବିଧା

ନୂଆଦିଲ୍ଲୀ,୧। ୪: ମାସ ବଦଳିବା ସହ ପହିଲାରୁ କିଛି କିଛି ନୂଆ ନିୟମ ଏବଂ ସୁବିଧା କାର୍ଯ୍ୟକାରୀ ହୋଇଥାଏ। ସେହିଭଳି ଏପ୍ରିଲ ୧ରୁ ନୂଆ ଆର୍ଥତ୍କ...

ମେଟ୍ରୋ ଟ୍ରେନ ଯାତ୍ରା ଲାଗି ଆସିବ ଏକକ କାର୍ଡ

ନୂଆଦିଲ୍ଲୀ,୧୬-୬: ମେଟ୍ରୋ ରେଳ ଯାତ୍ରୀଙ୍କ ଲାଗି କେନ୍ଦ୍ର ସରକାର ଖୁବଶୀଘ୍ର ଏକ ନୂଆ କାର୍ଡ ଆଣିବାକୁ ଯାଉଛନ୍ତି। ଏହାଦ୍ୱାରା ଦେଶର ସମସ୍ତ ମେଟ୍ରୋ ରେଳରେ ଯାତ୍ରା...

Coronavirus Update


Archives

Model This Week

Why Dharitri