ଜାତିସଂଘରେ ଚ୍ୟାଲେଞ୍ଜ କରିବ ପାକିସ୍ତାନ

ନୂଆଦିଲ୍ଲୀ ,୬ା୮(ପି.ଟି.): ଜମ୍ମୁ-କଶ୍ମୀରରୁ ଭାରତ ସରକାର ସମ୍ବିଧାନର ୩୭୦ ଓ ୩୫ଏ ଧାରା ଉଚ୍ଛେଦ କରିବା ପରେ ଏହାକୁ ନେଇ ପାକିସ୍ତାନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ନୂଆଦିଲ୍ଲୀର ଏକଚାଟିଆ ପଦକ୍ଷେପ କଶ୍ମୀର ବିବାଦର ମୋଡ଼ ବଦଳାଇ ପାରିବ ନାହିଁ ବୋଲି ପାକିସ୍ତାନ କହିଛି। ଏନେଇ ଇସ୍‌ଲାମାବାଦ୍‌ ପାଖରେ ସମସ୍ତ ଆଇନଗତ ଦ୍ୱାର ଖୋଲା ରହିଥିବା ପାକ୍‌ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତ ଅଧିକୃତ ଜମ୍ମୁ- କଶ୍ମୀରକୁ ଏକ ଅନ୍ତର୍ଜାତୀୟସ୍ତରର ବିବାଦୀୟ ମାମଲା ବୋଲି ପାକିସ୍ତାନ କହିଛି। ଭାରତ ଏହା ଉପରେ ଏକପାଖିଆ ନିଷ୍ପତ୍ତି ନେଇ ବିବାଦକୁ ଏଡ଼ାଇଯାଇ ପାରିବନି ବୋଲି କୁହାଯାଇଛି। ଏହି ବିବାଦର ଏକ ପକ୍ଷ ଭାବେ ପାକିସ୍ତାନ ଭାରତର ବେଆଇନ କାର୍ଯ୍ୟ ବିରୋଧରେ ଚ୍ୟାଲେଞ୍ଜ କରିବ ବୋଲି ବିବୃତିରେ କୁହାଯାଇଛି। ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଆଗାମୀ ସେପ୍ଟେମ୍ବରରେ ହେବାକୁ ଥିବା ଜାତିସଂଘର ସାଧାରଣ ପରିଷଦ ବୈଠକରେ ପାକିସ୍ତାନ ଏହି ପ୍ରସଙ୍ଗ ଉଠାଇପାରେ। ସେପ୍ଟେମ୍ବର ୨୮ରେ ପ୍ରଧାନମନ୍ତ୍ରୀ ମୋଦି ଜାତିସଂଘର ସାଧାରଣ ପରିଷଦରେ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ନ୍ୟୁ-ଜର୍ସିରେ ଗୁଳିକାଣ୍ଡ, ଜଣେ ପୋଲିସ କର୍ମୀଙ୍କ ସମେତ ୬ ମୃତ

ଓ୍ବାଶିଂଟନ୍‌,୧୧।୧୨: ଆମେରିକା ନ୍ୟୁ ଜର୍ସିରେ ଏକ ଗୁଳିକାଣ୍ଡ ଘଟିଛି। ଏଥିରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଲୋକ ଭିଡ ଥିବା...

କରୋନା ମହାମାରୀରେ ମହିଳା ଅଧିକ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟାରେ ପୁରୁଷ ଆଗରେ…

ଜେନେଭା,୨୬।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣକୁ ୨ ବର୍ଷ ପୂରଣ ହେବାକୁ ଯାଉଛି। ୨୦୧୯ ନଭେମ୍ବରରେ ଏହାର ପ୍ରଥମ ମାମଲା ଚାଇନାରେ ଚିହ୍ନଟ ହୋଇଥିବା ଘୋଷଣା...

ବେଲଜିୟମ୍‌ ରାଜକୁମାର କରୋନା ପଜିଟିଭ୍‌

ବ୍ରସେଲ୍ସ୍‌,୩୧।୫: ବେଲଜିୟମ୍‌ର ରାଜକୁମାର ଜୋଆକିମ୍‌ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ମେ ୨୬ରେ ଇଟର୍ନଶିପ୍‌ ପାଇଁ ଫ୍ରାନ୍ସ୍‌ ଯାତ୍ରା କରିଥିଲେ। ଏହାର...

ଅର୍ଥନୈତିକ କରିଡୋର ବାହାନାରେ ଯୁବତୀ ଚୋରା ଚାଲାଣ ର଼୍ୟାକେଟ…

ଇସଲାମାବାଦ/ବେଜିଂ, ୩୧।୩ : କରୋନା ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସହ ଜଡିତ ପ୍ରକଳ୍ପ ପାଇଁ ଚାଇନାର ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏଥି ସହିତ,...

୩୯ ମୃତକ ଚାଇନା ନାଗରିକ

ଲଣ୍ଡନ,୨୫-୧୦:ବ୍ରିଟେନରେ ଏକ ଟ୍ରକ୍‌ କଣ୍ଟେନରରୁ ୩୯ ମୃତଦେହ ଜବତ ହୋଇଥିଲା। ମୃତକମାନେ ଚାଇନା ନାଗରିକ ବୋଲି ବ୍ରିଟିଶ ଗଣମାଧ୍ୟମ ପ୍ରକାଶ କରିଛି। ତେବେ ଏନେଇ ସ୍ଥାନୀୟ...

ପର୍ନ ଭିଡିଓ ଲାଇକ୍‌ କରି ଫସିଲେ ଚାଇନା ରାଷ୍ଟ୍ରଦୂତ

ଲଣ୍ଡନ,୧୧।୯: ଏକ ପର୍ନ ଭିଡିଓ ଲାଇକ୍‌ କରି ଚର୍ଚ୍ଚାକୁ ଆସିଛନ୍ତି ଚାଇନା ରାଷ୍ଟ୍ରଦୂତ। ଲଣ୍ଡନରେ ଅବସ୍ଥାପିତ ଚାଇନା ରାଷ୍ଟ୍ରଦୂତ ଲିୟୁ ଶିୟାଓମିଙ୍ଗ ଅଫିସିଆଲ୍‌ ଟୁଇଟର୍‌ ଆକାଉଣ୍ଟରୁ...

ଶରଣାର୍ଥୀଙ୍କୁ ଘାରିଛି ଶରଣ ଚିନ୍ତା…

କାବୁଲ,୧୯।୮: ଆଫଗାନିସ୍ତାନର ରାଜଧାନୀ କାବୁଲରେ ତାଲିବାନଙ୍କ ପ୍ରବେଶକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ତାଲିବାନର କଡା ନିୟମ ଏବଂ ଦଣ୍ଡରୁ ରକ୍ଷା ପାଇବା...

ଦଲାଇ ଲାମା ବାଛିବାର ଅଧିକାର ଚାଇନାର ନାହିଁ

ତାଓ୍ବାଙ୍ଗ(ଅରୁଞ୍ଚଳ ପ୍ରଦେଶ),୨୫।୧୦: ପରବର୍ତ୍ତୀ ଦଲାଇ ଲାମାଙ୍କ ଚୟନ ପ୍ରକ୍ରିୟାରେ ଚାଇନା ମୁଣ୍ଡ ଖେଳାଇବାକୁ କେହି ନୁହେଁ। ଚାଇନିଜ ସରକାର ବୌଦ୍ଧ ଧର୍ମରେ ବିଶ୍ୱାସ କରନ୍ତି ନାହିଁ।...

Advertisement
Archives

Model This Week