ଜୁଆଡ଼ିଙ୍କୁ ଧରାଇଲା ସୋସିଆଲ ମିଡିଆ

ଭୁବନେଶ୍ୱର,୫ା୮(ବ୍ୟୁରୋ) : ସୋସିଆଲ ମିଡିଆ ଧରାଇଛି ଅଭିଯୁକ୍ତ। ଜଣେ ବ୍ୟକ୍ତି ନିଜର ଟୁଇଟ୍‌ରରେ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଭୁବନେଶ୍ୱର ରେଳ ଷ୍ଟେଶନଠାରେ ଥିବା ପିଙ୍କ୍‌ ଅଟୋ ଷ୍ଟାଣ୍ଡ ପଛରେ ରବିବାର ଖୁଲମଖୁଲା ଜୁଆ ଖେଳ ହେଉଥିଲା। ଏହାକୁ ଦେଖି ପ୍ରିୟବ୍ରତ ପଣ୍ଡା ନାମକ ଯୁବକ ନିଜ ଟୁଇଟର ଆକାଉଣ୍ଟରେ ଫଟୋସହ ପୋଷ୍ଟ କରିଥିଲେ। ଆଉ ଏହି ଟୁଇଟ୍‌କୁ କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବ୍ରେଥା ହସ୍ତଗତ କରିଥିଲେ। ସେ ତୁରନ୍ତ ଏ ବାବଦରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭୁବନେଶ୍ୱର ଡିସିପି ଓ ଜିଆରପି ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ଡିସିପି ଓ ଜିଆରପି ମିଳିତ ଚଢାଉ କରି ୩ଜଣ ଜୁଆଡିଙ୍କୁ ଗିରଫ କରିଛି। ସେମାନେ ହେଲେ ୟୁନ୍‌ଟ୍‌-୩ ମସ୍‌ଜିଦ୍‌ କଲୋନୀର ଏସ୍‌.କେ ସାରାଫତ ଅଲ୍ଲୀ,ଏସ୍‌.କେ ସେହେଜାଦ ଓ ଏସ୍‌.କେ ରମଜାନଙ୍କୁ ଜିଆରପି ଗିରଫ କରି କୋର୍ଟ ଚାଲାଣ କରିଛି। ଏ ନେଇ କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବ୍ରେଥା କହିଛନ୍ତି, ସୋସିଆଲ ମିଡିଆ ବର୍ତ୍ତମାନ ଟିକନିଖି ଖବରର ପ୍ଲାଟ୍‌ଫର୍ମ ପାଲଟିଛି। ତେଣୁ ଯେଉଁ ଲୋକମାନେ ସୋସିଆଲ ମିଡିଆରେ ମୋ ପାଖକୁ ତାଙ୍କ ସମସ୍ୟା ପଠାନ୍ତି। ତାହାକୁ ଯଥାସମ୍ଭବ ସମାଧାନ କରିବା ପାଇଁ ଉଦ୍ୟମ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଅଲାରନାଥଙ୍କ ଅଣସର ଦର୍ଶନ

ବ୍ରହ୍ମଗିରି, ୧୮।୬(ଡି.ଏନ୍‌.ଏ.): ଯୁଗେ ଯୁଗେ ଭକ୍ତ ପାଇଁ ଭଗବାନ ବିଭିନ୍ନ ଅବତାର ନେଇ ଅନେକ ଲୀଳାଖେଳା କରିଛନ୍ତି। କେତେବେଳେ ରାମ ଅବତାରରେ ଶବରୀଠାରୁ ଅଇଁଠା ଖାଇ...

୬ ମାସ ବଢ଼ିଲା କରୋନା ଯୋଦ୍ଧାଙ୍କ ବୀମା

ଭୁବନେଶ୍ୱର,୨୮।୪(ବ୍ୟୁରୋ): ପୁଣିଥରେ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କରୋନା ଯୋଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ବୀମାର ଅବଧିକୁ ଆଉ...

ଆଜି ରାଜ୍ୟରୁ ୧୬୪୮ ଆକ୍ରାନ୍ତ ଚିହ୍ନଟ,କଟକରୁ ସର୍ବାଧିକ

ଭୁବନେଶ୍ୱର,୧୯ା୭(ବ୍ୟୁରୋ): ସୋମବାର ରାଜ୍ୟରୁ ୧୬୪୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୫୫,୯୭୪ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ମୁଁ ରେସ୍‌ରେ ନ ଥିଲି, ଖାଇ ବସିଥିଲି ଫୋନ୍‌ ଆସିଲା: ସ୍ବରୂପ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ):ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସୋମବାର ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ତିର୍ତ୍ତୋଲ ପାଇଁ ଦଳ ଦିବଂଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ...

କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘ ଦେଲା ୩ ଲକ୍ଷ

ଭୁବନେଶ୍ୱର,୧୨ା୬(ବ୍ୟୁରୋ): କରୋନା ମୁକାବିଲା ପାଇଁ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି(ସିଏମ୍‌ଆର୍‌ଏଫ୍‌)କୁ ୩ଲକ୍ଷ ଟଙ୍କା ଦାନ କରିଛି। ରାଜ୍ୟ ଲୋକସେବା...

୨୩ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର,୧୯।୮(ବ୍ୟୁରୋ):ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ତେବେ ଏହା ଶେଷ ନ ହେଉଣୁ ୨୩ରେ ଆଉ ଏକ ଲଘୁଚାପ ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ...

ସୁରେଶ ମହାପାତ୍ର ହେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୨୫।୧୨(ବ୍ୟୁରୋ): ବରିଷ୍ଠ ଆଇଏଏସ୍‌ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ହେଲେ ମୁଖ୍ୟ ଶାସନ ସଚିବ। ଅସିତ୍‌ ତ୍ରିପାଠୀଙ୍କ ପରେ ସେ ଏହି ଦାୟିତ୍ୱ ଗ୍ରହଣ...

ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୬୪ ଛୁଆ କରୋନା ସଂକ୍ରମିତ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୪୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୪ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

Advertisement
Archives

Model This Week