ଜିଏସ୍‌ଟି ବୈଠକ ଉପରେ ନଜର

ନୂଆଦିଲ୍ଲୀ,୧୬।୯
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପରିଷଦର ବୈଠକ ଶୁକ୍ରବାର ଲକ୍ଷ୍ନୌଠାରେ ଅନୁଷ୍ଠିତ ହେବ। ପ୍ରାୟ ୪୮ରୁ ଊର୍ଦ୍ଧ୍ୱ ସାମଗ୍ରୀ ଉପରେ ଲାଗୁ ହେଉଥିବା ଟିକସ ହାର ଉପରେ ଏଠାରେ ବିଚାରବିମର୍ଶ ହେବ। ସେହିଭଳି ୧୧ କୋଭିଡ୍‌-୧୯ ମେଡିସିନ ଉପରେ ରିହାତି ଅବଧିକୁ ଡିସେମ୍ବର ୩୧ ଯାଏ ବଢ଼ାଇବାକୁ ପରିଷଦରେ ଆଲୋଚନା ହେବ ବୋଲି କୁହାଯାଉଛି। ବୈଠକରେ ରାଷ୍ଟ୍ରମନ୍ତ୍ରୀ ଏମ୍‌ପିପି ଚୌଧୁରୀ ଏବଂ ରାଜ୍ୟଗୁଡ଼ିକର ପ୍ରତିନିଧି ମଧ୍ୟ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।
୭ ମେଡିସିନ ଟିକସ ହାର ଉପରେ ବିଚାର
ଆମ୍ଫୋଟେରିସିନ ବି,ଟୋସିଲିଜୋମାବ, ରେମ୍‌ଡେସିଭିିର, ହେପାରିନ ଆଣ୍ଟିକୋଗୋଲାଣ୍ଟ ଭଳି ମେଡିସିନ ଉପରେ ରିହାତି ଟିକସ ହାର ଲାଗୁ କରିବା ଉପରେ ମଧ୍ୟ ବିଚାର କରାଯିବ। ବର୍ତ୍ତମାନ ଏହାର ସମୟସୀମା ସେପ୍ଟେମ୍ବର ୩୦ ରହିଥିବା ବେଳେ ଏହାକୁ ଡିସେମ୍ବର ୩୧ ଯାଏ ବଢ଼ାଇବାକୁ ନିଷ୍ପତ୍ତି ଆସିବ ବୋଲି କୁହାଯାଉଛି। ଆମ୍ଫୋଟେରିସିନ ବି ଏବଂ ଟୋସିଲିଜୋମାବ ଉପରେ ଟିକସ ଲାଗୁ ନ ଥିବା ବେଳେ ରେମ୍‌ଡେସିଭିର, ହେପାରିନ ଉପରେ ଟିକସ ହାର ୫%କୁ ଖସିଛି। ସେହିଭଳି ଚଳିତ ବର୍ଷ ଡିସେମ୍ବର ଶେଷ ଯାଏ ଆଉ ୭ ମେଡିସିନ ଉପରେ ଟିକସ ହାର ୧୨ରୁ ୫%କୁ ଖସିପାରେ। ଏହା ମଧ୍ୟରେ ଆଇଟୋଲିଜୋମାବ, ପୋସାକୋନେଜୋଲ, ଇନ୍‌ଫ୍ଲିକ୍ସିମାବ, ବାମଲାନିଭିମାବ ଓ ଏଷ୍ଟେଭିମାବ, କ୍ୟାସିରିଭିମାବ ଓ ଇମଡେମିମାବ, ୨-ଡିଓକ୍ସି-ଡି-ଗ୍ଲୋକୁଜ୍‌ ଏବଂ ଫାଭିପିରାଭିର ରହିଛି।
ଜିଏସ୍‌ଟି ଦେବେ ସ୍ବିଗି, ଜୋମାଟୋ
