Posted inରାଜ୍ୟ

ଜରନ୍ଦାପାଳ ପୋଲ ନିକଟରୁ ଗାଡ଼ି ମାଲିକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ, ଜଣେ ଅଟକ

କଳିଙ୍ଗନଗର,୮ା୬(ଡି.ଏନ୍‌.ଏ.): ଟମକା ଥାନା ଜରନ୍ଦାପାଳ ଛକ ନିକଟରୁ ଶୁକ୍ରବାର ସକାଳେ ପୋଲିସ ସ୍ଥାନୀୟ ଅଞ୍ଚଳର ଜଣେ ଗାଡି ମାଲିକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜରନ୍ଦାପାଳ ଗ୍ରାମର ନିରଞ୍ଜନ ସାହୁ(୪୦)। କଳିଙ୍ଗନଗର ଏଏସ୍‌ପି ରାଜକିଶୋର ଦୋରା ଓ ଟମକା ଥାନା ଅଧିକାରୀ ସଙ୍ଘମିତ୍ରା ନାୟକ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ସହିତ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ତଦନ୍ତ ବେଳେ ପୋଲିସ ମୃତଦେହ ନିକଟରୁ ଏକ ଛୁରୀ ପାଇଥିଲା। ଏଥିସହ ଘଟଣାସ୍ଥଳର କିଛି ଦୂରରେ ଥିବା ଜଣେ ବ୍ୟକ୍ତିଙ୍କ ଘରୁ ଏକ ଏୟାର ପିସ୍ତଲ, ଗୋଟିଏ ଛୁରୀ ଓ ୫ ମୋବାଇଲ ଫୋନ ଜବତ କିରିଛି। ସନ୍ଦେହରେ ସେହି ଘର ମାଲିକଙ୍କୁ ଥାନାରେ ଅଟକ ରଖା ଯାଇ ପଚରାଉଚରା ଜାରିରହିଛି। ମୃତକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାରୁ ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ପୋଲିସ ଅନୁମାନ କରୁଛି। ଏ ନେଇ ଏକ ମାମଲା ନଂ-(୪୪/୧୯) ରୁଜୁ କରାଯାଇ ମୃତଦେହ ବ୍ୟବଚ୍ଛେଦ ପାଇଁ ଦାନଗଦୀ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ କହିଛି। ଅପରପକ୍ଷେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଏବଂ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଡୁବୁରୀ ଟମକା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ପୋଲିସ ପହଞ୍ଚତ୍ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡିଛି।
ପ୍ରକାଶ ଯେ, ନିରଞ୍ଜନ ଗୁରୁବାର ସନ୍ଧ୍ୟାରେ କୌଣସି କାମରେ ଘରୁ ବାହାରକୁ ଯାଇ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକେ ତାଙ୍କର ଖବର ପାଇ ନ ଥିଲେ। ସକାଳେ ଘର ପାଖ ପୋଲର ଏକ ଖାଲରେ ତାଙ୍କ ମୃତଦେହ ପଡିଥିବା ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ତେବେ ମୃତ ନିରଞ୍ଜନ ଦୀର୍ଘବର୍ଷ ଧରି ଗାଡି ବ୍ୟବସାୟ କରି ଆସୁଥିଲେ। ତେଣୁ ବ୍ୟବସାୟୀକ ଶତ୍ରୁତାକୁ ନେଇ କେହି ତାଙ୍କୁ ହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଗଲା ଧର୍ମଶାଳା ଜମି ବିକ୍ରି ସରକାରଙ୍କ ନିଷ୍ପତ୍ତି

ପୁରୀ ଅଫିସ,୨୦ା୮: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ବିସ୍ଥାପିତ ହୋଇଥିବା ଲଜ୍‌ ମାଲିକଙ୍କୁ ବଗଲା ଧର୍ମଶାଳା ଜମି ବିକ୍ରି କରାଯାଇଛି। ୬ଜଣ ଲଜ୍‌ ମାଲିକଙ୍କୁ...

ବାହାଘରରେ ମାର୍କଣ୍ଡି ସାଜିଲା ବାଛୁରୀ

ଭୁବନେଶ୍ୱର,୨୬।୬(ଶର୍ମିଷ୍ଠା ପାଣିଗ୍ରାହୀ): ମାର୍କଣ୍ଡି ସାଜିଛି ବାଛୁରୀ। କଥାଟି ବିଶ୍ୱାସ ହେଉ ନ ଥିଲେ ବି ସତ। ଭୁବନେଶ୍ୱର ଉପକଣ୍ଠ ପଥରଗାଡିଆରେ ଏଭଳି ଘଟଣା ଦେଖିବାକୁ ମିଳିଛି।...

ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୨୦କୁ ବୃଦ୍ଧି

ଭୁବନେଶ୍ୱର,୪।୧୦(ବ୍ୟୁରୋ): ଆଜି ରାଜ୍ୟରୁ ଆଉ ୬ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ଆଖି ବୁଜିଲେ ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତି

କଟକ ସଦର,୨୪।୬(ଡି.ଏନ୍‌.ଏ.): କଟକ ସଦର ବ୍ଲକ ଅନ୍ତର୍ଗତ କିଶନନଗର ଥାନା ପରିସରରେ ଦେହରେ ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ମୃତ୍ୟୁ। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ...

ଆଜି ରାଜ୍ୟରେ ୫୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ...

ସିଭିଲ ସର୍ଭିସ୍‌ ପରୀକ୍ଷାରେ ଚୟନ ପ୍ରାର୍ଥୀଙ୍କୁ ଅନ୍‌ଲାଇନ ତାଲିମ

ଭୁବନେଶ୍ୱର,୨୧।୭(ବ୍ୟୁରୋ):  କରୋନା ପାଇଁ ଆବଶ୍ୟକ ହୋଇପଡିଥିବା ଲକ୍‌ଡାଉନ ଏବଂ ସାମାଜିକ ଦୂରତା ନିୟମକୁ ବିଚାର କରି ରାଜ୍ୟ ସରକାର ୨୦୧୮ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ...

ମାଷ୍ଟରକ୍ୟାଣ୍ଟିନ ଛକରୁ ‘ଐତିହ୍ୟ ଘୋଡ଼ା’ ହଟାଇବା ପ୍ରସଙ୍ଗ: ସୌନ୍ଦର୍ଯ୍ୟକରଣ ନାଁରେ ଐତିହ୍ୟକୁ ଅବହେଳା କରା ନ ଯାଉ

ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଦଣ୍ଡାୟମାନ ରହିଛି ‘ଐତିହ୍ୟ ଘୋଡ଼ା ଓ ଯୋଦ୍ଧା’ ସ୍ଥାପତ୍ୟ। ଏହା ଓଡ଼ିଶା ଶାସନର ସ୍ମାରକୀ ବହନ କରୁଛି। ବିଶିଷ୍ଟ ପ୍ରସ୍ତର...

ରାଜ୍ୟରେ ଚିହ୍ନଟ ହେଲେ ୮ କରୋନା ପଜିଟିଭ୍‌

ଭୁବନେଶ୍ୱର ୨୦।୪ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ...

Advertisement
Archives

Model This Week