ଚମ୍ପୁଆ,୨।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ଉପକାରାଗାରରେ ରହୁଥିବା ଝାଡଖଣ୍ଡ ଜୟନ୍ତୀଗଡ ଅଞ୍ଚଳର ଆଦିତ୍ୟ ସିର୍କା ନାମ୍ନୀ ଜଣେ ୮ ମାସର ଗର୍ଭବତୀ ମହିଳାଙ୍କୁ ଶନିବାର ଜାମିନ୍ରେ ଛଡାଯାଇଛି। ୬ ବର୍ଷ ତଳେ ନିଜ ପରିବାର ଲୋକଙ୍କ ଇଚ୍ଛା ବିରୋଧରେ ସେ କେନ୍ଦୁଝର ଜିଲା ବଲାଣୀ ଅଞ୍ଚଳର ବିଜୟ ମୁଣ୍ଡାଙ୍କୁ ପ୍ରେମ ବିବାହ କରିଥିଲେ। ପରେ ଏକ ଆପରାଧିକ ମାମଲା ଛନ୍ଦି ହୋଇ ପଡିବାରୁ ତାଙ୍କୁ ଜେଲ ଭୋଗିବାକୁ ପଡିଥିଲା। ସେ ୨ବର୍ଷର ଏକ ଶିଶପୁତ୍ର ସହ ପ୍ରଥମେ ବଡବିଲ ଜେଲ୍ରେ ରହିଥିଲେ। ଗତ ୨୬ ତାରିଖରେ ସେ ଚମ୍ପୁଆ ଜେଲକୁ ସ୍ଥାନାନ୍ତରିତ ହୋଇଥିଲେ। ମାସକ ତଳେ ଅତିରିକ୍ତ ଜିଲା ଦୌରାଜଜ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ମଧ୍ୟ ଟଙ୍କା ଓ ଜାମିନଦାର ଅଭାବରୁ ସେ ଜେଲରୁ ମୁକୁଳି ପାରି ନ ଥିଲେ। ଆଦିତ୍ୟ ଗର୍ଭବତୀ ଥିବା ଜାଣିବା ପରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଜୀବନ ସିଂ କୁଦାଦା ପ୍ରଥମେ ଏ ନେଇ ତାଲୁକ ଆଇନ ସେବା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ। ପରେ ଆଇନ ସେବା ସହାୟତା ପକ୍ଷରୁ ଜଣେ ସ୍ବତନ୍ତ୍ର ଓକିଲ ନିଯୁକ୍ତି ଦିଆଯାଇଥିଲା। ଏ ନେଇ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ କୁଦାଦା ୩ ହଜାର ଟଙ୍କା ଖର୍ଚ୍ଚ କରିବା ସହ ଜାମିନଦାର ଯୋଗାଡରେ ସହାୟତା କରିଥିଲେ। ଆଇନ ଅନୁଯାୟୀ ସମସ୍ତ କାଗଜପତ୍ର କାମ ସରିବା ପରେ ଆଦିତ୍ୟ ଶନିବାର ସନ୍ଧ୍ୟାରେ ଜେଲରୁ ମୁକୁଳିଛନ୍ତି। ଚମ୍ପୁଆ ଏସଡିଏମଓଙ୍କ ସହଯୋଗ କ୍ରମେ ସେ ଚମ୍ପୁଆ ଡାକ୍ତରଖାନାରେ ଥିବା ମା’ ଘରେ ପିଲା ଜନ୍ମ ହେବା ପର୍ଯ୍ୟନ୍ତ ଡାକ୍ତରଖାନା କତ୍ତୃର୍ର୍ପକ୍ଷଙ୍କ ରକ୍ଷଣା ବେକ୍ଷଣା ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି।
ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ
ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...
ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…
କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...
ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା: ଏଥର ଓଏଏସ୍, ଓଏଫ୍ସ୍ଏସ୍, ଓଆରଏସ ପଦବି ନାହିଁ
ଭୁବନେଶ୍ବର,୨।୧: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଓଏଏସ୍ (OAS), ଓଏଫ୍ଏସ୍ (OFS) ଏବଂ...
ଆହୁରି ଥରାଇବ ଶୀତ: ଆଗାମୀ ୪ଦିନ ପର୍ଯ୍ୟନ୍ତ…
ଭୁବନେଶ୍ୱର,୨ା୧(ବନ୍ଦନା ସେଠୀ):ନୂଆବର୍ଷରେ ଥରିଲା ସାରା ଓଡ଼ିଶା। ପ୍ରବଳ ଥଣ୍ଡା ସାଙ୍ଗକୁ ରାଜ୍ୟର ଏକାଧିକ ଅଞ୍ଚଳ ଘନ କୁହୁଡି ଆସ୍ତରଣରେ ଭରି ରହିଥିଲା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ...
ଜ୍ୱାଇଁଙ୍କୁ ବିଷ ପିଆଇଦେଲେ ଶ୍ୱଶୁରଘର ଲୋକେ, ଭିଡିଓ ଦେଖିଲେ ଆଖିରୁ…
ନୟାଗଡ଼/ରଣପୁର,୨।୧ (ଲୋକନାଥ ମିଶ୍ର /ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଥାନା ଖତିଆ ଗାଁର ବିପିନ ବିହାରୀ ଭୂୟାଁ(୩୦)ଙ୍କୁ ଶ୍ୱଶୁର ଘର ଲୋକେ ବିଷ...
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ, ଦୁଇଥର ବିଧାୟକ ହୋଇଥିଲେ
ନୀଳଗିରି, ୦୨/୦୧(ପ୍ରଶାନ୍ତ କୁମାର ବିଶ୍ୱାଳ): ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ଦେହାନ୍ତ । କ୍ୟାନ୍ସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଖି...
ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ
ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...
ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…
ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...
Archives


