ଜଳବାୟୁ ପରିବର୍ତ୍ତନ ପ୍ରଭାବ: ୨୧୦୦ ବେଳକୁ ନ ଥିବ ପ୍ରବାଳ ପ୍ରାଚୀର

କାନବେରା,୨୩।୨: ଜଳବାୟୁ ପରିବର୍ତ୍ତନର ପ୍ରଭାବ ପୃଥିବୀର ଜୈବ ବିବିଧତା ଉପରେ ପଡ଼ିବାରେ ଲାଗିଛି। ଏହାଯୋଗୁ ଆସନ୍ତା ୨୧୦୦ ବେଳକୁ ସମୁଦ୍ରରେ ଥିବା ପ୍ରବାଳ ପ୍ରାଚୀର ସମ୍ପୂର୍ଣ୍ଣ ଲୋପ ପାଇଯିବ। ଏନେଇ ହାବାର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ୭୦ରୁ ୮୦ ବର୍ଷ ମଧ୍ୟରେ ଏହା ନଷ୍ଟ ହୋଇଯିବାର ଆଶଙ୍କା ଦେଖାଦେଇଛି। ଆଗାମୀ ୨୦ ବର୍ଷ ବଳେକୁ ପ୍ରବାଳ ପ୍ରାଚୀରର ୭୦ରୁ ୯୦ ପ୍ରତିଶତ ଲୋପ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଆମେରିକାର ନ୍ୟାଶନାଲ୍‌ ଓସୋନିକ୍‌ ଆଣ୍ଡ୍‌ ଆଟମସ୍‌ଫେରିକ୍‌ ଆଡମିନିଷ୍ଟ୍ରେଶନ ପକ୍ଷରୁ କୁହାଯାଇଛି ଯେ, ୨୦୪୫ ବେଳକୁ ସମୁଦ୍ରର ପ୍ରବାଳ ପ୍ରାଚୀର ବହୁମାତ୍ରାରେ ନଷ୍ଟ ହୋଇଯିବ। ସମୁଦ୍ର ଜଳରେ ବୃଦ୍ଧି ପାଉଥିବା ବିଭିନ୍ନ ଅମ୍ଳ(ଏସିଡ୍‌)ର ପରିମାଣ ସହିତ ସମୁଦ୍ର ଜଳର ତାପମାତ୍ରା ବୃଦ୍ଧି, ପ୍ରଦୂଷଣ, ଜନସଂଖ୍ୟା ବୃଦ୍ଧି ତଥା ମାଛଧରା କାର୍ଯ୍ୟ ଯୋଗୁ ପ୍ରବାଳ ପ୍ରାଚୀରର ବିକାଶରେ ବାଧା ସୃଷ୍ଟି ହେଉଥିବା ରିପୋର୍ଟ ଉଲ୍ଲେଖ ରହିଛି। ଚଳିତ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ କାଲିଫର୍ନିଆ ଲୋହିତ ସାଗରରେ ଥିବା ଲାଲ ପ୍ରବାଳ ରହିବାର ଆଶା ଥିବା କୁହାଯାଉଛି। ଅଷ୍ଟ୍ରେଲିଆରେ ଥିବା ଗ୍ରେଟ୍‌ ବାରିଅର ରିଫ୍‌ର ୨୩୦୦ କିମି ପ୍ରବାଳ ପ୍ରାଚୀର ନଷ୍ଟ ହେଉଥିବାରୁ ପରିବେଶ୍‌ବିତ୍‌ମାନେ ଚିନ୍ତିତ ରହିଛନ୍ତି। ୨୦୧୬-୧୭ରେ ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହରେ ୩ ଦିନ ଛୁଟି ପ୍ରସ୍ତାବ ଆଣିଲେ ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ

ଯଦି ସପ୍ତାହକୁ ୪ ଦିନ ଓ ପ୍ରତିଦିନ ମାତ୍ର ୬ ଘଣ୍ଟା କାମ କରିବାକୁ ପଡ଼େ ତେବେ କେହି ଏଭଳି ଚାକିରିକୁ ହାତଛଡା କରିବାକୁ ଚାହିଁବେନି।...