ସ୍ବିଗି, ଜୋମାଟୋ ଭଳି ଡେଲିଭରି ଆପ୍‌ଗୁଡ଼ିକକୁ ରେଷ୍ଟୁରାଷ୍ଟ ବିଚାରକରି ସେମାନଙ୍କ ଦ୍ୱାରା ଯୋଗାଣ ହେଉଥିବା ଖାଦ୍ୟ ସାମଗ୍ରୀ ଉପରେ ୫% ଟିକସ ଲଗାଇବାକୁ ବିଚାର କରାଯାଉଛି। ପରିଷଦ ଏହା ଉପରେ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ। ସ୍ବିଗି ଏବଂ ଜୋମାଟୋ ଭଳି କମ୍ପାନୀ ରେଷ୍ଟୁରାଣ୍ଟଗୁଡ଼ିକର ସେବା ତାଙ୍କ ପ୍ଲାଟ୍‌ଫର୍ମରେ ଯୋଗାଉଛନ୍ତି। ଟିକସ ଠକେଇକୁ ରୋକିବା ଲାଗି ଏହି ପ୍ଲାଟ୍‌ଫର୍ମଗୁଡିକୁ ମଧ୍ୟ ଉତ୍ତରଦାୟୀ କରାଯିବ। କମ୍ପାନୀଗୁଡ଼ିକ ଜିଏସ୍‌ଟି ପ୍ରଦାନ କରିବା ନେଇ ପରିଷଦ ବିଚାର କରିବ। ଜିଏସ୍‌ଟି ପରିଷଦର ମଞ୍ଜୁରୀ ମିଳିବା ପରେ ଖାଦ୍ୟ ସାମଗ୍ରୀ ଡେଲିଭରି କରୁଥିବା କମ୍ପାନୀଗୁଡିକ ରେଷ୍ଟୁରାଣ୍ଟ ସ୍ଥାନରେ ଲୋକଙ୍କଠାରୁ ଜିଏସ୍‌ଟି ଆଦାୟକରି ସରକାରଙ୍କୁ ପଇଠ କରିବେ। ଏହାଦ୍ୱାରା ଲୋକଙ୍କ ଉପରେ କୌଣସି ଅତିରିକ୍ତ ବୋଝ ପଡ଼ିବ ନାହିଁ ବୋଲି କୁହାଯାଉଛି। ଫୁଡ୍‌ ଡେଲିଭରି ଆପ୍‌ଗୁଡିକ ଠିକ୍‌ ଭାବେ ହିସାବ ଦେଖାଉ ନ ଥିବାରୁ ରାଜକୋଷକୁ ଗତ ୨ ବର୍ଷରେ ୨ ହଜାର କୋଟି ଟଙ୍କା କ୍ଷତି ହୋଇଛି।
ଆନ୍ତଃ ରାଜ୍ୟ କମିଟି ରିପୋର୍ଟର ତର୍ଜମା
ପାନମସଲା, କମ୍ପୋଜିସନ ସ୍କିମ୍‌, ଷ୍ଟୋନ କ୍ରଶର, ଇଟାଭାଟି ଭଳି କ୍ଷେତ୍ରରେ କ୍ଷମତା ଭିତ୍ତିରେ ଟିକସ ଲାଗୁକରିବା ପ୍ରସଙ୍ଗ ଉପରେ ମଧ୍ୟ ପରିଷଦ ବିଚାର କରିବ। ଏହି ପ୍ରସଙ୍ଗ ଉପରେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ନିକଟରେ ରିପୋର୍ଟ ପ୍ରଦାନ କରିଥିଲା। ଇଟାଭାଟି କ୍ଷେତ୍ର ଲାଗି ସ୍ବତନ୍ତ୍ର କମ୍ପୋଜିଶନ ସ୍କିମ୍‌ ୨୦୨୦ ଏପ୍ରିଲ ପହିଲାରୁ ଲାଗୁ କରିବାକୁ କମିଟି ପ୍ରସ୍ତାବ ଦେଇଛି। ବିନା କୌଣସି ଇନ୍‌ପୁଟ ଟାକ୍ସ କ୍ରେଡିଟ୍‌ରେ ୫% ଜିଏସ୍‌ଟି ପ୍ରଦାନ କରିବାକୁ ପ୍ରସ୍ତାବରେ କୁହାଯାଇଛି। ସେହିଭଳି ସେବା କ୍ଷେତ୍ର ଲାଗି ମଧ୍ୟ ସମାନ ଟିକସ ହାର ଲାଗୁ କରାଯିବ। ଏପ୍ରିଲ ପହିଲାଠାରୁ ଇଟା ଯୋଗାଣ କ୍ଷେତ୍ରରେ ୫ରୁ ୧୨% ଜିଏସ୍‌ଟି ଲାଗୁ ହୋଇପାରେ। ୩୨ ସାମଗ୍ରୀ ଏବଂ ୨୯ ସେବା ଉପରେ ଲାଗୁ ହେଉଥିବା ଟିକସ ହାର ନେଇ ପରିଷଦ ବିଚାର କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ସିଠାରୁ ଋଣ ନେଇ ଜମି କିଣିଛି ଏଚ୍‌ଡିଆଇଏଲ୍‌

