Posted inଖେଳ

ଜାତୀୟ ପୁରସ୍କାର ପାଇଁ ନାମ ତାଲିକା ପଠାଇଲା ବିଏଫ୍‌ଆଇ

ନୂଆଦିଲ୍ଲୀ, ୨ା୬ (ପି.ଟି.)-ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ସୋମବାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ବିଶ୍ୱ ରୌପ୍ୟ ବିଜେତା ଅମିତ ପଙ୍ଘାଲ ଓ ଅଭିଜ୍ଞ ବକ୍ସର ବିକାଶ କ୍ରିଶନଙ୍କ ନାମ ସୁପାରିସ କରିଛି। ବାର୍ଷିକ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ କେବଳ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବକ୍ସରଙ୍କୁ ମନୋନୀତ କରିଛି। ପଙ୍ଘାଲ (୫୨କେଜି) ଜଣେ ଏସିଆନ ଗେମ୍ସ ଚାମ୍ପିୟନ। ସେ ଏପର୍ଯ୍ୟନ୍ତ କୌଣସି ଜାତୀୟ କ୍ରୀଡ଼ା ପୁରସ୍କାର ପାଇ ନାହାନ୍ତି। ଗତ ୩ ବର୍ଷ ଧରି ତାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯାଇଥିଲେ ମଧ୍ୟ ୨୦୧୨ର
ଡୋପ୍‌ ଅପରାଧ ପାଇଁ ତାଙ୍କ ନାମ ବିଚାରକୁ ନିଆଯାଇ ନ ଥିଲା। ରାଜ୍ୟଗୋଷ୍ଠୀ ଓ ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା କ୍ରିଶନ (୬୯କେଜି) ୨୦୧୨ରେ ଅର୍ଜୁନ ପୁରସ୍କାର ଜିତିଥିଲେ। ବିଏଫ୍‌ଆଇ ୩ଜଣ ବିଶ୍ୱ ବ୍ରୋଞ୍ଜ ବିଜୟୀ ଲଭଲିନା ବେର୍ଗୋହେନ୍‌ (୬୯କେଜି) ଓ ସିମରନଜିତ୍‌ କୌର (୬୪କେଜି) ଏବଂ ମନୀଷ କୌଶିକ୍‌ (୬୩କେଜି)ଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି। ସେହିପରି ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ବିଏଫ୍‌ଆଇ ଜାତୀୟ ମହିଳା କୋଚ୍‌ ମହମ୍ମଦ ଅଲୀ କମାର ଏବଂ ଆସିଷ୍ଟାଣ୍ଟ କୋଚ୍‌ ଛୋଟେ ଲାଲ୍‌ ଯାଦବଙ୍କ ନାମ ଚୂଡ଼ାନ୍ତ କରିଛି। ଯାଦବ ଆହୁରିମଧ୍ୟ ୬ଥର ବିଶ୍ୱଚାମ୍ପିୟନ ଏମ୍‌ସି ମେରୀକମ୍‌ଙ୍କ ସହିତ ସଂଶ୍ଳିଷ୍ଟ। ଧ୍ୟାନଚାନ୍ଦ ପୁରସ୍କାର ପାଇଁ ପୂର୍ବତନ ବିଶ୍ୱ ପଦକ ବିଜୟିନୀ ଏନ୍‌. ଉଷାଙ୍କ ନାମ ସୁପାରିସ ହୋଇଛି। ପ୍ରାର୍ଥୀ ତାଲିକା ପଠାଇବା ଅନ୍ତିମ ଦିବସ ବୁଧବାର ରଖାଯାଇଛି। ଗତ ୪ ବର୍ଷର ପ୍ରଦର୍ଶନକୁ ଭିତ୍ତି କରି ଆଥଲେଟ୍‌ ଓ କୋଚ୍‌ଙ୍କ ନାମ ସୁପାରିସ କରାଯାଇଥିବା ବିଏଫ୍‌ଆଇ ପ୍ରକାଶ କରିଛି।
ରୋଗରେ ପୀଡ଼ିତ ଥିବାରୁ ପଙ୍ଘାଲଙ୍କୁ ଔଷଧ ସେବନ କରିବାକୁ ହୋଇଥିଲା। ଏହି ଔଷଧରେ ନିଷିଦ୍ଧ ଦ୍ରବ୍ୟର ମାତ୍ରା ଥିବା ବିଷୟରେ ସେ ଅବଗତ ନ ଥିଲେ। ଯୁବାବସ୍ଥାରେ ଏହି ଭୁଲ ପାଇଁ ସେ କ୍ଷମା ମଧ୍ୟ ମାଗିଥିଲେ। ତେଣୁ ତାଙ୍କ ସଫଳତା ବିଚାରକୁ ନିଆଯିବା ଉଚିତ୍‌ ବୋଲି ବିଏଫ୍‌ଆଇ ଗତବର୍ଷ ନାମ ତାଲିକା ପଠାଇବା ବେଳେ ଉଲ୍ଲେଖ କରିଥିଲା। କିନ୍ତୁ ତାହା ବୃଥାରେ ପରିଣତ ହୋଇଥିଲା। ପଙ୍ଘାଲ ଏଥିରେ ଅସନ୍ତୋଷ ପ୍ରକାଶ କରି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ନିକଟକୁ ଏକ ଚିଠି ଲେଖିଥିଲେ। ପୁରସ୍କାର ପାଇଁ ଉଦ୍ଦିଷ୍ଟ ଚୟନ ପ୍ରକ୍ରିୟାରେ ପକ୍ଷପାତିତା ଅବଲମ୍ବନ କରାଯାଉଥିବାରୁ ଏଥିରେ ପରିବର୍ତ୍ତନ ପାଇଁ ସେ ଅନୁରୋଧ କରିଥିଲେ। ସେ ଦର୍ଶାଇଥିଲେ, ଆଥଲେଟମାନଙ୍କ ସଫଳତା ସମ୍ପର୍କରେ ଜନସାଧାରଣ ଅବଗତ। ତେଣୁ ମନ୍ତ୍ରଣାଳୟ ହିଁ ପୁରସ୍କାର ବିଜେତାଙ୍କ ନାମ ସ୍ଥିର କରିବା ଉଚିତ୍‌। ଅର୍ଜୁନ ପୁରସ୍କାର ପାଇଁ ରହିଥିବା ୩ ପ୍ରାର୍ଥୀଙ୍କ ମଧ୍ୟରେ କୌଶିକ୍‌ଙ୍କର ଗତ ଦୁଇ ବର୍ଷର ରେକର୍ଡ ଖୁବ୍‌ ଭଲ ରହିଛି। ବିଶ୍ୱ ଚାମ୍ପିୟନଶିପ୍‌ (୨୦୧୯)ରେ ପ୍ରଥମ ଥର ଭାଗ ନେଇ ସେ ଏକ ବ୍ରୋଞ୍ଜ ପଦକ ସହ ଅଲିମ୍ପିକ ଯୋଗ୍ୟତା ଅଜର୍ନ କରିଥିଲେ। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ଏକ ରୌପ୍ୟ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri