ଜେଜେମା’ଙ୍କ ନିଷ୍ଠୁରତା, ପଡୋଶୀ ଘରେ ଖାଇବାରୁ ମା’ଛେଉଣ୍ଡ ନାତୁଣୀଙ୍କୁ ନିର୍ଦ୍ଧୁମ୍‌ ପିଟିଲେ

ବନ୍ତଳା, ୪।୮(ଡି.ଏନ.ଏ): ଜେଜେମା’ଙ୍କ ନିଷ୍ଠୁରତା। ପଡୋଶୀ ଘରେ ଯାଇ ଖାଇବାରୁ ତିନି ବର୍ଷର ଶିଶୁ କନ୍ୟାକୁ ଜେଜେମା ମାଡ଼ ମାରି ଘର ଭିତରେ ରଖି ତାଲା ପକାଇବା ଖବର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଅନୁଗୋଳ ଜିଲା ବନ୍ତଳା ଥାନା ଗଡ଼ ତରାଶ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଛି। ଶିଶୁ କନ୍ୟାର ଜେଜେମା, ଜେଜେବାପା ଓ ବାପାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ।

ସୂଚନାଯୋଗ୍ୟ, ଗଡ଼ ତରାଶ ଗ୍ରାମର ଅସିତ ରାଉତଙ୍କ ସ୍ତ୍ରୀ ଦୀପ୍ତି (୨୨)ଙ୍କର ବର୍ଷେ ପୂର୍ବରୁ ମୃତ୍ୟୁ ହୋଇଥିଲା। ତାଙ୍କ ଔରଷରୁ ଦୁଇଟି ଶିଶୁ କନ୍ୟା (୫ବର୍ଷ ଓ ୩ ବର୍ଷ) ଅଛନ୍ତି। ସାନ ଝିଅକୁ ତାଙ୍କ ଜେଜେମା କୁମୁଦିନୀ ରାଉତ ଅକଥନୀୟ ନିର୍ଯାତନା ଦେବା ସହ ମାଡ଼ ମାରିଥାନ୍ତି। ଏପରିକି ପାଇଖାନା ଏବଂ ଶୋଇବା ଘରେ ତାଲା ପକାଇ ଦୀର୍ଘ ସମୟ ରଖି ନିର୍ଯାତନା ଦିଅନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗାଁ କାଳିକା ମନ୍ଦିର ସମ୍ମୁଖ କୂଅ ନିକଟରେ ରାତ୍ରି ପର୍ଯ୍ୟନ୍ତ ବସାଇଥାନ୍ତି। ଗ୍ରାମବାସୀ ଏହାର ବିରୋଧ କଲେ କୁମୁଦିନୀ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥାନ୍ତି। ରବିବାର ସକାଳେ ଅଙ୍ଗନଓ୍ବାଡି ଶିକ୍ଷୟିତ୍ରୀ, ପଞ୍ଚାୟତ ସମିତି ସଭ୍ୟଙ୍କ ସମ୍ମୁଖରେ ଜେଜେମା’ ଶିଶୁକନ୍ୟାକୁ ଅକଥନୀୟ ମାଡ଼ ମାରିବା ସହିତ ଘର ଭିତରେ ପୂରାଇ ବାହାରେ ତାଲା ପକାଇ ଦେଇଥିଲେ। ଶିଶୁଟି କାନ୍ଦିବା ସହିତ ପାଣି ମଧ୍ୟ ମାଗିଥିଲା। ଅଙ୍ଗନଓ୍ବାଡି ଶିକ୍ଷୟିତ୍ରୀ ଓ ସମିତି ସଭ୍ୟ ଏହାକୁ ବିରୋଧ କରିବା ସହିତ ତାଲା ଖୋଲିବା ପାଇଁ କହିଥିଲେ ମଧ୍ୟ ସେ ଖୋଲି ନ ଥିଲେ। ପରବର୍ତ୍ତୀ ସମୟରେ ଏନେଇ ସ୍ଥାନୀୟ ଖବରଦାତାଙ୍କୁ ଜଣାଇବା ସହ ଜିଲା ଶିଶୁ ମଙ୍ଗଳ ଅଧିକାରୀ ଓ ବନ୍ତଳା ଥାନା ଆଇଆଇସିଙ୍କୁ ମଧ୍ୟ ଜଣାଇଥିଲେ। ପୋଲିସ ଏଏସଆଇ ବିଏନ ସାହୁ ଫୋର୍ସ ସହ ଖବରଦାତା ପହଞ୍ଚିବା ପୂର୍ବରୁ ଗ୍ରାମବାସୀ ଓ ସରପଞ୍ଚଙ୍କ ହସ୍ତକ୍ଷେପରେ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ। ପୋଲିସ ପହଞ୍ଚି ତଦନ୍ତ କରିବା ସହିତ ଦୁଇ ଶିଶଙ୍କୁ ଉଦ୍ଧାର କରି ଜେଜେମା କୁମିଦିନୀଙ୍କୁ ଥାନାକୁ ଆଣି ଅଟକ ରଖିଛନ୍ତି। ଶିଶୁ ଦ୍ୱୟଙ୍କୁ ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଛି। ଏହାପୂର୍ବରୁ ଶନିବାର ୭ ବର୍ଷର ନାତିକୁ ତଳେ ପକାଇ ଜଣେ ଜେଜେ ମା’ ଗୋଇଠା ମାରୁଥିବା ଦୃଶ୍ୟ ବାଲେଶ୍ୱର ଜିଲା ବସ୍ତା ଅଞ୍ଚଳରେ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ିକୁ ନେଇ ପୋଲିସକୁ ହତ୍ୟା ଧମକ

ଗଞ୍ଜାମ,୫ା୮(ଡି.ଏନ୍‌.ଏ.): କିଛି ମାସ ତଳେ ଗଞ୍ଜାମ ଜିଲା ରମ୍ଭା ଥାନା ଅଧିନସ୍ଥ ଗଡ଼ହୁମା ଗ୍ରାମରେ ଗୁଣିଗାରେଡ଼ିକୁ ନେଇ ଦିଅର ଓ ଭାଇଜଙ୍କୁ ବାନ୍ଧି ଗ୍ରାମବାସୀ ମାଡ଼...

ମହାପ୍ରୟାଣ ଗାଡି ଥିବା ସତ୍ତ୍ୱେ ବାଇକ୍‌ରେ ବୁହା ହେଲା ଛାତ୍ରୀଙ୍କ ମୃତଦେହ

କେନ୍ଦ୍ରାପଡା ଅଫିସ,୫।୪:କେନ୍ଦ୍ରାପଡା ସ୍ବାସ୍ଥ୍ୟ ବିଭାଗ ଅବହେଳାର ଅନ୍ୟ ଏକ ଚିତ୍ର ମଙ୍ଗଳବାର ଦେଖିବାକୁ ମିଳିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡି ଥିବା ସତ୍ତ୍ୱେ ଜଣେ...

୪୦ ଡିଗ୍ରୀ ଉପରେ ୭ ସହର

ଭୁବନେଶ୍ୱର,୧୬ା୪(ବ୍ୟୁରୋ): ଗତ କିଛି ଦିନ ହେବ ରାଜ୍ୟରେ ତାତିର ପ୍ରକୋପ ବହୁ ମାତ୍ରାରେ ବଢିଯାଇଛି। ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍‌ ଉପରକୁ ଟପିଛି।...

ଆଗେଇ ଚାଲିଛି ବିଜେଡି: ୨୭୫ ଜୋନ୍‌ରେ ଆଗୁଆ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତିର ପ୍ରଥମ ଦିନରେ ୩୧୫ ଜିଲା ପରିଷଦ ଜୋନ୍‌ରେ ଗଣତି ଚାଲିଛି। ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ଆସିଥିବା ରିପୋର୍ଟ...

ରାଜଧାନୀର ୫ ଅଞ୍ଚଳ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷିତ

ଭୁବନେଶ୍ୱର,୫ା୧(ବ୍ୟୁରୋ): ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଥରେ ରାଜ୍ୟରେ ସଂକ୍ରମଣ ହଜାରେ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଦିନକରେ ୧୨୧୬ କରୋନା ଆକ୍ରାନ୍ତ ଚିହ୍ନଟ...

ବଂଶଧାରା ଜଳ ବିବାଦ: ଦୀପାବଳି ପରେ ଚୂଡ଼ାନ୍ତ ଶୁଣାଣି…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫।୯: ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଜାରି ରହିଥିବା ବଂଶଧାରା ଜଳ ବିବାଦ ମାମଲାରେ ଶନିବାର ସୁପ୍ରିମ୍‌କୋର୍ଟ ସ୍ବତନ୍ତ୍ର ଲିଭ୍‌ ପିଟିଶନ ଜାରି କରିଛନ୍ତି। ୨୦୧୭...

୨.୮୦ କୋଟିର ବ୍ରାଉନ୍‌ସୁଗାର ଜବତ: ୨ ଗିରଫ

ସଜନାଗଡ଼/ଜଳେଶ୍ୱର,୧୯।୩(ଡି.ଏନ.ଏ./ସ୍ବ.ପ୍ର.)-ବାରମ୍ବାର ଧରପଗଡ ସତ୍ତ୍ୱେ ବାଲେଶ୍ୱର ଜିଲାରେ ବ୍ରାଉନ ସୁଗାର ଚୋରା କାରବାର ଥମିବାର ନାଁ ଧରୁ ନାହିଁ । ଭୁବନେଶ୍ୱରରୁ ଆସିଥିବା ସ୍ବତନ୍ତ୍ର ଟାସ୍କ ଫୋର୍ସ...

ପୋଲିସ ଲାଠିମାଡ଼ରେ ଯୁବକଙ୍କ ମୁଣ୍ଡ ଫାଟିଲା

ରାୟଗଡ଼ା ଅଫିସ,୨୬ା୧୨:  ହେଲ୍‌ମେଟ ନ ପିନ୍ଧି ଗାଡ଼ି ଚଳାଇଥିବା ଜଣେ ଯୁବକ ପୋଲିସ ଲାଠିମାଡ଼ରେ ଆହତ ହୋଇଛନ୍ତି। ସେ ହେଲେ ରାୟଗଡ଼ା ଥାନା ଅଧୀନ ତଳ...

Advertisement
Archives

Model This Week