ଜିଇଏମ୍‌ ପୋର୍ଟାଲରେ କିଣାଯାଇଛି ୩୫୦ କୋଟିର ସାମଗ୍ରୀ

ଭୁବନେଶ୍ୱର,୭।୨(ବ୍ୟୁରୋ): ସରକାରୀ କାର୍ଯ୍ୟାଳୟଗୁଡ଼ିକର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ୨୦୧୬ ଅଗଷ୍ଟ ୯ରୁ ସରକାରଙ୍କ ଇ-ମାର୍କେଟ ପ୍ଲସ୍‌ ଜିଇଏମ୍‌ ପୋର୍ଟାଲର ଶୁଭାରମ୍ଭ ହୋଇଛି। ଏହି ପୋର୍ଟାଲକୁ ବ୍ୟବହାର କରି ସ୍ବଚ୍ଛତାର ସହିତ କମ୍‌ ସମୟ ମଧ୍ୟରେ ବିଭିନ୍ନ ସାମଗ୍ରୀ କ୍ରୟ କରାଯାଇପାରୁଛି। ଏଥିସହିତ ବିକ୍ରେତାମାନେ ମଧ୍ୟ ଉପଯୁକ୍ତ ମୂଲ୍ୟରେ ଦ୍ରବ୍ୟ ଯୋଗାଇ ଦେଇ ପାରୁଛନ୍ତି।
ଗୁରୁବାର ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ଏକ ଜିଇଏମ୍‌ ସମ୍ପର୍କିତ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଇ- ମାର୍କେଟ ପ୍ଲସ୍‌ ଜିଇଏମ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ତଲ୍ଲୀନ କୁମାର କହିଥିଲେ ଯେ, ସରକାରୀ ଅଫିସର ବିଭିନ୍ନ ସାମଗ୍ରୀ ସଂଗ୍ରହ କ୍ଷେତ୍ରରେ ଏହା ଅତ୍ୟନ୍ତ ସ୍ବଚ୍ଛତାର ସହ ଏବଂ ଠିକ୍‌ ସମୟରେ କାର୍ଯ୍ୟ ସମ୍ପନ୍ନ କରିବାର ଏକ ପ୍ରକୃଷ୍ଟ ମାଧ୍ୟମ। ଏହା ମାଧ୍ୟମରେ ଇ-ବିଡିଂ, ଇ-ଅକ୍ସନ ସୁରୁଖୁରୁରେ ସମ୍ପନ୍ନ ସହ ଉପଯୁକ୍ତ ମୂଲ୍ୟରେ ସେବା ଯୋଗାଇ ଦିଆଯାଉଛି। ସରକାରୀ କାର୍ଯ୍ୟ ପାଇଁ ବ୍ୟବହାର ହେଉଥିବା କମ୍ପ୍ୟୁଟରଠାରୁ ପାଣି ବୋତଲ ପର୍ଯ୍ୟନ୍ତ ସବୁ ସାମଗ୍ରୀ ସ୍ବଚ୍ଛତାର ସହ ଠିକ୍‌ ସମୟରେ କ୍ରୟ କରାଯାଇ ପାରୁଛି। କର୍ମଶାଳାରେ ଯୋଗଦେଇ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଏ.କେ. ମୀନା କହିଥିଲେ, ଆଜିର ଏହି ମତବିନିମୟ ଅଧିବେଶନରେ ଅଭିଜ୍ଞତା, ଅନୁଭୂତି ଏବଂ ଅସୁବିଧା ସମ୍ପର୍କରେ ସମସ୍ତେ ଅବଗତ ହେବେ। ବର୍ତ୍ତମାନ ସୁଦ୍ଧା ୭୩୦ କ୍ରେତା, ୩୧୯୦ ବିକ୍ରେତା ଏହି ଇ-ମାର୍କେଟିଂ ଜିଇଏମ୍‌ରେ ପଞ୍ଜୀକୃତ ହୋଇଛନ୍ତି। ଜିଇଏମ୍‌ ପୋର୍ଟାଲ ଆରମ୍ଭ ହେବା ପରେ ରାଜ୍ୟରେ ୩୫୭ କୋଟି ଟଙ୍କାର ସାମଗ୍ରୀ କିଣାବିକା ହୋଇଛି।
ଏହି ପୋର୍ଟାଲ ମାଧ୍ୟମରେ ସାମଗ୍ରୀ ସଂଗ୍ରହ କରାଗଲେ ତାହା ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ ଆହୁରି ଅଧିକ ତ୍ୱରାନ୍ବିତ କରିବ। ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ ଆମାଜନ ପରି ଏହା ଅନ୍‌ଲାଇନ ପୋର୍ଟାଲ ବୋଲି କହିଥିଲେ। ଜାତୀୟ ସ୍ବାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଥିଲେ, ଏହି ପୋର୍ଟାଲ ଉପଯୋଗ କରି ଜାତୀୟ ସ୍ବାସ୍ଥ୍ୟ ମିଶନ ସର୍ବାଧିକ କ୍ରୟ କରିଛି। ୧୦୦ଟି ଆମ୍ବୁଲାନ୍ସ ଅଦ୍ୟାବଧି କିଣାଯାଇଥିବା ବେଳେ ଆଉ ୧୦୦ଟି କ୍ରୟ କରାଯିବ। ରାଜ୍ୟର ବିଭିନ୍ନ ପ୍ରଶାସନିକ ବିଭାଗ ମୁଖ୍ୟ ଦପ୍ତର, ସ୍ବୟଂଶାସିତ ଅନୁଷ୍ଠାନ, ସ୍ବାୟତ୍ତ ଶାସନ ଅନୁଷ୍ଠାନଗୁଡ଼ିକ କ୍ରେତା ବର୍ଗରେ ଥିବା ବେଳେ ଏମ୍‌ଏସ୍‌ଏମ୍‌ଇ, ସ୍ବୟଂ ସହାୟକ ଗୋଷ୍ଠୀ, ଷ୍ଟାର୍ଟ ଅପ, ସ୍ଥାନୀୟ ବୁଣାକାର ଓ କାରିଗରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଅଗ୍ରଣୀ କ୍ରେତା ଭାବେ ରାଜ୍ୟ ସ୍ବାସ୍ଥ୍ୟ ମିଶନ ପାଇଁ ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏବଂ ଓଡ଼ିଶା ରାଜ୍ୟ ଔଷଧ ନିଗମ ପାଇଁ ଯାମିନୀ ଷଡ଼ଙ୍ଗୀ ପୁରସ୍କାର ଗ୍ରହଣ କରିଥିଲେ। କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ ଦପ୍ତରକୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏହି ଦିନିକିଆ ମତବିନିମୟ କାର୍ଯ୍ୟକ୍ରମରେ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ପି.କେ. ବିଶ୍ୱାଳ ସ୍ବାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମ ଶାସନ ସଚିବ ଜୟଶ୍ରୀ ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri