ଜାମିନରେ ଆସି ଲୁଟ କରି ଧରାପଡ଼ିଲେ

ବ୍ରହ୍ମପୁର ଅଫିସ,୧୦।୯: ଜଣେ ବ୍ୟବସାୟୀଙ୍କଠୁ ଟଙ୍କା ଲୁଟ ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୋଲିସ ଜଣଙ୍କୁ କାବୁ କରିଛି। ସେ ହେଲେ ଲାଞ୍ଜିପଲ୍ଲୀର ମନୋଜ ପାଣିଗ୍ରାହୀ। ତାଙ୍କ ନିକଟରୁ ୩ଟି ମୋବାଇଲ ଫୋନ୍‌ ଓ ଗୋଟିଏ ସାଇକେଲ ଜବତ ହୋଇଛି। ମନୋଜ କିଛିଦିନ ତଳେ ଜେଲରୁ ଜାମିନରେ ଆସିଥିବା ବେଳେ ପୁଣିଥରେ ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରିଥିବା ପୋଲିସ ଜେରା ବେଳେ ଜାଣିବାକୁ ପାଇଛି।

ଲାଞ୍ଜିପଲ୍ଲୀର ଭୀମସେନ ପାତ୍ର କମାପଲ୍ଲୀ ଛକରେ ଏକ ମୋବାଇଲ ଦୋକାନ କରିଛନ୍ତି। ଗତ ୮ ତାରିଖ ରାତିରେ ଦୋକାନ ବନ୍ଦ କରି ଭୀମସେନ ଘରକୁ ଫେରୁଥିଲେ। ରାସ୍ତାରେ ଜଣେ ଯୁବକ ତାଙ୍କୁ ଅଟକାଇ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ୧୮ ହଜାର ଟଙ୍କା, ୩ଟି ମୋବାଇଲ ଫୋନ ଓ ତାଙ୍କ ସାଇକେଲ ଛଡାଇ ନେଇଥିଲା। ଏ ନେଇ ଭୀମସେନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୨୩୬/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଶୁକ୍ରବାର ଅଭିଯୁକ୍ତ ମନୋଜଙ୍କୁ ଧରିବାରେ ସଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଭୂର୍ଷିପଡ଼ା: ଅନ୍ଧାର ଘେରରେ ୩୦ ଆଦିବାସୀ ପରିବାର

ନୂଆପଡ଼ା,୨ା୧ (ମକାରୁ ବେମାଲ):ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ...

୫ରୁ ଉଠାଇବେନି ଧାନ, ଅଡୁଆରେ ଚାଷୀ: ସରକାରଙ୍କୁ ମିଲର୍ସଙ୍କ ଚେତାବନୀ

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ):ଆଉ ୨ଦିନ ପରେ ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଢ଼ମାସ ପୂରିବ। ଅଥଚ ଏପର୍ଯ୍ୟନ୍ତ ଜିଲାରେ ଧାନ କିଣାବିକା ସମସ୍ୟାର ସମାଧାନ...

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri