ଜିଓରେ ୧୧,୩୬୭ କୋଟି ନିବେଶ କରିବ ଭିଷ୍ଟା

ଭୁବନେଶ୍ୱର,୯।୫: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟ୍‌ଫର୍ମରେ ଭିଷ୍ଟା ଇକ୍ୱିଟି ପାର୍ଟନର ୧୧,୩୬୭ କୋଟି ଟଙ୍କା ନିବେଶ କରିବ। ଏହି ନିବେଶ ଦ୍ୱାରା ଉକ୍ତ କମ୍ପାନୀ ୨.୩୨% ଅଂଶଧନ ହାସଲ କରିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ଫେସ୍‌ବୁକ ପରେ ଭିଷ୍ଟା ଜିଓରେ ଅନ୍ୟ ଏକ ପ୍ରମୁଖ ଅଂଶୀଦାର ହେବ। ନୂଆ ନିବେଶ ଦ୍ୱାରା ଗତ ୩ ସପ୍ତାହ ମଧ୍ୟରେ ଜିଓ ୬୦,୫୯୬ କୋଟି ଟଙ୍କାର ନିବେଶ ଆକୃଷ୍ଟ କରିବାକୁ ସକ୍ଷମ ହୋଇଛି ବୋଲି ସୂଚନା ରହିଛି। ଭିଷ୍ଟାର ନିବେଶକୁ ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସ୍ବାଗତ କରିଛନ୍ତି। ସେ କହିଛନ୍ତି, ଏଭଳି ପଦକ୍ଷେପ ଦେଶର ଡିଜିଟାଲ ଇକୋସିଷ୍ଟମରେ ଅଭିବୃଦ୍ଧି ଏବଂ ସଂସ୍କାର ଆଣିବା ଦିଗରେ ସହାୟକ ହେବ। ଜିଓ ସହ ମିଳିତ ହୋଇ ଏକ ଡିଜିଟାଲ ସୋସାଇଟି ଗଠନ ଦିଗରେ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଭିଷ୍ଟାର ସିଇଓ ଏବଂ ଅଧ୍ୟକ୍ଷ ରବର୍ଟ ଏଫ୍‌ ସ୍ମିଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଟିଆ ଛକରେ କଲ୍ୟାଣ ଜୁଏଲର୍ସ

ଭୁବନେଶ୍ୱର,୨୧।୪: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଶୁକ୍ରବାର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ ହେବାକୁ ଯାଉଛି। ବିଶେଷକରି...

ରିଟେଲ୍‌ ଋଣ ବୁକ୍‌ରେ ୮୭% ଅଭିବୃଦ୍ଧି

ଭୁବନେଶ୍ୱର,୩୧।୭: ବନ୍ଧନ ବ୍ୟାଙ୍କ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ବିଶେଷ କରି ପରିଚାଳନା ପରିବେଶ ଅନୁକୂଳ ହୋଇ ରହିଥିବାରୁ...

ପାର୍ବଣରେ ସାମ୍‌ସଙ୍ଗର ବଡ ସ୍କ୍ରିନ ଟିଭି ବିକ୍ରିରେ ଉନ୍ନତି

ନୂଆଦିଲ୍ଲୀ,୧୦-୧୧: ଚଳିତ ବର୍ଷ ପାର୍ବଣରେ ପ୍ରମୁଖ କମ୍ପାନୀ ସାମ୍‌ସଙ୍ଗର ବଡ ସ୍କ୍ରିନ ଟିଭିଗୁଡିକ ବିକ୍ରି ବେଶ୍‌ ଉନ୍ନତ ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ବର୍ଗରେ...

୫୮୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ଗତ କିଛିଦିନ ଧରି ଦେଶର ପୁଞ୍ଜିବଜାରରେ କାରବାର ଉନ୍ନତ ସ୍ଥିତିରେ ରହିଥିଲା। ଗୁରୁବାର ଏଥିରେ ପ୍ରଭାବ ଦେଖାଯାଇଛି। ଏହି ସମୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର...

କ୍ଲିନ୍‌ ଆଣ୍ଡ କ୍ଲିୟର୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୯।୬: କ୍ଲିନ ଆଣ୍ଡ କ୍ଲିୟରର ନୂତନ ଉତ୍ପାଦ ‘ଫୋମିଙ୍ଗ ଫେସୱାଶ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଝିଅମାନେ ସମ୍ମୁଖୀନ ହେଉଥିବା ବ୍ରଣ ଏବଂ...

ଇନ୍ଧନ ଦର ବୃଦ୍ଧି ଅବ୍ୟାହତ

ନୂଆଦିଲ୍ଲୀ,୧୫।୬: ଗତ ୮ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିରେ ଲଗାମ ଲାଗିପାରୁ ନାହିଁ। ରବିବାର ପେଟ୍ରୋଲ ଲିଟର ପିଛା ୬୨ ପଇସା...

ରାଜକୋଷକୁ ଆଉ ୪୦ ହଜାର କୋଟିର ବୋଝ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଅର୍ଥ ବ୍ୟବସ୍ଥାକୁ ସାଂଘାତିକ କ୍ଷତି ପହଞ୍ଚିଛି। ଖାଉଟିଙ୍କ ଖର୍ଚ୍ଚ ବଢ଼ାଇ ଅର୍ଥ ବ୍ୟବସ୍ଥାରେ ଚାହିଦାକୁ ବଢ଼ାଇବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା...

ବିଏସ୍‌-୬ ପ୍ରମାଣପତ୍ର ଲାଭକଲା ହିରୋ

ନୂଆଦିଲ୍ଲୀ,୧୫-୬ : ହିରୋ ମୋଟୋକର୍ପ ଦେଶର ପ୍ରଥମ କମ୍ପାନୀ ଭାବେ ଏହାର ଦୁଇ ଚକିଆ ଯାନ ଲାଗି ବିଏସ୍‌-୬ ପ୍ରମାଣପତ୍ର ଲାଭ କରିଛି। କମ୍ପାନୀର ସ୍ପ୍ଲେଣ୍ଡର...

Advertisement
Archives

Model This Week