ପୁଣି ପରମାଣୁ ଯୁଦ୍ଧର ଧମକ ଦେଲା ପାକିସ୍ତାନ

ଇସ୍‌ଲାମାବାଦ,୨୨।୧୦: ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ପୁଣି ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି। ସେ କହିଛନ୍ତି ଏଥର ପାରମ୍ପରିକ ଯୁଦ୍ଧ ହେବ ନାହିଁ। ୪-୬...

ୟୁରୋ କପ୍‌ ବଢାଇଦେଲା

ବ୍ରିଟେନ,୧୭।୭: ଜାନୁଆୟୀ ପରଠାରୁ ବ୍ରିଟେନରେ କରୋନା ସଂକ୍ରମଣ ହାର କମିବାରେ ଲାଗିଥିଲା। କିନ୍ତୁ ଏବେ ଉପରମୁହାଁ ହୋଇଛି କରୋନା ସଂକ୍ରମଣ ହାର। ଶନିବାର ଦେଶରେ ୫୦...

ଦିଲ୍ଲୀରୁ ଲଣ୍ଡନ ବସ୍‌ ଯାତ୍ରା, ଭଡ଼ା ଦେବାକୁ ପଡ଼େ…

ଦୁନିଆର ଅନେକ ଲୋକ ଖୁସିରେ ଜୀବନଯାପନ କରିବାକୁ ପସନ୍ଦ କରିଥାନ୍ତି। କିଛି ଲୋକ ଭ୍ରମଣ କରି ସାରା ଦୁନିଆ ଦେଖିବାକୁ ଚାହିଁଥାନ୍ତି। ଏପରି ଲୋକଙ୍କ ପାଇଁ...

ବିରଳ ସ୍ନାୟୁ ରୋଗରେ ଆକ୍ରାନ୍ତ ଏହି ଗାୟିକା

ଓଟାଓ୍ବା,୯।୧୨: କାନାଡା ସିଙ୍ଗର ସେଲିନ ଡିଓନ୍‌ ବିରଳ ନ୍ୟୁରୋଲୋଜିକାଲ(ସ୍ନାୟୁ) ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେଲିନ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି।...

ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଶପିଂ ସେଣ୍ଟରରୁ କିଣିଥିଲେ ବ୍ୟାଗ୍‌, ଏଥିରେ ଥିଲା…

ଓ୍ବାଶିଂଟନ୍‌: ଆଜିର ସମୟରେ ସଚ୍ଚୋଟ ବ୍ୟକ୍ତିଙ୍କ ସଂଖ୍ୟା ହାତଗଣତି। ଏହି ଯେମିତି କିଛି ଜିନିଷ ହଜିଗଲେ ପାଇଥିବା ଖୁବ୍‌ କମ୍‌ ଲୋକ ଏହାକୁ ଫେରାଇଥାନ୍ତି। ମାତ୍ର...

ରାସ୍ତାରେ ଗଡୁଛି ଘର, ଏଥିରେ ରହିଛି ବେଡ୍‌ରୁମଠାରୁ ଆରମ୍ଭ କରି ଯାବତୀୟ ସୁବିଧା

ସୋସିଆଲ ମିଡିଆରେ ଏବେ ଲକ୍ଷେ ଟଙ୍କିଆ ଘରର ଏକ ଫଟୋ ଖୁବ୍‌ ତୀବ୍ର ବେଗରେ ଭାଇରାଲ ହେଉଛି। ଏହାର ବିଶେଷତ୍ତ୍ୱ ହେଲା ଯେଉଁଆଡ଼େ ଚାହିଁବେ ଏହି...

ନିଆଁ ଲଗାଇ କେଶ କାଟିଲେ ବାରିକ: ଭିଡିଓ ଭାଇରାଲ

ପ୍ରତିଦିନ କିଛି ନା କିଛି ଟିକ୍‌ଟକ୍‌ ଭିଡିଓ ଭାଇରାଲ ହେଉଛି। ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ୪ କୋଟି ଥର ଦେଖାସରିଲାଣି।...

Advertisement
Archives

Model This Week