ଜି-୨୦ ଦେଶ ମଧ୍ୟରେ ଭାରତର ସ୍ଥିତି ଉନ୍ନତ

ନୂଆଦିଲ୍ଲୀ,୧୮।୪: ବର୍ତ୍ତମାନ ସାରା ବିଶ୍ୱରେ କୋଭିଡ୍‌-୧୯ ଏହାର କାୟାବିସ୍ତାର କରିଛି। ଲକ୍‌ଡାଉନ ପାଇଁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଏବେ କ୍ଷତିଗ୍ରସ୍ତ ହୋଇଛି। ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଆଉ ଏକ ବୁଷ୍ଟର ପ୍ୟାକ ଘୋଷଣା କରିଛି। ଦୀର୍ଘମିଆଦୀ ରେପୋ ଅପରେଶନରେ ୫୦ ହଜାର କୋଟି ଏବଂ ବ୍ୟାଙ୍କ ତଥା ସରକାରୀ ଅନୁଷ୍ଠାନଗୁଡିକ ଆଉ ୫୦ ହଜାର କୋଟି ଟଙ୍କାର ସହାୟତା ବଜାରକୁ ଯୋଗାଇ ଦେବେ। ଏଭଳି ସ୍ଥିତିରେ ବଜାରକୁ ଆଉ ୧ ଲକ୍ଷ କୋଟି ଟଙ୍କା ଆସିବ ବୋଲି କୁହାଯାଉଛି। କୋଭିଡ୍‌-୧୯ ଲଢେଇ ଦିଗରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ପ୍ରୟାସ ଜାରି ରଖିଛି। ନୂଆ ଘୋଷଣା କରି ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଜି ୨୦ ଦେଶ ସମୂହଙ୍କ ମଧ୍ୟରେ ଭାରତୀୟ ଅର୍ଥ ବ୍ୟବସ୍ଥାର ସ୍ଥିତି ଉନ୍ନତ ରହିଛି। ୨୦୨୧-୨୨ରେ ଭାରତୀୟ ଅର୍ଥ ବ୍ୟବସ୍ଥା ପୁଣି ଥରେ ଦ୍ରୁତ ଅଭିବୃଦ୍ଧି ପଥକୁ ଫେରିବ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଆକଳନ ମୁତାବକ ଭାରତର ଅଭିବୃଦ୍ଧି ହାର ୧.୯% ରହିବ ବୋଲି ଶକ୍ତିକାନ୍ତ ଗୁରୁତ୍ୱାରୋପ କରିଛନ୍ତି।

ଇଣ୍ଡିଆ ଇଙ୍କ୍‌ର ସ୍ବାଗତ
କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ରିଫାଇନାନ୍ସିଂ ଓ୍ବିଣ୍ଡୋର ପୁନଃ ଆରମ୍ଭ ପଦକ୍ଷେପକୁ ଦେଶର ଶିଳ୍ପଜଗତ ପକ୍ଷରୁ ସ୍ବାଗତ କରାଯାଇଛି। ଏହାଦ୍ୱାରା ସିଷ୍ଟମକୁ ୫୦ ହଜାର କୋଟି ଟଙ୍କାର ନଗଦ ଆସିପାରିବ। ଫଳରେ ବ୍ୟାଙ୍କଗୁଡିକ ଋଣ ପ୍ରଦାନ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିପାରିବେ। ଏଭଳି ପଦକ୍ଷେପ କୋଭିଡ୍‌-୧୯ ଯୋଗୁ ବଜାରରେ ଉପୁଜିଥିବା ସମସ୍ୟାକୁ ସମାଧାନ କରିବା ଦିଗରେ ସହାୟକ ହୋଇପାରିବ ବୋଲି ଶିଳ୍ପଜଗତ ପକ୍ଷରୁ ସୂଚନା ରହିଛି। ବଜାରରେ ନଗଦ ଉପଲବ୍ଧ କରାଇବା, କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ବିଚାର କରି ସେହି ଅନୁଯାୟୀ ଯୋଜନା ଭଳି ପଦକ୍ଷେପ ନିଶ୍ଚିତ ପକ୍ଷେ ସ୍ବାଗତଯୋଗ୍ୟ ବୋଲି କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜର ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି। ବ୍ୟାଙ୍କଗୁଡିକ ଲାଗି ବିଭିନ୍ନ ରେଗୁଲେଟୋରି ପଦକ୍ଷେପ କୋଭିଡ୍‌-୧୯ ପ୍ରଭାବକୁ କମାଇବା ଦିଗରେ ସହାୟକ ହେବ ବୋଲି ଫିିକି ସଭାପତି ସଙ୍ଗୀତା ରେଡି କହିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ପଦକ୍ଷେପ ସାଧାରଣ ଲୋକଙ୍କୁ ସହାୟତା କରିବା ଦିଗରେ ଏନ୍‌ବିଏଫ୍‌ସିଗୁଡିକୁ ସହାୟକ ହେବ ବୋଲି ମୁଥୁଟ ପାପାଚାନ ଗ୍ରୁପ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥୋମାସ ମୁଥୁଟ କହିଛନ୍ତି।

ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି
ବଜାରରେ ଅଧିକ ପରିମାଣର ନଗଦ ସୁବିଧା ଦେବାରେ ରିଜର୍ଭ ବ୍ୟାଙ୍କର ପଦକ୍ଷେପ ସହାୟତା କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ଏଭଳି ପଦକ୍ଷେପକୁ ମୋଦି ଶୁକ୍ରବାର ପ୍ରଶଂସା କରିଛନ୍ତି। ଟୁଇଟ ଯୋଗେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର କ୍ଷୁଦ୍ର ବାଣିଜ୍ୟ, ଏମ୍‌ଏସ୍‌ଏମ୍‌ଇ, କୃଷକଙ୍କ ଏବଂ ଗରିବ ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହା ରାଜ୍ୟଗୁଡିକର ଓ୍ବେଜ ଆଣ୍ଡ ମିନ୍ସ ଆଡଭାନ୍ସ ଲିମିଟକୁ ମଧ୍ୟ ବଢାଇବା ଦିଗରେ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି।

ଋଣ ଯୋଗାଣ ନେଇ ବ୍ୟାଙ୍କ ଉତ୍ସାହିତ ହେବେ:ସୀତାରାମନ
କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ବଜାରରେ ଅତିରିକ୍ତ ନଗଦ ସୁବିଧା ଯୋଗାଣ, ଆର୍ଥତ୍କ ଚାପକୁ କମାଇବା, ବଜାରରେ ସ୍ଥିତାବସ୍ଥା ଜାରି ସହ ବ୍ୟାଙ୍କଗୁଡିକ ଅଧିକ ପରିମାଣରେ ଋଣ ଯୋଗାଣ ନେଇ ସୁବିଧା ପ୍ରଦାନ କରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ସୀତାରାମନ ଟୁଇଟ ଯୋଗେ କହିଛନ୍ତି ଯେ, ଆର୍‌ବିଆଇର ଟାର୍ଗେଟେଡ୍‌ ଦୀର୍ଘମିଆଦୀ ରେପୋ ଅପରେଶନ ( ଟିଏଲ୍‌ଟିଆର୍‌ଓ) ଏନ୍‌ବିଏଫ୍‌ସି ଏବଂ ମାଇକ୍ରୋ ଫାଇନାନ୍ସଗୁଡିକ ଲାଗି ସହାୟକ ହୋଇପାରିବ। ଅନ୍ୟ ପଦକ୍ଷେପଗୁଡିକ ମଧ୍ୟ ବଜାରରେ ରହିଥିବା କରୋନା ପ୍ରଭାବକୁ କମ୍‌ କରିବା ଦିଗରେ ସହାୟକ ହୋଇପାରିବ ବୋଲି ସେ ଆଶାବାଦୀ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ-ହାଓଡା ମଧ୍ୟରେ ଗଡ଼ିପାରେ ପ୍ରାଇଭେଟ ଟ୍ରେନ

ନୂଆଦିଲ୍ଲୀ,୨୫-୯: ସାରା ଦେଶର ୨୪ ରୁଟରେ ପ୍ରାଇଭେଟ ଟ୍ରେନ ଚଳାଇବା ନେଇ ରେଳ ମନ୍ତ୍ରଣାଳୟ ଯୋଜନା ରଖିଛି। ଏହି କ୍ରମରେ ରାଜ୍ୟରୁ ପୁରୀଠାରୁ ପଶ୍ଚିମବଙ୍ଗର ହଓଡା...

