ଝିଅକୁ ଏକାଧିକଥର ବଳାତ୍କାର ମାମଲା: ବଳାତ୍କାରୀ ବାପାଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର,୧୭ା୯(ବ୍ୟୁରୋ): ଝିଅକୁ ଏକାଧିକଥର ବଳାତ୍କାର ମାମଲାରେ ଅଭିଯୁକ୍ତ ବାପାଙ୍କୁ ମଙ୍ଗଳବାର ସଜା ମିଳିଛି। ମାମଲାର ବିଚାର କରି ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ତାଙ୍କୁ ୨୦ହଜାର ଟଙ୍କା ଅର୍ଥ ଦଣ୍ଡ ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୧୩ଜଣ ସାକ୍ଷୀ ଓ ୨୪ ଡକୁମେଣ୍ଟ ଆଧାରରେ ଜଜ୍‌ ସତ୍ୟରଞ୍ଜନ ପ୍ରଧାନ ଏହି ରାୟ ଶୁଣାଇଛନ୍ତି।

ଅଭିଯୁକ୍ତଙ୍କ ଘର କନ୍ଧମାଳ ଜିଲାରେ ହୋଇଥିବାବେଳେ ସେ ପରିବାର ସହ ଭୁବନେଶ୍ୱର ସାଲିଆସାହିରେ ରହୁଥିଲେ। ତାଙ୍କର ୧୧ବର୍ଷର ଝିଅ ଓ ଗୋଟିଏ ପୁଅ (ସାନ) ଅଛନ୍ତି। ୨୦୧୬ରେ ସ୍ତ୍ରୀ କାମଧନ୍ଦା ପାଇଁ ବାହାରକୁ ଚାଲିଯିବା ପରେ ଅଭିଯୁକ୍ତ ବାପା କୋମଳମତୀ ନାବାଳିକା ଝିଅକୁ ଜୋର୍‌ଜବରଦସ୍ତ ବଳାତ୍କାର କରିଥିଲେ। ଏପରି କି ମା’ ଓ ଅନ୍ୟ କାହାଙ୍କୁ ଜଣାଇଲେ ଜୀବନରୁ ମାରିଦେବା ସହ ଘରୁ ବାହାର କରିଦେବାକୁ ମଧ୍ୟ ଧମକ ଦେଇଥିଲେ। ଭୟରେ ଝିଅ କାହାକୁ ଜଣାଇ ନ ଥିଲେ। ଏହାପରେ କାମାଶକ୍ତ ବାପା ଝିଅକୁ ବାରମ୍ବାର ବଳାତ୍କାର କରିଥିଲେ। ବାପାର ଏପରି ଅତ୍ୟାଚାର ଅସହ୍ୟ ହେବା ପରେ ଶେଷରେ ପୀଡିତା ଝିଅ ମା’ଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ମା’ ଏନେଇ ପ୍ରଥମେ ନୟାପଲ୍ଲୀ ଥାନା ଓ ପରେ ଅର୍ଥାତ୍‌ ସେହିବର୍ଷ ମେ’ ୨୦ରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ମହିଳା ଥାନାରେ କେସ୍‌ ନଂ.୧୩୨/୨୦୧୬, ଆଇପିସି ଦଫା ୩୭୬(୨)(ଆଇ), ୨୯୪, ୫୦୬ ଓ ପୋକ୍‌ସୋ ଆକ୍ଟ ୬ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିବା ସହ ଉଭୟଙ୍କର ଡାକ୍ତରୀ ମାଇନା କରିଥିଲା। ଏଥିସହ ପୀଡିତାଙ୍କ ପୋଷାକ ଓ ଅନ୍ୟ କିଛି ସମାଗ୍ରୀ ମଧ୍ୟ ପରୀକ୍ଷା ପାଇଁ ପଠାଯାଇଥିଲା। ସବୁ ରିପୋର୍ଟରେ ବଳାତ୍କାର ପ୍ରମାଣ ମିଳିଥିଲା। ମାମଲାର ବିଚାରବେଳେ ଏସବୁ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଏହି ମାମଲାରେ ସରକାରୀ ପିପି ଭାବେ ଚିତ୍ତରଞ୍ଜନ ଦାଶ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ସୁରଟରୁ ଆସିବାବୁ ଥିବା ଟ୍ରେନ୍‌ ବାତିଲ

