ଜିଏସ୍‌ଟିରେ ସନ୍ଦିଗ୍ଧ ନେଣଦେଣ ବଢୁଛି

କଲିକତା, ୨୬-୨: ଜିଏସ୍‌ଟିରେ ସନ୍ଦିଗ୍ଧ ନେଣଦେଣ ବୃଦ୍ଧି ଘଟୁଥିବା ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ମଙ୍ଗଳବାର କହିଛନ୍ତି। ସେହିଭଳି ଜିଏସ୍‌ଟି ଆର୍‌ ୩ବି ଫାଇଲିଂରେ ବିଳମ୍ବ ଯୋଗୁ ଜରିମାନା ସୁଧ ବାବଦ ୪୬ ହଜାର କୋଟି ଟଙ୍କାର ଅର୍ଥ ଏବେ ମଧ୍ୟ ଲୋକଙ୍କଠାରୁ ଆଦାୟ କରିବାକୁ ବାକି ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଶିଳ୍ପ ସଂଘ ସିଆଇଆଇର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ବ୍ୟବସାୟୀ ମାନେ ଇନଭଏସ ଅପ୍‌ଲୋଡ କରିବା ଲାଗି ବିଫଳ ହେଉଛନ୍ତି। ୪୪ ହଜାର କୋଟି ଟଙ୍କାର ସନ୍ଦିଗ୍ଧ ନେଣଦେଶ ହୋଇଥିବା ସରକାର ପାର୍ଲାମେଣ୍ଟରେ ସୂଚନା ଦେଇଛନ୍ତି। ଜିଏସ୍‌ଟି ତରତର ହୋଇ ଲାଗୁ କରାଇଦିଆଗଲା। ଏଥି ଲାଗି କୌଣସି ବେଟା ଟେଷ୍ଟିଂ ହୋଇନାହିଁ। ଯାହା ଫଳରେ ସାରା ଦେଶରେ ଏଭଳି ସନ୍ଦିଗ୍ଧ ନେଣଦେଣ ବଢୁଥିବା ମିତ୍ର ମତ ପ୍ରକାଶ କରିଛନ୍ତି। କେନ୍ଦ୍ରକୁ ରାଜସ୍ବ କମ୍‌ ମିଳୁଥିବାରୁ ରାଜ୍ୟଗୁଡିକ ମଧ୍ୟ କେନ୍ଦ୍ରରୁ ଭାଗ କମ୍‌ ପାଉଛନ୍ତି। ଏପଟେ ସେସ୍‌ ଏବଂ ସରଚାର୍ଜ ବଢାଯାଉଛି ଯାହାର ଲାଭ ରାଜ୍ୟଗୁଡିକୁ ମିଳୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ପହିଲାରୁ ବଦଳିବ ଏସବୁ ବ୍ୟାଙ୍କିଂ ନିୟମ

ନୂଆଦିଲ୍ଲୀ,୨୪।୬: ବ୍ୟାଙ୍କିଂ ସେବା ସହ ଜଡ଼ିତ ଏକାଧିକ ନିୟମ ଜୁଲାଇ ୧ରୁ ପରିବର୍ତ୍ତନ ହେବାକୁ ଯାଉଛି। ଆସନ୍ତା ମାସରୁ ଏଟିଏମ୍‌ରୁ ଟଙ୍କା ଉଠାଣ, ସୁଧହାର, ଖାତାରେ...

ମାଇକେଲ ପାତ୍ରଙ୍କ ଲାଗି ଚ୍ୟାଲେଞ୍ଜ ହେବ ମୁଦ୍ରାସ୍ଫୀତି,ଅଭିବୃଦ୍ଧି

ନୂଆଦିଲ୍ଲୀ,୧୫-୧: ରିଜର୍ଭ ବ୍ୟାଙ୍କର ଗଭର୍ନର ପଦବୀରେ ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଟିମ୍‌ରେ ଡେପୁଟି ଗଭର୍ନର ଭାବେ ଓଡ଼ିଶାର ବିଭୁ ପ୍ରସାଦ କାନୁନଗୋ...

ପାନାସୋନିକ ପକ୍ଷରୁ କାରାଭାନର ଶୁଭାରମ୍ଭ

ଭୁବନେଶ୍ୱର, ୧୫-୮: ପାର୍ବଣକୁ ଧ୍ୟାନରେ ରଖି ପାନାସୋନିକ ପକ୍ଷରୁ ନୂଆ କାରାଭାନର ଶୁଭାରମ୍ଭ ଘୋଷଣା କରାଯାଇଛି। କମ୍ପାନୀ ନୂଆ ମାର୍କେଟିଂ କ୍ୟାମ୍ପେନ ଅନ୍ତର୍ଗତ ବିଭିନ୍ନ ପଦକ୍ଷେପ...

ଅନୁଗୋଳ ବଜାରକୁ ଆସିଲା ନୂଆ ପଲସର ସ୍ପ୍ଲିଟ୍‌ ସିଟ୍‌

ଅନୁଗୋଳ ଅଫିସ, ୨ା୭- ନୂଆ କରି ଆସିଥିବା ବଜାଜ୍‌ ପଲସର ସ୍ପ୍ଲିଟ ସିଟ୍‌-୧୨୫ ସିସି (ବିଏସ୍‌-୬) ଅନୁଗୋଳ ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ଯମୁନା ବଜାଜ୍‌ରେ...

ଫେଲ୍‌ ମାରିଲା ଟ୍ରମ୍ପଙ୍କ ଜିଏସ୍‌ପି ପ୍ରତ୍ୟାହାର ନିଷ୍ପତ୍ତି;ଆମେରିକାକୁ ଭାରତରୁ ରପ୍ତାନି ବଢ଼ିଛି ୩୨%

ନୂଆଦିଲ୍ଲୀ,୧୩-୮: ଭାରତ ଠାରୁ ପ୍ରିଫରେନ୍ସିଆଲ ଟାରିଫ୍‌ ସିଷ୍ଟମ ଜିଏସ୍‌ପି ପ୍ରତ୍ୟାହାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ଫେଲ୍‌ ମାରିଛି। ଜିଏସ୍‌ପି ହଟିବା ପରେ...

ଏକ୍‌ଜିଟ ପୋଲ୍‌:ଉଛୁଳିଲା ବଜାର

ମୁମ୍ବାଇ,୨୧-୫: ଦେଶର ସାଧାରଣ ନିର୍ବାଚନ ଫଳାଫଳ ୨୩ରେ ଆସିବାକୁ ଥିବା ବେଳେ କେନ୍ଦ୍ରରେ ପୁଣି ଥରେ ଏନ୍‌ଡିଏ ସରକାର ଶାସନ କ୍ଷମତାକୁ ଫେରିବା ନେଇ ଏକ୍‌ଜିଟ...

ପାର୍ବଣ ପାଇଁ ୩୯୨ ସ୍ବତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ: ପାର୍ବଣରେ ରେଲଓ୍ବେ ୩୯୨ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବ। ଅକ୍ଟୋବର ୨୦ରୁ ନଭେମ୍ବର ୩୦ ମଧ୍ୟରେ ଏହି ଟ୍ରେନ୍‌ଗୁଡିକ ଚଳାଚଳ କରିବ। ସ୍ପେଶାଲ ଟ୍ରେନରେ ଲାଗୁ...

୬୯ ହଜାର ପେଟ୍ରୋଲ ପମ୍ପରେ ମିଳିବ ଇ-ଯାନ ଚାର୍ଜିଂ ସୁବିଧା

ନୂଆଦିଲ୍ଲୀ,୭।୯ : ଦେଶର ପ୍ରାୟ ୬୯ ହଜାର ପେଟ୍ରୋଲ ପମ୍ପରେ ଇ-ଯାନ ଚାର୍ଜିଂ କରାଇବା ନେଇ ସୁବିଧା ଉପଲବ୍ଧ କରାଯିବ। ଏହି ଷ୍ଟେଶନଗୁଡିକରେ ଚାର୍ଜିଂ କିୟସ୍କ...

Play 250+ Trending Games
Archives

Model This Week

Why Dharitri