ଜୀବନକୁ ବାଜି ଲଗାଇ ଫେରିଲେ ଅନିଲ

ଜଗତ୍‌ସିଂହପୁର ଅଫିସ,୭ା୫: ଜୀବନକୁ ବାଜି ଲଗାଇ ସୁଦୂର ମଧ୍ୟପ୍ରଦେଶରୁ ଜଗତ୍‌ସିଂହପୁରରେ ପହଞ୍ଚିଛନ୍ତି ବାଲିକୁଦା ଥାନା ଅଳାଭର ପଞ୍ଚାୟତ କଣିଆ ଗ୍ରାମର ଅନିଲ ବାରିକ। ସେ ତାଙ୍କ ପଞ୍ଚାୟତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲା ପରେ ‘ଧରିତ୍ରୀ’କୁ ସ୍ବତନ୍ତ୍ର ଭାବେ ଅଭୁଲାସ୍ମୃତି ବଖାଣିଛନ୍ତି। ଏହି ଗସ୍ତ ତାଙ୍କ ପାଇଁ ବଡ଼ ପରୀକ୍ଷା ଥିଲା। ବାଟରେ ସେ ଯେତେବେଳେ ଚାଲି ଚାଲି ଆସୁଥିଲେ ଲୋକେ ତାଙ୍କୁ ସନ୍ଦେହ କରି ମେଳି ହୋଇ ଆକ୍ରମଣ ଉଦ୍ୟମ କରିଥିଲେ। ସୌଭାଗ୍ୟକୁ ତାଙ୍କର ଜଣେ ଅଜଣା ୟୁଟୁବ୍‌ ଚ୍ୟାନେଲ୍‌ ବନ୍ଧୁଙ୍କ ଯୋଗୁ ବଞ୍ଚି ଯାଇଥିଲେ। କେବଳ ଏତିକି ନୁହେଁ, ଏହି ବନ୍ଧୁ ଓ ବାଟରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସହଯୋଗ ତାଙ୍କୁ ଜିଲାରେ ପହଞ୍ଚାଇବାରେ ସହଯୋଗ କରିଥିଲା। ବିଶେଷକରି ସୁନ୍ଦରଗଡ଼ ସୀମାରୁ ତାଙ୍କୁ ଆସିବା ଚିନ୍ତାର କାରଣ ଥିଲା। ଏକ ପୁରୁଣା ବାଇକ୍‌ କିଣି ସମ୍ବଲପୁର ଦେଇ ପାଖାପାଖି ୪୫୦ କିଲୋମିଟର ଅବିଶ୍ରାନ୍ତ ଗାଡିଚାଳନା କରି ଜଗତ୍‌ସିଂହପୁରରେ ପହଞ୍ଚିବା ପରେ ସେ ଆଶ୍ୱସ୍ତ ହୋଇଛନ୍ତି। ଏହି ଗସ୍ତ ସମ୍ପର୍କରେ ସେ ଯାହା କହିଛନ୍ତି ତାହା ବେସ୍‌ ହୃଦୟସ୍ପର୍ଶୀ।
ମଧ୍ୟପ୍ରଦେଶ ସାଦୋଲ ଜିଲାରେ ଥିବା ଏକ ସଂସ୍ଥାରେ ସେ ଇନ୍‌ଷ୍ଟ୍ରୁମେଣ୍ଟ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। କରୋନା ଯୋଗୁ ଚାକିରି ଛାଡି ଗାଁକୁ ଫେରିବାକୁ ଚାହୁଁଥିଲେ ସୁଦ୍ଧା ଲକ୍‌ଡାଉନ୍‌ ବଢିଯିବାରୁ ଚିନ୍ତାରେ ପଡିଥିଲେ। ତଥାପି ସାଦୋଲ ଜିଲାପାଳଙ୍କ ସହାୟତା ଲୋଡିଥିଲେ। ଜିଲାପାଳ ଓଡ଼ିଶାରେ ପହଞ୍ଚାଇଦେବା ପାଇଁ ତାଙ୍କୁ ପ୍ରତିଶ୍ରୁତି ଦେବାସହ ପାସ୍‌ ବ୍ୟବସ୍ଥା କରିଥିଲେ। ୨ ତାରିଖରେ କୋଟାରୁ ୨୩ ଛାତ୍ରୀଛାତ୍ର ଓଡ଼ିଶା ଆସିବାର ଥିବାରୁ ଜିଲାପାଳ ସେମାନଙ୍କ ସହ ଯିବା ପାଇଁ ସହଯୋଗ କରିଥିଲେ। କିନ୍ତୁ ବସ୍‌ରେ ଅନିଲଙ୍କୁ ନେବା ପାଇଁ ଛାତ୍ରୀଛାତ୍ର ଅମଙ୍ଗ ହୋଇଥିଲେ ସୁଦ୍ଧା ବାହାରେ ବସିବା ପାଇଁ ସୁଯୋଗ ଦେଇଥିଲେ। ବସ୍‌ ଓଡ଼ିଶା-ଛତିଶଗଡ଼ ସୀମା ବାଲିଶଙ୍କରା ପାଖରେ ପହଞ୍ଚିବା ପରେ ପୋଲିସ ଚେକିଂ କରି ୨୩ ଛାତ୍ରୀଛାତ୍ରଙ୍କ ଅନୁମତିପତ୍ର ଦେଖି ଛାଡି ଦେବା ସହ ଅନିଲଙ୍କୁ ଓହ୍ଲାଇ ଦେଇଥିଲା। ଫଳରେ ଅନିଲ ପାଖାପାଖି ୧ କି.