ନୂଆଦିଲ୍ଲୀ,୧୩-୧୦: ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ(ପିଏମ୍‌ସି) ବ୍ୟାଙ୍କଠାରୁ ଋଣ ନେଇ ଏଚ୍‌ଡିଆଇଏଲ ଜମି କିଣିଛି। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୨୧୦୦ ଏକର ଜମିର ପତ୍ତା...

କମ୍ପାନୀଗୁଡ଼ିକର ଗାଡ଼ି ବିକ୍ରିରେ ରେକର୍ଡ ହ୍ରାସ

ନୂଆଦିଲ୍ଲୀ,୨।୬: କରୋନା କବଳିତ ବଜାରରେ ବର୍ତ୍ତମାନ ଚାହିଦା କ୍ଷତିଗ୍ରସ୍ତ ହୋଇଥିବା ବେଳେ ମେ ମାସରେ ଦେଶର ଅଟୋମୋବାଇଲ କମ୍ପାନୀଗୁଡ଼ିକର ବିକ୍ରି ସମ୍ପୂର୍ଣ୍ଣ ଖସି ଯାଇଛି। ପ୍ରମୁଖ...

ବିମୁଦ୍ରୀକରଣ ପରେ ନିଯୁକ୍ତି ହରାଇଛନ୍ତି ୫୦ ଲକ୍ଷ

ନୂଆଦିଲ୍ଲୀ,୧୮-୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କଲେ। ଏହାଦ୍ୱାରା ଆତଙ୍କବାଦ, ଦୁର୍ନୀତି ଓ କଳାଧନ ଦେଶରୁ ଲୋପ ପାଇବ ବୋଲି...

ଗରିବ ରାଜ୍ୟ ଜିଏସ୍‌ଟି ଆଦାୟରେ ଆଗୁଆ; ଓଡ଼ିଶାର ଟିକସ ସଂଗ୍ରହ ୨୦.୮%

ନୂଆଦିଲ୍ଲୀ,୧୪-୮: ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ର ପ୍ରଥମ ୪ ମାସରେ ସାମ୍ରଗୀ ଏବଂ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ କ୍ଷେତ୍ରରେ ଓଡ଼ିଶା, ବିହାର, ୟୁପି ଓ ମଧ୍ୟପ୍ରଦେଶ...

ପାତ୍ରପଡାରେ ଶ୍ରୀ ଦୁର୍ଗାର ନୂଆ ଶୋ’ରୁମ

ଭୁବନେଶ୍ୱର,୨୭-୫: ଦକ୍ଷିଣ ଓଡିଶାର ପ୍ରମୁଖ ଶାଢି ଏବଂ ଗାର୍ମେଣ୍ଟ ରିଟେଲର ଶ୍ରୀ ଦୁର୍ଗା ସ୍ଥାନୀୟ ପାତ୍ରପଡାରେ ନୂଆ ଶୋ’ରୁମ ଶୁଭାରମ୍ଭ କରିଛି। ବ୍ରହ୍ମପୁରରେ ଏହା ପ୍ରଥମ...

ଶ୍ରମ ଆଇନରେ ପରିବର୍ତ୍ତନ : ଘଣ୍ଟାକୁ ଶହେ ବର୍ଷ ପଛକୁ ଘୁଞ୍ଚାଇଦେବ

ନୂଆଦିଲ୍ଲୀ,୨୧ା୫: କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଓ ଜନବିରୋଧୀ ସ୍ବେଚ୍ଛାଚାରୀ ପଦକ୍ଷେପ ଏବଂ ରାଜ୍ୟ ସରକାରମାନଙ୍କ ପକ୍ଷରୁ ଶ୍ରମ ଆଇନରେ କରାଯାଇଥିବା ପରିବର୍ତ୍ତନର ପ୍ରତିବାଦରେ ୧୦...

ଆଇଆଇଆର୍‌ଏଫ୍‌ ର଼୍ୟାଙ୍କିଙ୍ଗ୍‌ରେ ଏମ୍‌ଏସ୍‌ବିର ଉନ୍ନତ ପ୍ରଦର୍ଶନ

ନୂଆଦିଲ୍ଲୀ,୬।୨: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଲଭଲି ପ୍ରଫେସନାଲ ୟୁନିଭରସିଟି(ଏଲପିୟୁ)ର ସହଯୋଗୀ ଶିକ୍ଷାନୁଷ୍ଠାନ ମିତ୍ତଲ ସ୍କୁଲ ଅଫ୍‌ ବିଜନେସ୍‌ (ଏମ୍‌ଏସ୍‌ବି)ର ଉତ୍ତମ ପ୍ରଦର୍ଶନ ଜାରି...

ଏଏସ୍‌ବିଏମ୍‌ ଆଡଭାଇଜରି କାଉନସିଲରେ ଜଷ୍ଟିସ ଅନଙ୍ଗ ପଟ୍ଟନାୟକ

ଭୁବନେଶ୍ୱର,୨୨।୨: ସୁପ୍ରିମ୍‌କୋର୍ଟର ପ୍ରାକ୍ତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ ଆଡ୍‌ଭାଇଜରି କାଉନ୍‌ସିଲର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ସେହିପରି ବିଶ୍ୱବିଦ୍ୟାଳୟର ବିକାଶ ଓ...

Advertisement
Archives

Model This Week