ସିଏସ୍‌ଆର୍‌ ପାଣ୍ଠିର ଠିକ୍‌ ବିନିଯୋଗୀ ଜରୁରୀ

ଭୁବନେଶ୍ୱର (ବ୍ୟୁରୋ),୧୦।୧୧: କମ୍ପାନୀଗୁଡିକର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର୍‌) ପାଣ୍ଠି ମାଧ୍ୟମରେ ଶିଳ୍ପାଞ୍ଚଳ ଏବଂ ଖଣି ଅଞ୍ଚଳରେ ଥିବା ଗ୍ରାମୀଣ ଭିତ୍ତିଭୂମି ବିକାଶ, ରୋଜଗାର ଏବଂ ଆର୍ଥତ୍କ...

ନିବେଶକଙ୍କ ୨୯ଲକ୍ଷ କୋଟି ଟଙ୍କାର କ୍ଷତି

ନୂଆଦିଲ୍ଲୀ,୧୫।୫: ଗତ ୧ମାସ ହେଲା ଶେୟାର ବଜାରରେ ଲଗାତର କ୍ଷତି ଦେଖିବାକୁ ମିଳିଛି। ବିଶେଷ ଭାବରେ ଚଳିତ ମେ’ ପ୍ରଥମ ସପ୍ତାହରେ ଭାରତର ରିଜର୍ଭ ବ୍ୟାଙ୍କ୍‌...

ଭାକ୍‌ସିନ ଆଶା: ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ: ଭାକ୍‌ସିନ ଆଶାରେ ଭାରତୀୟ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) କାରବାର ଏହି...

କରୋନା ସମୟରେ ଏହି ବ୍ୟାଙ୍କର ନେଟ୍‌ ଲାଭ ୩୬% ବଢ଼ିଲା

ନୂଆଦିଲ୍ଲୀ,୨୬।୭: ଦେଶର ପ୍ରମୁଖ ଘରୋଇ କ୍ଷେତ୍ର ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କର ନେଟ୍‌ ଲାଭ ୩୬% ବୃଦ୍ଧି ଘଟିଛି। ଏହି ସମୟରେ ବ୍ୟାଙ୍କ ୨୫୯୯ କୋଟି ଟଙ୍କା...

ଭଲ ରହିବ ଆସନ୍ତା ଆର୍ଥତ୍କ ବର୍ଷ

ନୂଆଦିଲ୍ଲୀ,୧୧।୬: ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ବର୍ତ୍ତମାନ ଅନେକ ନକାରାତ୍ମକ ରିପୋର୍ଟ ସାମ୍ନାକୁ ଆସୁଛି। ୟା’ମଧ୍ୟରେ ଏକ ଭଲ ଖବର ଆସିଥିବା ଜଣାପଡିଛି। ଆସନ୍ତା ଆର୍ଥତ୍କ...

ବଜାରରୁ ହଜିଗଲା ଟାଟା ସୁମୋ

ନୂଆଦିଲ୍ଲୀ,୧୯-୯: ଆଜିଠାରୁ କିଛି ବର୍ଷ ପୂର୍ବେ ପର୍ଯ୍ୟନ୍ତ ଟାଟା ସୁମୋର ଭାରତୀୟ ବଜାରରେ ରାଜତ୍ୱ ଥିଲା। ସହର ମୁକାବିଲାରେ ଅର୍ଦ୍ଧ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହାର...

ଜେଜେବାପା ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଜେଜେବାପା ହୋଇଛନ୍ତି ମୁକେଶ ଅମ୍ବାନୀ। ଏସିଆର ଏହି ସବୁଠାରୁ ଧନୀ ବ୍ୟକ୍ତିଙ୍କ ପରିବାରକୁ ଆସିଛି ନୂଆ ଅତିଥି। ମୁକେଶଙ୍କ ପୁଅ ଆକାଶ ବାପା ହୋଇଛନ୍ତି।...

Advertisement
Archives

Model This Week