ମି. ଚାଲିଲା ପରେ ପୁଣି ପୋଲିସ ଅଟକାଇଥିଲେ ସୁଦ୍ଧା ପାସ୍‌ ଦେଖି ଛାଡି ଦେଇଥିଲା। ସେଠାରୁ ସେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ଯାଉଥିବା ବେଳେ ଜଣେ ଅଜଣା ଯୁବକ ଦେଖାହୋଇ ଅନିଲ୍‌ଙ୍କ ନାମରେ ଥିବା ୟୁଟୁବ୍‌ ଚ୍ୟାନେଲର ଜଣେ ଫ୍ୟାନ୍‌ ବୋଲି ପରିଚୟ ଦେଇ କଥା ହୋଇଥିଲେ। ଏହି ସମୟରେ କିଛି ଲୋକ ଅନିଲଙ୍କୁ ବାହାରୁ ଆସିଥିବା ଜାଣି ଘେରି ଯିବା ସହ ଆକ୍ରମଣ ଉଦ୍ୟମ କରିିଥିଲେ। ସୌଭାଗ୍ୟ ବଶତଃ ଏହି ଯୁବକଜଣଙ୍କ ଯୋଗୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏଥିସହ ଯୁବକଜଣକ ନିଜ ବାଇକ୍‌ ବିକି ଦେବାକୁ ପ୍ରସ୍ତାବ ଦେଇଥିଲେ। ନଚେତ କାର ଭଡା କରି ଯିବାକୁ ଚାହିଁଲେ ସହଯୋଗ କରିବେ ବୋଲି କହିଥିଲେ। କିନ୍ତୁ କାର ଭଡା ୧୫ ହଜାର ଟଙ୍କା ହୋଇଥିବାରୁ ସମ୍ପୃକ୍ତ ଯୁବକଙ୍କ ବାଇକ୍‌ ୧୩ ହଜାର ଟଙ୍କାରେ କିଣି ଅନିଲ ଘର ମୁହାଁ ହୋଇଥିଲେ। ଏହା ଭିତରେ ସେ ଅଳାଭର ସରପଞ୍ଚ, ଜିପିଓ, ବାଲିକୁଦା ଥାନା ଅଧିକାରୀ ଓ ଜଗତ୍‌ସିଂହପୁର ଜିଲାପାଳଙ୍କୁ ଫୋନ୍‌ କରି ସହାୟତା ମାଗିଥିଲେ। ପରେ ରାତିରେ ସମ୍ବଲପୁର ସୀମାରେ ଥିବା ଏକ ଅଗ୍ନିଶମ କେନ୍ଦ୍ରକୁ ଯାଇ ରାତ୍ରିଯାପନ କରିବାକୁ ଚାହିଁଥିଲେ। ସେଠାରେ ଉପସ୍ଥିତ ଅଗ୍ନିଶମ କର୍ମଚାରୀମାନେ ଅଧ କିଲୋମିଟର ଦୂର ଏକ ନିରୋଳା ଘରେ ଏକୁଟିଆ ରହିବା ବ୍ୟବସ୍ଥା କରିଥିଲେ। ସେଠାରୁ ସୋମବାର ସକାଳ ୭ଟାରୁ ବାହାରି ମଙ୍ଗଳବାର ଅପରାହ୍ନରେ ଜଗତ୍‌ସିଂହପୁରରେ ପହଞ୍ଚିଥିଲେ। ସରଳାଦେବୀ କଲ୍ୟାଣ ମଣ୍ଡପରେ ତାଙ୍କ ସ୍ବାବ୍‌ ସଂଗ୍ରହ ହୋଇଥିଲା। ପରେ ସେ ତାଙ୍କ ପଞ୍ଚାୟତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚାଲି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନସେବା କେନ୍ଦ୍ର ଖୋଲିବାରେ ଅନିୟମିତତା ମାସକ ପରେ ତଦନ୍ତ ଆରମ୍ଭ, ୩ ଜଣଙ୍କ ବୟାନ ରେକର୍ଡ

ଛତ୍ରପୁର,୩୧ା୧୨(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଜନସେବା କେନ୍ଦ୍ର ଖୋଲିବା ପାଇଁ ମଞ୍ଜୁରୀ ଦେବାରେ ଅନିୟମିତତା ହୋଇଥିବା ପୂର୍ବରୁ ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା ା...

ଗୁରୁତର ରୋଗୀଙ୍କୁ ଟୋସିଲିଜୁମାବ ଇଞ୍ଜେକ୍‌ଶନ

ଭୁବନେଶ୍ୱର, ୮।୫(ବ୍ୟୁରୋ): କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନୂଆ ଟୋସିଲିଜୁମାବ୍‌ ଇଞ୍ଜେକ୍ସନ ଓ ଅନୁମୋଦିତ ଅନ୍ୟ ଔଷଧ ବ୍ୟବହାର ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏସ୍‌ଓପି...

କରୋନା ସହାୟତା: ସତ୍ୟବାଦୀ ବ୍ଲକର ୨୬ ହଜାର ୭ଶହ ହିତାଧିକାରୀଙ୍କୁ ୧ ହଜାର ଲେଖାଏ ପ୍ରଦାନ

ସାକ୍ଷୀଗୋପାଳ, ୮।୪(ଡି.ଏନ୍‌.ଏ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ମୋଟ ୨୪ଟି ପଞ୍ଚାୟତରେ କରୋନା ସହାୟତା ରାଶି ୧ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ଜାତୀୟ...

ଗୋଟିଏ ପରିବାରର ୩ ଭାଇଙ୍କୁ କରୋନା: ୭ ଦିନ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ବୁଗୁଡ଼ା,୨୮ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଏ. କରଡ଼ାବାଡ଼ି ପଞ୍ଚାୟତ ଅନ୍ତର୍ଗତ ସୋରଡ଼ ଗ୍ରାମରେ ରବିବାରଠାରୁ ଆସନ୍ତା ଶନିବାର ପର୍ଯ୍ୟନ୍ତ ଜିଲାପାଳ କ୍ଷମତା ପ୍ରଯୋଗ କରି...

୫ ବର୍ଷରୁ କମ୍‌ ବୟସ୍କ ଛୋଟପିଲା ମାସ୍କ୍‌ ପିନ୍ଧିବା ନୁହେଁ ଜରୁରୀ: ଡିଜିଏଚଏସ୍‌…

ନୂଆଦିଲ୍ଲୀ,୧୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ସୁରକ୍ଷା ଲାଗି ସାର୍ବଜନୀକ ଟିକାକରଣ ଜାରି ରହିଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...

୪ ରାଜ୍ୟର ଫଳାଫଳ ନେଇ କୃତଜ୍ଞତା ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ଦେଶର ୪ ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆରେ ଭାଜପା ପ୍ରତି ଅଭୂତପୂର୍ବ ଜନାଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଉପରେ ଥିବା...

ମୋହଲ୍ଲା କ୍ଲିନିକ ଡାକ୍ତର କରୋନା ପଜିଟିଭ

ନୂଆଦିଲ୍ଲୀ,୩୧।୩: ରାଜଧାନୀ ଦିଲ୍ଲୀର ବାବରପୁରରେଥିବା ମୋହଲ୍ଲା କ୍ଲିନିକର ଜଣେ ଡାକ୍ତର କରୋନା ଭାଇରସରେ ପୀଡ଼ିତ ହୋଇଥିବା ମଙ୍ଗଳବାର ଜଣାପଡିଛି। ଉକ୍ତ କ୍ଲିନିକକୁ ମାର୍ଚ୍ଚ ୧୨-୨୦ ଭିତରେ...

ହାଇଓ୍ବା ଧକ୍କାରେ ମହିଳାଙ୍କ ଜୀବନ ଗଲା, ସ୍ବାମୀ ଗୁରୁତର

ଭଦ୍ରକ ଅଫିସ,୭।୨: ଭଦ୍ରକ-ଚାନ୍ଦବାଲି ରାଜପଥ ସରକାରନଗର ନିକଟରେ ରବିବାର ଏକ ହାଇଓ୍ବା ଧକ୍କା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି।...

Advertisement
Archives

Model This Week