‘ଜୟେଶଭାଇ ଜୋରଦାର’ର ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂ ନିଜର ଦମ୍‌ଦାର ଅଭିନୟ ଓ ଭିନ୍ନ ଭିନ୍ନ ଚରିତ୍ର ପାଇଁ ବେଶ୍‌ ଜଣାଶୁଣା। ତାଙ୍କ ପାଖରେ ବହୁ ନୂଆ ନୂଆ ପ୍ରୋଜେକ୍ଟ ରହିଥିବା ବେଳେ ଏବେ ଅପ୍‌ କମିଂ ଫିଲ୍ମ ‘ଜୟେଶଭାଇ ଜୋରଦାର’ର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି। ଫିଲ୍ମର ପୋଷ୍ଟରରେ ରଣବୀର ଅରେଞ୍ଜ କଲରର ଏକ ପ୍ରିଣ୍ଟେଡ୍‌ ଟି-ଶାର୍ଟ, ବ୍ଲାକ୍‌ ଫେଡେଡ୍‌ ପ୍ୟାଣ୍ଟ ଓ ନୂଆ ହେୟାର ଷ୍ଟାଇଲ୍‌ରେ ବେଶ୍‌ ହ୍ୟାଣ୍ଡସମ୍‌ ଦେଖାଯାଉଛନ୍ତି। ଉକ୍ତ ପୋଷ୍ଟରରେ ରଣବୀରଙ୍କ ପଛରେ କେତେକ ମହିଳା ଓଢ଼ଣା ପକାଇଥିବା ଦେଖିବାକୁ ମିଳିଛି। ତେବେ ପୋଷ୍ଟରକୁ ଦେଖିଲେ ଲାଗୁଛି ଫିଲ୍ମଟି ଡ୍ରାମା ଓ କମେଡିରେ ଭରପୂର ହୋଇଥିବ ବୋଲି ଆଶା କରାଯାଉଛି। ୟଶ୍‌ ରାଜଙ୍କ ବ୍ୟାନରରେ ତିଆରି ହୋଇଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ଦିବ୍ୟାଙ୍ଗ ଠକ୍କର। ଏଥିରେ ରଣବୀରଙ୍କୁ ଜଣେ ଗୁଜରାଟୀ ବ୍ୟକ୍ତି ଚରିତ୍ରରେ ଦେଖିବାକୁ ମିଳିବ। ସବୁ ଫିଲ୍ମରେ ତାଙ୍କର ଚରିତ୍ର ଭିନ୍ନ ଭିନ୍ନ ଓ ଚ୍ୟାଲେଞ୍ଜିଂ ରହିଥାଏ। ହେଲେ ଏହି ଚରିତ୍ର ବି ତାଙ୍କୁ ବେଶ୍‌ ମାନୁଥିବା ନେଇ ଚର୍ଚ୍ଚା ହେଉଛି। ଜଣେ ସାଧାରଣ ବ୍ୟକ୍ତି ଏଭଳି ଏକ ପରିସ୍ଥିତିରେ କିଭଳି ଅସାଧାରଣ କାର୍ଯ୍ୟ ସବୁ କରିପାରେ ସେ ନେଇ ଫିଲ୍ମଟି ଗତିଶୀଳ ହୋଇଛି। ଆସନ୍ତା ବର୍ଷ ଏହି ଫିଲ୍ମ ପରଦାକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଗୁରୁଙ୍କୁ ଏମିତି ମନେ ପକାଇଲେ ସଲମାନ

ଆଜି ପବିତ୍ର ଗୁରୁଦିବସ। ଗୁରୁଙ୍କ ବିନା ଜୀବନ ଅନ୍ଧକାରମୟ। ତେଣୁ ଗୁରୁଙ୍କୁ ସମ୍ମାନ ଜଣାଇବା ପାଇଁ ଏହି ଦିନଟି ଗୁରୁତ୍ୱପୂର୍ଣ୍ଣ। ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌...

ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଏଭଳି ଏକ ଷ୍ଟାର, ଯିଏ ଆବଶ୍ୟକତା ପଡ଼ିଲେ ସବୁବେଳେ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି। କିଛି ଦିନ ପୂର୍ବରୁ ଅକ୍ଷୟ...

ଅଭିନେତ୍ରୀ ଐଶ୍ଚର୍ଯ୍ୟାଙ୍କୁ କରୋନା

କରୋନା ଭାଇରସ ଏବେ ଦେଶରେ କାୟା ବିସ୍ତାର କରିଛି। ବର୍ତ୍ତମାନ ସାଧାରଣ ଲୋକଙ୍କ ସହ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକଙ୍କୁ ମଧ୍ୟ କରୋନା ଚିନ୍ତା ଘାରିଛି। ଜଣେ...

ଏହି ଗୀତରେ ରବିନାଙ୍କ ସହ ରୋମାଣ୍ଟିକ୍‌ ଡ୍ୟାନ୍ସ କଲେ ପ୍ରଭାସ

ବାହୁବଳୀ ଷ୍ଟାର ପ୍ରଭାସଙ୍କ କୋଟିଏରୁ ଊର୍ଦ୍ଧ୍ୱ ଫ୍ୟାନ୍‌ ରହିଛନ୍ତି। କିନ୍ତୁ ପ୍ରଭାସ ରବିନା ଟଣ୍ଡନଙ୍କ ବଡ଼ ଫ୍ୟାନ୍‌। ଏହି କଥା ପ୍ରଭାସ ଡ୍ୟାନ୍ସ ଶୋ’ ‘ନଚ୍‌...

ଜାହ୍ନବୀ-ଇଶାନ୍‌ଙ୍କ ପ୍ରେମ ସମ୍ପର୍କକୁ ନେଇ କ’ଣ କହିଲେ ବୋନି କପୁର

ଫିଲ୍ମ ‘ଧଡକ’ରେ ପ୍ରଥମଥର ପାଇଁ ଏକଠି ନଜର ଆସିବା ପରେ ଏବେ ଇଶାନ୍‌ ଖଟ୍ଟର ଏବଂ ଜାହ୍ନବୀ କପୁରଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର...

ପାକିସ୍ତାନ ଜେଲ୍‌ରେ ୨ ବର୍ଷ କଏଦୀ ଜୀବନ କାଟିଥିଲେ ଏହି ପ୍ରସିଦ୍ଧ ଅଭିନେତା

ଇତ୍‌ନା ସନ୍ନାଟା କ୍ୟୁଂ ହୈ ଭାଇ, ୪୫ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ଶୋଲେ ଚଳଚ୍ଚିତ୍ରର ଏହି ପ୍ରସିଦ୍ଧ ସଂଳାପକୁ ଲୋକମାନେ ଏବେ ମନେ ରଖିଛନ୍ତି।...

ମାଲ୍‌ ମହୁ ଜୀବନ ମାଟି

ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ପରଦା ଉପରକୁ ଆସୁଛି ଦ୍ୱିଭାଷୀ-ଓଡ଼ିଆ-ଛତିଶଗଡ଼ୀ ଫିଲ୍ମ ‘ମାଲ ମହୁ ଜୀବନ ମାଟି-ଭାଗ୍ୟର ନୋ ଗ୍ୟାରେଣ୍ଟି’। ଚଳଚ୍ଚିତ୍ରଟି ଚଳିତ ମାସ ୮ରେ...

ଗରିବ ହୋଇଯାଇଛନ୍ତି ଦୀପିକା !

ମୁମ୍ବାଇ: ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ୍‌ ଏବେ ତାଙ୍କ ଅପକମିଙ୍ଗ ପ୍ରୋଜେକ୍ଟ ପାଇଁ ବ୍ୟସ୍ତ ଅଛନ୍ତି। ହେଲେ ଏହାରି ଭିତରେ ବି ସେ ସମୟ ବାହାର...

Coronavirus Update


Archives

Model This Week

Why Dharitri