ଜମି ଛଡ଼ାଇ ନେଇ ଗାଁରୁ ତଡ଼ି ଦେଲେ

ବରଗଡ଼ ଅଫିସ୍‌,୨୫।୭: ବରଗଡ଼ ଜିଲାର ଉପାନ୍ତ ଅମ୍ବାଭୋନା ଥାନା ଅନ୍ତର୍ଗତ କୁମ୍ଭୋ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗ୍ରାମର ୬ଜଣ ମୁଷ୍ଟିମେୟ ଲୋକ ଭୟଭୀତ କରି ୧୨ ଏକର ଜମି ଛଡ଼ାଇ ନେବା ସହିତ ଗ୍ରାମରୁ ତଡ଼ି ଦେବାରୁ ଏକ ପରିବାର ନିଜ ଘର ଛାଡ଼ି ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସରିଆ ଥାନା ବରମକେଲା ନିକଟ କମରିକ୍‌ ଗ୍ରାମର ଜଣେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିବା ଜଣାପଡ଼ିଛି । ତେବେ ୬ ମାସ ତଳର ଘଟଣାକୁ ନେଇ ଥାନାରେ ଏତଲା ହୋଇଥିଲେ ସୁଦ୍ଧା ସମ୍ପୃକ୍ତ ପରିବାର ଲୋକଙ୍କୁ ନ୍ୟାୟ ଦେବାରେ ପୋଲିସର ବିଫଳ ହୋଇଛି । ପୋଲିସର ଏଭଳି ଉଦାସୀନତା ନେଇ ବୁଧବାର ପୀଡ଼ିତ ପରିବାର ଲୋକେ ବରଗଡ଼ ଏସପିଙ୍କୁ ଫେରାଦ ହୋଇଥିଲେ । ଏସପି ମୁକେଶ କୁମାର ଭାମୁଙ୍କୁ ଭେଟି ସେମାନେ ଏକ ସ୍ମାରକପତ୍ର ଦେବା ସହିତ ନ୍ୟାୟ ଭିକ୍ଷା କରିଛନ୍ତି ।
ବରଗଡ଼ ସାମ୍ବାଦିକ ସଂଘ ଅଫିସରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଉପସ୍ଥିତ ରହି ପୀଡ଼ିତ ପରିବାରର ମୁଖ୍ୟ ଉକିଆ ଦାଶ(୭୫) କହିଥିଲେ, ତାଙ୍କ ସ୍ବାମୀ ସ୍ବର୍ଗତ ଗୋପାଳ ଚନ୍ଦ୍ର ଦାଶ ଗ୍ରାମର ଜଗନ୍ନାଥ ମନ୍ଦିର ପୂଜକ ଥିଲେ । ମହାପ୍ରଭୁଙ୍କ ଜମି ତାଙ୍କ ନାମରେ ଥିବାରୁ ସେ ଚାଷବାସ କରି ଆସୁଥିଲେ । ସ୍ବାମୀ ପରିଣତ ବୟସରେ ଉପନୀତ ହେବାବେଳେ ଜ୍ୱାଇଁ ତରଣୀ ପୂଜାକାର୍ଯ୍ୟ ସମ୍ଭାଳି ଆସୁଥିଲେ । ଏହା ସହିତ ସେ ସେହି ଜମିରେ ଚାଷକାର୍ଯ୍ୟ ମଧ୍ୟ କରି ଆସୁଥିଲେ । ମାତ୍ର ଗ୍ରାମର କିଛି ମୁଷ୍ଟିମେୟ ଲୋକ ୩ ବର୍ଷ ହେଲା ସେମାନଙ୍କ ଉପରେ ଅତ୍ୟାଚାର ଚଳାଇ ଆସୁଥିବା ସେ ଅଭିଯୋଗ କରିଛନ୍ତି । ସେମାନେ ଚାଷବାସ କରିଥିବାବେଳେ ସମ୍ପୃକ୍ତ ଲୋକେ ଅମଳ ସମୟରେ ଧାନ କାଟି ନେଉଥିଲେ । ପରେ ପୂଜା ଓ ଜମିରୁ ସେମାନଙ୍କୁ ସମ୍ପୂର୍ଣ୍ଣ ବାସନ୍ଦ କରାଯାଇଥିବା ଉକିଆ କହିଛନ୍ତି । ଗତ ଜାନୁୟାରୀ ୧ତାରିଖରେ ସ୍ବାମୀଙ୍କ ଦେହାନ୍ତ ହେବା ପରେ ତାଙ୍କ ପରିବାର ଉପରେ ସମ୍ପୃକ୍ତ ମୁଷ୍ଟିମେୟ ଲୋକଙ୍କ ଅତ୍ୟାଚାର ଆହୁରି ବଢ଼ି ଯାଇଥିଲା । ସ୍ବାମୀଙ୍କ ଶୁଦ୍ଧିକ୍ରିୟାର ଠିକ୍‌ ପରିଦିନ ସମ୍ପୃକ୍ତ ଲୋକେ ଘର ଛାଡ଼ି ଚାଲିଯିବାକୁ ଧମକ ଦେଇଥିଲେ । ସେହି ମାସ ୧୬ତାରିଖ ସୁଦ୍ଧା ଘର ନ ଛାଡ଼ିଲେ, ସେମାନେ ଘରକୁ ପୋଡ଼ି ଦେବେ ବୋଲି କୁଆଡ଼େ ଧମକ ଦେଇଥିଲେ । ଫଳରେ ଭୟଭୀତ ହୋଇ ସେହି ମାସ ୧୪ତାରିଖରେ ଉକିଆଙ୍କ ପରିବାର ଲୋକେ ଛତିଶଗଡ଼ ରାଜ୍ୟ କମରିକ୍‌ ଗ୍ରାମର ନିଜ ଘରକୁ ଚାଲି ଯାଇଥିଲେ । ଏ ନେଇ ଥାନାରେ ଏତଲା ଦେଇଥିବା ସତ୍ତ୍ବେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ । ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ଏସପିଙ୍କୁ ଭେଟି ନିବେଦନ କରିଥିବା ଉକିଆ କହିଛନ୍ତି । ଖବରଦାତା ସମ୍ମିଳନୀରେ ଉକିଆଙ୍କ ସମେତ ଜ୍ୱାଇଁ ତରଣୀ, ନାତି କୃଷ୍ଣ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri