ଟିକ୍‌ଟକ୍‌ ଉପରୁ ବ୍ୟାନ ହଟିଲା

ଚେନ୍ନାଇ,୨୫-୪: ଲୋକପ୍ରିୟ ଭିଡ଼ିଓ ଆପ୍‌ ଟିକ୍‌ଟକ୍‌ ଉପରୁ ବ୍ୟାନ ହଟିଯାଇଛି। ବୁଧବାର ଜଷ୍ଟିସ ଏନ.କିରୁବାକରନ ଏବଂ ଜଷ୍ଟିସ ଏସ୍‌.ଏସ୍‌. ସୁନ୍ଦରଙ୍କୁ ନେଇ ଗଠିତ ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠ ଏହି ବ୍ୟାନକୁ ହଟାଇ ଦେଇଛନ୍ତି। ପିଲାମାନଙ୍କ ବିରୋଧରେ ହେଉଥିବା ଅପରାଧକୁ ନେଇ ଅଦାଲତ ଚିନ୍ତିତ ଥିବା କାରଣରୁ ଟିକ୍‌ଟକ୍‌କୁ ସାମୟିକ ବ୍ୟାନ କରାଯାଇଥିଲା ବୋଲି ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି। ତେବେ ଏହି ଆପ୍‌ ତିଆରି କରିଥିବା ମୂଳ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପାଳନ ନ କଲେ ଏହାକୁ ଅଦାଲତ ଅବମାନନା ବୋଲି ଧରାଯିବ ଏବଂ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ମାମଲାର ଶୁଣାଣି ବେଳେ ଟିକ୍‌ଟକର ମୂଳ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ, ଏହି ଆପ୍‌ରେ ଦିଆଯାଉଥିବା କଣ୍ଟେଣ୍ଟକୁ ରୋକିବା ଲାଗି ଯଥେଷ୍ଟ ବ୍ୟବସ୍ଥା ରହିଛି। ଏଥିରେ ଯୌନ ଉତ୍ତେଜନାକାରୀ ଭିଡ଼ିଓ ଅପ୍‌ଲୋଡ କରାଯାଇପାରିବ ନାହିଁ। ସୂଚନାଥାଉ କି, ଟିକ୍‌ଟକ୍‌ ଉପରୁ ବ୍ୟାନ ହଟାଇବା ନେଇ ନିଷ୍ପତ୍ତି ନେବା ଲାଗି ମାଡ୍ରାସ ହାଇକୋର୍ଟଙ୍କୁ ସର୍ବୋଚ୍ଚ ଅଦାଲତ ବୁଧବାର ପର୍ଯ୍ୟନ୍ତ ସମୟ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ୍‌ ଆପ୍‌ ଷ୍ଟୋରରୁ ଏହାକୁ ହଟାଇ ଦିଆଯାଇଥିଲା। ବୁଧବାର ନିଷ୍ପତ୍ତି ପରେ ଏହା ପୁନର୍ବାର ଡାଉନଲୋଡ କରାଯାଇପାରିବ। ତେବେ ପୂର୍ବରୁ ଡାଉନଲୋଡ କରିଥିବା ବ୍ୟକ୍ତିବିଶେଷ ଏହାକୁ ନିର୍ଭୟରେ ବ୍ୟବହାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବାଦଶାହା ମସଲାର ୫୧% ଅଂଶଧନ ହାସଲ କରିବ ଡାବର

ନୂଆଦିଲ୍ଲୀ,୨୭ା୧୦: ଦେଶର ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନୀ ଡାବର ଇଣ୍ଡିଆ ବ୍ରାଣ୍ଡେଡ୍‌ ମସଲା କମ୍ପାନୀ ବାଦଶାହାର ୫୧% ଅଂଶଧନ ହାସଲ କରିବାକୁ ଯାଉଛି। ଏପରିକି ଏହି ଅଂଶଧନ...

ରୁଷିଆରୁ କମୁଛି ଭାରତର ତୈଳ ଆମଦାନୀ

ନୂଆଦିଲ୍ଲୀ,୪।୯ (ଅଭୟ ଦାଶ): ସାରା ବିଶ୍ୱରେ ଭାରତ ୩ ସର୍ବବୃହତ୍‌ ତୈଳ ଆମଦାନୀ ଦେଶ ଭାବେ ପରିଗଣିତ ହେଉଥିବାବେଳେ ଗତ କିଛି ମାସ ହେବ ଭାରତ...

ନିବେଶକଙ୍କ କ୍ଷତି ୨.୩୩ ଲକ୍ଷ କୋଟି

ମୁମ୍ବାଇ: ଶୁକ୍ରବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(...

୧୫ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଉଡ଼ାଣ ବାତିଲ…

ନୂଆଦିଲ୍ଲୀ ,୧।୧୨: କରୋନା ମହାମାରୀ ଭୂତାଣୁର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ...

ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ

ନୂଆଦିଲ୍ଲୀ,୧୯।୯: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ପୁନଃ ଆରମ୍ଭ କରାଯାଇଥିବା ସଡ଼କ ସୁରକ୍ଷା ସଚେତନତା ଅଭିଯାନ ନିକଟରେ ଅନୁଗୋଳ ଜିଲାରେ ପହଞ୍ଚତ୍ଛି।...

ଆଗାମୀ ୪୦ ବର୍ଷ ଲାଗି ଯୋଜନା କରିଛନ୍ତି ରାମଦେବ

ମୁମ୍ବାଇ,୧୭।୯: ଦେଶର ପ୍ରମୁଖ ଅନୁଷ୍ଠାନ ପତଞ୍ଜଳି ଆଗାମୀ ୪୦ ବର୍ଷ ଲାଗି ଯୋଜାନା ପ୍ରସ୍ତୁତ କରିଛନ୍ତି। ସେହିପରି ଯୋଗଗୁରୁ ରାମଦେବ ପତଞ୍ଜଳି ଗ୍ରୁପ୍‌ର ୪କମ୍ପାନୀଙ୍କ ଆଇପିଓ...

ସାନିଟାଇଜର,ଭେଣ୍ଟିଲେଟର ରପ୍ତାନି ବନ୍ଦ

ନୂଆଦିଲ୍ଲୀ,୨୫-୩: ସମସ୍ତ ପ୍ରକାରର ସାନିଟାଇଜର ଏବଂ ଭେଣ୍ଟିଲେଟର ରପ୍ତାନିକୁ ତୁରନ୍ତ ଭିତ୍ତିରେ ବନ୍ଦ କରିବାକୁ କେନ୍ଦ୍ର ସରକାର ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। କରୋନା ବ୍ୟାପୁଥିବାରୁ ଏହାକୁ...

୨୦୩୯ ସୁଦ୍ଧା ଭାରତ ତୃତୀୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୩୧।୧୦: ୨୦୩୯ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥା ହେବ। ବ୍ଲୁମବର୍ଗ ପକ୍ଷରୁ ବୁଧବାର ପ୍ରକାଶିତ ନିୟୁ ଇକୋନୋମି ଡ୍ରାଇଭର୍‌ସ ଆଣ୍ଡ ଡିସରପ୍ଟର୍ସ ଇଣ୍ଡେକ୍ସ...

Advertisement
Archives

Model This Week