ଭୁବନେଶ୍ୱର, ୭।୫(ବ୍ୟୁରୋ): ଓଡ଼ିଶା ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ସୁରଟରୁ ଆସିବାକୁ ଥିବା ୩ଟି ଟ୍ରେନ୍‌କୁ ଗୁରୁବାର ବାତିଲ କରାଯାଇଛି। କରୋନା ନମୁନା ପରୀକ୍ଷା ବିନା...

୫୦%କର୍ମଚାରୀକୁ ନେଇ କାର୍ଯ୍ୟ କରିବ ବ୍ୟାଙ୍କ

ଭୁବନେଶ୍ୱର,୪। ୮: କରୋନା ପାଇଁ ସରକାର ବ୍ୟାଙ୍କ କ୍ଷେତ୍ରଗୁଡ଼ିକ ପାଇଁ କାର୍ଯ୍ୟକ୍ଷମତାକୁ କମାଇ ୩୦% କରିଥିଲେ। ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଶା ସରକାର ଏହି ନିୟମରେ ସାମାନ୍ୟ...

ପାନବରଜ, କିଆ ଫୁଲ ଚାଷୀଙ୍କ ପାଇଁ ଖୁସି ଖବର

ଭୁବନେଶ୍ବର ୧୭।୯ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ପୁରୀ ଓ ଗଞ୍ଜାମ ଗସ୍ତ ସମୟରେ ସ୍ଥାନୀୟ ପାନବରଜ...

୨ ଚନ୍ଦନ ଗଛ ଚୋରି

କେନ୍ଦୁଝର, ୨୪ା୫ (ସ୍ବ.ପ୍ର.): କେନ୍ଦୁଝର ଆକାଶବାଣୀ କେନ୍ଦ୍ର ପରିସରରୁ ୨ ଟି ଚନ୍ଦନ ଗଛ ଚୋରି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କଡା ସୁରକ୍ଷା ବ୍ୟବସ୍ଥା...

ଆରମ୍ଭରୁ ହଟ୍ଟଗୋଳ: ଶନିବାର ଯାଏ ବିଧାନସଭା ମୁଲତବୀ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଶୁକ୍ରବାର ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ। ପ୍ରାରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଅଭିଭାଷଣ ରଖିବା ପରେ ଶୋକ ପ୍ରସ୍ତାବ ନେଇ ଆଲୋଚନା...

ଆଜି ନାଏବ ସରପଞ୍ଚ ନିର୍ବାଚନ: ୧୨ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ୧୩ରେ ଜିଲା ପରିଷଦ ସଭାପତି ନିର୍ବାଚନ

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ନାଏବ ସରପଞ୍ଚ ପଦବୀ ପାଇଁ ଶୁକ୍ରବାର ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ନିର୍ବାଚନ ଅଧିକାରୀମାନେ ପ୍ରାର୍ଥୀମାନଙ୍କୁ ପୂର୍ବାହ୍ନ ୧୦ରୁ ୧୧ଟା ମଧ୍ୟରେ ନାମାଙ୍କନପତ୍ର...

ବିଭାଗୀୟ ସ୍ଥାୟୀ କମିଟି-୬ର ଚତୁର୍ଥ ବୈଠକ

ଭୁବନେଶ୍ୱର,୧୨।୧୧:(ବ୍ୟୁରୋ): କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ସୋମବାର ବିଭାଗୀୟ ସ୍ଥାୟୀ କମିଟି-୬ର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଛି। ବିଧାନସଭା ପ୍ରକୋଷ୍ଠ ନଂ-୫୪ରେ...

ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ ଅଟକ

  ପୁରୁଷୋତ୍ତମପୁର,୩୧ା୧୨ (ଡି.ଏନ.ଏ.)-ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ସୋମବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି...

Advertisement
Archives

Model This Week