ଜମୁଛି ନବରାତ୍ର ଉତ୍ସବ

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଚାଲିଛି ଦଶହରା ଧୁମ୍‌। ନବରାତ୍ର ଉତ୍ସବ ଏବେ ସାଜିଛି ପୂଜାର ଅନ୍ୟତମ ଆକର୍ଷଣ। ଗତ ରବିବାରଠାରୁ ନବରାତ୍ର ଉତ୍ସବ ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ୬ଷ୍ଠ ଦିବସରେ ମା’ ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ଗୁଜରାଟି ସମାଜ ଏବଂ ବିଭିନ୍ନ ବେସରକାରୀ ଅନୁଷ୍ଠାନ ପକ୍ଷରୁ ନବରାତ୍ରକୁ ରାଜଧାନୀେରେ ମହାଆଡ଼ମ୍ବରରେ ପାଳନ କରାଯାଉଛି।
ନବରାତ୍ର ଉପଲକ୍ଷେ ଗୁଜରାଟି ସମାଜ ମନ୍ଦିରଗୁଡିକରେ ସ୍ବତନ୍ତ୍ର ଆୟୋଜନମାନ କରାଯାଇଛି। ଶୁକ୍ରବାର ମା’ଙ୍କ ସରସ୍ବତୀ ରୂପକୁ ଶ୍ରଦ୍ଧାଳୁମାନେ ପୂଜା କରିଥିବାବେଳେ ଛୋଟ ଛୋଟ ପିଲାମାନଙ୍କୁ ଆପ୍ୟାୟିତ କରାଯାଇଥିଲା। ୟୁନିଟ୍‌-୩ସ୍ଥିତ ଗୁଜରାଟି ସମାଜ ମନ୍ଦିର ସମେତ ରାଜଧାନୀର ବିଭିନ୍ନ ସ୍ଥାନରେ ରୀତିନୀତି ସହକାରେ ମା’ଙ୍କ ପୂଜା କରାଯାଇଥିଲା। ନବରାତ୍ରି ପୂଜାର ମୁଖ୍ୟ ଆକର୍ଷଣ ଦାଣ୍ଡିଆ ରାସ ହୋଇଥିବାରୁ ସନ୍ଧ୍ୟା ସମୟରେ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ଦାଣ୍ଡିଆ କାର୍ଯ୍ୟକ୍ରମ। ବିଭିନ୍ନ ଅନୁଷ୍ଠାନ, ଗୁଜରାଟି ସୋସାଇଟି ଏବଂ ହୋଟେଲଗୁଡିକ ପକ୍ଷରୁ ଦାଣ୍ଡିଆ ଉତ୍ସବ ଏବଂ ଦାଣ୍ଡିଆ ନାଇଟ୍‌ସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଜନତା ମଇଦାନ, କଳିଙ୍ଗ ଷ୍ଟାଡିୟମ୍‌ ନିକଟ ଲକ୍ଷ୍ମୀପୂଜା ପଡ଼ିଆ, ପ୍ରଦର୍ଶନୀ ପଡ଼ିଆ, ହୋଟେଲ ମେ’ଫେୟାର, ଏଚ୍‌ଏଚ୍‌ଆଇ ଏବଂ ପାନ୍ଥନିବାସ ଭଳି ସ୍ଥାନରେ ଏଥର ଦାଣ୍ଡିଆ ଉତ୍ସବର ଆୟୋଜନ କରାଯାଇଥିବାବେଳେ ଗୁଜରାଟୀ ସମେତ ବହୁଳ ସଂଖ୍ୟାରେ ଓଡ଼ିଆମାନେ ଅଂଶଗ୍ରହଣ କରି ଦାଣ୍ଡିଆର ମଜା ନେଉଥିବା ଦେଖିବାକୁ ମିଳୁଛି। ଦାଣ୍ଡିଆ ରାସ ପାଇଁ ସ୍ବତନ୍ତ୍ର ପୋଷାକ ଏବଂ ଦାଣ୍ଡିଆ ଷ୍ଟିକ୍‌ ମଧ୍ୟ ବିକ୍ରି କରାଯାଉଥିବାବେଳେ ଲୋକେ ଅତ୍ୟାଧୁନିକ ଏଲଇଡି ଲାଇଟ୍‌ ଓ ଲାଇଭ୍‌ ବ୍ୟାଣ୍ଡ୍‌ରେ ଦାଣ୍ଡିଆ ଖେଳିବାର ମଜା ନେଉଛନ୍ତି।
ସୁସ୍ବାଦୁ ନବରାତ୍ର ଖାଦ୍ୟ
ସୁସ୍ବାଦୁ ଖାଦ୍ୟ ବିନା ନବରାତ୍ର ଦାଣ୍ଡିଆ ମହୋତ୍ସବର ମଜା ଉଠାଇ ହେବନାହିଁ। ଦାଣ୍ଡିଆ ରାସ୍‌ ଆୟୋଜନରେ ଭଳିକି ଭଳି ଖାଦ୍ୟ ପ୍ରମୁଖ ଆକର୍ଷଣ ସାଜୁଛି। ଖାଣ୍ଟି ଗୁଜରାଟି ଖାଦ୍ୟ ସହ ପିଠା, ମିଠା ସାଙ୍ଗକୁ ବିଭିନ୍ନ ପ୍ରକାର ରୁଚିପୂର୍ଣ୍ଣ ଓଡ଼ିଆ ଖାଦ୍ୟ ଖାଦ୍ୟପ୍ରେମୀଙ୍କୁ ଉତ୍ସବସ୍ଥଳକୁ ଆକୃଷ୍ଟ କରୁଛି। ତାରକା ହୋଟେଲରେ ଆୟୋଜିତ ନବାରାତ୍ର ଉତ୍ସବରେ ସ୍ବତନ୍ତ୍ରଭାବେ ଉପଲବ୍ଧ ହେଉଥିବା ଗୁଜରାଟି ଥାଳିରେ ଏକାଧିକ ସୁସ୍ବାଦୁ ବ୍ୟଞ୍ଜନର ସମାହାର ରହୁଛି। ବିଭିନ୍ନ ପ୍ରକାରର ଖେଚୁଡ଼ି, କୋଫ୍‌ତା, ପୁରୀ ସାଙ୍ଗକୁ ଖଜୁର୍‌ ମିଲ୍କସେକ୍‌, ଗାଜରରେ ପ୍ରସ୍ତୁତ ଖିରି, ହାଲଓ୍ବା, ଶାଗୁରେ ପ୍ରସ୍ତୁତ ବରା ଇତ୍ୟାଦି ନବରାତ୍ରର ମୁଖ୍ୟ ଆକର୍ଷଣ ସାଜିଛିି। କିଛି ସ୍ଥାନରେ ବିନା ପିଆଜ, ରସୁଣରେ ପ୍ରସ୍ତୁତ ଶୁଦ୍ଧ ଶାକାହାରି ଖାଦ୍ୟ ମଧ୍ୟ ଉପଲବ୍ଧ ହେଉଛି। ଛୋଟପିଲାଙ୍କ ଖେଳିବା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣଶିକ୍ଷକଙ୍କୁ ଖୁସି ଖବର ଦେଲେ ନବୀନ: ବଢିଲା ଦରମା

ଭୁବନେଶ୍ୱର,୧।୩: ରାଜ୍ୟ ସରକାର ଗଣଶିକ୍ଷକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଟିଇଟି ପାସ୍‌ କରି ନ ଥିବା ଗଣଶିକ୍ଷକଙ୍କ ପାରିଶ୍ରମିକ ଶୁକ୍ରବାର ବୃଦ୍ଧି କରିଛନ୍ତି। ରାଜ୍ୟ...

ମତ୍ସ୍ୟଜୀବୀ ପରିବାରଙ୍କୁ ୨୨ କୋଟିର ଜୀବିକା ସହାୟତା

ଭୁବନେଶ୍ୱର,୧।୩(ଅସମାପିକା ସାହୁ):ଅଲିଭ୍‌ ରିଡ୍‌ଲେ କଇଁଛର ସୁରକ୍ଷା ନିମନ୍ତେ ମାଛଧରା କଟକଣା ଯୋଗୁ ପ୍ରଭାବିତ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ରାଜ୍ୟ ଯୋଜନାରେ ଜୀବିକା ସହାୟତା ପ୍ରଦାନ କରାଯାଇଛି। ଗୁରୁବାର...

ବାଘୁଣୀ ସାରା ଅସୁସ୍ଥ

ବାରଙ୍ଗ,୧।୩ଲିଙ୍ଗରାଜରାଉତ):ପ୍ରାଣୀଉଦ୍ୟାନ ନନ୍ଦନକାନନର ବାଘ ସଫାରୀରେ ରହୁଥିବା ବାଘୁଣୀ ସାରା ଆଉ ଚଲାବୁଲା କରିପାରୁନି। ଗତ କିଛିଦିନ ହେବ ସେ ଅସୁସ୍ଥ ରହିଥିବାବେଳେ ଗୁରୁବାର ତଳେ ପଡ଼ିଯାଇଛି।...

ସଡ଼କ ଦୁର୍ଘଟଣା: ବର୍ଷକରେ ୫୬୦୦ ମୃତ୍ୟୁ

ଭୁବନେଶ୍ୱର,୧।୩(ସୁନିତ୍‌ ମିଶ୍ର):ଓଡ଼ିଶାରେ ୨୦୨୩ରେ ସଡ଼କ ଦୁର୍ଘଟଣାରେ ପ୍ରାୟ ୫୬୦୦ ଜଣଙ୍କ ମୃତ୍ୟୁ ଘଟିଛି, ଯାହାଙ୍କ ମଧ୍ୟରୁ ୭୦% ହେଉଛନ୍ତି ଯୁବବର୍ଗ । ତେଣୁ ବିଭିନ୍ନ ପଞ୍ଚାୟତିରାଜ...

ବିଜେଡି ଲୋକଙ୍କ ଟଙ୍କା ଲୋକଙ୍କୁ ବାଣ୍ଟି ନିର୍ବାଚନୀ ଲଲିପପ୍‌ ଧରାଉଛି: କଂଗ୍ରେସ

ଭୁବନେଶ୍ୱର,୧।୩(ସୁନିତ୍‌ ମିଶ୍ର):ରାଜ୍ୟରେ ଲୋକଙ୍କ ଆୟ ବଢୁ ନ ଥିବାବେଳେ ଖର୍ଚ୍ଚ ୩ ଗୁଣା ହେଲାଣି। ବିଭିନ୍ନ ବିଭାଗରେ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ପଦବୀ ଖାଲି ପଡ଼ିଥିବାବେଳେ...

ଭାଜପା କର୍ମୀଙ୍କ ଉପରେ ଗାଡ଼ି ଚଢ଼ାଇଥିବା ପ୍ରଶାନ୍ତଙ୍କୁ କୋଳେଇ ନେଲା ଭାଜପା: ବିଜେଡି

ଭୁବନେଶ୍ୱର,୧ା୩(ଅନିଲ ଦାସ):ପ୍ରଶାନ୍ତ ଜଗଦ୍ଦେବ ଯିଏକି ଭାଜପା କର୍ମୀଙ୍କ ଉପରେ ଗାଡ଼ି ଚଢ଼ାଇ ମାରିବାକୁ ଉଦ୍ୟମ କରିବା ସହ ୨ଟି ଆପରାଧିକ ମାମଲାରେ ଜେଲ ଯାଇଥିଲେ, ଯାହାଙ୍କ...

ବିଧାନସଭାକୁ ସୁରଙ୍କ ବାଏ ପରେ ଏମ୍‌ପି ପ୍ରାର୍ଥିତ୍ୱ ଚର୍ଚ୍ଚା

ଖୋର୍ଦ୍ଧା,୧ା୩(ପ୍ରଭାତ ପାଣିଗ୍ରାହୀ):ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଦୀର୍ଘବର୍ଷ ଧରି ବିଜେଡି ପ୍ରାର୍ଥୀ ଜିତି ଆସୁଥିବା ବେଳେ ୨୦୧୯ ନିର୍ବାଚନରେ ଭାଜପାରୁ ଅପରାଜିତା ଷଡ଼ଙ୍ଗୀ ଏମ୍‌ପି ହୋଇଥିଲେ। ୨୦୨୪...

ମୁଁ ଦୁଇ କୁଳକୁ ହିତା: ଶ୍ରୀମୟୀ

ଖୋର୍ଦ୍ଧା,୧ା୩(ପ୍ରଭାତ ପାଣିଗ୍ରାହୀ):ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେଡିରୁ ଆଶାୟୀ ଶ୍ରୀମୟୀ ମିଶ୍ର ଗୁରୁବାର ଖୋର୍ଦ୍ଧାରେ ବାଇକ୍‌ ଶୋଭାଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଶୋଭାଯାତ୍ରା ମୁକୁନ୍ଦପ୍ରସାଦ ମେଳଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri